Nityananda Sahu

Romance Tragedy Others

4.0  

Nityananda Sahu

Romance Tragedy Others

ବୟସର କୃଷ୍ଣଚୂଡ଼ା

ବୟସର କୃଷ୍ଣଚୂଡ଼ା

13 mins
210



ନମସ୍କାର ଦର୍ଶକ ବନ୍ଧୁ । ଆଜିର ଶୁଭ ସନ୍ଧ୍ୟାର ସାହିତ୍ୟ ର ମହାମଞ୍ଚ କୁ ଗୌରବାନିତ କରି , ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ , ଭାଷା ସାହିତ୍ୟର ଯୁଗାନ୍ତକାରୀ ପୁରୁଷ ହେବା ସହ ସାହିତ୍ୟ ର ପ୍ରଚାର ପ୍ରସାର କରିବା ସହ , ଏକାଧାରରେ ଜଣେ ଗାଳ୍ପିକ , ଉପନ୍ୟାସିକ , କବି ଆଉ ଜଣେ ଭଲ ଲେଖକ ଭାବରେ ସେ ସାରା ରାଜ୍ୟ ସହ ଦେଶ ରେ ନିଜର ଲେଖନୀ ମାଧ୍ୟମରେ ସାମାଜିକ ସଂସ୍କାର ମୂଳକ ଲେଖା ପାଠକ ମାନଙ୍କୁ ଭେଟି ଦେଇ , ପରିବର୍ତ୍ତନ ର ଆଭାସ ଦେଇ ଆସୁଥିବା ସେଇ ମହାନ ସହିତ୍ୟିଙ୍କୁ ଆମ ଗ୍ରହଣରେ ପାଇ ଆଜି ଆମେ ଗର୍ବିତ । ସେ ଆଉ କେହି ନୁହନ୍ତି , ସେ ହେଉଛନ୍ତି ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ରାଉତ । ଓରଫ ଆମ ସମସ୍ତ ଙ୍କର ପ୍ରେମ ର ଅମ୍ଳାନ ଗ୍ରନ୍ଥା ଘରର ସାଗର ଯାହାଙ୍କୁ ଆମେ ଶ୍ରଦ୍ଧା ରେ ଡାକି ଥାଉ ସ୍ମୃତି ଭାଇ।


    ଆଜି ସାହିତ୍ୟ ର "କିଛି ସ୍ମୃତି ରହିଯାଏ ର" ସନ୍ଧ୍ୟା କୁ ଆପଣଙ୍କୁ ଶୁଭେଚ୍ଛା ସାର । 


  ସମଗ୍ର ରାଷ୍ଟ୍ରରେ ଆଜି ଆପଣ ଯୁବ ପିଢୀ ଙ୍କ ପାଇଁ ଆଦର୍ଶ। ଆପଣଙ୍କୁ ଅନେକ ଯୁବ ଲେଖକ ନିଜର ପ୍ରିୟ ଲେଖକ ବୋଲି ସମ୍ମାନ ଦିଅନ୍ତି । ଆପଣଙ୍କ ର ଆଦର୍ଶ ରେ ଅନୁପ୍ରାଣିତ ହୋଇ ସାହିତ୍ୟ ରେ ସାଧନା କରନ୍ତି ।


  ସବୁବେଳେ ସୋଇସିଆଲ ମିଡିଆ ଆଉ ଷ୍ଟେଜ ସୋ ଠାରୁ ଆରମ୍ଭ କରି ସାହିତ୍ୟ ଆସର ମାନଙ୍କରୁ ନିଜକୁ ଦୂରେଇ ରଖି ଆସୁଥିଲେ ଆପଣ । ଏହା ପଛରେ ଆପଣଙ୍କ ର କଣ ଉଦ୍ଦେଶ୍ୟ ରହିଛି ଜାଣି ପାରିବୁ କି ସାର !


------ ଦେଖନ୍ତୁ;----ମି.  ........?

-------ରବି, ମୋ ନାଁ ରବି ସାର ।

--------ହଁ, ରବି । ସାଧନା ଭିତରେ ସବୁବେଳେ ନିଜକୁ ହଜେଇ ଦେବାକୁ ମତେ ଭଲ ଲାଗେ । ଏ ସାହିତ୍ୟ ଆସର ହେଲା କି କବି କି ଲେଖକ ସମ୍ମିଳନୀ ହେଲା , ଏ ସବୁରେ ଯୋଗ ଦେବାକୁ ମତେ ଭଲ ଲାଗେ ନାହିଁ । ସଚ୍ଚା ସାହିତ୍ୟିକ ସିଏ ଯିଏ ନିଜର ଲେଖା ମାଧ୍ୟମରେ ପାଠକ ଙ୍କର ହୃଦୟରେ ରାଜ କରିବାକୁ ପସନ୍ଦ କରେ , ନା" କି ଅଳ୍ପ କିଛି ଲେଖି ଦେଇ ଗୋଟେ ଦୁଇଟା ବଡ଼ ସାହିତ୍ୟ ମଞ୍ଚରେ କିଛି ଆଖି ଦୃଷ୍ଟିଆ ଲେଖକ ମାନଙ୍କ ନିକଟରେ ବସି ସାହିତ୍ୟ ର ଦୁଇ ପଦ ଆଲୋଚନା କରି ବସିଲେ , ଜଣେ ବଡ ସାହିତ୍ୟିକ ହେବା ପାଇଁ କେହି କେହି ଭାବି ପାରନ୍ତି।ହେଲେ ସେମିତି ମଣିଷ ମୁଁ ନୁହେଁ ।


   ସେଥିପାଇଁ ସାହିତ୍ୟ କୁ ନେଇ ସାଧନା କରିବା ହୁଏ । ସାହିତ୍ୟ ର ଭାଷାଗତ , ଶବ୍ଦ ଗତ ଆଉ ବ୍ୟାକରଣ ଗତ ଅର୍ଥ କୁ ବୁଝି ଯିଏ ସରଳ ଭାବରେ ଲେଖି ଲୋକଙ୍କୁ ସମାଜର ଆଇନା ଦେଖାଇ ପାରେ ,ସେ ହିଁ ପକୃତ ରେ ଜଣେ ମାଟିର ପୁଅ ଆଉ ଜଣେ ଭଲ ଲେଖକ ହୋଇଥାଏ । ଟଙ୍କା ଫିଙ୍ଗି କାହାର ମାନ ପତ୍ର ହେଉ କି ଉତ୍ତରୀୟ ସହ ଫୁଲ ତୋଡା ଧରି ଗୋଟେ ଫଟୋ ରେ ଦୈନିକ କୌଣସି ଖବର କାଗଜରେ ବାହାରି ପଡି ନିଜର ଗାରିମା ବୃଦ୍ଧି ପାଇଁ ହୁଏତ ଠିକ କିନ୍ତୁ ଅଧା ଗୁଣିଆ ପରି ଯଦି ସେମାନେ ନିଜର ମାତୃଭାଷା ପ୍ରତି ସେତିକି ସମର୍ପିତ ହେବେ ନାହିଁ ତେବେ ସେମାନଙ୍କୁ ଲେଖକ କୁହାଯିବ କି ? ସାହିତ୍ୟ ଭାଷା ପ୍ରତି ସେମାନେ ଜଣେ ଜଣେ ଅନ୍ତରୀଣ ଭାଷା କୁ ନଷ୍ଟ କରୁଥିବା ଭାଷା ସନ୍ତ୍ରାସବାଦୀ ଅଟନ୍ତି । ସେଥିପାଇଁ ସଭା ସମିତି କି ତାଙ୍କ ଦ୍ୱାରା ପ୍ରଦତ୍ତ ପ୍ରଶଂସା ପତ୍ର ଗ୍ରହଣ କରିବାକୁ ମୋର ଆଗ୍ରହ ହୁଏ ନାହିଁ ।


 ---------ସାର , ଆପଣ ଅନେକ ଗୁଡିଏ ଉପନ୍ୟାସ , ଗଳ୍ପ ଆଉ କବିତା ପାଠକ ମାନଙ୍କୁ ପଢ଼ିବାର ଭେଟି ଦେଇ ଆସିଛନ୍ତି। ଆଜି ଆମର ଏଇ ସାହିତ୍ୟ ର ସ୍ମୃତିର ସନ୍ଧ୍ୟାରେ ଏମିତି କିଛି ସ୍ମୃତି ଆମ ସହ ଆପଣ ଚାହିଁଲେ ବାଣ୍ଟି ପାରିବେ। ଯାହାକି ଆପଣଙ୍କ ର ହୃଦୟରେ ଆଜି ବି ସ୍ମୃତିର ପାଉଁଶ ତଳେ କୁହୁଳି ଉଠୁଛି । ଆପଣ ଙ୍କ ଠାରୁ ସେମିତି କିଛି ଜୀବନ୍ତ ମୁହୂର୍ତ୍ତ ବିଷୟରେ ଜାଣିବା ପାଇଁ ଆମର ଦର୍ଶକ ମାନେ ଆଗ୍ରହ ର ସହ ଅପେକ୍ଷା କରି ବସିଛନ୍ତି ।

           ଚାହିଁଲେ ଆପଣ କଥାରେ କହିପାରିବେ , କବିତା କିମ୍ବା ଗଳ୍ପ ରେ ମାଧ୍ୟମରେ ଆମକୁ ଶୁଣାଇ ପାରିବେ !


--------ବୁଝିଲ ରବି ,ବୟସ ର ଅପରାହ୍ନରେ କାହିଁକି ସତୁରି ବର୍ଷ ର ବୁଢା ଠାରୁ ତା"ର, ଜୀବନର ଜୀବନ୍ତ ଇତିହାସ କୁ ଖୋଲିବାକୁ ଅନୁରୋଧ କରୁଛ ।

  ------- ଆପଣଙ୍କ ହୃଦୟକୁ ଏପରି ପ୍ରଶ୍ନ ମାଧ୍ୟମରେ ଆଘାତ ଦେବାର ମୁର୍ଖାମୀ କରିଥିବାରୁ କ୍ଷମା ଚାହୁଁଅଛି ସାର ।

--------ଠିକ ଅଛି ରବି । ଆଜି ହୁଏତ ତୁମ ଚ୍ୟାନେଲ "କିଛି ସ୍ମୃତି ରହିଯାଏ" ରେ ଯଦି ସେଇ ଅତୀତର ଜୀବନର ପ୍ରାନ୍ଥଶାଳାର ଅସଜଡ଼ା ସ୍ମୃତିକୁ ନ କୁହେ , ହୁଏତ ଏ ବୁଢା ଲେଖକର ଜୀବନରେ କାହାକୁ ନ କହିବାର ଅବସୋସ ରହିଯିବ ।

 ଥର ଥର ହାତରେ ପିନ୍ଧିଥିବା କୁର୍ତ୍ତା ରୁ ରୁମାଲ କାଢି ଆଖିରେ ପିନ୍ଧିଥିବା ପାୱାର ଚଷମାର ଅଳନ୍ଧୁ କୁ ସଫା କରି , ଟି ପଏ ଉପରୁ ପାଣି ଗିଲାସ ପିଇ ସାରିଲା ପରେ ,

        ଆରମ୍ଭ କଲେ ସ୍ମୃତି ସାର ତାଙ୍କ ଜୀବନର ଅତୀତର ସ୍ମୃତିର କାହାଣୀକୁ ।

          ସାର କଣ କହିବେ , ମୋ ଆଗ୍ରହ ଦ୍ଵଗୁଣିତ ହେଇ ଯାଉଥାଏ ।

   

      ----- ତେବେ ଠିକ ଅଛି ରବି , କହୁଛି ଶୁଣ । (ସାର କହିବାକୁ ଆରମ୍ଭ କଲେ)


   "ଯେବେ ବୋହୁଥିଲା ଧମନୀରେ ମୋର ପ୍ରେମର ନଈ

   ଆସିଥିଲେ କୃଷ୍ଣା ଲେଖନୀ ରେ ମୋର ପ୍ରେମିକା ହୋଇ" ।।


ଆଜି ବି ମୋର ଠିକ ମନେ ଅଛି । ବୟସରେ ମୋର କୋଡିଏ ଟି ଫଗୁଣ ତାର ଶେଷ ରଙ୍ଗ ବୋଳି ସାରି ଥାଏ । ଭରା ଭରା ସବୁଜିମାରେ ଧମନୀ ମଧ୍ୟରେ ଅସରନ୍ତି ସ୍ୱପ୍ନ ସବୁ ରକ୍ତ କଣିକା ସହ ସ୍ରୋତ ଭାବରେ ଅହରହ ଯାତ୍ରା କରୁଥାନ୍ତି ହୃଦୟ ମଧ୍ୟରେ।


    ଜୀବନରେ ପାଠ ପଢା ରେ ବେଶି କିଛି ଆଗେଇ ପାରି ନ ଥିଲି । ଭଲ ପାଠ ପଢି ସରକାରୀ ଚାକିରୀ କରିବାର ସ୍ୱପ୍ନ ବି ମୋର ଖରାପ ରେଜଲ୍ଟ ସହ ଧୂଳିସାତ ହୋଇଗଲା । ଧୀରେ ଧୀରେ ଘରର ପରିସ୍ଥିତି ରେ ଅନେକ ଅସୁବିଧା ଆସିବାକୁ ଲାଗିଲା । ସେତେବେଳେ ର ସମୟରେ ସମାଜରେ ଭଲରେ ଚଳିବା ପାଇଁ ହେଲେ ଭଲ ଘର ସହ ପେଟକୁ ମୁଠେ ଦାନା ଆଉ ଦେହକୁ ଖଣ୍ଡେ ଦାମୀ କନା ଯଥେଷ୍ଟ ବୋଲି ବାପା କହୁଥିଲେ ।


    ସେଥିପାଇଁ ଘର ର ଅର୍ଥନୈତିକ ଅସୁବିଧା କୁ ଦୂର କରିବା ପାଇଁ , ଶେଷ ରେ ଘରର ଏରୁଣ୍ଡି ଡେଇଁ ପାଦ କାଢିଲି ସହର ଅଭିମୁଖେ ।

           ମନ ଭିତରେ ଦୃଢ଼ ଆଶା ଥିଲା , ସେ ଯାହା ବି ହେଇ ଯାଉ ବାପା ମାଆ ଙ୍କ ଆଖିରେ ପେଟର ଭୋକ ପାଇଁ କେବେ ବି ଲୁହ ଆସିବାକୁ ଦେବି ନାହିଁ । ଯେତେ ପରିଶ୍ରମ ହେଉ ପଛେ ମୁଁ କାମ କରିବାକୁ ମନ ଭିତରେ ସ୍ଥିର କଲି।

    ମାଆ ଙ୍କର ଗ୍ଲେହା ପୁଅ ହୋଇଥିବାରୁ , ବାହାରକୁ ଛାଡିବାକୁ ସେ ଜମାରୁ ରାଜି ହେଉ ନ ଥିଲେ । ପାଖରେ ବସି ତାଙ୍କୁ ଅନେକ ବୁଝାଇଲି । ଘର ର ପରିସ୍ଥିତି ସବୁ କହିଲି । ମୋ ମୁଣ୍ଡରେ ହାତ ବୁଲାଇ କହିଲେ ,

    ବାବୁ ରେ ତୋ ଦେହ ପା" ଜଗି ତୁ ସହରରେ ଠିକ ସମୟରେ ଖାଇ ପିଇ ଚଳି ପାରିବୁ ତ ?

--------- ରୋଷେଇ ଅଳ୍ପ ଶିଖି ଥିଲେ ବି ଘରେ ସାହସ ଦେଖାଇ ଘର ଏରୁଣ୍ଡି ଡେଇଁ ଚାଲି ଆସିଥିଲି ଭଲ ଦି ପଇସା ରୋଜଗାର ପାଇଁ ହାଇଦ୍ରାବାଦ କୁ ।

      ଘରର ଏରୁଣ୍ଡି ଡେଇଁ ଆସିବା ପରେ ମନ ଭିତରେ ପଣ କରିଥିଲି , ଯେଉଁ ଯାଏଁ ବାପା ମାଆ ଙ୍କ ଓଠରେ ହସ ଭରି ନାହିଁ ଆଉ ତାଙ୍କର ସ୍ୱପ୍ନକୁ ସାକାର କରି ନାହିଁ , ସେ ଯାଏଁ ଏ ଆଖିର ଲୁହ , ମୋ ଦେହର ଲହୁ ହୋଇ ଝରି ପଡୁଥିବ। ମନ ଭିତରେ ପରିବାର ପ୍ରତିଛବି ଆଉ ହୃଦୟରେ ଯୌବନ ର ପ୍ରେମର ରଙ୍ଗ , ଅନେକ ସମୟ ମତେ କୁହେ,

  ପ୍ରେମ ପାଇଁ ପରିବାରକୁ ହରେଇବା ଠିକ ହେବ କି ?

ଏ ପ୍ରଶ୍ନ ର ଉତ୍ତର ଖୋଜି ଖୋଜି ଥକି ପଡେ । ଆଉ ନିରାଶ ବି ହୁଏ। ସତରେ କଣ ପ୍ରେମରେ ବଞ୍ଚିବା ସହଜ ନୁହେଁ ? ପାଠ ପଢା ରେ ଦୃଢ଼ ଇଛା ଶକ୍ତିର ଅଭାବ ଥିଲେ ବି , ଗଳ୍ପ କବିତା ଉପନ୍ୟାସ ଆଦି ପଢିବାରେ ମୋର ବହୁତ ଆଗ୍ରହ ଥାଏ । ସେଥିପାଇଁ ଧୀରେ ଧୀରେ ପଢିବା ସହ ଲେଖିବା ବି ଆରମ୍ଭ କଲି । ସେ ସମୟରେ ମୋର ଗୋଟେ ଲେଖା ଦୈନିକ ଖବର କାଗଜରେ ପ୍ରକାଶିତ ହୁଏ । ଲେଖା ର ଶେଷରେ ମୋର ଠିକଣା ମଧ୍ୟ ପ୍ରକାଶିତ ହୋଇ ଥାଏ ।

