STORYMIRROR

Goutam Swain

Inspirational

4  

Goutam Swain

Inspirational

ସରଜିକାଲ ଷ୍ଟ୍ରାଇକ

ସରଜିକାଲ ଷ୍ଟ୍ରାଇକ

1 min
453

ଓଡ଼ିଆ ଚଳଚିତ୍ର କଥା ଯେବେ ଉଠେ ମୋର ଗୋଟେ କଥା ମନେପଡିଯାଏ ସେଇଟା ହେଲା ଓଡ଼ିଆ ଚଳଚିତ୍ର ଜଗତର ସବୁଠୁ ବଡ ସରଜିକାଲ ଷ୍ଟ୍ରାଇକ l ବାବୁସାନ ମlହାନ୍ତି ଆଉ ପ୍ରକୃତି ମିଶ୍ରଙ୍କ ଉପରେ ବାବୁସାନଙ୍କର ସ୍ତ୍ରୀ ଯୋଉ ସର୍ଜିକାଲ ଷ୍ଟ୍ରାଇକଟା କରିଛନ୍ତି ସତରେ ମଜା ଆସିଗଲା ଦେଖିକି l ଏତେ ଦିନ ପରେ ଯାଇ ଲାଗିଲା ଓଡିଶାରେ ନାରୀ ସଶକ୍ତିକରଣ ହେଇଚି l ଏମିତିରେ ତ ସୋସିଆଲ ମେଡିଆରେ ଓଡିଶାର ୧୦୦ରୁ ଅଧିକ ଏ ଭଳିଆ ନିଉସ ବାଜୁଛି କିନ୍ତୁ ଏଇଟା ଟିକେ ଅଲଗା ଲାଗିଲା l ଅଲଗା ଏଇଥିପାଇଁ ଲାଗିଲା କାରଣ ଗୋଟେ ପ୍ରପର ପ୍ଲାନରେ ପ୍ରଥମେ ସେମାନଙ୍କୁ ଏକାଠି ଧରା ଯାଇଛି ଆଉ ତା ପରେ ପଚରାଯାଇଛି ଆଉ ତା ପରେ ଅlଟlକ ହେଇଚି l 


ପ୍ରଶ୍ନ ଉଠୁଛି ନାରୀ ସଶକ୍ତିକରଣ ହେଇଚି ନା ପୁରୁଷ ଉତାତ୍ତିକରଣ ହେଇଚି ? ନା ଆମ ଶାସନ ବ୍ୟବସ୍ତା ରେ କୋଉଠି ଟିକେ ଦୁର୍ବଳତା ରହିଯାଇଛି ଯାହାର ଫାଇଦା ଉଠେଇ ଚାଲିଛନ୍ତି ଏ ଭଳି ଲୋକ l ସମୟ ଥିଲା ଭଲକୁ ଭଲକୁହ ଯାଉଥିଲା ଆଉ ସଂମାନ ମିଳୁଥିଲା , ଖରାପକୁ ଖରାପ ଆଉ ଦଣ୍ଡ ମିଳୁଥିଲା l କିନ୍ତୁ ଆଜି କlଲି ଯିଏ ଯେତେ ବଦନାମ ତାର ଲୋକପ୍ରିୟତା ସେତେ ଅଧିକ l ତାଜା ଉଦାହରଣ ଏଇ ଟୁଁଗୁରୁ ଭୋଳ କଥା ନିଅନ୍ତୁ l ତାକୁ ଏମିତି ଲୋକପ୍ରିୟତା ମିଳିଲା ତାକୁ ଦେଖି ଦେଖି ଏବେ କଣ ଶଙ୍କର କହ୍ନର ଆଉ ଗୋଟେ କଣ ସେଇ ବେଙ୍ଗଲୋର ଵାଲା ପ୍ରେମିକ ଏମିତି କେତେ କଣ ବାହାରି ଗଲେଣି l ଗୋଟେ କଥା ଖାଲି ଏଠି କହିବି ଗୋଟେ ନାରୀ ପଡିଆକୁ ଆସି କଣ ଟିକେ ତାଣ୍ଡବ କରିଦେଲେ ନାରୀସଂସକ୍ତିକରଣ ହୋଇ ଯାଏନି l ନାରୀ ସଶକ୍ତିକରଣ ସେତେବେଳେ ହୋଇଛି ବୋଲି ଭାବିବାକୁ ହେବ ଯେତେବେଳେ ନାରୀକୁ ଏ ସବୁ କରିବାର ଆବଶ୍ୟକତା ରହିବନି l


Rate this content
Log in

Similar oriya story from Inspirational