Rashmita Panigrahi

Tragedy

3  

Rashmita Panigrahi

Tragedy

ନିଷ୍ଠୁର ସମୟ

ନିଷ୍ଠୁର ସମୟ

6 mins
237



-ହେଇଟି ଶୁଣୁଛ.. ।

--କଣ କୁହ ।

--ମୋର ଟିକିଏ ନାଲି ଚା ପିଇବାକୁ ଇଚ୍ଛା ହେଉଛି ।

---ତୁମେ କଣ ଜାଣିନ ନାଲି ଚା ମୋର ପସନ୍ଦ ନୁହଁ ବୋଲି !

--କଥା କଣ କି କ୍ଷୀରଟା ଭାତ ରେ ଗୋଳେଇ ପୁଅକୁ ଖୁଆଇ ଦେଇଛି, ଯାହା ଟିକିଏ ଅଛି ରାତିରେ ରୁଟି ଖଣ୍ଡେ ଭିଜେଇ କି ନ ଦେଲେ ସେ ଖାଇବନି ।

--ଅ।ଚ୍ଛା ହେଉ । ଏମିତି ରେ ବି  କରୋନା ଲାଗି ଅଦା ଚା ଭଲ ।

--ବୁଝିଲ ଅଦା ଠୁ ତେଜପତ୍ର ରେ ବେଶୀ ଭଲ ଲାଗିବ । ମୁଁ ବନେଇ ସାରେ, ପିଇଲେ ଜାଣିବ ।

--ଯାହା ତୁମକୁ ଭଲ ଲାଗୁଛି କର ।


   ଡ୍ରଇଂ ରୁମ ରେ ଟିଭି ରେ ଚ।ନେଲ ଚେଞ୍ଜ କରୁଥାନ୍ତି ଭଲ ପ୍ରୋଗ୍ରାମ ଟିଏ ପାଇବା ଲାଗି । ଫ୍ରି ରେ କି ଚ।ନେଲ ବା ମିଳିବ । ଶେଷରେ ଓଟିଭି ନିଉଜ ପାଖରେ ରହିଯାଆନ୍ତି ଡକ୍ଟର ମନୀଷ ମିଶ୍ର ଆଖି ବିଶେଷଜ୍ଞ । ଚା କପ ସହ ଚୁଡା ଭଜା ଟିକିଏ ଧରି ଆସିଲେ ମିସେସ ମିଶ୍ର ଆଉ ଗୋଟାଏ କପ ବଢ଼ାଇ ଦେଲେ ସ୍ଵାମୀଙ୍କ ହାତକୁ ।


     ଯଦିଓ ମନୀଷ ଚୁଡା ଭଜା ଖାଇବାକୁ ଭଲ ପାଆନ୍ତିନି, ସେଥିରେ ପୁଣି ବାଦାମ, କି ମିକ୍ସଚର କିଛି ବି ମିଶି ନାହିଁ, କେବଳ ଟିକିଏ ଭୃଷଙ୍ଗ ପତ୍ର ଓ ଜିରାର ଛୁଙ୍କ ପଡିଛି । ତଥାପି ବିନା ପ୍ରତିବାଦ ରେ ଚୁପଚାପ ଖାଇଛନ୍ତି । ମନ ଭ।ରାକ୍ରାନ୍ତ, ପତ୍ନୀ ଙ୍କ ମୁହଁ କୁ ଚାହିଁ ଦେଖନ୍ତି ତ, ତାଙ୍କର ସେ ଚନ୍ଦ୍ର ବଦନ ସତେ ଯେମିତି ମଉଳି ଆସୁଛି । ତିନି ବର୍ଷ ର ପୁଅଟା ମୋବାଇଲ ଧରି ଖେଳ ରେ ମାତିଛି । ମିସେସ ମିଶ୍ର କହୁଛନ୍ତି, 

--ଆଜି ସକାଳେ ଘରଵାଲା ମଉସା ଆସି ତୁମକୁ ଖୋଜୁଥିଲେ ।

--ହଁ ଜାଣେ, ମୋତେ ଫୋନ କରିଥିଲେ ।

--ଘର ଭଡା କଥା କହୁ ଥିଲେ ଟି ? 

