Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ବଳରାମ ବାରିକ

Abstract

0.2  

ବଳରାମ ବାରିକ

Abstract

ଡରୁଆ ଓଡିଆ।

ଡରୁଆ ଓଡିଆ।

3 mins
389


ସ୍କୁଲରେ ପାଠ ପଢ଼ୁଥିବା ସମୟରୁ ଓଡ଼ିଆଙ୍କ ବୀରତ୍ବର କାହାଣୀ ଶୁଣି ଆସୁଅଛି। ଗଙ୍ଗାଠାରୁ ଗୌଦାବରୀ ପର୍ଯ୍ୟନ୍ତ କୁଆଡେ ଆମ ପୂର୍ବ ପୁରୁଷ ମାନେ ଜାଗା ହାତେଇ ନେଇଥିଲେ।

ବୀର ମାନଙ୍କ ମାଟି ଥିଲା ଏ ପ୍ରଦେଶ। ସେଥିପାଇଁ ତ ଇଂରେଜ ମାନଙ୍କ ବିରୁଦ୍ଧରେ ଶସ୍ତ୍ର ଉଠାଇଥିଲେ ଏ ମାଟିର ମାନବ ମାନେ। କଥା ଉଠୁଛି କଣ ସବୁ ଓଡ଼ିଆ ସାହସୀ ଥିଲେ ନା କିଛି ମାତ୍ରାରେ ଓଡ଼ିଆ ସାହସୀ ଥିଲେ।

ଓଡିଶାର ମନ୍ଦିର ଗୁଡିକୁ ଦେଖିଲେ ସ୍ପଷ୍ଟ କହିହେବ ଓଡିଶାକୁ ଉତ୍କଳ କାହିଁକି କୁହାଯାଇଛି। ଏତେ ବଡ଼ ବଡ଼ ପଥରକୁ ନେଇ ସ୍ବଦେଶୀ ଜ୍ଞାନ କୌଶଳରେ ସୁଉଚ୍ଚ ମନ୍ଦିର ନିର୍ମାଣ କରିବା କଣ ଖେଳ ଘର କଥା ନା କଣ

ଏଥିରୁ ପ୍ରମାଣ ମିଳୁଛି ଶିଳ୍ପୀ ଓ ଶ୍ରମିକ ମାନେ ବହୁତ ବଳୁଆ ଥିଲେ

ସୂକ୍ଷ୍ମ ରୁ ସ୍ଥୁଳ ସବୁ କାରିଗରୀରେ ସିଦ୍ଧହସ୍ତ ଥିଲେ

ଓଡ଼ିଆ ସାଧବ ପୁଅ ମାନେ ବାଣିଜ୍ୟ ବ୍ୟବସାୟରେ ନିପୁଣ ଥିଲେ।

ତା ମାନେ ନୁହେଁ ପୁରା ଓଡିଶାକୁ ସେମାନେ ଉପାର୍ଜିତ ଧନ ବାଣ୍ଟୁଥିଲେ। ସେତେବେଳେ ମଧ୍ୟ ଗରିବଙ୍କ ସଂଖ୍ୟା ଅତ୍ୟଧିକ ଥିଲା।

ଓଡ଼ିଆ ଚାଷୀ ବିଶ୍ୱ ବିଖ୍ୟାତ ଥିଲେ। ମାଟି ଉର୍ବରତାରେ ଭରପୁର ଥିଲା। ସୁନାର ଫସଲ ଖେତରେ ହସୁଥିଲା।

ବିଡମ୍ବନାର ବିଷୟ ଏଇ କେତେ ବର୍ଷ ହେଲା ଓଡ଼ିଆ ଛୋଟିଆ ପଥର ଖଣ୍ଡେ ଟେକି ପାରୁନି। ନା ପୁରାତନ ପ୍ରଣାଳୀରେ ଚାଷ କରୁଛି ନା ଆଧୁନିକ ଉପାୟରେ ଉତ୍ପାଦନ କରୁଛି । କେବଳ କିଣି ଖିଆ ପାଲଟି ଯାଇଛି। ଆଉ କେତେ ଜଣ ସରକାରୀ ପ୍ରୋତ୍ସାହନ ମିଳୁନି କହି ଚାଷ କରିବାକୁ ଇଚ୍ଛା କରୁନାହାନ୍ତି। ଯେତେବେଳେ ସରକାର ବୋଲି ଏକ ଶବ୍ଦ ନଥିଲା ସେତେବେଳେ କଣ ସବୁ ଜମି ପଡିଆ ପଡିଥିଲା।

