Gobinda Chandra Sethi

Abstract Tragedy Inspirational

4.7  

Gobinda Chandra Sethi

Abstract Tragedy Inspirational

ଡେସ୍କଟପରେ ଭଗବାନ.

ଡେସ୍କଟପରେ ଭଗବାନ.

4 mins
337



 

ମୋ ଅଫିସ କମ୍ପୁଟର ଟେବୁଲ ସବୁଠାରୁ ଭିନ୍ନ। କାରଣ

ମୁଁ ମୋନିଟର ପାଖରେ ଶ୍ରୀ ଗଣେଶଙ୍କର ପିତଳ ମୂର୍ତ୍ତିଟି ଝଲସୁଥାଏ । ଅଫିସକୁ ପ୍ରବେଶ କଲାପରେ ମୁଁ ଶ୍ଳୋକ

ଓଁ...

"ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନଂ ପ୍ରଭୋ 

 ମମ ବିଘ୍ନ ନିହତ୍ୟାଶୁ ଗଣାଧିପତୟେ ନମଃ "


ବୋଲିଲା ପରେ ମୋ ଅଫିସ କାର୍ଯ୍ୟ ଆରମ୍ଭ କରେ।

ସେଥିପାଇଁ ଅନେକ କର୍ମଚାରୀ ମୋତେ ଗଣପତି ବାବୁ କହିବା ଆରମ୍ଭ କରିଛନ୍ତି। ସେ ଯାହା ହେଉନା କାହିଁକି ସେଥିପତି ମୁଁ ଏହାକୁ ଗୁରୁତ୍ୱ ଦିଅନାହିଁ।

     ଶ୍ରୀ ଗଣେଶ ଦେବଙ୍କ ମୂର୍ତ୍ତିଟି ମୁଁ ସହଧର୍ମିଣୀଙ୍କ ଉପଦେଶ କ୍ରମେ ରଖିଅଛି।କାରଣ ସେ ସବୁବେଳେ କହିଥାନ୍ତି ଜୀବନର ସବୁ ବାଧାବିଘ୍ନ ଚାଲି ଯିବ। କୌଣସି କୁଶକ୍ତି ପାଖରେ ପ୍ରବେଶ କରି ପାରିବ ନାହିଁ, ତୁମକୁ କେବଳ ଅପେକ୍ଷା କରିବାକୁ ପଡିବ। ଏହା ଥିଲା ମୋ କର୍ମ କ୍ଷେତ୍ରର ଅଗ୍ନି ପରୀକ୍ଷା । ଏହାକୁ ସଫଳ କରିବାକୁ ଶ୍ରୀ ଗଣେଶଙ୍କ ଶ୍ରୀଚରଣେ ମୋର ଅହରହ ଭକ୍ତି । ପ୍ରଭୁ, ମୁଁ କାହାର କିଛି ଅସୁବିଧା କରିନାହିଁ । ମୋତେ ବଦନାମ କରିବାକୁ କିଏ ଚେଷ୍ଟା କରୁଛି।

      ମୋ ଚାକିରୀର ଜୀବନ ଅବଧି ଆଉ ଛଅ ମାସ।

ଶ୍ରୀ ଗଣେଶ ଚତୁର୍ଥୀ ଅବ୍ୟବହିତ ପୂର୍ବରୁ ଖଳ ପ୍ରକୃତି ଲୋକଟି ନିଜର ଭୁଲପାଇଁ ଆଜି ପଶ୍ଚାତ୍ତାପ କରିବା କିଛି କମ କଥା ନୁହେଁ।

