ଚାକିରିଆ ମାଆ
ଚାକିରିଆ ମାଆ
ପିଲା ଟିଏ ଜନ୍ମ କରି, ପୁଣି ତାକୁ ବଡ କରିବା କି ଯେ କାଠିକର ପାଠ, ମା ବାପା ନ ହେଲେ ଜାଣିହୁଏନି. ଠକିଲେ ଶିଖନ୍ତି, ଏଇଟା ତ ଜୀବନ, ଆଉ ସେଇ ଜୀବନ କାଳ ମଧ୍ୟରେ ଚାକିରୀ କରୁଥିବା ମା ଟିଏ କେତେ ଯେ କଷ୍ଟ ରେ ପିଲାଟିକୁ ତାର ବଢାଏ ଘଣ୍ଟ ଘୋଡାଇ ପଣତ ତଳେ ସେହିଁ ଜାଣେ, ତ ରୁଟିନ ବନ୍ଧା ଜୀବନରେ ଛୋଟ ଛୁଆ ଟାକୁ କେବେ ଏଠି ସେଠି ଚିନ୍ହା ପରିଚୟ ଅବା ବନ୍ଧୁବାନ୍ଧବ ଘରେ ଛାଡି ଯିବାରେ କେତେ ଯେ ଡର, କଳ୍ପନା ର ବାହାରେ.ଟିଫିନ ପାଣିବୋଟଲ ସଜାଡୁ ସଜାଡୁ ବି ପିଲାଙ୍କର ମାନଥାଏ ଅନ୍ୟକିଏ ଖାଉଥିବା ପଖାଳ ଭାତରେ, ମନା କଲେ ବଡମାନେ ଖରାପ ଭାବିବେ ଶୁଣେଇବାକୁ ପଛେଇବେନି ଆମେକଣ ପିଲା ବଢେଇନଥିଲୁ, ଆଉ ଚୁପ ରହିଲେ ପିଲାକୁ ଜ୍ୱର ଥଣ୍ଡା କାଶ, ତ ଆର ଦିନ ଅଫିସ /ସ୍କୁଲ ଯିବ କେମିତି ମା, ଦୌଡିବା ସାର ହୁଏ ହସ୍ପିଟାଲ. ଆଉ ଟିକେ ବଡ ହେଲେ ସ୍କୁଲ କୁ ଛାଡିଲେ ବି ନିସ୍ତାର ନ ଥାଏ, ଯେତେ ଭଲ ଭଲ ଟିଫିନି ସଜାଡ଼ିଥିଲେ ବି ପିଲାର ମନ ବିକାଯାଉଥିବା ପିଜୁଳି ଉପରେ, ଆଉ ଯାହାକୁ ଖାଇଲେ ତଣ୍ଟି ଦରଜ ସହ ଜର. ତ ପଇସା ଦେଇନଥାନ୍ତି ସୁଷମା, କାଳେ ଝିଅ ପିଜୁଳି କିଣି ଖାଇ ଅସୁସ୍ଥ ହେବ ଏବେ ବଡ ହେଲାପରେ ଝିଅ ଯେବେ କୁହେ ପିଲାଦିନେ ପିଜୁଳି କିଣି ଖାଇବାକୁ ମତେ ପଇସା ଦିଆ ଯାଇନଥାଏ, ଅନ୍ୟମାନେ ଖାଇବା ବେଳେ ସେ ଚାହିଁରହେ, ଆଉଠିକ ସେତିକିବେଳେ ସୁଷମା ଙ୍କ ପେଟ ଭିତରେ କଣ ଗୋଟେ ହେଇଯାଏ ଆଉ ବହୁ କଷ୍ଟରେ ଝିଅ ଆଣିଥିବା ବଡ ବଡ ପିଜୁଳି ରୁ ଗୋଟେ କଷ୍ଟରେ ଖାନ୍ତି ଶୁଣିଶୁଣି ଯେ ପିଜୁଳି ଟା ଦେହ ପାଇଁ ବହୁତ ଭଲ, କେମିତି କେମିତି