STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଚୁଲା

ଚୁଲା

2 mins
203


   ପୁଅ ଡେପୁଟେସନରେ ଦିଲ୍ଲୀ ଆସିବା ପରେ, ଆମେ ବାପା ମାଆ ଥରେ ବୋହୁକୁ ନେଇ ଆସି ବୁଲିଯିବାପରେ, ପୁଅ ପ୍ରସ୍ତାବ ରଖିଥିଲା, ଆଉଥରେ ଆସି ଦିଲ୍ଲୀ ବୁଲିଯିବାକୁ। ଖାଲି ଫେରିବାର ନାହିଁ ସେ ବି ଆମ ସହ ଦିଲ୍ଲୀରୁ ବିଦାୟ ନେଇ ଭୁବନେଶ୍ଵର ଫେରିବ। ଆଗପଛ ହୋଇ ହୋଇ ଶେଷକୁ ଠିକ ହେଲା, ପ୍ରଥମ ଥର ଯେଉଁ ଜାଗା ସବୁ ଦେଖିନଥିଲେ, ଏଥର ଦେଖିଯିବା, ଯଥା ହରିଦ୍ଵାର, ହୃଷୀକେଶ, ପଞ୍ଜାବର ସ୍ଵର୍ଣ୍ଣ ମନ୍ଦିର ତଥା ରାଜସ୍ଥାନର ଯୋଦ୍ଧପୁର ଇତ୍ୟାଦି ବୁଲିଯିବା, ଆଉ ଆସିହେବକି ନହେବ, ଚାଲିଆସ ବୁଲିବା କହୁଥିଲା ପୁଅ l  ଏ ଭିତରେ କିନ୍ତୁ ବୋହୁ ଥରକୁଥର ଆସ ଯିବା ସମୟରେ ଗ୍ୟାସ ଚୁଲା ଇତ୍ୟାଦି ଅନେକ ଗୁଡ଼ିଏ ଜିନିଷ ନେଇଆସିଥିଲା । ପୁଅ ପ୍ରସ୍ତାବ ଦେଇଥିଲା, ଘରେ ଥିବା ଗୋଟିକିଆ ଛୋଟ ଚୁଲାଟା ନେଇଆସିବାକୁ କାରଣ ଓଡ଼ିଆଙ୍କର ଭାତ ମୁଠେ ନହେଲେ ନଚଳେ, ସହଜେ ଭାତ ଦିଟା ହେଇଗଲେ ପଖାଳି ପାଗପୁଗା କରି ଖାଇବା ଆରାମଦାୟକ ଏବଂ ସହଜ। ତା ପ୍ରସ୍ତାବ ଅନୁଯାୟୀ ସେମିତି ସବୁ ରଖିସାରିବା ପରେ, ନେବା କି ନନେବା, ଯଦି ନେବା ତ ଫେରିବା ଟିକେଟ ପ୍ଲାଇଟରେ ହୋଇଥିବାରୁ, ଅନେକ ଜିନିଷ ସହ ଗ୍ୟାସ ଚୂଲା ମଧ୍ୟ ଫିଙ୍ଗିଦେଇ ଆସିବାକୁ ପଡିବ, ଯୋଉଟା କି ଉପାସ ବେଳେ କାମରେ ଲାଗେ। ଏମିତି ବଦାନୁବାଦ ଭିତରେ ଜଗନ୍ନାଥଙ୍କ ରୋଷଘର କିଏ ଭାଙ୍ଗି ଦେଇଛି ଶୁଣି ମାଆର ବହୁତ ମନଖରାପ, ସେଥିରେ ପୁଣି ସେଇ କଥାକୁ ନେଇ କେତେ ରାଜନୀତି ତଥା ରାଜନୀତିଆ କନ୍ଦଳ ତ ପ୍ୟାକିଂ ରୁ ଗ୍ୟାସ ଚୁଲା ଓ ଆନୁସଙ୍ଗିକ ରୋଷେଇ ସରଞ୍ଜାମ ଥୋଇ ଦେଇ ଦୁରନ୍ତ ଏକ୍ସପ୍ରେସରେ ଆସିଲେ ବାପା ମାଆ ବୋହୁ ସହିତ l  ଆସିଲା ପରେ ଭାବିଥିବା ରୁଟି ଛୋଲେ ପୋଷେଇଲା ନାହିଁ କାହାକୁ ତଥାପି ବୁଲାବୁଲି କରୁ କରୁ ସମୟ ଚାଲିଯିବ ଭାବୁ ଭାବୁ ହରିଦ୍ଵାର ହୃଷୀକେଶ ଯିବାକୁ ଟ୍ରେନରେ ଉଠିଲେ, ଆଉ ମାଆ ପାଇଁ ସମସ୍ତେ ବ୍ୟସ୍ତ ଥିଲେ କାଳେ ଏସି ଟ୍ରେନରେ ମାଆର କିଛି ଅସୁବିଧା ହେବ, ତ ତା ଉପରେ ଧ୍ୟାନ ରଖି, ପ୍ରଭୁଙ୍କ ଦୟାରୁ ଭଲରେ ଓହ୍ଲାଇ ଦେଖିଲା ବେଳକୁ ବ୍ୟାଗ ବଦଳି ଯାଇଛି କାହା ବ୍ୟାଗ ସହ, ଜିନିଷ ପତ୍ର ସବୁ ପ୍ରାୟେ ସମାନ, ସେହି ବେଡସିଟ, ଗାମୁଛା ପେଷ୍ଟ, ମଗ ଇତ୍ୟାଦି, ହେଲେ ଅଧିକା ଗୋଟେ ଗୋଟିକିଆ ଉନ୍ନତ ଗ୍ୟାସ ଚୁଲା। ପରସ୍ପର ପରସ୍ପରକୁ ଚାଂହିବା ଛଡା ଅନ୍ୟ ଉପାୟ ନଥିଲା, କେବଳ ମେଡିସିନ କୋଉଠି ମିଳିବ ଚିନ୍ତାରେ ଜଗନ୍ନାଥଙ୍କ ବରାଦ ଯାହା ବୋଲି ଭାବି ବାଧ୍ୟ ହୋଇ ସେହି ଗାମୁଛା ଓ ବେଡସିଟ ବ୍ୟବହାର କରିଥିଲୁ ହୋଟେଲ ରୁମରେ। ମାଆ ଭୀଷଣ ବ୍ୟସ୍ତ ହୋଇପଡୁଥିଲା କିଏ କେତେ ଖୋଜୁଥିବ ତା ଗ୍ୟାସ ଚୁଲା, ପ୍ରଭୁ କି ଲୀଳା ତୁମର, ତୁମ ଚୁଲା କିଏ ଭାଙ୍ଗିଲା, ତୁମେ କାହା ଚୁଲା ଆମକୁ ଦେଉଛ, ହେ ପ୍ରଭୁ, ଶେଷକୁ ସେହିଁ ଜଗନ୍ନାଥଙ୍କ ଚୁଲା ଭାଙ୍ଗିଥିବା ଲୋକ ବା ଲୋକଙ୍କ ଦଳର ବୋଲି ଗୋଟେ ରାଜନୀତିକ ଖଣ୍ଡବାକ୍ୟ କହି ମାଆ ନିଜକୁ ନିଜେ ବୁଝାଇ ଚାଲିଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract