Prasanta Kumar Nath

Abstract Drama Inspirational

3  

Prasanta Kumar Nath

Abstract Drama Inspirational

ଚନ୍ଦ୍ରଭାନୁଙ୍କ ରାଗ

ଚନ୍ଦ୍ରଭାନୁଙ୍କ ରାଗ

5 mins
221


ଛିଃ... ଛିଃ... ଛିଃ.... କି ବେଳ ହେଲା କେଜାଣି?

କି ପ୍ରକାଶକ ହୋ ଏମାନେ...? କେଇଖଣ୍ଡ ବହି ଛାପି ବିକିପକେଇଲେ ବୋଲି ନିଜକୁ ବଡ଼ ବଡ଼ ପ୍ରକାଶକ ଭାବୁଛନ୍ତି । ସାହିତ୍ୟ କ’ଣ ବୁଝିଲେନି – ସାହିତ୍ୟିକ କାହାକୁ କହନ୍ତି ଆଜିଯାଏ ଜାଣିଲେନି – ଏମାନେ କି ପ୍ରକାଶକ! ଖାଲି ଭୁବନେଶ୍ୱରରେ ରହି ଯେଉଁମାନେ ଗପ କବିତା ଲେଖିବେ ସେମାନେ ବଡ଼ ବଡ଼ ସାହିତ୍ୟିକ! ଆଉ ଆମେମାନେ ସବୁ – ଅସାହିତ୍ୟିକ, ଗାଁରେ ରହୁଛୁ । ଆମେ ସାହିତ୍ୟର ସା... ଜାଣୁନା! ଖାଲି ହୋ ହାଲ୍ଲା କରୁ... ସାହିତ୍ୟ ସାହିତ୍ୟ କହି! ମିଛ ପୁରଷ୍କାର ଅଣ୍ଡାଳୁ... ପୂରା ପଣ୍ଡିତ ସାହିତ୍ୟିକ ହେଉଛନ୍ତି ସେମାନେ – ଭୁବନେଶ୍ୱରୀଆ! କି ବାଜ୍ୟେ ମାନସିକ... ଏମାନଙ୍କର ।

ଚନ୍ଦ୍ରଭାନୁ ସେଦିନ ଖୁବ୍ ରାଗିଯାଇ ବିଳିବିଳେଇ କହିଚାଲିଥିଲେ । 

ସତେ ଯେମିତି କିଏ ତାଙ୍କ ମରମକୁ ବାଧିଲାଭଳି କଥାଟେ କହିପକେଇଛି!


ନିଜକୁ ନିଜେ ବାରମ୍ବାର ଧିକ୍କାର କରିଚାଲିଥିଲେ ।

ତୁଚ୍ଛ, ଅତି ତୁଚ୍ଛ ଏବଂ ନିଜକୁ ସାଧାରଣ ନୁହେଁ; ଅତିସାଧାରଣଠାରୁ ବି ନ୍ୟୁନ ବୋଲି ମନେକଲେ ଚନ୍ଦ୍ରଭାନୁ । ବାରମ୍ବାର ।

ଆଜିଯାଏ ଯିଏ ନିଜ ଉପରେ ଭରସା କରି ସ୍ୱାଭିମାନୀ ହୋଇ

ବଞ୍ଚିଚାଲିଥିଲା; ବୃହତ ସମ୍ମାନ ବା ଉପାଧିରେ ଆଶା କରି କେବେ କାହାରି ଆଗରେ ହାତପାତି ନଥିଲା; ଜୀବନସାରା ଭୁଲ ପଥ ସହିତ ସାଲିସ କରି ବଞ୍ଚିବାକୁ ଯିଏ ଘୃଣା କରୁଥିଲା; କେମିତି ତା ପାଦ ବାଟ ହୁଡ଼ିଲା? ସେକଥାକୁ ବାରମ୍ବାର ଭାବି ନିଜକୁ ଘୃଣା କରିଚାଲିଥିଲେ ଚନ୍ଦ୍ରଭାନୁ । 