     ମୋର ପ୍ରଥମ ଲେଖା ପ୍ରକାଶିତ ହେବାର କିଛି ଦିନ ପରେ , ଡାକବଲା ଆମ ଘରକୁ ସବୁ ଦିନ ଆସିବାକୁ ଲାଗିଲା। ଯେଉଁ ପାଠକ ଈଶ୍ୱର ମାନେ ଚିଠି ଦେଉଥିଲେ ,ସେମାନେ ସେ କାହାଣୀର ଖୁବ ପ୍ରଶଂସା କରୁଥିଲେ ।

      ହେଲେ ସେ ଦିନ ଥାଏ ବହୁତ ଖାସ। ମାସ ଶେଷ ରବିବାର। ଆକାଶବାଣୀ କେନ୍ଦ୍ରର ର ସଙ୍ଗୀତ ମୂର୍ଚ୍ଚନା ପୋଗ୍ରାମ ବସି ଶୁଣୁଥାଏ। ଆଉ ଅନ୍ୟ ପଟୁ ରେଡ଼ିଓ ରେ ଶୁଣା ଯାଉଥାଏ...

        "କୋରା କାଗଜ ଥା ଏ ମନ ମେରା

         ଲେଖି ଦି ନାମ ଉସପେ ତେରା "

ଏ ଗୀତ ର ତାଳେ ତାଳେ ଝୁମିବା ସହ ଆସିଥିବା ସବୁ ଚିଠି କୁ ପଢି ସାରିବାକୁ ଚେଷ୍ଟା କରୁଥାଏ । ହଠାତ ଏକ ଅତର ଭିଜା ଚିଠି ହାତରେ ଧରି ଯେମିତି ମୁଁ ସମ୍ମୋହିତ ହୋଇ ଯାଇଥିଲି ।

     ଗୋଲାପ ରଙ୍ଗର କଭର କୁ ଖୋଲି ଯେତେବେଳେ ଚିଠି ପଢିବାକୁ ଆରମ୍ଭ କରେ , ଲେଖା ଥାଏ :-

 

        " ବିତି ଯାଇଅଛି ଷୋଳ ଟି ଫଗୁଣ

           ତୁମରି ବାଟକୁ ଚାହିଁ ।।

         ଶୟନେ ସପନେ ତୁମେ ଆସ ପ୍ରିୟ

           କୁହେ କୃଷ୍ଣା , ନିଜ ରାଣ ଖାଇ ।।

          ଯେବେଠୁ ପଢ଼ିଛି ଆପଣଙ୍କ ଲେଖା

         ଭାଷା ନାହିଁ ଉତ୍ତରରେ ଲେଖିବା କୁ

       ଲେଖାରେ ଆପଣଙ୍କ ର ସାଇତି ମୁଁ ନେଲି

        ମୋରି ଦେହରେ ,ଆପଣଙ୍କର ହୃଦୟକୁ "


ଅଭାଗିନୀ ମୁଁ ସ୍ନେହ ର ରଙ୍କୁଣୀ , ଚାହିଁ ଥିବି ଆପଣଙ୍କର ବାଟ । ଲେଖା ଭିତର ଭାଷାରେ ଅଧିର ମୁଁ ହୋଇ , ଆଜି ହୃଦୟ ଭିତରେ ପ୍ରେମର ରାଗିଣୀ ଦେଲେଣି ବଜେଇ। ଆପଣଙ୍କ ଛଡା ଆଉ କାହାକୁ ମୋ ହୃଦୟରେ ଜାଗା ଦେଇ ପାରିବି ନାହିଁ । ଆପଣଙ୍କର ସ-ହୃଦୟରେ ଯଦି ଏ ପ୍ରେମ ରଙ୍କୁଣୀ ଅଭାଗିନୀ କୁ ଟିକେ ସ୍ଥାନ ଦେଇ ଦେବେ , ତେବେ ମୋ ଜୀବନ ସାର୍ଥକ ହୋଇଯିବ ।

 ସେ ଦିନର ସେଇ ଚିଠି ଖଣ୍ଡକ ହିଁ ଧୀରେ ଧୀରେ ମୋ ଭିତରେ ଆଲୋଡନା ସୃଷ୍ଟି କରିବାକୁ ଲାଗିଲା। ବୁଝିବା କୁ ଚେଷ୍ଟା କରୁଥିଲି , ସତରେ କଣ ପ୍ରେମ ଏମିତି ବି ହୋଇ ପାରେ । ଧୀରେ ଧୀରେ ଚିଠି ଆଦାନ ପ୍ରଦାନ ହେବାକୁ ଲାଗିଲା । ଜଣକ ର ହୃଦୟର ଭାଷାକୁ ଅନ୍ୟ ଜଣେ ବୁଝି ପାରୁଥିଲା। ଚିଠିରେ ଚିଠିରେ କୃଷ୍ଣା ଯେଉଁ ଦୁଇ ଧାଡି ର କବିତା ମୋ ପାଇଁ ଲେଖୁଥିଲେ , ସେଇ କବିତା ସବୁକୁ ସଂଗ୍ରହ କରି , ମୋ ଗଳ୍ପରେ ସେ ସବୁକୁ ସ୍ଥାନ ଦେଉଥିଲି । ଆଉ ମୋର ଏ ପ୍ରୟାସ ସେତେବେଳେ ପ୍ରେମର ଗାଢ଼ ରଙ୍ଗରେ ରଙ୍ଗୀନ ହେଲା , ଯେତେବେଳେ କୃଷ୍ଣା ସେ ସବୁ ମୋ ଲେଖା ମାଧ୍ୟମରେ ପଢିବାକୁ ପାଇଲେ । ଏହା ଠାରୁ ହୁଏତ ଆଉ ଭଲ ମାଧ୍ୟମ ନ ଥିଲା ମୋ ପାଇଁ କୃଷ୍ଣାଙ୍କର ଭଲ ପାଇବାକୁ ପ୍ରକାଶ କରିବା ପାଇଁ। ସବୁ କଥା କଣ ବେଳେ ବେଳେ ଓଠ ଖୋଲି କି କହିପାରେ ? ସେଥିପାଇଁ କିଛି କଥା ମଧ୍ୟ ଏମିତି ପରିପ୍ରକାଶ କରିବାକୁ ହୁଏ । କେବେ କୌଣସି ଝିଅକୁ ହୃଦୟରେ ସ୍ଥାନ ଦେବି ବୋଲି ମୋ ନିଜର ଉପରେ ବିଶ୍ୱାସ ନ ଥିଲା , ଆଉ ପ୍ରେମ କରିବାକୁ ଭାବିବା ଥିଲା ମୋ ପାଇଁ ବହୁତ ଦୂରର କଥା । ମନ ଭିତରେ ଭାବିଲା ବେଳକୁ ଦେହ ମନ ଯେମିତି ଥରି ଉଠେ ମୋର । ଆଉ ଏମିତିରେ ଜଣଙ୍କୁ ସମ୍ନା ସାମ୍ନି ଭଲ ପାଏ ବୋଲି କହିବା ସମ୍ଭବ ନ ଥିଲା ମୋ ପକ୍ଷେ ।


