Dr Rashmita Panigrahi

Romance Tragedy Inspirational

3  

Dr Rashmita Panigrahi

Romance Tragedy Inspirational

ଦେଵ ଦାସ

ଦେଵ ଦାସ

5 mins
541


       

ଘର ର ଟେରେସ ଉପରେ ବସି ଚା ପିଉଛନ୍ତି ଦେବ ବାବୁ l ପାଖ ଚେୟାର ରେ ବସିଥିବା ତାଙ୍କ ପତ୍ନୀ ଚା'ପିଆ ସାରି ଦେଇ ତଳକୁ ଝିଅକୁ ଟିକେ ପଢ଼େଇବାକୁ ଚାଲି ଗଲେଣି କେତେ ବେଳୁ l ଦେବ ବାବୁ ଙ୍କ କପରେ ଚା'କିନ୍ତୁ ଶେଷ ହେଇନି l ସେ ଅପେକ୍ଷା କରି ଛନ୍ତି ତାଙ୍କର ଦୁଇ ଜଣ ବନ୍ଧୁଙ୍କୁ l ଏଇ ରବି ବାର ସନ୍ଧ୍ୟାଟା ସେଇଠି ସେମାନେ ବିଜିନେସ ମିଟିଂ କରନ୍ତି l ଏତିକି ବେଳେ ଦୂର ଦିଗବଳୟ ରୁ ଭାସି ଆସେ ସଂଗୀତ ଟିଏ "ତୁଝେ ନା ଦେଖୁ ତ ଚୈନ୍ ମୁଝେ ଆତା ନେହିଁ..................... l" ସଂଗୀତ ର ତାଳେ ତାଳେ ଦେବ ବାବୁ ଗାଇ ଉଠନ୍ତି, ଆଉ ମନଟା ବି ବେଶ ଯୁବ ସୁଲଭ ଭଙ୍ଗୀ ରେ ନାଚି ଉଠେ l 

     ଦିନ ଥିଲା, ଦେବ ବାବୁ ବାଥରୁମ ରେ ଗାଉ ଥିଲେ ଏମିତି ଅନେକ ଗୀତ ତାଙ୍କର ଫାଷ୍ଟ ଲଭ 'ସୋନା 'ପାଇଁ l ସୋନା ଓରଫ ସୋନାଲି ମହାପାତ୍ର ତାଙ୍କ କ୍ଲାସମେଟ l ଦୁହେଁ ଜେଏନୟୁ ରେ ଏକା ସାଙ୍ଗରେ ପିଜି କରୁ ଥିଲେ l ଅଲଗା ଅଲଗା ଡିପାର୍ଟମେଣ୍ଟ ର ହେଲେ ବି ଦୁହେଁ ଦୁହିଁଙ୍କୁ ଯଥେଷ୍ଟ ସମୟ ଦେଉ ଥିଲେ l ସାଙ୍ଗ ହେଇ ବୁଲା ବୁଲି, ଖିଆପିଆ, ଫିଲ୍ମ ଦେଖିବା, ଏସବୁ କୁ ଦୁହେଁ ବେଶ ଏଞ୍ଜୟ କରୁଥିଲେ l ପିଜିର ଫାଇନାଲ ଇୟର ଯେତିକି ସରି ସରି ଆସୁଥାଏ, ଏମାନଙ୍କ ପ୍ରେମ ରେ ଗଭୀରତା ସେତିକି ବଢୁ ଥାଏ l ହଠାତ ଦିନେ ସୋନା ର ବାପା ଦେବ କୁ ଆସି ଭେଟିଲେ l ନିଜ ପରିଚୟ ଦେଇ ସାରିବା ପରେ ଦେବ ତାଙ୍କୁ ମୁଣ୍ଡିଆ ଟେ ମାରିଲେ l ସେ ସିଧା ସଳଖ ଦେବ ଙ୍କୁ ପଚାରିଲେ, "ତୁମେ ମୋ ଝିଅ ସୋନା କୁ ଭଲ ପାଅ ? " ଏମିତି ଅପ୍ରତ୍ୟାଶିତ ପ୍ରଶ୍ନ ରେ ଦେବ ଟିକିଏ ବି ବିଚଳିତ ନ ହେଇ ସିଧା ସଳଖ ମାନି ଗଲେ ହଁ ବୋଲି l" ଭଲ କଥା l ତୁମକୁ ଲାଗୁଛି ତୁମେ ମୋ ଝିଅ ର ଖର୍ଚ୍ଚ ଉଠେଇ ପାରିବ ? ମୁଁ ଚାହୁଁଛି ଏଇ ମୁହୂର୍ତ୍ତ ରୁ ତୁମେ ମୋ ଝିଅ କୁ ଭୁଲି ଯାଅ l " ଏଇଟା ଦୃଢ କଣ୍ଠ ରେ ଜଣେ ବାପା ର ତାଗିଦ ଥିଲା l ଦେବ ବି କୋଉ ଛାଡ଼ିବା ପିଲା, ସିଧା ଉତ୍ତର ଦେଇ ଦେଲେ, "ଆପଣ ଙ୍କ ଝିଅ ଯାହା ଚାହିଁବେ ମୁଁ ସେଇଟା କରିବି l ତେଣୁ ମୋତେ କିଛି ନ କହି ସୋନା ଙ୍କର ମତାମତ ନିଅନ୍ତୁ l ସେ ଯାହା ଚାହିଁବେ ମୁଁ ହସି ହସି କରିବି l"