କିଛିସମୟ ପୂର୍ବରୁ ଚନ୍ଦ୍ରଭାନୁଙ୍କ ମନରେ ଉଙ୍କିମାରିଥିବା ଇଚ୍ଛା ଆଉ ଉତ୍ସାହ ସବୁ କ୍ଷଣିକରେ ମଉଳି ଗଲା ଆପଣାଛାଏଁ: ଏକ ସାମାନ୍ୟ ଉତ୍ତରରେ । ଯାହା ଅପ୍ରତ୍ୟାସିତ ନଥିଲା, ତାଙ୍କ ପାଇଁ ।

ତେବେ, କ’ଣ ଥିଲା ଚନ୍ଦ୍ରଭାନୁଙ୍କର ସେ ପ୍ରଶ୍ନ? 

ପ୍ରଶ୍ନ, ଚିରାଚରିତ ଥିଲା ନା ଆଉ କିଛି; କିଏ କହିବ? 

କାହାକୁ ପଚାରିଥିଲେ ସେ ପ୍ରଶ୍ନ? 

କ’ଣ ଉତ୍ତର ପାଇଥିଲେ ସେ ତାଙ୍କ ପ୍ରଶ୍ନର! ଯାହା ତାଙ୍କ ମରମକୁ ଛୁଇଁଥିଲା – ମନକୁ କଷ୍ଟ ଦେଇଥିଲା – ଯାହାକୁ ନେଇ ଚନ୍ଦ୍ରଭାନୁ ଏତେ କ୍ଷୁବ୍ଧ ଆଉ ହତାସ!


ସେ ସମୟରେ ଚନ୍ଦ୍ରଭାନୁ ଯେ ନିଜକୁ କେବଳ କ୍ଷୁବ୍ଧ ଓ ହତାସାର ସୀମାବଦ୍ଧ କରି ନଥିଲେ! ସମ୍ମୁଖୀନ କରାଇଥିଲେ ନିଜକୁ ନିଜେ ଆହୁରି ହଜାରେ ପ୍ରଶ୍ନର ଆଗରେ – ଅର୍ଜୁନ କ’ଣ ଜନ୍ମରୁ ବୀର ଥିଲା? ଛୁରି ପନିକି କ’ଣ ଲୁହା ଅବସ୍ଥାରୁ ଧାରୁଆ; କାଟିପାରୁଥିଲା ସେ ସବୁକିଛି? 


ନା, କେବେ ନୁହେଁ । ଅର୍ଜୁନ ବୀର ହେବା ପଛରେ ଥିଲା ଗୁରୁ ଦ୍ରୋଣଙ୍କ ହାତ, ଠିକ୍ ଯେମିତି ଛୁରି ଓ ପନିକି ସବୁକିଛିକୁ କାଟିବା ପଛରେ ଥାଏ କମାରର ହାତ । କମାର ଶାଣ ନଦେଲେ ଛୁରି ପନିକି ମୂଲ୍ୟହୀନ, ସାମାନ୍ୟ ଲୁହା ଖଣ୍ଡେ । 


ତେବେ ଚନ୍ଦ୍ରଭାନୁ କାହିଁକି ନିଜକୁ ସାଧାରଣ; ଅତି ସାଧାରଣଠୁ ନ୍ୟୂନ ଭାବୁଛନ୍ତି! ବାଟ ଚାଲିବାକୁ ହେଲେ ସବୁବାଟ ଯେ ମସୃଣ ହେବ, ସେଇଟା ଭାବିବା ଭୁଲ! ବେଳେ ବେଳେ ଆବୁଡ଼ାଖାବଡ଼ା ବି ହୋଇପାରେ! ତେଣୁ ସେଇଠି ଅଟକି ନଯାଇ ଆଗକୁ ଚାଲିବା ହିଁ ପ୍ରକୃତ ବାଟୋଇର କର୍ତ୍ତବ୍ୟ । ଏକଥା ଚନ୍ଦ୍ରଭାନୁ ଭଲକରି ଜାଣନ୍ତି । ତେଣୁ ଭିତରେ ଭିତରେ ନିଜକୁ ନିଜେ ସାନ୍ତ୍ୱନା ଦେଇ ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ । ଆଉ ଭାବିଲେ:

ବର୍ତ୍ତମାନ ପରିସ୍ଥିତିରେ କରୋନା ଭୂତାଣୁ ଯୋଗୁଁ ପୃଥିବୀର ଶହେ କୋଡ଼ିଏ ଦେଶର ଲୋକେ ଆତଙ୍କିତ । ଏହି ଭୂତାଣୁ ଆଜି କେବଳ ସାଧାରଣ ଭୂତାଣୁ ହୋଇ ରହିନାହିଁ ବରଂ ଏକ ମହାମାରୀର ରୂପନେଇ ବିଶ୍ୱ ଜନସଂଖ୍ୟା ହ୍ରାସ କରିଚାଲିଛି । ନାରୀ-ପୁରୁଷ, ଗୋରା-କଳା, ସବଳ-ଦୁର୍ବଳ, ଡେଙ୍ଗା-ଗେଡ଼ା, ଧନୀ-ଗରିବ, ଉଚ୍ଚ-ନିଚ୍ଚ, ଥେଲାବଲା-ନଥିଲାବଲା ସମସ୍ତେ ଯେମିତି ତା ଆଗରେ ସମାନ । କୌଣସି ବାଛ ବିଚାର ନାହିଁ । ଯଦିଓ ଏହି ଭୂତାଣୁ ଦ୍ୱାରା ବେଶି ସଂଖ୍ୟକ ବୃଦ୍ଧ ଓ ବୃଦ୍ଧାଙ୍କ ଜୀବନ ପ୍ରଭାବିତ ହୋଇ ପ୍ରାଣହାନି ଘଟୁଛି! 


ଏହି କରୋନା ଭୂତାଣୁ ମାତ୍ର କେଇମାସ ପୂର୍ବରୁ ସାଧାରଣ ଭୂତାଣୁର ରୂପନେଇ ଚୀନର ଏକ କ୍ଷୁଦ୍ର ସହର ଉହାନରୁ ବାହାରି ବିଶ୍ୱକୁ ଗ୍ରାସ କରିଛି । ଶୁଣିବାକୁ ମିଳେ: ଚୀନର ଉହାନସ୍ଥିତ ଲ୍ୟାବ୍ରୋଟରୀର କ୍ୟାମିକାଲ ରିଆକ୍‌ସନରୁ ଏହାର ଜନ୍ମ । ଏକଥା କେତେ ସତ, କେତେ ମିଛ – କହିବା ଅସମ୍ଭବ । ତଥାପି ବିଶ୍ୱର ଅନ୍ୟ କିଛି ବୈଜ୍ଞାନିକ ଏହି ଭୂତାଣୁର ଜନ୍ମ କୌଣସି ଏକ ପ୍ରାକୃତିକ ବିବର୍ତ୍ତନରୁ ସୃଷ୍ଟି ବୋଲି ମତଦିଅନ୍ତି । କିନ୍ତୁ ନିଜକୁ ଦକ୍ଷ, ଉଚ୍ଚ ଶିକ୍ଷିତ, ବିକଶିତ, ଶକ୍ତିଶାଳୀ, ବିତ୍ତଶାଳୀ ରାଷ୍ଟ୍ର କହିବୋଲାଉଥିବା ଦେଶ ହେଉ ଅବା ଗରୀବ, ଅଭାବୀ ଦେଶ ସମସ୍ତେ ଖୁବ୍ କମ୍ ଦିନ ମଧ୍ୟରେ ଏହାର ଆଁ ଭିତରକୁ ଧୀରେ ଧୀରେ ପ୍ରବେଶ କରିସାରିଲେଣି । ଆଜିଯାଏଁ ଏହାର କୌଣସି ପ୍ରତିଷେଧକ ଉଦ୍‌ଭାବନ ହୋଇପାରି ନଥିବା ସତ୍ତ୍ୱେ ଗୃହବନ୍ଦୀ ବା ସଂଗରୋଧ ଦ୍ୱାରା ହିଁ ଏହାକୁ ପ୍ରତିହତ କରିହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତା’ର ମତ ପ୍ରକାଶ କରିଛି । ତେଣୁ ସଂପୂର୍ଣ୍ଣ ବିଶ୍ୱରେ ‘ଲକଡାଉନ୍‌’ ଅର୍ଥାତ୍ ତାଲାବନ୍ଦ ପରିସ୍ଥିତି । ଆମ ଭାରତ ଏବଂ ଓଡ଼ିଶାରେ ମଧ୍ୟ ‘ଲକଡାଉନ୍‌’ ଆଜକୁ ତିନି ମାସରୁ ଊର୍ଦ୍ଧ୍ୱ ହେଲା । ସରକାରୀ ଚାକିରିଆଠାରୁ ବ୍ୟବସାୟୀ ଏବଂ ଖଟିଖିଆ ପର୍ଯ୍ୟନ୍ତ, ଛାତ୍ରଠାରୁ ଶିକ୍ଷକ ସମସ୍ତଙ୍କ ପାଇଁ ନିଷେଧାଜ୍ଞା ଜାରି ହୋଇଛି । ଏହି ନିଷେଧାଜ୍ଞା କେତେଦିନ ପାଇଁ ଜଣାନାହିଁ । କିନ୍ତୁ ସବୁ ଅବିଭାବକଙ୍କର ଚିନ୍ତା ବଢ଼ାଇଛି ଏହି ଘରେରୁହା ପରିସ୍ଥିତି । ବାରମ୍ବାର ବାରିହେଉଛି, ନଗରରୁ ମହାନଗର ସବୁଠି ଚାଲିଛି ସରକାରୀ ବ୍ୟବସ୍ଥା ଯେମିତି ମର ମର ଅବସ୍ଥାରେ । ବ୍ୟକ୍ତିବିଶେଷ ଠାରୁ ସରକାର ସମସ୍ତେ କଳେବଳେ କୌଶଳେ ଆପ୍ରାଣ ଚେଷ୍ଟାରେ ଏବଂ ଉପାୟ ସନ୍ଧାନରେ: କେମିତି ଉଧୁରିବେ ଏ ପରିସ୍ଥିତିରୁ... ଅଦେଖା ଶତ୍ରୁ କବଳରୁ! ତେଣୁ ଦୀର୍ଘଦିନ ହେଲା ଦେଶୀ ଓ ପ୍ରବାସୀ ସମସ୍ତେ ସେଇ ଏକମାତ୍ର ଉପାୟ ସଂଗରୋଧ ଅବସ୍ଥାରେ ଯେଝା ଯେଝା ସ୍ଥାନରେ । 


ଏହି କରୋନା ଆଶଂକା ଯୋଗୁଁ କିଛିଦିନ ପୂର୍ବରୁ ନିଜ ଜୀବନ ଜୀବୀକା ନେଇ ସବୁବେଳେ ବ୍ୟସ୍ତ ରହୁଥିବା ମଣିଷ ନିକଟରେ ଆଜି ଢେର ସମୟ, ବର୍ତ୍ତମାନର ତାଲାବନ୍ଦ ପରିସ୍ଥିତିରେ । କେଉଁ ଉପାୟରେ ସମୟ ନଷ୍ଟ କରିବ ବାଟ ଖୋଜିପାଉନି, ଅଧିକନ୍ତୁ ମଣିଷ!