   ପ୍ରଥମ ଥର ପାଇଁ ମୁଁ ପ୍ରେମରେ ପଡ଼ିଥିଲି। ଫଗୁଣର ରଙ୍ଗରେ ବି ଭିଜୁଥିଲି । ହେଲେ ଭୟ ବି ଲାଗିଥିଲା ଭାବି , ଅନ୍ୟ ମାନଙ୍କ ପରି ସତରେ କଣ ଆମ ପ୍ରେମ ସଫଳ ହେବ ? ନା' ଯୌବନ ର ସବୁଜିମା ରେ ରଙ୍ଗୀନ ହୋଇ ସାରିଲା ପରେ ଆଦ୍ୟ ଫଗୁଣର କୃଷ୍ଣଚୁଡା ଗଛ ଟି ଯେତେବେଳେ ବୈଶାଖୀ ର ଝଡ଼ କୁ ନ ସହି ପାରି ନିଜର ଅସ୍ତିତ୍ୱ ହରେଇ ବସିବ ! ଠିକ ସେମିତି ମୋ ପ୍ରେମ ଫଗୁ ହୀନ ହୋଇ ଯିବ ନାହିଁ ତ ! ଏଇ ଟିକେକ ଭୟ ଆଜିବି ମତେ ଲାଗୁଥିଲା। କାହିଁକି ନା ସମାଜ ଆଉ ସାମାଜିକ ଜୀବନ କେବେ ବି ପ୍ରେମ ବିବାହକୁ ସମର୍ଥନ ଦେଇ ନ ଥାଏ । ଆଉ ଏମିତିରେ ଆମର ହୃଦୟ ତ ଗୋଟେ ଥିଲା କିନ୍ତୁ ଦେହ ଅଲଗା ଅଲଗା ।


   ----କଥା ଅଧାରୁ ସାର ଙ୍କୁ ଅଟକାଇ ପ୍ରଶ୍ନ କଲି , ଆପଣଙ୍କ ର ଆଉ କୃଷ୍ଣା ମ୍ୟାଡମ ଙ୍କର ପ୍ରେମ କଣ ସଫଳ ହୋଇ ନ ଥିଲା? ଶେଷ ଧାଡି ଟି ଆପଣଙ୍କ ର ବୁଝି ପାରିଲି ନାହିଁ ।

-------ସାର ଫୁଣି ଥରେ ହସିଦେଲେ , ଆଉ କହିଲେ ବୁଝିଲ ରବି ! ତୁମେ କେବେ କାହାକୁ ଭଲ ପାଇଛ ?

-------ନାଇଁ ସାର ।

--------ତେବେ ତୁମର ବୁଝିବାଟା ନିଶ୍ଚିତ କଷ୍ଟ ହେବ । ହେଲେ ବି ବୁଝେଇ କହୁଛି ;-

       ପ୍ରେମରେ ପଡିବାକୁ ମୋର ଡରିବାର କାରଣ ଥିଲା , ଜାତି ପ୍ରଥାକୁ ନେଇ । ଯଦି ନିଜ ଜାତିରେ ପ୍ରେମ କରିବି ତେବେ ହୁଏତ ଘରେ ଅନୁମତି ଦେବେ ବୋଲି ମୋର ବିଶ୍ୱାସ ଥିଲା କିନ୍ତୁ ଅନ୍ୟ ଜାତିରେ ପ୍ରେମ କଲେ ......? ଭଲ ଭାବରେ ମୋ ପରିବାର କୁ ମୁଁ ଜାଣିଥାଏ। ଘରେ ବାପା ବୋଉ ଙ୍କର ମୋ ଉପରେ ପ୍ରଗାଢ ବିଶ୍ୱାସ ରହିଥିଲା। ତାଙ୍କର ଭରଷା ଭାଙ୍ଗିବାର ମୋର ସତ ସାହସ ନ ଥିଲା। ଅନ୍ୟ ପଟେ କୃଷ୍ଣାଙ୍କର ଭଲ ପାଇବାକୁ ହରେଇବା ମୋ ପକ୍ଷେ ଆଦୌ ସମ୍ଭବ ନ ଥିଲା।

    ଜଣେ ପାଠକ ଯେତେବେଳେ କୌଣସି ଲେଖକଙ୍କର ଲେଖାକୁ ହୃଦୟରେ ଗ୍ରହଣ କରି ନିଏ , ସେ ଲେଖା ହିଁ ସେଠି ଜୀବନ୍ତ ହୋଇ ଯାଏ। ଆଉ ସେଇ ପାଠକ ଜଣଙ୍କ ଯେତେବେଳେ ଲେଖା ମାଧ୍ୟମରେ ଜଣେ ଲେଖକୁ ପ୍ରେମ କରି ବସେ ,ସେଠି ପ୍ରେମର ସକାରାତ୍ମକ ପ୍ରଭାବ ଦୁହିଁଙ୍କ ଉପରେ ପଡିଥାଏ।