ତହିଁ ପରଦିନ କଲେଜ ରେ ଦେଖନ୍ତି ତ ସୋନା ଙ୍କର ର ମୁହଁ ପୁରା ଶୁଖିଯାଇଛି l ଘଟଣା ବୁଝିବାକୁ ଦେବ ଙ୍କୁ ଅଧିକ ସମୟ ଲାଗିଲା ନାହିଁ l ସୋନା ଙ୍କର ର ମା ସଫା ସଫା କହି ଦେଇ ଛନ୍ତି "ଯଦି ସୋନା, ସେମାନଙ୍କ ପସନ୍ଦ ଅନୁସାରେ ବିବାହ ନ କରନ୍ତି, ତେବେ ସେ ଆତ୍ମହତ୍ୟା କରିବେ l" ଏ ଭଳି ଝିଅ ର ମା'ହେଇ ବଞ୍ଚି ରହି ଲାଭ କଣ ଯିଏ ମାଆବାପା ଙ୍କ ମୁଣ୍ଡ ତଳକୁ କରି ଦେଉଛି l ଦେବ ଆଉ ଆଗକୁ ଶୁଣିବାକୁ ଇଚ୍ଛା କଲେନି l

    ଦେବ ଙ୍କର ଗୋଟାଏ ଭାରି ଭଲ ଗୁଣ ହେଉଛି ସେ ଆବଶ୍ୟକତା ଅନୁସାରେ ନିଜକୁ ବଦଳାଇ ପାରନ୍ତି କ୍ଷଣିକ ରେ l ଯଦି ତାଙ୍କୁ ଲାଗେ ସେଇଟା ଠିକ ବୋଲି l "ସୋନା କ୍ଷଣିକ ପାଇଁ ମା'ବାପା ଙ୍କ କଥା କୁ ଭୁଲି ଯାଇ ତୁମ ନିଜ ଅନ୍ତର୍ମନ କୁ ପଚାରି କୁହ ତୁମେ କଣ ଚାହୁଁଛ " ବୋଲି ଦେବ ଜାଣି ବାକୁ ଚାହିଁ ଛନ୍ତି l ଦୁହେଁ ପ୍ରଖର ବୁଦ୍ଧି ସମ୍ପନ୍ନ l ଭଲ ମନ୍ଦ ର ବିଚlର କରି ଜାଣନ୍ତି l  ସୋନା ସ୍ପଷ୍ଟ କରି କହିଲେ, ସେ ତାଙ୍କ ମା ବାପାଙ୍କ ଇଚ୍ଛା ଅନୁସାରେ ବିବାହ କରିବା ଉଚିତ ମନେ କରୁ ଛନ୍ତି l ବାସ l କଥା ସେଇଠି ସମାପ୍ତ l ଏତେ ସୁନ୍ଦର ଲଭ ଷ୍ଟୋରୀ ର ଦ ଏଣ୍ଡ ସେଇ କ୍ଷଣି ଘୋଷଣା କରି ଦେଇ ସୋନା ଚାଲିଗଲେ ତାଙ୍କ ବାଟ ରେ l ବାହାଘର ର ଇନଭିଟେସନ ବି ଆସିଲା l ହେଲେ ଦେବ ଓରଫ ଦେବ କୁମାର ଦାସ, ନିଜ ଭଙ୍ଗା ହୃଦୟ ଟା ହାତ ରେ ଧରି ଯାଇ ପାରିଲେ ନାହିଁ l 

