Rashmita Panigrahi

Horror

3  

Rashmita Panigrahi

Horror

ଟାବଲେଟ

ଟାବଲେଟ

4 mins
48


 

    ମା..... l ମା...... l ଯେତେ ଜୋରରେ ଚିତ୍କାର କଲେ ବି ମା'କୁ ଶୁଭୁନି କାହିଁକି l ମା' କୁଆଡେ ଗଲେ ? ବାପା...... l ବାପା..... l ନା ସେମାନେ ଆଖପାଖରେ ନାହାନ୍ତି ବୋଧେ l ଏ କେଉଁ ଅଞ୍ଚଳ ! ମୁଁ କେଉଁଠି ଆସି ପହଂଚିଲି ଲୋ ମା'  ! ଏତେ ଲୋକ କିଏ କୁଆଡେ ଯାଉଛନ୍ତି କିଛି ବୁଝା ପଡୁନି ! କାହାକୁ ଡାକିଲେ ବି କେହି ମୋ ଭାଷା ବୁଝି ପାରୁ ନାହାନ୍ତି l ଯେମିତି ଭୟରେ କିଏ କୁଆଡେ ଦୌଡୁଛନ୍ତି, କାହାକୁ ବି ମୋ ଡାକ ଶୁଭୁନି l ଏ କଣ !

କି ଭୟାବହ ଦୃଶ୍ୟ !

     ଏଇ ଯେ ନଈ ଟିଏ l ତେବେ ନଈ ଏପଟ କୁ ମୁଁ ଆସିଲି କିପରି ! କଣ ପୋଲ ଉପର ଦେଇ, କାହିଁ ପୋଲ ତ ଦେଖା ଯାଉନି ! ମୋତେ ଏତେ ଭୟ ଲାଗୁଛି କାହିଁକି ? ମୁଁ ତ ପହଁରା ଶିଖିଚି, ନଈ ପହଁରି ପହଁରି ସେପାରିକୁ ଚାଲିଯିବି ମୋ ଘରକୁ l ବୋଧହୁଏ ମୋତେ ନିଦରେ ଚାଲିବା ରୋଗ ହେଇଯାଇଛି l ମୁଁ ତ ହଷ୍ଟେଲ ରୁ ଆଠ ଦିନ ହେଲା ଘରକୁ ଆସି ସାରିଛି l ମାମା ତ ମୋ ପାଖରେ ଶୋଇ ଥିଲେ, ତେବେ ଏ ଜଙ୍ଗଲ ଭିତରକୁ ଏକୁଟିଆ ମୁଁ ଆସିଲି କେମିତି ! ସେ ଲୋକମାନେ ସବୁ କୁଆଡେ ଚାଲି ଗଲେ !ନା... ନା... l ଯେତେ ଶୀଘ୍ର ସମ୍ଭବ ମୋତେ ଏ ନଈ ପହଁରି ପହଁରି ପାରି ହେବାକୁ ପଡିବ l ଓ ବୋଉ ଲୋ... l ଏ ନଈ ର ଜଳ ପୂରା ଫୁଟୁଚି ଲୋ... l ମୋ ପାଦ ଜଳି ଗଲା ଲୋ..  l ଓହୋ... l ୟେ ମୁଁ କଣ ଦେଖୁଚି.... ! ଏ ପାଣି ବି ମୋହରି ଆଡକୁ ମାଡି ଆସୁଛି l ନା.. ନା... ଆଉ ନୁହେଁ... l ମୋତେ ଗଛ ଉପରକୁ ଚଢି ଯିବାକୁ ପଡିବ l ଶୀଘ୍ର ଗଛ ଚଢି ଯାଇ, ଗୋଟିଏ ଡାଳ ଉପରେ ବସି ଗୋଡ଼ ଦୁଇଟା ତଳକୁ ଓହଳେଇ ଦେଲା ଜାଗା l ପାଦ ଦୁଇଟା ଗରମ ପାଣି ଲାଗି ଯେମିତି ଜଳୁଛି, ଥଣ୍ଡା ପବନ ବାଜି ଟିକିଏ ଆରାମ ପାଇବ ବୋଲି l ଓ ହୋ... l ବଞ୍ଚିଗଲା ମଣିଷ l ହାୟ ରେ... ୟେ ପୁଣି କଣ  ! ଗଛ ଟା ଯେ ମାଟି ଭିତରକୁ ପୋତି ହେଇ ଯାଉଛି l' ଆଜି ମୁଁ ମଲି'-ଚିତ୍କାର କରି ହପ କିନା ଡେଇଁଲା ଜାଗା ଗଛରୁ ତଳକୁ l ପୁଣି ଭାବିଲା ଏଇ କିଟିମିଟି ଅନ୍ଧାର ରେ କଣ କରିବ ସେ l 