     ଦୁହେଁ ଏ ସବୁ ଜାଣିଥିଲେ ବି , କିନ୍ତୁ କେହି କାହା ବିନା ବଞ୍ଚିପାରୁ ନ ଥିଲୁ । ସେଥିପାଇଁ କୃଷ୍ଣା କୁହନ୍ତି , ଆପଣଙ୍କୁ ଦେଖିବା ଆଗରୁ , ମୁଁ ଆପଣଙ୍କର ଲେଖା କୁ ପ୍ରେମ କରି ବସିଥିଲି । ଯଦି ଜୀବନରେ ଆମ ପ୍ରେମ କାହାଣୀ ରେ କେବେ ଯବାନିକା ପଡେ , ତେବେ ଆପଣଙ୍କ ସହ ମୋର ସମ୍ପର୍କ ରହି ନ ପାରେ କିନ୍ତୁ ଆପଣଙ୍କର ଲେଖା ସହ ମୋ ଭଲପାଇବାର ବନ୍ଧନ ଅତୁଟ ହୋଇ ରହିବ। ଖାସ କୃଷ୍ଣା ଙ୍କର ଏହି ଭଳି ମନ୍ତବ୍ୟ ଶୁଣିଲେ , ଜୀବନରୁ ତାଙ୍କୁ ଦୂରେଇ ଦେବାକୁ କେବେ ବି ମୁଁ ଚାହେଁ ନାହିଁ । ମୋ ଲେଖାର ପ୍ରତ୍ୟେକଟି ଭାଷା ଗତ , ଅର୍ଥଗତ କିମ୍ବା ଭାବଗତ ଏଭଳି ମତାମତ ସେ ପଢିକି ଦେଉଥିଲେ , ଯାହା ଦ୍ୱାରା ମୋ ହୃଦୟ ତାଙ୍କ ଉଦେଶ୍ୟ ରେ ଖୁବ ବେଶି ପ୍ରବାହିତ ହେଉଥାଏ।

     ହେଲେ ...........?????

ଏଥର କିନ୍ତୁ ସାର ଙ୍କର ମୁହଁ ମଳିନ ଦିଶୁଥିଲା । ଆଖି କଣରେ କେତେ ଟୋପା ଲୁହ ଜକେଇ ଆସୁଥିଲା , କହିବା ସମୟରେ ସ୍ପଷ୍ଟ ଶୁଣା ଯାଉଥିବା ଗଳା କିନ୍ତୁ ଭାରି ହେବାକୁ ଲାଗିଲା। ଟି ପଏ ଉପରେ ଥିବା ପାଣି ଗ୍ଲାସରୁ ଦୁଇ ଢ଼ୋକ ପିଇଲା ପରେ , ଆଖିରୁ ପାୱାର ଵାଲା ଚଷମା ଖୋଲି ପକେଟରୁ ରୁମାଲ କାଢି ପୋଛି ବାକୁ ଲାଗିଲେ । ଶୁଣିବାର ଆଗ୍ରହ ଏବେ ମୋର ଶୀର୍ଷ ସ୍ଥାନରେ ଥିଲା। ଅଧିର ତନୁକୁ ମୋର ଶାନ୍ତ କରିବାକୁ ଯାଇ ପଚାରିଲି ,

      ତା"ପରେ କଣ ହେଲା ସାର .....?

ଜୀବନର ଋତୁ ଚକ୍ରରେ ପରିବର୍ତ୍ତନ ହେଲା । ଫଗୁଣ ପରେ ଫୁଣି ଥରେ ବୈଶାଖ ମାସ ଆସେ ,ଠିକ ସେମିତି ଯେଉଁଥି ପାଇଁ ମୁଁ ଭୟ କରୁଥିଲି , ସେ କଥା ଠିକ ସେମିତି ଘଟିବାକୁ ଲାଗିଲା । ଦୁହିଁଙ୍କର ଘରେ ବିବାହ ପ୍ରସ୍ତାବ ଖୋଜା ଖୋଜି ହେବା ଆରମ୍ଭ ହେବାରୁ , ଆଉ ବେଶି ବିଳମ୍ବ ନ କରି ଉଭୟ ଘର ଲୋକଙ୍କୁ ନିଜର ମନର କଥା ପ୍ରକାଶ କରିବାରୁ , ଉଭୟଙ୍କର ପରିବାର ବିରୋଧ କରିବାକୁ ଲାଗିଲେ। ଦୁହେଁ ନିଜ ନିଜର ଜିଦରେ ଅଟଳ ରହିଲୁ କିନ୍ତୁ ପରିବାର ଲୋକେ ଆମ କଥାକୁ ଗୁରୁତ୍ୱ ଦେଲେ ନାହିଁ । ଭଲ ପାଇବା କଥା ଶୁଣିଲା ପର ଠାରୁ କୃଷ୍ଣା ଙ୍କ ଘରେ ତାଙ୍କ ଉପରେ ଅତ୍ୟାଚାର ହେଲା ।ଏ ସବୁ ଶୁଣିକି ମତେ ବହୁତ କଷ୍ଟ ହେଲା । ମନେ ମନେ ସ୍ଥିର କଲି କୃଷ୍ଣା ଙ୍କୁ ନେଇ କୁଆଡେ ଚାଲିଯିବି। ଯେଉଁଠି ପ୍ରେମକୁ ପରିବାରର ସମର୍ଥନ ମିଳେ ନାହିଁ ,ସେଠି ସାରା ଜୀବନବା କେମିତି ଜଣେ ଖୁସିରେ ରହି ପାରିବ! କୃଷ୍ଣା ଙ୍କୁ ନିଜର ମନର କଥା ପ୍ରକାଶ କଲି । ସବୁ ଶୁଣି ସାରି ସେ କହିଲେ , ଆପଣ କେବେ ବୁଝିବାକୁ ଚେଷ୍ଟା କରିଛନ୍ତି କି , ଆଜି ଆମର ପରିଚୟ କଣ ?

