Dr Rashmita Panigrahi

Tragedy

3  

Dr Rashmita Panigrahi

Tragedy

ସ୍ଵର୍ଗ ଦ୍ଵାର

ସ୍ଵର୍ଗ ଦ୍ଵାର

4 mins
54



     ଲନରେ ବସି ମର୍ଣ୍ଣି ର ଗ୍ରୀନ ଟି ନେଉ ଥାନ୍ତି ମିଷ୍ଟର ଦେବାଶିଷ ରାୟ l ମନ ଟା ଭାରlକ୍ରାନ୍ତ l ଜୀବନ ସାରା ଏଇ ମୁହୂର୍ତ୍ତ ଟା ତାଙ୍କର ସୁଖକର ଥିଲା l କିଛି ରାସ୍ତା ଚାଲି କରି ଆସିଲେ ଦିନଟା ଯାକ ଫ୍ରେଶ ଲାଗେ l ହେଲେ ଏଇ କୋଭିଡ-19 ର କଟକଣା କାରଣ ରୁ ସେ ଆଉ ବାହାରକୁ ଯାଉ ନାହାନ୍ତି l ନିଜର ତଥା ପରିବାର ର ସୁରକ୍ଷା ବି ତ ଏକ ଦାୟିତ୍ୱ l ତା ଛଡା ଏ ମାରାତ୍ମକ ଭୂତlଣୁ ର ବାହକ ହେବାକୁ ସେ ଚାହାଁନ୍ତି ନି l ତେଣୁ ଘର ବଗିଚା ହିଁ ଏବେ ତାଙ୍କ ପାର୍କ l ଏଇଠି କିଛି ଏକସରସାଇଜ କରନ୍ତି, ଆଉ ତା'ପରେ ଦେହ ଓ ମନ ଟିକିଏ ହାଲକା ଲାଗେ l ହଠାତ ପାଖରେ ଆସି କିଏ ଜଣେ ବସିବାର ଅନୁଭବ ହେଲା ତାଙ୍କୁ, ବୁଲି ଦେଖନ୍ତି ତ ତାଙ୍କ କଲୋନୀ ର ମହାପାତ୍ର ବାବୁ ଙ୍କ ପୁଅ ଓମ ଆସି ବସିଲା ଆଉ ଗୁଡ଼ମର୍ଣ୍ଣି ଅଙ୍କଲ କହିଲା l 

-"-ଓମ ତୁମେ କଣ ଏଠି ? " ଆଶ୍ଚର୍ଯ୍ୟ ହେଇ ପଚାରିଲେ ରାୟ ବାବୁ l

--ତୁମେ ପରା ଆମେରିକା ରେ ରହୁଛ !

--ହଁ ଅଙ୍କଲ l ମୁଁ ଇଣ୍ଡିଆ ଆସିଛି l ଜେଜେ ମା' ର ଦେହ ଭଲ ନ ଥିଲା ତ, ମନ ଟା ଗୋଳେଇ ଘାଣ୍ଟି ହେଉଥିଲା l ରହି ପାରିଲିନି, ଚାଲି ଆସିଲି l

--ଭଲ କଥା l 

--ଆଉ ତୁମ ସ୍ତ୍ରୀ ରିମା ର ଖବର କ'ଣ ? 

ସେ କଣ ତୁମ ସହ ଆସିଛନ୍ତି ? 

-- ନାଇ ଅଙ୍କଲ ମୁଁ ଏକା ଆସିଛି l

--ଶୁଣିଛି ତୁମ ଜେଜେମା" ଙ୍କର ଶେଷ ସମୟ ପାଖେଇ ଆସିଲାଣି l ତାଛଡା ତୁମକୁ ସେ କାଳେ ସବୁବେଳେ ଖୋଜୁଛନ୍ତି ବୋଲି l 