      ଦେଖିଲା ଦୂରରୁ ମିଞ୍ଜି ମିଞ୍ଜି ଆଲୋକ ଟିଏ ଦେଖା ଯାଉଛି l ଏକ ନିଶ୍ୱାସ ରେ ଦୌଡ଼ିଲା ଜଗା l ଆଲୋକ ପାଖରେ ଯାଇ ଦେଖେ ବୁଢ଼ୀ ଲୋକଟିଏ ଚଣା ବିକୁଛି l ତା' ଚେହେରାଟା କେତେ ଭୟlନକ ଲାଗୁଛି ସତେ ! ଭାବିଲା, ପଇସା ତ ନାହିଁ, କିଣିବ କେମିତି l କେଜାଣି କିନ୍ତୁ ଭୋକ ଜୋରରେ ହେଉଥିଲା l ଚଣା ମାଗିବାରୁ ବୁଢ଼ୀ ମୁଣ୍ଡ ଟୁଙ୍ଗlରି ତା' ଆଡକୁ ଗୋଟିଏ ଶାଳପତ୍ର ଠୋଲା ରେ ଚଣା ବଢ଼ାଇଲା l ଜାଗା ହାତ ବଢ଼ାଇ ଚି କି ନାହିଁ ମା'ଲୋ.... ଚିତ୍କାର କରି ଦୌଡ଼ିଲା, କାରଣ ସେଇଟା ମଣିଷ ର ହାତ ନୁହଁ ଗୋଟିଏ ଘୋଡାର ଖୁରା ସଦୃଶ ଥିଲା l ସେଇ ଖୁରା ଭଳି ହାତଟି ବହୁତ ଲମ୍ବା ଥିଲା l ଡରରେ ଦୌଡ଼ି ଦୌଡ଼ି ଯାଇ ଜାଗା ପହଁଚିଲା ଗୋଟିଏ ପାହାଡ଼ ପାର୍ଶ୍ୱରେ l ଭାବିଲା ଏଇ ପାହାଡ଼ ପାଖରେ ଛପି ରହି ରାତି ଟା କଟାଇ ଦେବ l ସକାଳ ହେଲେ ଯାଇ ଘରକୁ ଯିବ, ଏଇଆ ଭାବି ଖଣ୍ଡିଏ ପଥର ଦେହକୁ ଆଉଜି ପଡିଲା l ହେଲେ ୟେ କଣ ! ତା ପିଠିକୁ ଲାଗି ଥିବା ପଥର ଖଣ୍ଡ ଟା ଘୁଞ୍ଚି ଘୁଞ୍ଚି ଯାଉଛି l ଆଶ୍ଚର୍ଯ୍ୟ ! ପାହାଡ଼ ଟା ଆଗକୁ ମାଡି ମାଡି ଚାଲୁଛି l ଜାଗା ଭୟରେ ଶିହରି ଉଠିଲା l ପାହାଡ଼ ଘୁଞ୍ଚି ଘୁଞ୍ଚି ଦୂରକୁ ଚାଲି ଗଲା, ସେ ସେଇଠି ଖୁଣ୍ଟ ଭଳି ଛିଡା ହେଇ ଥାଏ l ୟା ଭିତରେ ଲଟା ଟିଏ ତା ଦେହ ସାରା ଗୁଡେଇ ହେଇ ଗଲାଣି, ସେ ଜାଣି ପାରିନି l ଅନ୍ଧକାର ଭିତରେ ଦେହରେ କଣ ଜଡିଗଲାଣି ବୋଲି ହାତରେ ଧରିଲା ରୁ ସେଇଟା ଯେ ବିରାଟ ସାପ ପରି ଜଣା ଗଲା l ଭୟରେ ସେ ଥରିବାକୁ ଲାଗିଲା l ଭୟର ବି ଗୋଟିଏ ତାକତ ଥାଏ, ଏକା ନିଶ୍ୱlସରେ ସାପ କୁ ସେ ଦୂରକୁ ଫିଙ୍ଗି ଦେଲା l ଠିକ ଭୂତ କାହାଣୀ ର ହିରୋ ପରି l 