   ଯେଉଁ ମାନଙ୍କ ପାଇଁ ଆମେ ଦୁନିଆଁ କୁ ଆସିଛେ , ଯିଏ ନିଜର ରକ୍ତ କୁ ପାଣି ଛଡେଇ ଆମକୁ ଛୋଟରୁ ବଡ଼ କରିଛନ୍ତି । ତାଙ୍କ ପେଟର ଭୋକକୁ ମାରି ଆମ ପେଟ ଭର୍ତ୍ତି କରିଛନ୍ତି । ତାଙ୍କ ତ୍ୟାଗ ଆଗରେ ଆମ ଭଲ ପାଇବା କଣ ଏତେ ଶକ୍ତିଶାଳୀ ? ହୁଏତ କେବେ ବି ନୁହେଁ ।

ଆପଣଙ୍କୁ ମୁଁ ବହୁତ ଭଲପାଏ , ତା" ମାନେ ନୁହେଁ ଯେ ମୋ ପରିବାର କୁ ଭଲ ପାଏ ନାହିଁ । ଯଦି ଆମେ ବିବାହ କରିବା ତେବେ ଉଭୟ ପରିବାର ରାଜି ହେଲେ ଯାଇ । ପ୍ରେମ ସେତିକି ବେଳେ ସାର୍ଥକ ହୁଏ , ଯେତେବେଳେ ସେ ଆମର ବାପା ମାଆ ଙ୍କର ଆଶୀର୍ବାଦ ପ୍ରାପ୍ତ କରେ। ଆଉ ଯେଉଁଠି ଆଶୀର୍ବାଦ ବଦଳରେ ଯନ୍ତ୍ରଣାର ଜୀବନ ମିଳେ ସେଠି ଆମେ କେବେବି ପ୍ରେମ କରି ଶାନ୍ତିରେ ରହି ପାରିବା ନାହିଁ ।

   ତା' ହେଲେ ତୁମେ କୁହ କୃଷ୍ଣା , ଆମେ କଣ କରିବା ?

    କଣ ଆଉ କରିବା । ମନ ପକ୍ଷୀ ତ ବୋଲ ମାନୁ ନାହିଁ କିନ୍ତୁ ହୃଦୟ ତ ବୁଝି ପାରୁଛି କଣ ଠିକ ଆଉ କଣ ଭୂଲ। ସେଥିପାଇଁ ଭଲ ହେବ ଦୁହେଁ ଦୁହିଁଙ୍କୁ ଆଉ ଥରେ ସେଇ ଲେଖାରେ ହିଁ ଖୋଜିବା ଆଉ ପାଇବା। ଜୀବନ ସିନା ମିଶିବାର ଅନୁମତି ଦେଲା ନାହିଁ କିନ୍ତୁ ଆପଣଙ୍କର ଲେଖନୀ ଆମ ପ୍ରେମକୁ ଜୀବନ୍ତ କରି ରଖି ପାରିବ ବୋଲି ମୋର ଆଶା ଆଉ ବିଶ୍ୱାସ । ମତେ କ୍ଷମା କରିବେ ବୋଲି କହି କୃଷ୍ଣା କାନ୍ଦି କାନ୍ଦି ଫୋନ କାଟି ଦେଲେ । ଲୁହ ମୋ ଆଖିରେ ସମୁଦ୍ରର ଅଥଳ ଜଳ ରାଶି ଠାରୁ ସେ ଦିନ ଆହୁରି ଅଧିକ ଝରି ପଡୁଥିଲା।ଏ କଣ କହି ଦେଲେ କୃଷ୍ଣା! ଯେତେ ଥର ଚେଷ୍ଟା କଲି କୃଷ୍ଣା ଙ୍କ ସହ କଥା ହେବା ପାଇଁ , ଅନ୍ୟ ପଟୁ ଫୋନ ସୁଇଚ ଅଫ ଶୁଣାଗଲା । କୃଷ୍ଣା ଙ୍କର ଘର ର ଆଡ୍ରେସ ଥିବାରୁ ଚିଠି ଲେଖିଲି କିନ୍ତୁ ଜବାବ ଆସିଲା ନାହିଁ । ନିଜକୁ ଆଉ ରୋକି ପାରିଲି ନାହିଁ ଶେଷରେ ବାଧ୍ୟ ହୋଇ ସମ୍ନା ସାମ୍ନି ଦେଖା କରି ତାଙ୍କୁ ବୁଝେଇବା ପାଇଁ ଆସିଲା ବେଳକୁ ,ତାଙ୍କ ଘର ସମ୍ନାରେ ପାନ ପତ୍ରରେ ଅଙ୍କା ଯାଇଥିବା ବିବାହର ଶୁଭେଚ୍ଛା ରେ ଦେଖିଲି ଅନ୍ୟ ଜଣଙ୍କ ସହ ତାଙ୍କର ବିବାହ ହୋଇ ସାରିଛି । ସେଇ ଠାରେ ହିଁ ମୁଁ ସ୍ଥାଣୁ ପାଲଟି ଗଲି । କଣ କରିବି କିଛି ବୁଝି ପାରୁ ନ ଥିଲି । ଭାବିଲି ଆଉ ବଞ୍ଚିକି କିଛି ଲାଭ ନାହିଁ । କୃଷ୍ଣାଙ୍କ ଘର ନିକଟରୁ ଫେରି ଆସୁଥିବା ବେଳେ ପଛରୁ କେହି ଜଣେ ମୋ ହାତ ଭିଡି ଧରିଲେ ।

   ବୁଲିକି ଦେଖ ତ ପନ୍ଦର ଷୋଳ ବର୍ଷ ର ଝିଅ ଜଣେ ।

     ଆପଣ ସ୍ମୃତି ଭାଇ ନା ' ?