   ବିବାହ ର କିଛିଦିନ ଯାଇନି ହଠାତ ଫୋନ କଲ ଟେ ଆସିଲା ସୋନାଙ୍କର l   

ତାଙ୍କ ସ୍ୱାମୀ ତାଙ୍କୁ ସନ୍ଦେହ କରୁ ଛନ୍ତି l ସେ ବିବାହ ରେ ସୋନା ଏବେ ଦୁଃଖିତ l ତାଙ୍କର ନିଷ୍ପତ୍ତି ଭୁଲ ହେଇ ଯାଇଛି, ଇତ୍ୟାଦି କେତେ କଥା ଗପି ଗଲେ କ୍ଷଣିକ ରେ, ଘରେ କେହି ନ ଥିବାର ସୁଯୋଗ ନେଇ l 

   ସୋନା ବାହା ହେଇ ଚାଲି ଯିବା ପରେ ଦେବ କିନ୍ତୁ ନିଜକୁ ସମ୍ଭାଳି ପାରିନାହାନ୍ତି l ଯେଉଁଠି କି ଦେଖିଲେ ସୋନା ଙ୍କ ମୁହଁ, ତାଙ୍କ କଥା, ତାଙ୍କ ହସ ମଜା ଛଡା ଦେବ ଙ୍କୁ ଆଉ କିଛି ବି ଦେଖl ଯାଉ ନ ଥାଏ l ଏସବୁ କୁ ଏଡାଇବେ ଭାବି ସାଙ୍ଗ ମାନଙ୍କ ସହ ମିଶି ଦେବ ମଦ ରେ ବୁଡ଼ି ଛନ୍ତି, ପାରିନାହାନ୍ତି l ଦିନ ରାତି ସ୍ମୁକିଂ କରି ଛନ୍ତି, ତଥାପି ପାରି ନାହାନ୍ତି, ଶେଷ ରେ ବାଧ୍ୟ ହେଇ ସେ ଜାଗା ବଦଳାଇ ଭିନ୍ନ ଏକ ପରିବେଶ ରେ ଆସି ନିଜକୁ ଗୁଡ଼ାଏ କାମ ରେ ନିୟୋଜିତ କରି ଛନ୍ତି l ସେତେବେଳେ ସେ ଛାତ୍ର ଥିଲେ, ରୋଜଗାର ନ ଥିଲା ବୋଲି ସୋନା ର ବାପା ତାଙ୍କୁ ପସନ୍ଦ ନ କରି ଜଣେ ଆଇଏଏସ ସହ ତାଙ୍କର ବିବାହ କରାଇ ଛନ୍ତି l ସୋନା ଙ୍କୁ ସେ କେବେ ଦୋଷ ଦେଇ ନାହାନ୍ତି, ବରଂ ନିଜ ପ୍ରେମ କୁ ନେଇ ସେ ଗର୍ବିତ l ଆଜି ପୁଣି ସେ ଚିନ୍ତା ରେ ପଡି ଗଲେ l ଯେଉଁ ସୋନା ଙ୍କର ଖୁସି ପାଇଁ ସେ ଏତେ ବଡ଼ ତ୍ୟାଗ କରି ଛନ୍ତି, ସେ ଯଦି ଦୁଃଖ ପାଇବେ, ତେବେ ଧିକ ତାଙ୍କ ଭଲ ପାଇବା l 