     ଏଥର ଜଗା ଚାହିଁଲା ଆକାଶ ଆଡେ l କାଳେ ଜହ୍ନ ଉଇଁ ଥିବ ଆଉ ସେ ଜଙ୍ଗଲ ଭିତରେ ସବୁ କିଛି ଅଳ୍ପ ଅଳ୍ପ ଦେଖି ପାରିବ l ହେଲେ ସେ କଣ ଦେଖୁଛି ! ଆକାଶ ସାରା ଜହ୍ନ, ତାରା ବଦଳରେ ବିକଟାଳ ହସ ହସୁ ଥିବା ଅନେକ ବିକୃତ ମୁହଁ, ଆଉ ମନେ ହେଉଛି ସମସ୍ତେ ଦ୍ରୁତ ବେଗରେ ମାଡି ଆସୁଛନ୍ତି ଜଗା ଆଡକୁ l ଏଥର ଜଗା ଦୌଡ଼ିବା ଆରମ୍ଭ କଲା l ଘନ ଅନ୍ଧକାରକୁ ଖାତିର ନ କରି ଜଗା ଦୌଡୁଛି ଆଗକୁ, ଆହୁରି ଆଗକୁ l ବିକଟାଳ ହସ ହସୁ ଥିବା ମୁହଁ ଗୁଡିକ ଚତୁର୍ଦ୍ଦିଗରୁ ଜଗାକୁ ଘେରିବାର ପ୍ରୟାସ କରୁଛନ୍ତି l 

      ଦୌଡୁ ଦୌଡୁ ଜଗା ପଚାରୁଛି ତୁମେମାନେ କାହିଁକି ଏମିତି ହସୁଛ ? ଆହୁରି ଜୋରରେ ହସି ଛନ୍ତି ସେମାନେ l ଜଣେ କହିଲା, "ଆମେ ବି ଦିନେ ତୋ ଭଳି ଶାନ୍ତି ରେ ପରିବାର ସହ ରହୁଥିଲୁ l ତୋ ଭଳି ନିଜ ଇଚ୍ଛାରେ ଘରୁ ବାହାରି ଚାଲି ଆସିଲୁ ଯେ ଆଉ ଫେରିନୁ କି କେବେ ଫେରିବାର ସମ୍ଭାବନା ନାହିଁ l ଆଜି ତୋ ପାଳି l ତୋତେ ବି ଆମ ସହ ନେଇ ଯିବୁ "-ଏତକ କହି ଆହୁରି ଜୋରରେ ହସି ଉଠିଲେ ସମସ୍ତେ l ଆଉ ଜଣେ କହି ଉଠିଲା, "ଏଇ ଦେଖ ମୋ ଦେହର ଦାଗ କୁ l ମୋତେ କେମିତି ଗୁଳି କରି ମାରି ଦିଆଯାଇଛି l"ଆଉ ଜଣେ କିଛି କହିବାକୁ ଯାଉଥିଲା, ଜଗା ଧଡ଼ପଡ ହେଇ ଉଠି ବସିଲା କାହାର ଡାକରେ l

    ୟେ କଣ ! ସେ ତ ତା'ନିଜ ଘରେ l ମା' ପାଖରେ ବିଛଣା ରେ ବସିଛି ! ସାରା ଦେହରୁ ଝାଳ ଗମ ଗମ ହେଇ ବୋହି ଯାଉଛି l ମା' ପଚାରିଲେ କଣ ହେଲା କିରେ ବିଧାନ ମୋ ପାଖକୁ ଉଠି ଆସିଲେ।ମୋତେ ଜାବୁଡି ଧରି କାନ୍ଦି ପକାଇଲେ।ମୋତେ କ୍ଷମା କରିଦିଅ ବିଧି। ଏମିତି ଶୋଇକି ନିଦରେ ବାଉଳେଇ ହେଉଥିଲୁ, ଦେହଟା ଥରି ଯାଉଥିଲା l ଦେଖି ଏସିଡ ହେଇ ଗଲା କି ! ପାଣି ଗ୍ଲାସ ଟେ ଦେଉଛି ପିଇ ଦେଲୁ l ରାତି ପାହିବାକୁ ଆହୁରି ଢେର ସମୟ ବାକି ଅଛି l ମୁଁ ପଙ୍ଖା ଟାର ସ୍ପିଡ଼ ବଢ଼େଇ ଦେଉଛି, ତ ମୁଣ୍ଡରେ ହାତ ବୁଲେଇ ଦେଉଛି ତୁ ଶୋଇପଡ l ଦେଖେ ଆଉ ଯଦି ଝାଳ ବୋହିବ ତେବେ ଏସିଡ ଟାବଲେଟ ଖାଇବାକୁ ଦେବି l ମା'କୁ ଜାବୁଡି ଧରି ଜଗା କହିଲା ନାଇ ମାମା, ମୁଁ ଠିକ ଅଛି l ସ୍ବପ୍ନରେ ଭୟଙ୍କର କାହାଣୀ ଟିଏ ଦେଖି ଡରି ଯାଇ ଥିଲି l ଏବେ ଆଉ କିଛି ଟାବଲେଟ ଦରକାର ନାହିଁ l 

     


Rate this content
Log in

Similar oriya story from Horror