Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

suchitra pradhan

Romance Inspirational

2  

suchitra pradhan

Romance Inspirational

ଚିଠି ମୋର ଟିକି ଚଢେଇ

ଚିଠି ମୋର ଟିକି ଚଢେଇ

3 mins
1


ପ୍ରିୟର ସ୍ନେହା,

ମୁଁ ବହୁତ ଥର ଚେଷ୍ଟା କରିଛି ମନର ସବୁ କଥା କହି ଦେବାକୁ ହେଲେ କେବେ ପାରିନି।ଆଜି ବୋଧେ ସେ ସୁଯୋଗ ପାଇଛି ସବୁ କିଛି କହିଦେବାକୁ ଆଉ ଏହି ସୁଯୋଗକୁ ମୁଁ କେମିତି ବା ହାତ ଛଡା କରି ଥାନ୍ତି କହ??ସେଥିପାଇଁ ତ ମନ ଭିତରେ ଚାପି ରଖିଥିବା ସବୁ ଅକୁହା କଥାକୁ ଆଜି ମନ ଖୋଲି କହିଦେବି।


     ପିଲାଟି ଦିନରୁ ଦୁହେଁ ସାଙ୍ଗ ହୋଇ ପଢିଚେ, ଏକାଠି ଖାଇଛେ ଓ ଏକାଠି ବଢିଚେ।ମା ଚାଲିଗଲା ଦିନଠୁ ତୁ ହିଁ ମତେ ଆଗକୁ ବଢିବାର ରାସ୍ତା ଦେଖେଇଥିଲୁ ଆଉ ସେଥିପାଇଁ ବୋଧେ ତା ପରଠୁ ମୁଁ କେବେ ଆଉ ପଛକୁ ଫେରି ଦେଖିନି।ଲକ୍ଷ୍ୟ ଭ୍ରଷ୍ଟ ହୋଇ ଯିବା ଆଗରୁ ତୁହିଁ ଟାଣି ଆଣିଥିଲୁ ମତେ ଏହି ରାସ୍ତାକୁ ଆଉ ଆଗକୁ ବଢିବାର ଆଶା ତୁ ହିଁ ଦେଇଥିଲୁ।ଆଜି ଯାହା ବି ହେଇଚି ସବୁ ତୋରି ପାଇଁ ଲୋ।ଲକ୍ଷ୍ୟ ହୀନ ପଥିକ ହୋଇ ବାଟବଣା ହୋଇ ବୁଲିଥିଲା ବେଳେ ତୁ ମନରେ ଭାରି ଦେଇଥିଲୁ ଅସୀମ ଆଶା ଆଉ ଭରସା।


ଯେବେ ବି ଦୁଃଖରେ ଥାଏ ତୋର ସେହି ମିଠା ମିଠା କଥା ଭାବି ଆଉ ସେହି ସଜ ଫୁଲ ପରି ଚେହେରା ଫୋଟୋକୁ ଦେଖିଲେ ସବୁ ଦୁଃଖ କଷ୍ଟ ଭୁଲିଯାଏ।ଟ୍ରେନିଙ୍ଗ ପାଇଁ ସିନା ମୁଁ ଏଠି ଆସିଲି ହେଲେ ମନଟା ତୋ ପାଖରେ ଦେଇ ଚାଲି ଆସିଛି।ଆଜି ବି ମନେ ଅଛି ସେହି ଦିନ ଯେବେ ପ୍ରଥମ ଥର ପାଇଁ ମୋ ମୁଣ୍ଡ ଆଉଁଶି ମତେ ଗେଲ କରିଥିଲୁ।ଆଉ ଯେବେ ତୁ ମୋର ହାତ ଧରି ଆଗକୁ ରାସ୍ତା ଚାଲିବାର ଶିଖାଇଲୁ ମୁଁ ମନେ ମନେ ତତେ ନିଜର ଭାବି ନେଲି।ମନେ ମନେ ଭାବେ ବାମନ ହୋଇ ଚନ୍ଦ୍ରକୁ କମେତି ହାତ ବଢ଼େଇବି??ସେତେବେଳ ପ୍ରେମ ବିଷୟରେ ଶୁଣିଥିବା କଥା ମନେ ପଡି ଯାଏ।ଯେ ପ୍ରେମ କେବେ ଧନୀ, ଗରିବ,ଗୋରା, କଳା, ଟଙ୍କାଓ ପଇସା ଦେଖନି ସେ ଦେଖେ କେବଳ ଗୋଟେ ଭଲ ପାଉଥିବା ହୃଦୟ।ଆଉ ସେହି ସାହସରେ ତତେ ଆଜି ସବୁ କଥା କହିବି ବୋଲି ଭାବୁଛି।ତୋର ସାମାଜିକ ପ୍ରତିଷ୍ଠା, ମାନ, ସମ୍ମାନ କଥା ଭାବିଲେ ଲେଖନୀ ମୋର ସେଠି ଅଟକି ଯାଏ।ସତ ଚେଷ୍ଟା କରିଚି ମନକୁ ବୁଝେଇବାକୁ କିନ୍ତୁ ପ୍ରେମ ଆଗରେ ହାରିଗଲି।ଆମ ଦିଜଣ ଭିତରେ ଆକାଶ ପାତାଳ ଫରକ ଜାଣି ବି ତତେ କେତେବେଳ ନିଜର କରି ନେଲି ମୁଁ ନିଜେ ହିଁ ଜାଣିନି।