ଆମେ ଅଳସୁଆ ହେବା ବୋଧହୁଏ ସେବେଠାରୁ ଶିଖିଲୁ ଯେବଠୁ କୂଅରୁ ପାଣି କାଢ଼ିବା ବନ୍ଦ କରି ନଳରୁ ପାଣି ପିଇଲୁ।


ଓଡ଼ିଆ ମାନେ ଅଳ୍ପରେ ସନ୍ତୁଷ୍ଟ ହୋଇଯାଅନ୍ତି। ସେଥିପାଇଁ ଜଗନ୍ନାଥଙ୍କୁ ଧନ ଓ ଯନ ନମାଗି ହାତେ ଜମି ମାଗନ୍ତି। ଛପନ ପ୍ରକାର ଖାଦ୍ୟକୁ ଛାଡି ପଖାଳକୁ ଆଦରି ନିଅନ୍ତି। ପଖାଳ ଖାଇ ଖାଲି ଶୋଇବା କଥା,କଣ ଯାଉଛି ଅବା ଆସୁଛି। ଆଜିର ଓଡ଼ିଆ ନିଜ ସାମର୍ଥ୍ୟକୁ ଭୁଲି କେବଳ ଭୁଲ୍ ପ୍ରସ୍ତାବ ଗୁଡିକୁ ସମର୍ଥନ କରୁଛି। ମାନସିକ ସ୍ତରରେ ପୁରାପୁରି ଦୁର୍ବଳ ହୋଇସାରିଛି। ନିଜ ବାହୁବଳ ଉପରୁ ତାର ଭରସା ତୁଟି ଯାଇଛି। ଯୌବନରେ ବୃଦ୍ଧ ସାଜି କେବଳ ଦୟାକୁ ଅନାଇ ରହିଛି। ହଁ କେବଳ ଗୋଟିଏ ଗୁଣରେ ଶ୍ରେଷ୍ଠତ୍ଵ ହାସିଲ୍ କରିଛି ଓ ତାହା ହେଉଛି ପରସ୍ପରକୁ ନିଚା ଦେଖାଇବା।


ବାଣିଜ୍ୟରେ ଲକ୍ଷ୍ମୀ ଅଛନ୍ତି। ଲକ୍ଷ୍ମୀ ହିଁ ଜଣେ ବ୍ୟକ୍ତିର ଆର୍ଥିକ ସ୍ଥିତିକୁ ମଜବୁତ୍ କରିଥାନ୍ତି। ଜଣେ ବ୍ୟକ୍ତି ବ୍ୟବସାୟ କଲେ ପାଞ୍ଚ ଜଣଙ୍କ ନିଯୁକ୍ତି ଦେଇପାରିବ। କିନ୍ତୁ ଚାକର ହେବା ଆମକୁ ପସନ୍ଦ। ନିଜର ଜିତିକି ବୁଦ୍ଧି ଅଛି ତାକୁ ଚାକର ହେବାରେ ନଲଗାଇ ନିଜର କର୍ମ ସଂସ୍ଥାନ ରେ ଲଗାଇଲେ ଜଣେ ଆର୍ଥିକ ସ୍ତରରେ ମଜବୁତ୍ ହୁଅନ୍ତା। ଏକ ଟଙ୍କାକୁ ପାଞ୍ଚଟଙ୍କାରେ ପରିବର୍ତ୍ତନ କରିବା ପାଇଁ ନିବେଶ କରିବାକୁ ପଡିଥାଏ । କିନ୍ତୁ ଆମେ ଭୟଭୀତ ହୋଇଯାନ୍ତି । ନିବେଶ ଓ ବ୍ୟବସାୟ କରିବାକୁ ଡରନ୍ତି। କ୍ଷତିର ଭୟ ଓ କଣ ବ୍ୟବସାୟ କରିଲେ କ୍ଷତି ହେବନାହିଁ ଭାବି ଆମେ ଆଗକୁ ବଢି ପାରନ୍ତି ନାହିଁ। ନିଷ୍ପତି ନେବାରେ ଆମେ ପୁରାପୁରି ପଛୁଆ। ସେଥିପାଇଁ ପିଢ଼ି ପରେ ପିଢ଼ି ଆମେ ଗରିବ ହୋଇ ଚାଲିଛେ।


