ଭାତ
ଭାତ
ବେଳେବେଳେ ଆମ ଆଖପାଖରେ ଏମିତି କିଛି ଘଟଣା ଘଟିଯାଏ ଯାହାକୁ ଦେଖିଲେ ବହୁତ ଦୁଖ ଲାଗେ l ଅନୁଭବ ହୁଏ, ଆଜି କାଲିର ସଭ୍ୟ ସମାଜରେ ମଣିଷ ନିଜକୁ ଯେତେ ଶିକ୍ଷିତ ଆଉ ଚାଲାକ କହି ବୁଲିଲେବି ମଣିଷର ମାନସିକତାରେ ଏବେ ବି ପରିବର୍ତନର ଆବଶ୍ୟକତା ରହିଛି l
ସନ୍ଧ୍ୟା ପ୍ରାୟ ୮ଟା ହବ l ଜଣେ ଲୋକଙ୍କର ଉଚ୍ଚା ସ୍ୱରରେ ପାଟି ଶୁଣି ବାହାରକୁ ଆସି ଦେଖିଲି l ଜଣେ ଲୋକ ହାତରେ ଭାତ ଭର୍ତି ଜରିଟିଏ ଧରି ତାଙ୍କ ଶାଶୁ,ଶ୍ୱଶୁରଙ୍କୁ ଅଭିଯୋଗ କରୁଥାନ୍ତି l
" ଏଇ ଦେଖ , ତମ ଝିଅ କଣ କରିଛି ? ଭାତ ନା ଯାଉ ଇଏ ? ୟାକୁ କଣ ମଣିଷ ଖାନ୍ତି ? "
କିଛି କହି ପାରିନଥିଲେ ବି ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ l ଭୁଲଟା କଣ ସତରେ ଏତେ ବଡ ? ଭାତ ଟା ଯଦି ଖରାପ ହେଇ ଲା ତା ହେଲେ ତାର କଣ କିଛି ବିକଳ୍ପ ନାହିଁ ?? ଏହା କଣ ନାରୀକୁ ସନମାନ ?
ମହାପାତ୍ରବାବୁଙ୍କ କଥା ମନେ ପଡିଗଲା l ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି, ଦିନ ରାତି ତା ପାଇଁ ସମୟ ଦେଇ, ସବୁ ପ୍ରକାର ସୁବିଧା ଦେଲା ପରେ ବି ତାଙ୍କ ପୁଅର ଭବିଷ୍ୟତ ସୁରକ୍ଷିତ କରିପାରିଲେନି l ତା ହେଲେ ହାଣ୍ଡି ଚୂଲି ଉପରେ କିଏ କେମିତି ଗ୍ୟାରେଣ୍ଟି ଦେଇ ପାରିବ l
ଥରେ ଖାଲି ସେଇ ନିରୀହ ବାପା ମା ଜାଗାରେ ଠିଆ ହେଇ ଦେଖନ୍ତୁ l କଣ ଲାଗିଥିବ ତାଙ୍କୁ ? ସ୍ୱାମୀ,ସ୍ତ୍ରୀ ମଧ୍ୟରେ ଯେତେ ଜଟିଳ ପରିସ୍ଥିତି ରହୁ ତାର ସମାଧାନ ଦିନେ ନl ଦିନେ ନିଶ୍ଚୟ ହବ l ସବୁ ହଜେଇଥିବା ଜିନିଷ ପୁଣି ଫେରି ଆସିବ l ଫେରିବନି ତ ଖାଲି ଗୋଟେ କଥା ଯାହା ଦାଣ୍ଡରେ ନିଲାମ ହୋଇ ସlରିଥାଏ l ତେଣୁ ଏ ସବୁ କଥାକୁ ନିଜ ନିଜ ଭିତରେ ବୁଝାମଣା କରିନବା ହିଁ ବୁଦ୍ଧିମାନ କାର୍ଯ୍ୟ l