ମତେ ତୁ ମନେ ପକାଉ କି ନାଇଁ ମୁଁ ଜାଣିନି କିନ୍ତୁ ଏମିତି ଗୋଟେ ଦିନ ନାହିଁ ଯୋଉ ଦିନ ଏ ମନ ତତେ ଖୋଜିନି।ବହୁତ ଚେଷ୍ଟା କରିଚି ତତେ ଦେଖା ହେଲେ ସବୁ କହିଦେବି ବୋଲି କିନ୍ତୁ ଯେବେ ତତେ ଦେଖେ ସବୁ କିଛି ଭୁଲିଯାଏ।ସତରେ ବଡ ଅମାନିଆ ଏହି ପ୍ରେମ।ଟ୍ରେନିଙ୍ଗ ଆସିବା ଦିନ ଠୁ ମୁଁ ଜଗି ଥାଏ ସାପ୍ତହର ସେହି ଶେଷ ଦିନ ରବିବାରକୁ।ଖରାରେ ଲମ୍ବା ଲାଇନ ରେ ଜଗି ବସିଥାଏ କେବେ ମୋ ନମ୍ବର ଆସିବ ଆଉ ମୁଁ ତୋ ସହ ଦିପଦ କଥା ହେବି।ଆଉ ଯେବେ ମୋ ନମ୍ବର ଆସିବା ଆଗରୁ ଫୋନ କନେସ୍କନ କଟିଯାଏ ସେ ଦିନ ଭୋକ, ଶୋଷ ସବୁ ଭୁଲି ଯାଏ।ଚାତକ ପକ୍ଷୀ ଆକାଶକୁ ବର୍ଷାକୁ ଜଗି ଥାଏ ତାର ତୃଷ୍ଣା ନିବାରଣ ପାଇଁ ମୁଁ ଠିକ ସେପରି ଚାହିଁ ଥାଏ ତତେ କେବେ ଥରେ ମନ ଖୋଲି ଦେଖିବି।


ସମସ୍ତେ କହନ୍ତି ଦେଶର ଯବାନ ହୋଇ କଣ ଡରୁଛି ପ୍ରେମ ନିବେଦନ ପାଇଁ??କିନ୍ତୁ ସେମାନେ କଣ ବୁଝିବେ ମୋର ମନର ବେଦନା।ଜାଣିଚୁ ସ୍ନେହା, ମୁଁ ମୋର ପ୍ରଥମ ଦାରମାରେ ତୋ ପାଇଁ ସୁନାର ମୁଦିଟିଏ କରିଛି।ଠିକ ସେମିତି ଯେମିତି ତୁ ପିନ୍ଧୁଥିଲୁ।ତୋର ମନେ ଅଛି କି ନାଇଁ ମୁଁ ଜାଣିନି କିନ୍ତୁ ମୋର ସବୁ ମନେ ଅଛି।ଡିଫେନ୍ସ ଏକାଡେମୀ ରେ ଯଏନ ହେବାର ଶେଷ ତାରିଖରେ ଯେବେ ମୁଁ ସଞ୍ଚୟ କରିଥିବା ସବୁ ଟଙ୍କା ବାପା ଜୁଆ ଖେଳି, ମଦ ପିଇ ସାରିଦେଇଥିଲେ ଆଉ ମୁଁ ମାଆର ଫୋଟୋ ଧରି କାନ୍ଦୁଥିଲି ତୁ ତୋର ସୁନା ମୁଦି ବିକି ମୋର ଫିସ ବାନ୍ଧିଥିଲୁ।ଆଉ ସୁନା ମୁଦି ହଜି ଯାଇଛି କହି ମାଉସୀ ତତେ ବହୁତ ଗାଳି କରିଥିଲେ ଆଉ ମାଡ ବି ଦେଇଥିଲେ।ସେ ଦିନ ମୁଁ ରାତି ସାରା ସୋଇପାରିନଥିଲି କେବେଳ ତୋର ସେହି କାନ୍ଦ କାନ୍ଦ ଚେହେରାକୁ ମନେ ପକାଇ ବହୁତ କାନ୍ଦିଥିଲି ଆଉ ଆଖି ଲୁହରେ ତକିଆ ବି ଭିଜି ଯାଇଥିଲା।