    ଘଟଣାଟି ଥିଲା ଏପରି । ମୁଁ ଟ୍ରାନ୍ସଫର ହୋଇ ନୂତନ ଅଫିସରେ ଯୋଗ ଦେଲି। ମୋର ବଡ଼ ସାହେବ ସବୁବେଳେ ଆସି ପାଖରେ ବସନ୍ତି। ମୋ ନାଁ ଧରି କୁହନ୍ତି ଅଫିସ କେମିତି ଲାଗୁଛି। କହେ ଭଲ ଲାଗୁଛି ଆଜ୍ଞା। ମୁଁ ସବୁବେଳେ କହେ ସାର ମୋତେ ଟିକେ ୱାର୍କ ଲୋଡ଼ ଦେବେ, ମୋତେ ଆଇଡିଲ ବସିବାକୁ ଭଲ ଲାଗେ ନାହିଁ। କିଛି ଦିନ ପରେ ସାହେବ ମୋ ପାଖୁ ଆଉ ଆସିଲେ ନାହିଁ,କାମ କଥା ଛାଡ଼। ମନେରେ ଭାବିଲି ବଡ଼ ସାହେବ ବୋଧେ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ପାଇଁ ବୋଧେ ଆସୁ ନାହାଁନ୍ତି। କିଛି ଦିନ ପରେ ମୋର ଜଣେ କନିଷ୍ଠ ଅଫିସରଙ୍କ ହାତରେ ଖବର ଆସିଲା । ମୁଁ ଅଫିସରେ ସବୁବେଳେ ମଦ ପିଇ ବସି ରହୁଛି।

ମନେ ମନେ ବହୁତ ହସିଲି। କନିଷ୍ଠ ଭାଇଟି କହିଲେ , ସାର ମୁଁ ମନା କଲେ ବି ଆଜ୍ଞା ବୁଝୁ ନାହାଁନ୍ତି, କହୁଛନ୍ତି ତୁମେ ମଦ ପିଉନାହଁ ତେଣୁ ତୁମେ ଜାଣି ପାରିବ ନାହିଁ କିଏ ମଦୁଆ । ବଡ଼ ତ୍ରିଶଙ୍କୁ ଅବସ୍ଥାରେ ପଡିଲି ଅବୁଝା ସାହେବକୁ ବୁଝାଇବି କିପରି। ମନରେ ସାହାସ ଭରି ଆଜ୍ଞାଙ୍କ ଆଗରେ ଛିଡା ହେଲି । କହିଲି ଆଜ୍ଞା ଅଫିସରେ ଚା' ପାନ ଖାଇବାର କେହି କହି ପାରିବେ ନାହିଁ, ମଦ ତ ପଛ କଥା। ସାହେବ କହିଲେ ମୁଁ ଯେମିତି ଦ୍ୱିତୀୟ ଥର ନ ଶୁଣେ। ଆଖିରୁ ଧାର ଧାର ହୋଇ ଲୁହ ଛୁଟି ଚାଲିଲା। ମୋ ଚରିତ୍ରରେ ବଦନାମ କାହିଁକି କିଏ କରୁଛି ? ମନେ ମନେ ଭାବିଲି ଏ ଅଯୋଗ୍ୟ ଲୋକଟିକୁ ଏ ଆସନ ଦେଲା କିଏ । ସେହି ସମୟରେ ମୁଁ ସାହେବଙ୍କୁ କହିଲେ ଆଜ୍ଞା ମୁଁ ମୋର ଜଣେ ସୁନାମଧନ୍ୟ ସି. ଜି.ଏମଙ୍କ ପାଖରେ କର୍ମ କରିଛି, ତାଙ୍କ ଠାରୁ ଟିକେ ବୁଝନ୍ତୁ । ସେ ତ ମଦୁଆଟା କହି ମୋ ପାଟି ଚୁପ କରିଦେଲେ । କଣ କରିବି କିଛି ବୁଝି ପାରିଲି ନାହିଁ। ବାଧ୍ୟ ହୋଇ ସିଟକୁ ଫେରି ଆସିଲି। ମୋ ଟେବୁଲ ଉପରେ ଥିବା ମହା ବିନାୟକଙ୍କୁ ବିନୟର ସହ ସବୁ ଜଣାଇଲି । ଘରକୁ ଛୁଟି ନେଇ ଆସିଲି । ସହଧର୍ମିଣୀ ସବୁ ଜାଣିଲେ, କହିଲେ କିଛି ହେବ ନାହିଁ। ତୁମ ଟେବୁଲ ଉପରେ କିଏ ଅଛନ୍ତି ଜାଣିଛ ତ। ତାଙ୍କୁ ହିଁ ଗୁହାରୀ କର ସବୁ ସମାଧାନ ହୋଇଯିବ । ତଥାପି ସବୁବେଳେ ଚିନ୍ତା ଦେଖି ଡାକ୍ତରଙ୍କୁ ଦେଖାଇଲି। ବ୍ଲଡ଼ ପ୍ରେସର କଂଟ୍ରୋଲ ବାହାରେ। ଡାକ୍ତର ଦେଖି କାବା, ତୁମର କଣ ହୋଇଛି କୁହ। ସବୁକଥା ଗୋଟି ଗୋଟି କହିଦେଲି। ସେ ମୋତେ କହିଲେ ଅଫିସ କଥା, ଅଫିସରେ ରଖ ଘରକୁ ଆଣୁଛ କାହିଁକି। ତଥାପି ତୁମେ ଯେ ପର୍ଯ୍ୟନ୍ତ ସେଠାରେ ଅଛ ମୁଁ ଲେଖିଥିବା ମେଡ଼ିସିନ ଚାଲୁ ରଖିବ। ଜୀବନରେ ଦିନେ ଖାଇ ନ ଥିବା ଔଷଧ ଚାଲୁ ରଖିଲି।