--ହଁ ତିନି ମାସ ର ଭଡା ବାକି ହେଇ ଗଲାଣି ।

--ଦେଇ ଦେଉନ !

--କେମିତି ଦେଇ ପାରିବି ? କ୍ଲିନିକ କୁ କେହି ପେସେଣ୍ଟ ଆସୁନାହାନ୍ତି ହେ । ଜଣେ ଦୁଇଜଣ ଯଦି ବି କେହି ଆସୁଛନ୍ତି ସେତିକି ଆମ ଖାଇବା ଖର୍ଚ୍ଚ କୁ ନିଅଣ୍ଟ ।

--କଣ କରିବା ଭାବୁଛ ? 

--ମହାପାତ୍ର ବାବୁଙ୍କ ଘରେ ମାସକୁ ସାତ ହଜାର ଟଙ୍କା ଭଡା ଦେଉଥିଲେ ବୋଲି 

ସେଇଟା କୁ ଛାଡି ଦୁଇ ହଜାର ଟଙ୍କା ରେ ଏଇ ଛୋଟ ଘରକୁ ଚାଲି ଆସିଲେ । ହେଲେ ଦିନୁ ଦିନ ସ୍ଥିତି ଏମିତି ହେଉଛି ଯେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି ।


--ଆଜି ଗୋଟିଏ ପେସେଣ୍ଟ ଆସି ଥିଲା ଯେ ତା'ର କରୋନା ପଜିଟିଭ ଆସିଛି ଆଉ ମୋ କ୍ଲିନିକ କୁ ସିଲ କରିଦିଆ ଯାଇଛି । 

---ଏବେ ଆମେ କଣ କରି ପାରିବ। ? 

--କିଛି ବୁଦ୍ଧି ବାଟ ଦେଖାଯାଉନି ।

--ଏ ସ୍ଥିତି କେତେଦିନ ରହିବ ଭାବୁଛ ? 

--ଯେତେଦିନ ଯାଏ କରୋନା ଟୀକା ନ ଆସିଛି ।

--ଟୀକା ଆସୁ ଆସୁ କେତେ ସମୟ ଲାଗିପାରେ ? 

--କିଛି କହିହେବନି । ଅତି କମ ରେ ବର୍ଷେ ରୁ ଅଧିକ ।

--ଏଥର ଡାଲି ଯେଉଁ ଆଣିଛ ପୋକରା ଲାଗୁଛି ହେ । ଚାଉଳ କଥା ତ ନ କହିବା ଭଲ ।

--ଏସବୁ ଖୁଚୁରା ଦୋକାନ ରୁ କିଣିଛି । ଖାଲି ଆକାଉଣ୍ଟ ରେ ରିଲାୟାନ୍ସ କୁ ଯିବାକୁ ଇଚ୍ଛା ହେଉନି ।

---ଆମେ ଯଦି ଠିକରେ ଖିଆପିଆ ନ କରିବା ତେବେ କରୋନା ସହ ଲଢ଼ିବା କେମିତି !

--ଭାବୁଛି କିଛିଦିନ ଲାଗି ଗାଁକୁ ଚାଲିଯିବା    

--ବାବା ବୋଉ ଙ୍କ ପାଖକୁ ? 

--ହଁ ।

--ସେଠି ଗଲେ ଚଳିବ। କେମିତି  !

--ଗାଁ ରେ ଜମିବାଡ଼ି ତ ରହିଛି । ଭାଗ ଚାଷୀ ମାନେ ଧାନ, ମୁଗ, ବିରି, ବାଦାମ ସବୁ ଘରେ ଆଣି ଦେଇ ଯାଆନ୍ତି । କିଛି ନହେଲେ ଉପବାସ ରେ ତ ରହିବାନି କିମ୍ବା ଘରଵାଲା ମଉସା ଙ୍କୁ ଦେଖି ଆଉ ବାହାନା କରିବାକୁ ପଡ଼ିବନି ।


--ପୁଅକୁ ଡାକ୍ତର କରିଥିଲେ କଣ ଏଇ ଦିନ ଦେଖିବେ ବୋଲି ? 

