STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଛଦ୍ମବେଶ

ଛଦ୍ମବେଶ

1 min
168

ବରଯାତ୍ରୀ ଦଳ ବାହାରିବାର ଥିଲା କଟକରୁ ବ୍ରହ୍ମପୁର। ପୂର୍ବ ରାତ୍ରୀରେ ଦେଖିଥିବା କେଶବତୀ ଲଳନାଟି କେଜାଣି କାହିଁକି ଟିକେ ଅଲଗା ଅଲଗା ଦିଶୁଥିଲା। ବାହାଘରର ବ୍ଯସ୍ତତାରେ ଏସବୁ ପ୍ରତି କାହାର ଧ୍ୟାନ ଆକର୍ଷିତ ହୋଇନଥାଏ। 


କିନ୍ତୁ ଯେବେ ବରଯାତ୍ରୀ ଶୋଭାଯାତ୍ରାରେ ଜିନ୍ସ୍ ଟିସାର୍ଟ୍ ପରିହିତା ଲଳନାଟିଏ ନାଚୁଥିଲା, "ବୋତଲ ଭାଙ୍ଗିବି..." ଗୀତରେ ସଭିଏଁ ଆଶ୍ଚର୍ଯ୍ୟଚକିତ ହୋଇ ରହିଗଲେ। 


ଗତରାତ୍ରୀର ଘନ କୃଷ୍ଣ କେଶରାଶି ବିଶିଷ୍ଟ ଲଳନା କେଶ କର୍ତ୍ତନ କରି ଆପଣାକୁ ତରୁଣଟିଏ ପରି ସଜାଇଥିଲା। ଲଲାଟରେ ରକ୍ତଚନ୍ଦନର ଟିପା। ହାବଭାବ ମଧ୍ୟ ତରୁଣ ସୁଲଭ। ପହିଲିବାର ଦର୍ଶନ କରିବା ମାତ୍ରେ ଧୋକା ଖାଇଯିବ ଅନୁଭବୀ ଆଖି। 


ନାରୀ ସଶକ୍ତିକରଣ ଏବଂ ନାରୀ ସୁରକ୍ଷା ପାଇଁ ଯେତେ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଯେପର୍ଯ୍ୟନ୍ତ ପୁରୁଷର ମାନସିକତାରେ ପରିବର୍ତ୍ତନ ନ ଆସିଛି ସବୁକିଛି ନିରର୍ଥକ ମନେହୁଏ। ଏପରିକି ବଢିଲା ଝିଅ ନିଜର ବାପା ପାଖରେ ବି ସୁରକ୍ଷିତ ନୁହେଁ! ନିଜକୁ ପୁରୁଷ ପ୍ରଧାନ ସମାଜର କ୍ରୁର ଚକ୍ଷୁରୁ ବଞ୍ଚାଇ ରଖିବାକୁ ଲଳନାଟିଏ ବି ସାଜିପାରେ ତରୁଣ!!! 



Rate this content
Log in

Similar oriya story from Abstract