କାଶତଣ୍ଡି
କାଶତଣ୍ଡି
ବରଷକ ବାର ମାସ ଓ ଛ ଋତୁ l ସମସ୍ତେ କୁହନ୍ତି ବସନ୍ତ ଋତୁ ସବୁଠୁ ଶ୍ରେଷ୍ଠ l ସେଥିପାଇଁ ତାକୁ ଋତୁ ରାଜା ବୋଲି କୁହାଯାଇଥାଏ l କିନ୍ତୁ ମୋ ପାଇଁ ସବୁଠୁ ଶ୍ରେଷ୍ଠ ଋତୁ ହେଲା ଶରତ l ଶରତ ଋତୁ ସାଥିରେ ମୋ ଭାବପ୍ରବଣତା ଯୋଡି ହେଇ ରହିଛି l ମୁ ଶରତ ଋତୁକୁ ଏତେ ଭଲ ପାଇବାର ବହୁତ କାରଣ ରହିଛି l ସେ ଭିତରୁ ମୁଖ୍ୟ ହେଲା କାଶତଣ୍ଡି ଫୁଲର ଆଗମନ l ଅତି ନରମ, ଅତି କୋମଳ। କାଶତଣ୍ଡୀକୁ ଦେଖିଲେ ମୁ ଭାରି ଖୁସି ହେଇଯାଏ l ଭାରି ଆପଣାର ଲାଗେ ମୋତେ ଏହି ଫୁଲଟି l କଲେଜ ସମୟର କିଛି କଥା ମନେ ପଡ଼ିଯାଏ l ସେଦିନ ପ୍ରଥମ ଦେଖାରେ ମୋ ପ୍ରେମିକାର ଖୁବ ପସନ୍ଦ ହେଇଥିଲା ଏହି କାଶତଣ୍ଡୀ ଫୁଲ l ଖୁସିରେ ମୋତେ କହିଥିଲା; ଯେବେ ବି ଦେଖା କରିବ କାଶତଣ୍ଡୀ ନେଇ ଆସିବ l ସମୟ ଚାଲିଥାଏ ତା' ବାଟରେ । ଦିନ ଆସେ, ପୁଣି ରାତି ଆସେ । ଦିନ ଯାଏ ପୁଣି ରାତି ଯାଏ । ସେମିତି ଋତୁ ଆସେ ପୁଣି ଋତୁ ଯାଏ। ଏ ଭିତରେ ପାଖାପାଖି ୨୦ ବର୍ଷ ବିତିଗଲାଣି l ତଥାପି ମନର କୋଉ ଏକ କୋଣରେ ଆଶାଟିଏ ଅଛି , ଦେଖା ହେଲେ ଦେବୀ କାଶତଣ୍ଡୀଟିଏ l