--ପରିସ୍ଥିତି କୁ ସେମାନେ ବୁଝିବେ ଏ ବିଶ୍ୱାସ ମୋର ଅଛି ।

--ପୁଅ ନାଁ ରେ କିଛି ସଂଚୟ କରିଥିଲି । ଆଜିଯାଏଁ ସେଥିରେ ହାତ ମାରି ନ ଥିଲି । ଆସନ୍ତା କାଲି ସେଇ ତକ ଉଠେଇ ଆଣି ଯାହାର ଯେତେ ବାକି ଅଛି ଶୁଝି ଦେଇ ଆମେ ଗାଁକୁ ଚାଲିଯିବା ।

----ଏମିତି ଦୁର୍ଦ୍ଦିନ ଆସିବ ବୋଲି କେବେ ସ୍ବପ୍ନରେ ବି ଭାବି ନ ଥିଲି !

--ବ୍ୟସ୍ତ ହୁଅନି । ପରିସ୍ଥିତି ସୁଧୁରିବା ଯାଏଁ 

ଆମକୁ ସଂଘର୍ଷ କରିବାକୁ ହେବ ।

---ସେ ଧୂଳିମାଟି.., ସେ ଗାଉଁଲିଆ କଥା କେଜାଣି କେମିତି ବରଦାସ୍ତ କରିହେବ  !

---ଆମେ ନିରୁପାୟ । 


   ମନ ରେ ପ୍ରଶ୍ନର ପାହାଡ । ଗୋଟି ପରେ ଗୋଟି ର ଉତ୍ତର ଖୋଜୁଥାନ୍ତି ମିସେସ ମିଶ୍ର । କେତେ ସ୍ବପ୍ନ ନେଇ ବାହା ହେଇ ଥିଲେ ଡାକ୍ତର ବରକୁ । ଯଦି ଓ ବାପା ଭାଇ ଙ୍କ ପାଖରେ ସେମାନେ ଭଲରେ ରହି ପାରିବେ, ହେଲେ, ଏହା ତ ଅଶୋଭନୀୟ । ତା ଛଡା ମନୀଷ ଯେପରି ସ୍ୱାଭିମାନୀ ଆଜି ଯାଏଁ ଥରେ ବି ମୁହଁ ଖୋଲି କହି ନାହାନ୍ତି କି, ତାଙ୍କୁ ବି କହିବାକୁ ଦେଇ ନାହାନ୍ତି, ସେମାନଙ୍କ ଦୁର।ବସ୍ଥା ସମ୍ପର୍କ ରେ । କରୋନା ଏମିତି ବିକଟାଳ ରୂପ ଧାରଣ କରିଛି ଯେ, ଏ ସମୟ ରେ ସେ ସ୍ୱାମୀଙ୍କୁ କିଛି ବି ବାଧ୍ୟ କରି ପାରିବେନି । କାରଣ ସେ ନିଜେ ଦେଖିଛନ୍ତି କେମିତି ଏଇ ପ୍ରକାର ଆର୍ଥିକ ସମସ୍ୟାକୁ ସାମ୍ନା କରି ନ ପାରି ୟାଙ୍କର ସାଙ୍ଗ ସୁବ୍ରତ ବାବୁ ଓ ତାଙ୍କ ପତ୍ନୀ କନିଜ ନିଜ ଭିତରେ ଝଗଡା ଲାଗି ଲାଗି ଶେଷରେ ନିଜକୁ ନିଜେ ଫାଶୀ ଲଗେଇ ଦେଇଥିଲେ ।