ହେଇଯାଏ କଣ ଗୋଟେ. ପୁଅ ଟିକେ ବଡହେଲା ପରେ ଜିଦି କରିଥିଲା କମ୍ପୁଟର କିଣିବା ପାଇଁ ତ ସୁଷମା ଚିନ୍ତା କରିପାରିନଥିଲେ ଏତେଗୁଡିଏ ଟଙ୍କା ଦେଇ କିଣେଇ ଦେବେକି ନଦେବେ, କାଳେ ପୁଅ ଖରାପ ହେଇଯିବ, କୋଉ ଆପ କୁ ଯାଇ କଣ ବୋଲି କଣ ଦେଖିବ ତ ମନାକରି ପାଖରେ ଗେଲେଇନଟେଇ ହେଉଥିବା ପୁଅକୁ ଖଟ ପାଖରୁ ଠେଲି ଦେଇଥିଲେ ଗୋଡ଼ରେ ଯା ପଢ଼ା ରେ ମନଲଗା କହି ହେଲେ ତା ସଂଚୟ ପଇସା ରୁ ଜିଦିକରି କୋମ୍ପୁଟର କିଣିଲା ପୁଅ, ଆଉ ଏବେ ଚାକିରୀ କରି ବହୁତ ଦୂରରେ ସେ, ଆଉ ସେ କିଣିଥିବା କୋମ୍ପୁଟର ହିଁ ସାହାରା ସୁଷମାଙ୍କର. ଛୁଟିରେ ଘରକୁ ଆସିଲେ ଏଇ କୋମ୍ପୁଟର କିଣିବାକୁ ତୁ ମତେ କେତେ ଗୋଇଠା ମାରିଥିଲୁ କହେ ଯେବେ ପୁଅ ମନଟା କଣ ହେଇଯାଏ, ପୁଣି ଯେବେ କଥା ପ୍ରସଙ୍ଗରେ କେବେ କହେ ମତେ କେତେ ମାରୁ ତୁ ହେଲେ ମୋ ପିଲା ହେଲେ ମୁଁ ଜମା ବି ମାରିବି ନାହିଁ, ତ ତା କଥା ଶୁଣି ଛଟପଟ ଲାଗେ କାହିଁକି? ସେମିତି ଗାଈ ଟା ପାଖରୁ ଛୁଆ ଟାକୁ ଛଡେଇନେଇ କ୍ଷୀର ଦୁହିଁବା ଦୃଶ୍ୟରେ, ସ୍କୁଲ ବାରଣ୍ଡା ରେ ଶୋଇଯାଇଥିବା, ପେଟ ପଶି ଯାଉଥିବା କୁକୁରଟାକୁ ଘାଉଡେଇଲା ବେଳେ, ପୁଣି ବର୍ଷା ରୁ ରକ୍ଷା ପାଇବା ପାଇଁ ବାରଣ୍ଡା କୁ ଚଢି ଆସୁଥିବା ଷଣ୍ଢ ଟିକୁ ଘଉଡାଇବା ବେଳେ ଆଉ କେବେ କେବେ ରିକ୍ସା ଵାଲା କୁ ଭଡା ଦେବାରେ ଏପଟସେପଟ କରୁଥିବା ଗ୍ରାହକ କୁ ଦେଖିଲା ବେଳେ ତଥା ଯାତ୍ରୀ ମାଂନଙ୍କ ମଧ୍ୟରେ ଥିବା ଅଣ୍ଟା ନଇଁ ପଡ଼ିଥିବା ବୃଦ୍ଧା ଦର୍ଶନାର୍ଥି ଜଣକୁ ବାଟାପାଉନଥିବା ଦୃଶ୍ୟରେ ମନଟା ଓ ପେଟ ଭିତରେ ଏମିତି ଗୋଳେଇ ଘାଣ୍ଟି ହୁଏ କାହିଁକି? ସୁଷମା ଉଦାସି ଆଖିରେ ଛଟପଟ ହେଉଥିଲେ କେବଳ.