       କିଛି ଦିନ ପର୍ଯ୍ୟନ୍ତ ନୀରବ ରହିଲି । ଦିନେ ସାହେବ ତାଙ୍କ ପାଖକୁ ଡାକି କହିଲେ, ମୁଁ ଜଣଙ୍କ କଥାରେ ପ୍ରଭାବିତ ହୋଇ ଏ କଥା କହିଛି, ସେ କଥା ଭୁଲି ଯାଆନ୍ତୁ। ଏ ଅଫିସର ସବୁ କନଷ୍ଟ୍ରକସନ ପ୍ରୋଜେକ୍ଟ ଦାୟିତ୍ୱ ଆପଣ ବୁଝନ୍ତୁ। ତାଙ୍କ ପାଖରେ ବସିଥିବା ମୋର ବନ୍ଧୁ ସୂରଜ ବାବୁ ମୁରୁକେଇ ମୁରୁକେଇ ହସୁଥାନ୍ତି। କିଏ କହିଛି ସାହେବଙ୍କୁ ପଚାରି ନାହିଁ। ତଥାପି ଘଟଣାର ଅନୁସନ୍ଧାନ ସବୁ ଚାଲୁ ରଖିଥାଏ। ସାହେବ ଅବସର ନେଲେ। ନୂଆ ସାହେବ ଆସିଲେ, ସେ ଭଦ୍ର ବ୍ୟକ୍ତି ପୁଣି ମୁଣ୍ଡ ଟେକିଲେ। କିଛି ଲାଭ ହେଲାନାହିଁ, ତାକୁ ଜଣା ନଥିଲା, ସେ ସାହେବ ଆମ ସଂସ୍ଥାର ମହାନାୟକ, ମୋର ଅତି ଅନ୍ତରଙ୍ଗ। ସେ କାମରେ ଧ୍ୟାନ ଦିଅନ୍ତି, ଠକ ଗାଲୁଆଙ୍କୁ ସେ ଭଲରେ ଜାଣନ୍ତି। ସମୟ ଗଡି ଗଲା, ଏ ସାହେବ ଅବସର ନେଲେ। ଗଲାବେଳେ କହିକି ଗଲେ ବିଷଧର ସର୍ପ ଅଛି ଜଗିକି ଚାଲିବ। ପୁଣି ଜଣେ ନୂଆ ସାହେବ ଆସିଲେ। ତାଙ୍କୁ ନାନା ପ୍ରକାର ମିଛ ସତ କହି ବିଶୃଙ୍ଖଳା କରି ଚାଲିଛି। କନିଷ୍ଠ ଯୁବ ଇଞ୍ଜିନୟରମାନଙ୍କୁ ବହୁ ହଇରାଣ ହରକତ ହେଉଛନ୍ତି। ସାହେବବି ତାଙ୍କରି କଥାରେ ପରିଚାଳିତ। ବୁଝିବାକୁ ନାରାଜ। ସାହେବ ହେଲେ ମୋ ଇଞ୍ଜିନୟରିଂ କଲେଜର ଉପର ବ୍ୟାଜ। ସାହେବ ମୋ ସହିତ ଏକ ମିଟିଙ୍ଗ ଗଲାବେଳେ ସବୁ କଥା କହିଲି। ସେହି ଦିନ ସନ୍ଧ୍ୟାରେ ତାଙ୍କୁ ଡକାଗଲା। ସବୁ ନ ଜାଣିଲା ପରି ଲୋକଟି ହେଲା,ହେଲେ ମୋ ସାହେବ ( ମୋର ବଡ଼ ଭାଇ) ସବୁ ଜାଣି ପାରିଲେ। ସେ ଭଦ୍ର ମୁଖା ପିନ୍ଧା ଅଭଦ୍ର ବ୍ୟକ୍ତି ମୋ ସହ ହାତ ମିଳାଇଲେ ସତ , କିନ୍ତୁ ନାଗ ସାପ କେବେ ପୋଷା ମାନିବ ନାହିଁ ବୋଲି ମୋ ବଡ଼ ଭାଇ ଇଙ୍ଗିତ କରି କହିଲେ।