    ତାୱା ରେ ରୁଟି ଫୁଲି ଉଠୁଥାଏ ଆଉ ମିସେସ ମିଶ୍ରଙ୍କ ମନ ରେ ଆତ୍ମବିଶ୍ୱାସ ର ସ୍ତର ବଢ଼ି ଉଠେ । ପତନ ରୁ ଉଦ୍ଧ।ର କରି ପାରନ୍ତି ବୋଲି ନାରୀ କୁ ପତ୍ନୀ ରୂପ ମିଳିଛି । ଯେତେ କଷ୍ଟ ହେଉ ପଛକେ ସେ ନିଜ ସ୍ଵାମୀଙ୍କୁ ସମର୍ଥନ କରିବେ, ସହଯୋଗ କରିବେ । ଆଜି କିନ୍ତୁ ରୁଟି ସହ ପରଶିବା ଲାଗି କିଛି ବି ନାହିଁ ରୋଷଇ ଘରେ । ଦୁଇ ତିନି ଟା ଆଳୁ ପିଆଜକୁ ଛାଡି ଦେଲେ ପରିବା ଡାଲ। ପୂରା ଖାଲି । ଶୁଖିଲା ରୁଟି ନିଜ ଜୀବନ କାଳ ରେ କେବେ ଖାଇଥିବା ତାଙ୍କର ମନେ ପଡୁନି । ତଥାପି ଭାଙ୍ଗି ପଡି ନାହାନ୍ତି ମିସେସ ମିଶ୍ର । ଟିକିଏ ଭଜା ଆଳୁ ଓ କଟା ପିଆଜ ସହିତ ସ୍ୱାମୀ ସ୍ତ୍ରୀ ଖୁସି ରେ ରୁଟି ଖାଇ ଶୋଇଛନ୍ତି ।


    ତହିଁ ପରଦିନ ବାକି ସବୁ ଶୁଝିଦେବା ସହିତ ଘର ଓ କ୍ଲିନିକ ବି ଛାଡି ଦେଇଛନ୍ତି । ପାଖରେ ରହିଛି ତ କେବଳ ବାହାଘର ସମୟ ରେ ଶଶୂର ଦେଇଥିବା କ।ର ଖଣ୍ଡିକ । ଗାଁ ରେ ପହଁଚୁ ପହଁଚୁ ଚ।ଳ ବାଜେ ମୁଣ୍ଡରେ । ବାବାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ବାବା ହୋମ କ୍ଵ।ରେଣ୍ଟିନ ରେ ରହି ଟ୍ରିଟମେଣ୍ଟ ନେଇଛନ୍ତି । କନଟେନମେଣ୍ଟ ଜୋନ ରୁ ଯାଇଥିବାରୁ ଏମାନେ ବି କ୍ଵ।ରେଣ୍ଟିନ ରେ ଚଉଦ ଦିନ । ଏକା ବୋଉ ଅଛନ୍ତି, ବୟସ ପାଖାପାଖି ସତୁରି । ଏତେ ଜଣଙ୍କ ଲାଗି ଖାଇବା ପିଇବା ର ବ୍ୟବସ୍ଥା ସେ ଏକା କରିବେ । ପାଖପଡୋଶୀ କେହି ମୁହଁକୁ ଚାହୁଁ ନାହାନ୍ତି । ଗାଁ ସ୍କୁଲ ରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ବି ସରକାର ବନ୍ଦ କରି ଦେଇଛନ୍ତି । ଦିନେ ଯେଉଁଠି ପିଲାମାନେ କ।ର ପଛରେ ଗୋଡେଇ ଗୋଡେଇ ଚହଳ ପକେଇ ଦେଉ ଥିଲେ ମନୀଷ ଭାଇ ଆସିଲେଣି ବୋଲି ଆଜି ଆସିଲା ବେଳକୁ ଗାଁ ଦାଣ୍ଡ ପୂରା ଶୁନଶାନ୍ । ଯଦିଓ ବାଡ଼ି ରେ ପରିବା, ଗଡିଆ ରେ ମାଛ ସବୁ ଭର୍ତ୍ତି ରହିଛି ତଥାପି ଏ କ୍ଵ।ରେଣ୍ଟିନ ଭାରି କଷ୍ଟ ଦାୟକ ମନେ ହେଇଛି ।