ନା ଟା ଯେମିତି ସ୍ନେହା ତୋର ସ୍ନେହ ମତେ ତୁ ସେମିତି ଅଜାଡି ଦେଇଚୁ।ଠିକଣା ହରାଇ ବାଟବଣା ହୋଇ ବୁଲୁଥିବା ବାଟୋଇକୁ ଆଜି ଠିକ ଜାଗାରେ ପହଞ୍ଚାଇ ଦେଲୁ।ତୋ ଋଣ କେବେ ସୁଝି ପରିବିନିଲୋ।ପିଲା ଦିନର ସବୁ କଥା ଆଜି ଯାଏଁ ମନେ ଅଛି।ସେହି ବୋହୁ ଚୋରି, କଣ୍ଢେଇ ବାହାଘର ଆଉ ବାଲି ଘର।ଯେବେ ନୀଳ ସମୁଦ୍ରର ଢେଉ ତୋର ବାଲି ଘର ଧୋଇ ନେଇ ଯାଏ ବହୁତ କାନ୍ଦୁ।ତତେ ଚୁପ କରିବାକୁ ଯାଇ ମୁଁ ସମୁଦ୍ର ଉପରେ ଡେଇଁ କହେ ଦେଖେ ତାକୁ ମୁଁ ଗୋଡରେ ଚକୁଡି ଦେଲି ଆଉ ତୁ ଖିଲି ଖିଲି କରି ହସି ଦଉ।ତତେ ବହୁତ ଭଲ ପାଏ ମୁଁ ।କିନ୍ତୁ ମୁଁ ତୋର ମନ କଥା ନ ଜାଣି ଆଜି ସବୁ କହିଦେଲି ।ମୁଁ ତତେ କେବେ ହରାଇବାକୁ ଚାହିଁନି।ସେଥିପାଇଁ ମୁଁହ ଖୋଲି କହିନଥିଲି କିନ୍ତୁ ଆଜି କହିଦେଲି ।ଜାଣିଚି ସୂର୍ଯ୍ୟ ଉଦୟକୁ ପଦ୍ମ ଚାହିଁଥାଏ।କେତେବେଳେ ସୂର୍ଯ୍ୟ ଉଦୟ ହେବ ଆଉ ପଦ୍ମ କଢି ବିକଶିତ ହୋଇ ସୁନ୍ଦର ଫୁଲ ହେବ।ମୁଁ ଠିକ ସେପରି ତତେ ଚାହିଁଛି।କେବେ ମୋ ଜୀବନରେ ଆସିବୁ ଆଉ ଏହି ରଙ୍ଗହୀନ ଜୀବନରେ ଟିକେ ତୋ ହାତରେ ରଙ୍ଗ ଭରିଦେବୁ।


ଜାଣିନି ଲୋ ସ୍ନେହା ଏ ଚିଠି ପାଇଲା ବେଳକୁ ମୁଁ ଥିବି କି ନଥିବି।।ଏହି ବୋଡ଼ର୍ରରେ କେତେବେଳ ଶତ୍ରୁ ଗୁଳି ମୋର ହୃଦୟ ଭେଦ କରି ଚାଲିଯିବ।ତା ଆଗରୁ ସବୁ କହିଦେଲି।ପ୍ରଥମ ଥର ପାଇଁ କହୁଛି I  Love You ସ୍ନେହା। ମତେ କ୍ଷମା କରିଦେବୁ। ରହିଲି।

                                              (ଇତି)

                                          ତୋର ସୂର୍ଯ୍ୟ



Rate this content
Log in

More oriya story from suchitra pradhan

Similar oriya story from Romance