     ବଡ ଭାଇ ଅର୍ଥାତ ମୋ ବଡ଼ ସାହେବ ଦେଲେ ଦାୟିତ୍ୱ ଉପରେ ଦାୟିତ୍ୱ ଏକ ଡିଭିଜନର ଅତିରିକ୍ତ ଦାୟିତ୍ୱ ସାଙ୍ଗକୁ କାର୍ଯ୍ୟ ନିର୍ବାହୀ ନିର୍ଦ୍ଧେଶାଳୟର ଅନେକ ଗୁରୁ ଦାୟିତ୍ୱ। ମୋ ନାଁ ଧରି ସେ ଦିନ ସେ କହିଥିଲେ "ୟୁ ଆର କ୍ୟାପଏବୁଲ ଟୁ ଡ଼ୁ"। ତାପରେ ମୋ ସିଦ୍ଧି ବିନାୟକଙ୍କ ପାଖରେ ବସି ମନେ ମନେ କହିଲି ମୋ ଗୁହାରୀ ଶୁଣିଲେ ପ୍ରଭୁ। ଶେଷ ମୁହୂର୍ତ୍ତରେ ମୋ ମୁହଁରେ ହସ ଫୁଟାଇ ମୋ ସମ୍ମାନ ରଖିଲେ । ସେ ଦିନ ମୁଁ ଯେତିକି ଖୁସି ନ ଥିଲି ସବୁ ଠାରୁ ଖୁସିଥିଲେ ମୋ ଜୁନିଅରମାନେ।

  ଆଜି ଆମ ସଂସ୍କୃତିରେ ପ୍ରଭୁ ଗଣପତି ବିଦ୍ୟା ଓ ବୁଦ୍ଧିର ଅଧୀଶ୍ଵର ସହିତ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର କରିଥାନ୍ତି ଏହାର ଜ୍ୱଳନ୍ତ ପ୍ରମାଣ ମୁଁ ଆଜି

"ମୋ ଡେସ୍କଟପର ଭଗବାନ"ଙ୍କ ଠାରୁ ପ୍ରାପ୍ତ କଲି । ଜୀବନରେ ସୁଖ, ଶାନ୍ତି ଓ ବିଘ୍ନ ବିନାଶ ତାଙ୍କୁ ହିଁ ଆରାଧନା ଦ୍ୱାରା ପ୍ରାପ୍ତ ହୋଇଥାଏ ଏହା ନିଃସନ୍ଦେହ.....। 



Rate this content
Log in

Similar oriya story from Abstract