    ବାବାଙ୍କ ର ଦ୍ଵିତୀୟ ଥର ଟେଷ୍ଟ ବେଳକୁ ବୋଉ ବି ପଜିଟିଭ । ବିଚରା ବାବା ଟିକିଏ ଭଲ ହେଇଯାଉଥିଲେ, ବୋଉ ର ପଜିଟିଭ ଶୁଣି ତାଙ୍କର ହାର୍ଟ ଆଟାକ ହେଇଯାଏ । ବାବା ସବୁଦିନ ଲାଗି ଆଖି ବୁଜିଦିଅନ୍ତି । ବୋଉଙ୍କୁ ଘରେ ରଖିବା ଆଉ ସୁରକ୍ଷିତ ମନେ ହୁଏନି । ସେ ବି ହସ୍ପିଟାଲ ଯିବାକୁ ଅମଙ୍ଗ ହୁଅନ୍ତି ।  କେତେ ବୁଝାଶୁଝା କରି ବୋଉ ଙ୍କୁ କୋଭିଡ ହସ୍ପିଟାଲ ନେଇଛନ୍ତି । ବୟସ ଅଧିକ ପୁଣି ଡାଇବେଟିସ ଥିବାରୁ ବୋଉଙ୍କୁ ବଞ୍ଚେଇବା ସମ୍ଭବ ହେଇନାହିଁ ।


    ଗାଁ ର ସେ ବିରାଟ କୋଠା ଏବେ 

ଭୂତକୋଠି ଭଳି ମନେ ହେଇଛି । ଘର ଭିତରକୁ ପଶିବାକୁ ଡର ଲାଗିଛି । ଏକ ଭୟଙ୍କର ବାତାବରଣ ସୃଷ୍ଟି ହେଇଛି । ଗାଁ ଲୋକେ କିଏ କଣ ଟୁପୁର ଟାପୁର ହେଲେ ବି କିଛି ଜଣା ପଡୁନି । ସତେ ଅବା ମୁହଁରେ ମାସ୍କ ଦେଉ ନାହାନ୍ତି ଯେ 

ପଛରେ ପରଚର୍ଚ୍ଚା କରିବା ବି ଛାଡି ଦେଇଛନ୍ତି । ସମସ୍ତଙ୍କୁ ଏକ ଅଜଣା ଭୟ ଗ୍ରାସ କରିଛି । ୟା ରି ଭିତରେ ସମୟ ଆଗେଇ ଚାଲିଛି ।


     ଦୁଇ ତିନି ଦିନ ଯାଇଛି କି ନାହିଁ ମନୀଷ ବାବୁ ଙ୍କୁ ଭୀଷଣ ଜ୍ୱର । ଟେଷ୍ଟ ରିପୋର୍ଟ ଏକା ଥରେ ତିନି ଜଣ ଯାକ ପଜିଟିଭ । ଵିଧି ର କି ବିଚିତ୍ର ବିଡମ୍ବନା ! କୋଭିଡ ହସ୍ପିଟାଲ ରେ ବୋଉ ଥିବା ସମୟ ରେ କେତେ କଥା କହିଛନ୍ତି । କେମିତି ତାଙ୍କ ବେଡକୁ ଲାଗି ଶବଟିଏ ଦୁଇ ଦିନ ଧରି ପଡି ରହିଥିଲା, କେମିତି ବୋଉ ଭୋକ ବେଳେ ଠିକରେ ଖାଇବାକୁ ପାଇ ନ ଥିଲେ, ଏମିତି କି ତାଙ୍କୁ ଡାଇବେଟିସ ମେଡ଼ିସିନ ବି ଦିଆ ଯାଇନି । ଅଭିଯୋଗ କରିବା ବେଳକୁ ସବୁ ସରିଯାଇ ଥିଲା । ମିସେସ ମିଶ୍ର ପୁଣି ଡେଲି ଇନସୁଲିନ ନିଅନ୍ତି । ମନ କହିଲାନି ହସ୍ପିଟାଲ ଯାଇ ଟ୍ରିଟମେଣ୍ଟ ନେବାକୁ । ହସ୍ପିଟାଲ ଭିତର ର ଭୟଙ୍କର ସ୍ଥିତି ତାଙ୍କୁ ଆହୁରି ଦୁର୍ବଳ କରିଦେବ, ତେଣୁ ନିଜେ ଫୋନ ଦ୍ୱାରା ଡ଼କ୍ଟରଙ୍କୁ ପରାମର୍ଶ କରି ଘରେ ରହି ଚିକିତ୍ସା ନେଇଛନ୍ତି । ଜ୍ୱର କମିଯାଇଛି, ଶରୀର ରେ ଦୁର୍ବଳତା ରହିଛି । ହଠାତ ଲଘୁଚାପ ବର୍ଷା ଆସେ ଦୁଇ ତିନି ଦିନ ଧରି ଲଗାତର ଢାଳି ଚାଲେ । ଏପଟେ କେମିତି ପୁଣି ଜ୍ୱର ଲେଉଟି ଆସେ, ମିସେସ ମିଶ୍ର ଅଣନିଶ୍ୱାସୀ ହେଇ ଚିର ଦିନ ଲାଗି ଆଖି ବୁଜି ଦିଅନ୍ତି । ମନୀଷ ଏବେ ଆହୁରି ଅସହାୟ ହେଇ ପଡନ୍ତି । ଦେହ ହାତ ଥରିବାକୁ ଲାଗେ । କିଛି ବୁଦ୍ଧିବାଟ ଦିଶେ ନାହିଁ । ଖୁବ କଷ୍ଟରେ ଡାକ୍ତର ଙ୍କୁ ଫୋନ କରନ୍ତେ ନୋ ନେଟୱର୍କ ପ୍ରୋବ୍ଲେମ । କିଛି କ୍ଷଣରେ ଛାତିରେ ଭୀଷଣ ଯନ୍ତ୍ରଣା ଆଉ ଛାଟିପିଟି ହେଇ ପ୍ରାଣ ବାହାରି ଯାଏ ।