ଚାରିମାସ ପାଖାପାଖି ଦିନ – ଚନ୍ଦ୍ରଭାନୁଙ୍କର ବି ଏମିତି କଟିଲାଣି । ହାତରେ ଢେର ସମୟ ଥାଇବି କିଛି କରିବାର ଯୁ ତାଙ୍କଠାରେ ନାହିଁ । 

ସକାଳେ ଫେସ୍‌ବୁକ୍‌ଟା ଘାଣ୍ଟୁ ଘାଣ୍ଟୁ ଚନ୍ଦ୍ରଭାନୁଙ୍କର ନଜର ପଡ଼ିଲା ଏକ ବିଜ୍ଞାପନରେ । ଏଇଟି ଥିଲା ଏକ ପ୍ରତିଷ୍ଠିତ ପ୍ରକାଶକ ସଂସ୍ଥାର ବିଜ୍ଞାପନ । ବିଜ୍ଞାପନରେ ଲେଖାଥିଲା: ବିଶ୍ୱବ୍ୟାପୀ କରୋନା ମହାମାରୀ ପ୍ରେକ୍ଷାପଟ୍ଟରେ ଓଡ଼ିଶାର ପ୍ରତିଷ୍ଠିତ ଲେଖକମାନଙ୍କର ଗଳ୍ପଗୁଡ଼ିକୁ ନେଇ ପ୍ରଥମ ଓ ଶ୍ରେଷ୍ଠ ଏକ ଗଳ୍ପ ସଂକଳନ ଖୁବ୍ ଶୀଘ୍ର ପ୍ରକାଶିତ ହେବ!


ବିଜ୍ଞାପନଟିକୁ ପଢ଼ିସାରି ଚନ୍ଦ୍ରଭାନୁ ପାଇଗଲେ ତାଙ୍କ ତାଲାବନ୍ଦ ସମୟକୁ ବିନିଯୋଗ କରିବାର ଉପରୟ । ସେ ସଂଗେ ସଂଗେ ବିଜ୍ଞାପନଟିର ନିମ୍ନରେ ପ୍ରଦତ୍ତ ଦୂରଭାଷ ନମ୍ବରରେ ଯୋଗାଯୋଗ କଲେ, ଖୁବ୍ ଉତ୍ସାହପୂର୍ଣ୍ଣ ଭାବନାରେ । ଯଦିଓ ଚନ୍ଦ୍ରଭାନୁ ବହୁ ପୂର୍ବରୁ ସଂସ୍ଥାମୁଖ୍ୟଙ୍କୁ ଭଲକରି ଜାଣିଥିଲେ ତେଣୁ ଫୋନ୍ କରି ସୌଜନ୍ୟତା ଦୃଷ୍ଟିରୁ ତାଙ୍କୁ ନମସ୍କାର ଜଣାଇଲେ ।


‘ହାଲୋ, କିଏ କହୁଛନ୍ତି?’ ପଚାରିଲେ ସଂସ୍ଥାମୁଖ୍ୟ ।

‘ମୁଁ ଚନ୍ଦ୍ରଭାନୁ କହୁଛି ଆଜ୍ଞା! ମୟୂରଭଞ୍ଜରୁ । ଭୁବନେଶ୍ୱର ବହିମେଳାରେ ଦେଖା ହେଇଥିଲା । ଓଡ଼ିଆ ସାହିତ୍ୟକୁ ନେଇ କେତେ ଚର୍ଚ୍ଚା ଆଲୋଚନା କରିଥିଲେ ଆମେ ଦୁହେଁ ଏକାଠି... ।’

‘ଓଃ ଚନ୍ଦ୍ରଭାନୁ! କୁହନ୍ତୁ... କେମିତି ମନେପଡ଼ିଲି ମୁଁ?’ ସଂସ୍ଥାମୁଖ୍ୟ ।

‘ଆପଣଙ୍କୁ କ’ଣ ଭୁଲି ହେବ! ବହୁବାର ଭାବିଛି ଫୋନ୍ କରିବି କରିବି ବୋଲି, ହେଲେ ସମୟ ପାଇନି । କେମିତି ଅଛନ୍ତି?’ ପଚାରିଲେ ଚନ୍ଦ୍ରଭାନୁ ।