କେତେଜଣ ହାତଗଣତି ଲୋକଙ୍କୁ ଛାଡିଦେଲେ ଆପଣ କେବେ ଶୁଣିଛନ୍ତି ଓଡ଼ିଆ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଶିଳ୍ପପତି ହେବା। ଆଖି ବୁଜି ଦେଖନ୍ତୁ ଆପଣଂକୁ ମାର୍ବାଡ଼ି,ସିନ୍ଧି, ଗୁଜୁରାତି କିମ୍ବା ପଞ୍ଜାବୀ ଦେଖାଯିବେ।

ଆମେ ନିଜ ପରିବାରକୁ ମଜବୁତ କରିପାରିନେ ।ରାଜ୍ୟ କେମିତି ମଜବୁତ୍ ହେବ।

ଏମିତି ମଜାରେ ଥରେ ଜଣେ ବନ୍ଧୁକୁ ତାଙ୍କ ବାପାଙ୍କ ନାମ ପଚାରିଲି ସେ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ଓ ତାପରେ କହିଲେ। ତା ପରେ ତାଙ୍କ ଜେଜେ ବାପାଙ୍କ ନାଁ ପଚାରିଲି କହିଦେଲେ କିନ୍ତୁ ଜେଜେ ବାପାଙ୍କ ବାପା ନାଁ ପଚାରିବାରୁ କହିପାରିଲେ ନାହିଁ।

ଆଉ ଥରେ ଜଣେ ମାର୍ୱାଡି ବନ୍ଧୁଙ୍କୁ ତାଙ୍କ ସାତ ପୁରୁଷ ନାଁ ପଚାରିଲି ସେ ଅନର୍ଗଳ କହିଗଲେ। ତାଙ୍କ ସାତ ପୁରୁଷର ଫଟୋ ମଧ୍ୟ ଘରର କାନ୍ଥରେ ଟଙ୍ଗା ହେବାର ଦେଖାଇଦେଲେ ଓ କହିଲେ ଆମେ ଏମାନଙ୍କୁ ଅଧିକ ପୂଜା କରୁ ଭଗବାନଙ୍କ ଅପେକ୍ଷା କାରଣ ଏମାନେ ନିଜର ପରିଶ୍ରମ ଓ ବ୍ୟବସାୟ ଦ୍ୱାରା ଆମକୁ ଧନୀ କରିଯାଇଛନ୍ତି ଓ ଆମେ ଏବେ ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ସୌଧ ଉପରେ ବସିଛୁ।

ହଁ ସତ କଥାତ ସହରର ବଡ଼ ବଡ଼ ଦୋକାନ ,ବଜାର ,ମଲ୍ ସବୁ କେଡ଼ିଆ, ଅଗ୍ରୱାଲ, ବଜାଜ୍ ,କୀର୍ଲସ୍କାର, ସକୁନିଆ ,ମୋଦୀ ,କୋଟକ୍ ଆଦିଙ୍କର ।

ଛୋଟ ହେଉ କି ବଡହେଉ ବେପାରକୁ କେବେ ହେଲେ ଘୃଣା କରନ୍ତି ନାହିଁ ଏମାନେ । କିନ୍ତୁ ଆମେ ଏବେ ବି ଆମ ଓଡ଼ିଆ ପାନ ଦୋକାନୀଟିକୁ ହସରେ ଉଡାନ୍ତି ଆଉ କହନ୍ତି ୟାର ଭଲ ପାଠ ହେଲାନାହିଁ ବୋଲି ପାନ ପଛରେ ଚୂନ ମାରୁଛି।

ନୂଆ ଜ୍ଞାନ କୌଶଳ ସନ୍ଧାନ କରିବା ଓ ତାକୁ ଉପଯୋଗ କରି ନିଜର ଆର୍ଥିକ ସ୍ଥିତି ମଜବୁତ କରିବା ଆଦି ଚିନ୍ତା ଆମ ମନକୁ କେବେ ଆସେ ନାହିଁ।

ଗରିବୀ ଗୋଟେ ଶବ୍ଦ ମୋତେ ମୂଲ୍ୟହୀନ ଲାଗେ। ଯେଉଁମାନେ ନିଜ ସାମର୍ଥ୍ୟ ଉପରୁ ଭରସା ତୁଟାଇ ଦିଅନ୍ତି ସେମାନେ ସବୁବେଳେ ଡରୁଆ ହୋଇ ରହିଯାନ୍ତି । ମୁଁ ଗର୍ଵରେ କହୁଛି ଆମେ ଡରୁଆ ଓଡ଼ିଆ।


Rate this content
Log in

More oriya story from ବଳରାମ ବାରିକ

Similar oriya story from Abstract