     କୁନି ପୁଅଟି କଣ ବୁଝେ କେଜାଣି ଖୁବ ଜୋରରେ କାନ୍ଦିବା ଆରମ୍ଭ କରେ । ଥରେ ବାପାକୁ ଡାକେ ଥରେ ମାମା କୁ ହାତ ଧରି ଟାଣେ । ମାମା ନ ଶୁଣିଲେ ଉପରେ ଶୋଇଯାଇ କାନ୍ଦେ । କି ବିକଳ ସେ କ୍ରନ୍ଦନ ର ସ୍ୱର ! ଶୁଣିବା ଲୋକର ଛାତି ଥରି ଉଠିଚି, ଦେଖିବା ଲୋକ ର ଦେହ ପଥର ହେଇଯାଇଛି । ଗେଟ ଭିତର କୁ ପଶିବାକୁ କାହାରି ସାହସ

 ପାଇନି । ଲୋକେ କୋଭିଡ ହେଲ୍ପ

 ଲାଇନ ରେ ଖବର ଦିଅନ୍ତି । ପାଖ ପୋଲିସ ଷ୍ଟେସନ, ନିକଟସ୍ଥ ପିଏଚସି ସବୁଠି ଷ୍ଟାଫ ସଂଖ୍ୟା କମ, ସବୁ ସଂକ୍ରମିତ । ଆସିବ ତ ସାହାଯ୍ୟ ପାଇଁ କିଏ ଆସିବ ! କିଛି ଘଣ୍ଟା ପର୍ଯ୍ୟନ୍ତ ପିଲା ଟିର କ୍ରନ୍ଦନ ରେ ଆକାଶ, ପାଣି, ପବନ, ଦୋହଲି ଉଠିଛି, ମାଟି ମା'ର ହୃଦୟ ଫାଟି ଯାଇଛି । ଆମ୍ବୁଲାନ୍ସ ଟିଏ ଆସିଛି । ତାପରେ କେହି ଆଉ ସେ ପିଲାର କାନ୍ଦ ଶୁଣି ନାହାନ୍ତି । ହାୟ ରେ ନିଷ୍ଠୁର ସମୟ ।

ସୃଷ୍ଟି ର ଶ୍ରେଷ୍ଠ ଜୀବ ମଣିଷ ର ଆଜି ୟେ କି ଦୁର୍ଦ୍ଦଶା !


Rate this content
Log in

Similar oriya story from Tragedy