‘ଭଲରେ ଅଛି, ଆଉ ଆପଣ?’ ପଚାରିଲେ ସଂସ୍ଥାମୁଖ୍ୟ ।

‘ମୁଁ ବି ଭଲରେ ଅଛି, ବୁଢ଼ା ତ ହେଲିଣି ତେଣୁ ମଝିରେ ମଝିରେ ଦେହ ଖରାପ ରହୁଛି ।’ ଉତ୍ତରରେ କହିଲେ ଚନ୍ଦ୍ରଭାନୁ ।

‘ଆପଣ ପୁଣି ବୁଢ଼ା!’ ଅଟହାସ୍ୟ କରି ହସିଲେ ସଂସ୍ଥାମୁଖ୍ୟ ।

‘ବୁଢ଼ା ନୁହଁ, ଆଉ କ’ଣ? ଆଖିକୁ ଦିଶୁନି, ହାତ ଥରୁଛି, ଜିଭ ସିନା ସୁଆଦ ଖୋଜୁଛି, ହେଲେ ଅଧା ଦାନ୍ତ ମଲେଣି ଆଉ ମାଂସଟିକେ ଚୋବେଇ ଖାଇହଉନି; ତେବେ ବୁଢ଼ା ନୁହଁ ଆଉ କ’ଣ?’ ଥଟ୍ଟାଳିଆ ମିଜାଜ୍‌ରେ କହିଲେ ଚନ୍ଦ୍ରଭାନୁ । ଯଦିଓ ଚନ୍ଦ୍ରଭାନୁ ବୃଦ୍ଧ ନୁହନ୍ତି; ଜଣେ ମଧ୍ୟବୟସ୍କ ଯୁବକ ।


ଚନ୍ଦ୍ରଭାନୁଙ୍କ କଥା ଶୁଣି ବେଶ୍ ହସିଲେ ସଂସ୍ଥାମୁଖ୍ୟ । 

ଉଭୟ ବିଭିନ୍ନ ସ୍ଥିତି, ପରିସ୍ଥିତି ଓ ବର୍ତ୍ତମାନର ସମୟ କାଳକୁ ନେଇ ଖୁବ୍ ଖୋଲାମେଲା ଭାବେ କଥା ଜାରିରଖିଲେ; ବେଶ୍ କିଛି ବେଳ ଯାଏଁ । ଏହି କଥାବାର୍ତ୍ତା ମଝିରେ ନିଜର ଅସଲ ଉଦ୍ଦେଶ୍ୟଟିକୁ କହିବାକୁ ଦୁଇ ଚାରିଥର ଚେଷ୍ଟା ବି କଲେ ଚନ୍ଦ୍ରଭାନୁ, ହେଲେ ସକ୍ଷମ ହେଲେ ନାହିଁ ।


କିଛି ସମୟ ପରେ କଥା ମଝିରେ; ‘କାହିଁକି ଫୋନ୍ କଲେ, ଏତେବେଳ ଯାଏଁ କହିଲେ ନି ତ?’ ପଚାରିଲେ ପ୍ରକାଶନ ସଂସ୍ଥାମୁଖ୍ୟ ।

ଏଥର ଟିକେ ଦମ୍ଭ ଆସିଲା ଚନ୍ଦ୍ରଭାନୁଙ୍କ ମନରେ । ଥଙ୍ଗ ଥଙ୍ଗ ହୋଇ ପ୍ରଥମରୁ କଥା ଆରମ୍ଭ କଲେ ।

ଫେସ୍‌ବୁକ୍‌ରେ ଆପଣଙ୍କ ବିଜ୍ଞାପନଟା ପଢ଼ି ଜାଣିଲି, ଆପଣ ବିଶ୍ୱବ୍ୟାପୀ କରୋନା ମହାମାରୀ ପ୍ରେକ୍ଷାପଟ୍ଟକୁ ନେଇ ଏକ ପୁସ୍ତକ ପ୍ରକାଶ କରିବାକୁ ଯାଉଛନ୍ତି; ବେଶ୍ ଖୁସିଲାଗିଲା ।

