STORYMIRROR

Sunanda Mohanty

Abstract Others

3  

Sunanda Mohanty

Abstract Others

ଦାମ୍ପତ୍ୟ

ଦାମ୍ପତ୍ୟ

2 mins
164


ସବୁ ଭୁଲିଯାଇ ସବୁ ଝିଅଙ୍କ ଭଳି ଆଖିରେ ଆଖିଏ ସ୍ବପ୍ନ, ମନରେ କେତେ ଅକୁହା କଥାର ସାଇତା ପେଡି ଧରି ସେ ବି ଆସିଥିଲେ ଶାଶୁଘର, ହେଲେ ପ୍ରଥମ ଦେଖାରେ ସ୍ୱାମୀ ଯେବେ ଓଡିଶା ଓ ଇଂରାଜୀ ବ୍ୟାକରଣ ପଚାରି ବୁଝିଥିଲେ, ତ ସେ ଅକୁହା ସେଇତା ପେଡିଟା ଆଉ ଖୋଲିବାକୁ ଫୁରୁସତ ପାଇଲେ ନାହିଁ କାକଳୀ, ଜୀବନର ଗତାନୁଗତିକତା ଭିତରେ ପାଠ ପରୀକ୍ଷା ଓ ପ୍ରଶ୍ନ ଭିତରେ ଗତି କରି ଥକି ଯାଇନଥିଲେ, ସେଇ ଭିତରେ ପୁଅ ଝିଅ ଙ୍କ ଦାୟିତ୍ୱ କର୍ତ୍ତବ୍ୟ ନିଭାଉ ନିଭାଉ ମନ ହୁଏ କେତେ ଅସରନ୍ତି ଗୀତ, ଗପ, କବିତା, ଝୋଟି ଚିତ୍ର ସବୁକୁ ଫିଟାଇ ବସନ୍ତେ, ନହେଲା ନାଇଁ ସ୍ବାମୀଙ୍କ ପାଖେ, ନହେଲା ନାଇଁ ପିଲାଙ୍କ ପାଖେ, ନହେଲା ନାଇଁ ଛାତ୍ର ଛାତ୍ରୀ ଙ୍କ ପାଖେ, ନହେଲା ନାଇଁ ଦୁନିଆଁ ଆଗରେ, ହେଲେ ପେଡି ଖୋଲିଲା ସତ, କିନ୍ତୁ ନିଜ ପାଖରେ ।


   କଥାଟା ଅଛପା ନଥିଲା ଯେ ଜୀବନ କାଳ ଭିତରେ ବୁକୁ ଫଟେଇ, ଅଜସ୍ର ଲହୁ ଲୁହ ନିଗାଡ଼ି କରିଥିବା ଘରଟା ତାଙ୍କର, ତାଙ୍କ ବଂଚିଥିବା ଅବସ୍ଥାରେ, ଆଖି ଆଗରେ ବିନା ପ୍ରତିବାଦରେ ବିକ୍ରି ହେଇଯିବ, ପୁଅ ନିଜେ କିଣିଥିବା ଜାଗାରେ ଘର କରିବାକୁ ଚାହେଁ ଆଉ ଝିଅ ବି ତାର ଅର୍ଦ୍ଧ ସମ୍ପତ୍ତି ଛାଡିବ କାହିଁକି, ତ ସ୍ୱାମୀ ପୁଅ ସହ, ଆଉ ସେ ନିଜେ ଝିଅ ସହ ରହିବାର, ପିଲାମାନଙ୍କ ନିଷ୍ପତି କିନ୍ତୁ ମାନିବାକୁ ନାରାଜ ଥିଲେ କାକଳୀ, ପୁଅ ବୁଝାଉଥିଲା ଅନ୍ୟ ପାଂଚଟା ପୁଅ ଭଳି ଆମେ ତୁମକୁ ଅନାଥଆଶ୍ରମ ରେ ଛାଡ଼ୁନାଂହୁ, ଝିଅ ବୁଝାଉଥିଲା ବାପାଙ୍କ ଉଦାସିନତାରେ ତୁ ରୁନ୍ଧି ହେଇଯାଉ କହୁ ତ ମୋ ପାଖରେ ନିର୍ଦ୍ୱନ୍ଦ ରେ ରହିପାରିବୁ, ସ୍ୱାମୀ ସବୁକାଳେ ସବୁଦିନ ଭଳି ଆଜିବି ନିଦାବିଷ୍ଣୁ ଥିଲେ, ହେଲେ କାକଳୀ ଉଠିଲେ ସ୍ବାମୀଙ୍କ ହାତରୁ ଜିନିଷ ପତ୍ର ବ୍ୟାଗ ଥୋଇ ଚାଲିଲେ ହାତ ଧରି, ପୁଅ ଝିଅ ପଛରେ ଗୋଡାଉଥିଲେ କିଛି ଶୁଣିଲେନି କାକଳୀ ।


   ପଛରେ ଲୋକ ଦେଖିଲେ ଦୁହେଁ ସ୍ୱଚ୍ଛନ୍ଦ ଜୀବନ ଯାପନ କରି ପୁରୀ ସହରରେ ଅଛନ୍ତି, ଦୁହିଁଙ୍କ ପେନସନ ଟଙ୍କାରେ ଚଳିବାରେ କିଛି ବି ଅସୁବିଧା ହୁଏନି, ତ ଏଥର ଛାତ ଉପରୁ ରଥାରୁଢ଼ ବାମନଙ୍କ ସହ ପ୍ରଭୁ ବଳଭଦ୍ର ଓ ସୁଭଦ୍ରା ମାଆ ଙ୍କୁ ପ୍ରଣିପାତ କରି ସାଇତି ରଖିଥିବା ପେଡି ଖୋଲି କେତେ ଯେ ଜଣାଣ ଭଜନ ଗାଆନ୍ତି କାକଳୀ ତାର ହିସାବ ନଥାଏ, ଆଉ କେତେ ଯେ ଝୋଟି ଚିତା ପକାନ୍ତି ତାର ମଧ୍ୟ ତୁଳନା ନଥାଏ, ଆଉ ଗଳ୍ପ କବିତା, ପ୍ରବନ୍ଧ ଲେଖି କେତେ ଯେ ପୁରସ୍କାର ପାଆନ୍ତି ତାର ବି ହିସାବ ନଥିଲା ବେଳେ ଜାଗା ଟିଏ କରି ସ୍ୱାମୀ ଲାଗିପଡିଛନ୍ତି ଘର ଟିଏ ତୋଳିବାକୁ, ଆଉ ତୋଳା ସରି ପ୍ରତିଷ୍ଠା ଦିନ ପୁଅ ବୋହୂ ଝିଅ ଜୋଇଁ ଙ୍କ ସହ ସମସ୍ତଙ୍କୁ ପାଇ ଖୁସିରେ ଆତ୍ମହରା ଦୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract