ନିଃସଙ୍ଗ ଜୀବନ
ନିଃସଙ୍ଗ ଜୀବନ
ସେ ଦିନ ପାର୍କରେ ଜଣେ ଓଡ଼ିଆ ଲୋକଙ୍କ ସହ ଭେଟ ହେଇଗଲା l ବୟସ ପାଖାପାଖି ୫୦ ବର୍ଷ l ପାର୍କରେ ପଡିଥିବା ଗୋଟେ ଚୌକିରେ ବସି ଦୀର୍ଘ ସମୟ ହେଲା କାହା ସାଥିରେ କଥା ହଉଥାନ୍ତି ସେ l ପାଖ ଦେଇ ଗଲାବେଳେ ଓଡ଼ିଆ ଭାଷା ଶୁଣି ଅଟକି ଗଲି ମୁଁ l ଅଟକିବାର ଦେଖି ଭଦ୍ରବ୍ୟକ୍ତି ଜଣକ ଫୋନ କାଟି ମୋତେ ଚାହିଁଲେ l
ଆପଣ ଓଡ଼ିଆ ??
''ହଁ !''
'' ଆପଣଙ୍କ ଘର କୋଉଠି??
''ବାଲେଶ୍ୱର, ହେଲେ ଦୀର୍ଘ ୫ ବର୍ଷ ହେଲା ମୋ ଠିକଣା ଏଇ କତର l
ତାଙ୍କଠୁ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଥିଲି ମୁଁ I ସମ୍ଭାଳି ହେଇ ରହି ନପାରି ଆଉଥରେ ମୁଁ ପଚାରିଲି, ''ଆପଣ ଏମିତି କାହିଁକି କହିଲେ; ଦୀର୍ଘ ୫ ବର୍ଷ ହେଲା ମୋ ଠିକଣା ଏଇ କତର l ତା ମାନେ ଆପଣ କଣ ଛୁଟି ଯାନ୍ତି ନାହିଁ ?
ସେ କହିଲେ, ନା ପାଞ୍ଚବର୍ଷ ହେଲା ମୁଁ ଛୁଟି ଯାଇନି l ମୋ ସ୍ତ୍ରୀ ଚାଲିଯିବା ପରେ ନା' ରହିଲା ଘର; ନା' ରହିଲା ଘରର ସ୍ନେହ ମମତା I ପାଞ୍ଚ ବର୍ଷ ହେଲାଣି ମୁଁ ଏଠି ଏମିତି ନିସଙ୍ଗ ହେଇ ପଡି ରହିଛି I
''ଆପଣଙ୍କର ପୁଅ ଝିଅ ?''
''ହଁ ମୋର ଦୁଇ ପୁଅ I
''ପୁଅମାନେ କ'ଣ ବିବାହିତ ?''
''ହଁ I''
'ଆପଣ ପୁଅମାନଙ୍କ ପାଖରେ ତ ଯାଇ ରହିପାରନ୍ତେ !!!
'ମୁଁ ଏବେ ସେମାନଙ୍କ ପାଇଁ ଗୋଟେ ବୋଝ l
ଝିଅ ?
ନାହିଁ l ଯଦି ମୋର ଝିଅଟିଏ ଥାନ୍ତା ତା'ହେଲେ ମୁଁ ହୁଏତ ଏତେ ବେଶୀ ନିଃସଙ୍ଗତା ଭୋଗିନଥାନ୍ତି I
ଆଶ୍ଚର୍ଯ୍ୟ ହେଇ ଚାହିଁଥିଲି ତାଙ୍କ ମୁହଁକୁ ମୁଁ I
ଝିଅଟିଏ ଉପରେ କେତେ ଭରସା !!!!