‘ହଁ, ସେଇ କାମରେ ଟିକେ ବିଜି ଅଛି ।’ ପ୍ରକାଶନ ସଂସ୍ଥାମୁଖ୍ୟ ତାଙ୍କ ପ୍ରତିକ୍ରିୟାରେ କହିଲେ ।


‘ଲେଖା କ’ଣ ସବୁ ଆସିଗଲାଣି?’ ପୁଣି ଚନ୍ଦ୍ରଭାନୁ ପଚାରିଲେ ।

‘ହଁ, କିଛି ଆସିଛି – ଆଉ କିଛି ଆସିବାର ଅଛି!’ ସଂସ୍ଥାମୁଖ୍ୟ ଚନ୍ଦ୍ରଭାନୁଙ୍କ ପ୍ରଶ୍ନର ଉତ୍ତରରେ କହିଲେ ।

ଏଥର ଉଦ୍ଦେଶ୍ୟଟାକୁ ଆଉ ମୋଡ଼ ମାଡ଼ ନକରି ଚନ୍ଦ୍ରଭାନୁ ପଚାରିଦେଲେ – ‘ମୁଁ ଗୋଟେ ଲେଖା ଦେବି!’

ହଠାତ୍ ଗରମ ତେଲରେ ଯେମିତି କିଏ ପାଣି ଛିଞ୍ଚିଦେଲା ଭଳି ସଂସ୍ଥାମୁଖ୍ୟଙ୍କର କଥାର ସ୍ୱର ବଦଳିଗଲା – ‘ନା ନା, ଏଥିରେ ସବୁ ବଡ଼ ବଡ଼ ଗାଳ୍ପିକ ସାହିତ୍ୟିକଙ୍କର ଲେଖା ବାହାରୁଛି । ଅମୁକ ଅମୁକ, ସମୁକ ସମୁକ(ଆଠରୁ ଦଶ ଭୁବନେଶ୍ୱରୀଆ)ଙ୍କ ନାଁ’ – କହିଗଲେ ସଂସ୍ଥାମୁଖ୍ୟ । ସେଥିରେ ଏମିତି ବି କିଛି ନାଁ ଥିଲା – ଯେଉଁମାନେ ଗାଁରେ ରୁହନ୍ତି, ହେଲେ ଭୁବନେଶ୍ୱରର କୋଉ ଏକ ମିଛ ଠିକଣା ଲେଖନ୍ତି!


ଯେତେ ଉତ୍ସାହ ଓ ବ୍ୟଗ୍ରତାର ସହ ଚନ୍ଦ୍ରଭାନୁ ସଂସ୍ଥାମୁଖ୍ୟଙ୍କ ସହ କଥା ହେଉଥିଲେ, ଆଉ ସେ ଉତ୍ସାହ ତାଙ୍କ କଥାର ସ୍ୱରରେ ଶୁଭିଲା ନାହିଁ ଏଥର । ସଂସ୍ଥାମୁଖ୍ୟ ତଥା ବହିର ସଂପଦକଙ୍କ ସହ କଥୋପକଥନକୁ ଆଉ ବେଶି ସମୟ ଯାଏ ଚାଲୁ ରଖିବାକୁ ବି ଉଚିତ୍ ଭାବିଲେନି ଚନ୍ଦ୍ରଭାନୁ । ବୁଝିଗଲେ ନିଜକୁ ନିଜେ: ସିଏ ବଡ଼ ସାହିତ୍ୟିକ ନୁହନ୍ତି! ରାଜଧାନୀରେ ନୁହେଁ, ସେ ଗାଁରେ ରୁହନ୍ତି! 



Rate this content
Log in

Similar oriya story from Abstract