pawan Mohakul

Abstract Tragedy Inspirational

3  

pawan Mohakul

Abstract Tragedy Inspirational

ଡେଲିଭରି ବଏ

ଡେଲିଭରି ବଏ

1 min
105



ବ୍ୟାଗ୍ ରୁ ଆସୁଥିବା ବାସ୍ନା ବୋଧ୍ ହୁଏ ମଟନ୍ କୁର୍ମାର ତା ସହ ଲଛା ପରଠାର ଘିଅ ବାସ୍ନା ବି ଆସୁଛି ମନରେ ପ୍ରଶ୍ନ ଆଉ ଉତ୍ସାହ ଏମିତି, ଯେମିତି ମାମୁଁ ଆମ ଘରକୁ ଆସିଲା ବେଳେ ଆଈ କଣ ସବୁ ଖାଇବା ମୋ ପାଇଁ ପଠେଇଛି, ସଙ୍ଗେ ସଙ୍ଗେ ବ୍ୟାଗ୍ ଖୋଲି ଦେଖି ଦେଉଥିଲି । ସେତେବେଳେ ମାଆର ତାଗିଦ୍ ସତ୍ତ୍ୱେ ବ୍ୟାଗ୍ ଖୋଲି ଦେଖି ଦେଉଥିଲି, ହେଲେ ଆଜି ନିଜ ପିଠି ପଟେ ବ୍ୟାଗ୍ ପଡ଼ିଛି, ମଆ ବି ପାଖେ ନାହିଁ ବ୍ୟାଗ୍ ନ ଖୋଲିବା ପାଇଁ କହିବାକୁ । କିନ୍ତୁ କୋଉ ଅଜଣା ଶକ୍ତି କାଇଁ କେଜାଣି ମୋତେ ବ୍ୟାଗ୍ ର ଚେନ୍ ଟା ଖୋଲିବା ପାଇଁ ରୋକି ରଖିଛି।


ମୋ ମନ ଆଉ ମଟନ୍ କୁର୍ମା ଭିତରେ ମାତ୍ର ଗୋଟିଏ ବ୍ୟାଗ୍ ଚେନ ଆଉ ଗୋଟେ ପତଳା ପଲିଥିନ୍, ହେଲେ ସେତିକି ଖୋଲିବା ପାଇଁ ମୋ ପାଖେ ଶକ୍ତି ନାହିଁ । 

କାରଣ ନିୟତିର ଚକ୍ରରେ ପେଶି ହୋଇ ମୁଁ ହେଇ ଯାଇଚି ଜଣେ "ଡେଲିଭରି ବଏ." ଖରା ବର୍ଷା କୁ ଖାତିର ନ କରି ଦିନକୁ ଶହ ଶହ ପ୍ରକାର ବ୍ୟଞ୍ଜନ ନେଇ ଘର ସାମ୍ନାରେ ପହଞ୍ଚାଉ ଥିବା ଏହି ମଣିଷଟି ଭୋକରେ ଆଉଟ୍ ପାଉଟ । ନହେଲେ ଗୋଟେ ବିସ୍କୁଟ ପ୍ୟାକେଟ ଆଉ ପାଣି ପିଇ ରହିଛି । 

ହେଲେ ମୋତେ ଲୋକଙ୍କ ଠାରୁ ମିଳିଛି କଣ.....?

ହେଲୋ Zomato ରୁ କି, swiggy ରୁ କି, ଏୟା...

ସେଥିରେ ପୁଣି ଟିକେ ଲେଟ ହେଲେ ଖରାପ୍ ଭାଷାରେ ଗାଳି ।

ବୁଝିଲି ମୁଁ ଅପାଠୁଆଟା ସେଥିପାଇଁ ମୋତେ ଚାକିରୀ ଗୋଟେ ମିଳିନି । ହେଲେ ସେମାନେ ତ ଉଚ୍ଚ ଶିକ୍ଷିତ, କଣ swiggy Zomato ଜାଗାରେ ଭାଇ ଡ଼ାକିଦେଲେ ଇଜ୍ଜତ ପଳେଇ ଯିବ ତାଙ୍କର...? ନା ଜଲଦି delivery କରିବା ଆଶା ରେ ଧଇଁ ସଇଁ ହୋଇ ପହଞ୍ଚିବା ବେଳେ ଗୋଟେ ଗ୍ଲାସ ପାଣି ଯାଚି ଦେଲେ କଣ ତାଙ୍କ ହାତରୁ କଣ କିଛି ସରି ଯାଉଛି....??




Rate this content
Log in

Similar oriya story from Abstract