  ସଙ୍ଗେ ସଙ୍ଗେ ଯୋଜନା ଆରମ୍ଭ କଲେ ଦେବ l ଦୁଇ ତିନି ଜଣ କ୍ଲୋଜ ଫ୍ରେଣ୍ଡ ମାନଙ୍କ ର ସହାୟତା ନେଲେ l ସୋନାଙ୍କ ହଜବ୍ୟlଣ୍ଡ ର କାର୍ଯ୍ୟ କ୍ଷେତ୍ର କୁ ଟାର୍ଗେଟ କରାଗଲା l ସେଠାକୁ ଯାଇ ସେମାନେ ଛଳେ ବଳେ କୌଶଳେ ତାଙ୍କ କାନ ଯାଏ ଏ କଥା ଟି ପହଞ୍ଚାଇଲେ "ଦେବ ଗୋଟାଏ ଛତରା ପିଲା ଟେ l ସେ ଜେ ଏନ ୟୁ ରେ ସୋନା କୁ ବହୁତ ହଇରାଣ କରୁ ଥାଏ l ବିଚାରି ସୋନା ମାଛି କୁ ମ'କହୁ ନ ଥିବା ଝିଅଟିଏ ଇତ୍ୟାଦି..... l "ସେ ବୁଝି ଯାଆନ୍ତି ତାଙ୍କ ନିଓଲି ମ୍ୟlରେଡ ୱାଇଫ ଖାଣ୍ଟି ସୁନା ଟିଏ ବୋଲି l ପୁଣି ସଜାଡି ଯାଏ ସେମାନଙ୍କ ବୈବାହିକ ଜୀବନ l କିଛି ଦିନ ପରେ ପୁଣି ସୋନା ର ଫୋନ ଆସେ ଦେବ ନିକଟ କୁ ସେ ଏବେ ଭାରି ଖୁସି ରେ ଅଛନ୍ତି l ଦୀର୍ଘଶ୍ୱାସ ଟିଏ ଛାଡି ଛନ୍ତି ଦେବ ବାବୁ l ସତେ ଅବା ସେ ତାଙ୍କର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି l ସମୟ ଗଡିଛି l ନିଜେ ବିବାହ କରିଛନ୍ତି ମା'ବାପା ଙ୍କ ପସନ୍ଦର ଝିଅଟିକୁ l ୟା ଭିତରେ ନିଜର ବି କୁନି ଝିଅଟିଏ ପାଞ୍ଚ ବର୍ଷର ହେଇ ସାରିଲାଣି l ତଥାପି ସେ ଭଙ୍ଗା ହୃଦୟର ଯନ୍ତ୍ରଣା ର କଷ୍ଟ ଏବେ ବି ମନ ରୁ ଲିଭିନି l

   ନିଜକୁ ପରିସ୍ଥିତିର ଆବଶ୍ୟକତା ଅନୁସାରେ ବଦଳାଇ ଚାଲିଛନ୍ତି l ମଦ, ସିଗାରେଟ ସବୁ ଢେର ପଛରେ ରହି ଯାଇଛନ୍ତି l କିନ୍ତୁ ଭୁଲି ପାରି ନାହାନ୍ତି ପ୍ରଥମ ଭଲ ପାଇବା ର ସେ ସ୍ମୃତି ସବୁକୁ l