--ହଁ ଅଙ୍କଲ ମୁଁ ଜାଣେ l ମୁଁ ହିଁ ଏକମାତ୍ର ମୋ ଜେଜେମା' ର ଜୀବନ ନାଟିକା l କେବଳ ମୋର ଖୁସି ପାଇଁ ମୋତେ ଆମେରିକା ଛାଡିଥିଲା ସେ l ଅନ୍ୟଥା ମୋତେ ଛାଡି ରହିବା ତା'ପାଇଁ ଭାରି କଷ୍ଟ ଦାୟକ l ପିଲାବେଳୁ ତା'ର ଗୋଟିଏ କଥା ତାକୁ "ମୁଁ ନିଆଁ ଦେବି l" ଦୁଇ ବର୍ଷ ତଳେ ଜେଜେବାପା ଚାଲିଗଲେ l ତାଙ୍କର ଦାହ ସଂସ୍କାର ସ୍ୱର୍ଗ ଦ୍ୱାର ରେ କରାଯାଇଥିଲା l ଜେଜେମା' ର ଇଚ୍ଛା ସେ ବି ସେଇଠିକି ଯିବ l ଶରୀର ରେ କଷ୍ଟ ସାଙ୍ଗକୁ ମନ ର ଯନ୍ତ୍ରଣା ସେ ଆଉ ସହ୍ୟ କରି ପାରିନି l ମୁଁ ଆସି ପହଂଚିବା ଆଗରୁ ସେ ଇହଧାମ ତ୍ୟାଗ କରିଛି l ମାମା -ବାବା ବି କୋଭିଡ

ହସ୍ପିଟାଲ ରେ ଚିକିତ୍ସା ନେଉଛନ୍ତି l ବାବା ଙ୍କର ହାଇ ବ୍ଲଡ଼ପ୍ରେସର ସାଙ୍ଗକୁ ଡାଇବେଟିସ, ମାମା ଙ୍କର ବି ହାର୍ଟ ପ୍ରୋବ୍ଲେମ ସାଙ୍ଗକୁ କରୋନା ସିଭିୟର ଷ୍ଟେଜ l ମୁଁ ଏକା କେମିତି କଣ କରିବି ଜାଣି ପାରୁନି l ଟିକିଏ ମୋତେ ସାହାଯ୍ୟ କରନ୍ତୁ ମୋ ଜେଜେ ମା'ର ଦାହ ସଂସ୍କାର ରେ l ଏତକ ଅନୁରୋଧ କରି ବିଦାୟ ନେଇଛି ଓମ l ରାୟ ବାବୁ ତରତର ହେଇ ଯିବାକୁ ବାହାରିଛନ୍ତି, ହେଲେ ମିସେସ ରାୟ ବାଟ ଓଗାଳି ଛିଡା ହେଇ ଗଲେ l

-- ସବୁକଥା ଶୁଣି ସାରିବା ପରେ ପଚାରିଲେ ତୁମେ କଣ ସତରେ ଯିବ ଭାବୁଛ ? 

--ହଁ l

--ତୁମକୁ ଡର ଲାଗୁନି ? 

--ମାନବିକତା ବୋଲି କିଛି ଅଛି କି ନାହିଁ !

--ତେବେ ଦୁଇଜଣ ଯାକ ଯିବା l 

--ଭଲ କଥା, ଆସ l

  ମହାପାତ୍ର ବାବୁ ଙ୍କ ଗେଟ ଭିତର କୁ ପଶିଲା ବେଳକୁ ଦେଖନ୍ତି ତ ପାଚେରୀ ସେ ପାଖର ଦେ ବାବୁ, ଏ ପାଖରୁ ମିଶ୍ର ବାବୁ, ଦାସ ବାବୁ, ସାମ୍ନା ଘର ର ପଣ୍ଡା ବାବୁ ସମସ୍ତେ ଆସି ଏକଜୁଟ ହେଇଛନ୍ତି, ଶବ ଘର ଭିତରେ ପଡିଛି, କବାଟ ମେଲା ପଡିଛି, ସମସ୍ତେ ଓମ କୁ ଖୋଜୁଛନ୍ତି, ହେଲେ ତା'ର ଦେଖା ଦର୍ଶନ ନାହିଁ l କୋଭିଡ କଟକଣାକୁ ଆଖି ଆଗରେ ରଖି, ମନ ରେ ଭୟ ଥିଲେ ବି, ସାହାଯ୍ୟ ର ହାତ ବଢ଼ାଇ ଛନ୍ତି ଏମାନେ l ହେଲେ ଡାକିବା ଲୋକ ର ଦେଖା କାହିଁ ! ଯେମିତି ହେଲେ କାମ ଟା ଶୀଘ୍ର ସାରିବାକୁ ଅଛି l ଏତିକି ବେଳେ ଘର ର ଲ୍ୟlଣ୍ଡ ଫୋନ ଟି ବାରମ୍ବାର ରିଙ୍ଗ ହେଇଛି, ମିସେସ ରାୟ ଆଉ ସମ୍ଭାଳି ନ ପାରି ଫୋନଟି ରିସିଭ କରିଛନ୍ତି l ହସ୍ପିଟାଲ ରୁ କଲ ଥିଲା ଶେଷ ଦର୍ଶନ ପାଇଁ l ମିଷ୍ଟର ଆଉ ମିସେସ ମହାପାତ୍ର କରୋନା ଯୁଦ୍ଧ ରେ ହାରିଯାଇଛନ୍ତି l ହାତରୁ ରିସିଭର ଟା ଖସି ପଡିଛି ଅଜାଣତରେ l ତାଙ୍କ ପଛେ ପଛେ ଅନ୍ୟ ମାନେ ବି ଭିତର କୁ ପଶି ସାରିଥିଲେ l ହଠାତ ସେମାନଙ୍କ ଆଖି ପଡିଛି କାନ୍ଥ ରେ ଲାଗି ଥିବା ଗୋଟିଏ ଫଟୋ ଉପରେ l ସେଇଟା ଯେ ଓମ ର ଫଟୋ, ଆଉ ତା' ଦେହରେ ଓହଳୁ ଥିଲା ଶୁଖିଲା ଫୁଲ ର ମାଳ l