  ସେଇ ଆଘାତ ତାଙ୍କର ସମସ୍ତ ଶକ୍ତିକୁ କ୍ଷୀଣ କରି ଚାଲିଛି l ସେ ହସିବା ଭୁଲି ଯାଇଛନ୍ତି l ମନେ ନାହିଁ ଶେଷ ଥର କେବେ ସେ ହସି ଥିଲେ ବୋଲି l ଖାଲି ସେତିକି ନୁହଁ ଉତ୍ତମ କର୍ମପନ୍ଥା ଚୟନ କରିବାରେ ସେ ସଫଳତା ପାଇନାହାନ୍ତି l ଘରେ, ବାହାରେ, ଶଶୁରଘରେ ଜଣେ ନିକମ୍ମା ର ପରିଚୟ ନେଇ ଚାଲୁ ଛନ୍ତି l କେଜାଣି କାହିଁକି ତାଙ୍କର ମନ ଆଜି ଯାଏ ଲାଗୁ ନାହଁ କେଉଁ କାମରେ l ଜୋର ଜବରଦସ୍ତ ରେ ବ୍ୟବସାୟ ଗୋଟିଏ କରୁଛନ୍ତି, ମାତ୍ର ସଫଳତା ଏବେ ବି ଦୂର ଆକାଶ ର ଜହ୍ନ l

   ବିଧିର ବିଧାନ ବଡ଼ ବିଚିତ୍ର l ସମୟ ସହିତ ଚାଲିବା ର ଚେଷ୍ଟା କରି ଚାଲିଛନ୍ତି ଦେବ ବାବୁ l ଏବେ କିନ୍ତୁ ନିଜ କୁନି ଝିଅର ମୁହଁ କୁ ଦେଖିବା ମାତ୍ରେ ତାଙ୍କ ହୃଦୟକୁ ଏକ ଶାନ୍ତ, ଶୀତଳ ଝଟକା ଲାଗୁଛି l ସେଇ ଝଟକା ରେ ପୁଣି ଯୋଡି ହେଇ ଯାଉଛି ଭଙ୍ଗା ହୃଦୟଟା, କେଜାଣି କେମିତି ଏକ ଅଦ୍ଭୁତ ଶକ୍ତି ସଂଚରିତ ହେଉଛି ତାଙ୍କ ଭିତରେ l ସେ ନିଜକୁ ପୁଣି ସଶକ୍ତ କରିବାକୁ ଚାହାଁନ୍ତି l ଖାଲି ସେତିକି ନୁହଁ ସେ ଜାଣି ପାରୁଛନ୍ତି ଯେ, ସେ ଚାହିଁଲେ ସବୁକିଛି ସମ୍ଭବ l ଯଦି ସୋନା ଙ୍କୁ ଖୁସି ଦେଇ ପାରିଲେ, ତାଙ୍କ ମା'ବାପା ଙ୍କୁ ଶାନ୍ତି ଦେଇ ପାରିଲେ, ତେବେ ଆଉ ନିଜକୁ କାହିଁକି କଷ୍ଟ ଦେବେ ! ଆଉ ଯେଉଁ କୋମଳ ହସଟି ତାଙ୍କୁ ଏବେ ପୁଣି ବଞ୍ଚିବାକୁ ପ୍ରେରଣା ଦେଉଛି, ସେ ହସକୁ ସୁରକ୍ଷିତ ରଖିବା, ସଶକ୍ତ କରିବା ତାଙ୍କର  

ପ୍ରଥମ କର୍ତ୍ତବ୍ୟ l ହଠାତ ଜଣେ ସାଙ୍ଗ ର ଡାକରେ ପ୍ରକୃତିସ୍ଥ ହେଲେ ଦେବ ବାବୁ, ଆଉ ଆରମ୍ଭ ହେଲା ତାଙ୍କର ବ୍ୟାପାର ସମ୍ପର୍କୀୟ ଚର୍ଚ୍ଚା l



Rate this content
Log in

Similar oriya story from Romance