     ୟା ଭିତରେ ଓମ ର ମାମୁଁ ଆସି ପହଞ୍ଚି ଛନ୍ତି ସିଧା ହସ୍ପିଟାଲ ରୁ ଶେଷ ଦର୍ଶନ ସାରି l ତାଙ୍କ ଆଶ୍ଚର୍ଯ୍ୟ ର ସୀମା ରହେନି, ଯେତେବେଳେ ସେ ଶୁଣନ୍ତି ଏ ସମସ୍ତ ଙ୍କୁ ଓମ ଡାକିଛି ତା' ଜେଜେମା'ର ଦାହ ସଂସ୍କାର ପାଇଁ l ଯେଉଁ ଓମ ଦେଢ଼ ମାସ ତଳେ କରୋନା ରେ ଆକ୍ରାନ୍ତ ହେଇ ମରି ସାରିଛି l ଚାକିରି ଚାଲିଯିବା ଭୟ ରେ ଅଫିସ ଯିବା ବନ୍ଦ କରିନି, ଆଉ କରୋନା ପଜିଟିଭ ଜାଣିବା ବେଳକୁ ବହୁତ ବିଳମ୍ବ ହେଇ ସାରିଛି l ବିଚାରି କୁନି ଝିଅ ଅଲିଅl ଆଉ ତା'ସ୍ତ୍ରୀ ବି ବଞ୍ଚି ପlରି ନାହାନ୍ତି ଏଇ କରୋନା ଚୋଟ ରୁ l

     ସମସ୍ତେ ସ୍ତବ୍ଧ l ହାତଗୋଡ଼ ସବୁ ଭୟ ରେ ପାଣି ପାଣି ହେଇ ଯାଉଛି l ସମସ୍ତ ଙ୍କୁ ଏକା କଥା କହିଛି ଓମ l ତା' ଜେଜେମା' ସ୍ୱର୍ଗ ଦ୍ୱାର କୁ ଯିବାକୁ ଚାହେଁ l 

ହେଲେ ସମୟ ର କି ବିଚିତ୍ର ବିଡମ୍ବନା l ଚାରି ଆଡେ ସଟ ଡାଉନ l ଚାହିଁଲେ ବି ସ୍ୱର୍ଗଦ୍ୱାର ଜିଲ୍ଲା ବାହାର ର ଲୋକ ଙ୍କ ପାଇଁ ଏବେ ମନା l ମନ ରେ ଅଜସ୍ର ଭୟ, ଆଶଙ୍କା ଓ ଶୋକ ଭିତରେ ପଞ୍ଚlଗ୍ନି ପ୍ରଦାନ କରାଯାଇଛି ଜେଜେ ମା'ଙ୍କ ମର ଶରୀରକୁ l ଯେଉଁଠି ମୁଖାଗ୍ନି ମିଳିବା ନୋହିଲା, ସେଠି ସ୍ୱର୍ଗଦ୍ୱାର କୁ ଯାତ୍ରା ସତରେ ଅସମ୍ଭବ l କ୍ଷମା ମାଗିବ ତ କିଏ କାହାକୁ ! 


Rate this content
Log in

Similar oriya story from Tragedy