     ମୁଁ ଆଶ୍ଚର୍ଯ୍ୟ , ଜବାବ ରେ ଉତ୍ତର ଦେଲି ହଁ

     ଟିକେ ଏଇଠି ଥାନ୍ତୁ , ମୁଁ ଆସୁଛି ।


ହଠାତ ଝିଅ ଟିର ଏମିତି ଆସିବା ଆଉ ସେ ମତେ ଯେ ଚିହ୍ନିଛି ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା । କିଛି ସମୟ ପରେ ଗୋଟେ ପେପର ରେ ଗୁରେଇ କିଛି ଜିନିଷ ଆଣି ମୋ ହାତକୁ ବଢ଼ାଇ ଦେଲା । ଆଉ କହିଲା ଦିଦି ଯିବା ପରେ ଆପଣ ପଠାଇଥିବା ସମସ୍ତ ଚିଠି କୁ ମୁଁ ସାଇତି ରଖିଥିଲି। କାଳେ ଘର ଲୋକ କିଏ ଦେଖିଲେ ଆଉ ଥରେ ମୋ ଦିଦି କଷ୍ଟ ପାଇବ ସେଥିପାଇଁ !ଆପଣ ହୁଏତ ବୁଝି ପାରୁଥିବେ । ଆପଣଙ୍କ ର ସବୁ ଲେଖା ମତେ ବହୁତ ଭଲ ଲାଗେ । ମତେ ପାଖରେ ବସାଇ ଆପଣଙ୍କ ର ସବୁ କାହାଣୀ ସେ ଶୁଣାଏ ।

   ତୁମ ନାଁ କଣ ?

    ସ୍ନେହ ରେ ସମସ୍ତେ ଚିତ୍ରା ଡାକନ୍ତି । ଆଉ ମୋ ଭଲ ନାଁ ବିଷ୍ନୁପ୍ରିୟା ।

    ବାଃ ,କେଡେ ସୁନ୍ଦର ତୁମର ନାଁ । ଚିତ୍ରାକୁ ନିଜର ଯତ୍ନ ନେବା ପାଇଁ କହି ଫେରିଲା ବେଳକୁ , ଚିତ୍ରା କହୁଥିଲା ;-

       ଆପଣଙ୍କୁ ବହୁତ ଭଲ ପାଉଥିଲା ମୋ ଦିଦି । ଆଜି ଆପଣ ଦୁହେଁ ଯଦି ଏକାଠି ହୋଇ ପାରିଥାନ୍ତେ ତେବେ ମୁଁ ବହୁତ ଖୁସି ହୋଇଥାନ୍ତି। ପଛରୁ ଦୌଡ଼ି ଆସି କୁଣ୍ଢାଇ ଧରି କାନ୍ଦିବାକୁ ଲାଗିଲା ଚିତ୍ରା । ତା" ଆଖିର ଲୁହକୁ ପୋଛି ଦେଇ , ନିଜକୁ ରୋକି ଫେରି ଆସିଲି ।

    ଆଜିବି କୃଷ୍ଣାଙ୍କ ବିନା ମୋର ସମସ୍ତ ଲେଖା ଅସମ୍ପୂର୍ଣ୍ଣ । ଲେଖିବାରେ କେବେ ବି ମୋ କଲମ ମୂନ ଥକି ପଡି ଅଟକି ଯାଇ ନାହିଁ। କାରଣ ଆମର ଶେଷ କଥାବାର୍ତ୍ତା ରେ କୃଷ୍ଣା କହିଥିବା ସେଇ ପଦିଏ ଧାଡି ଆଜି ବି ମୋ ଧମନୀ ରେ ପ୍ରଭାହିତ ,

    କୃଷ୍ଣା କହିଥିଲେ ,


ସାର କିଛି କହି ଆସୁଥିବା ବେଳେ , ମାଇକ୍ରୋ ଫୋନରେ ମଞ୍ଚ ତଳୁ ଶୁଣିବାକୁ ମିଳିଲା;-


   " ଯେତେ ଦିନ ଆପଣଙ୍କର ଲେଖନୀରେ ଆମ ପ୍ରେମ ଜୀବନ୍ତ ଥିବ

    ସେତେ ଦିନ ଆପଣଙ୍କୁ ଏ କୃଷ୍ଣା ଶେଷ ନିଶ୍ୱାସ ଯାଏ ଭଲ ପାଉଥିବ"

                  

ଏଥର ସାର ଚମକି ପଡି ଠିଆ ହୋଇ ଗଲେ । କିଏ କିଏ କହିଲେ , ଦୟାକରି ସମ୍ନା କୁ ଆସନ୍ତୁ । ଜଣେ କୋଡ଼ିଏ ବର୍ଷ ର ଯୁବକ ସଭା ମଧ୍ୟରୁ ମଞ୍ଚ ଆଡ଼କୁ ଚାଲି ଚାଲି ଆସୁଥାଏ ।

         ଅପଲକ ନୟନରେ ସମସ୍ତେ ଉକ୍ତ ଯୁବକକୁ ଚାହିଁ ରହିଥିଲୁ । ସାର ଆଶ୍ଚର୍ଯ୍ୟ ହୋଇ ସେମିତି ଦେଖୁଥାନ୍ତି ଯୁବକ ଜଣଙ୍କୁ ।

ମଞ୍ଚ ଉପରକୁ ଯୁବକ ଜଣଙ୍କ ଆସିବା କ୍ଷଣି , ସାର ଦୌଡ଼ ଯାଇ ତାକୁ କୁଣ୍ଢେଇ ଧରି ପଚାରିଲେ , କିଏ ତୁମେ ବାବୁ ? ଆଉ ଏ କଥା ତୁମେ କେମିତି ଜାଣିଲ !

    ଯୁବକ ଜଣଙ୍କ ସାରଙ୍କର ପାଦ ଛୁଇଁ ପ୍ରଣାମ କଲା । ଆଉ କହିଲା ମୁଁ ସୌଭାଗ୍ୟ । ଆପଣଙ୍କର ପ୍ରେମ କାହାଣୀର ଜଣେ ବହୁତ ବଡ଼ ପ୍ରଶଂସକ।

      ହେଲେ ବାବୁ , ତୁମକୁ ଏ ଧାଡି କିଏ କହିଲା ?

        ମୋ ମାଆ !

        ମାଆ ......! ମାନେ........ମାନେ .....? ସାର ଏଥର ଆତ୍ମୋ ବିଭୋର ହୋଇ ଯୁବକ ଜଣଙ୍କୁ କୁଣ୍ଢାଇ ଖୁସିରେ ଗଦ ଗଦ ହୋଇ ପଡିଲେ ।

       ମାଆ କଣ ଆସିଛନ୍ତି ଏଠିକୁ ?

        ଏଥର ଯୁବକ ଜଣଙ୍କ ଚୁପ ରହିଲା । ଆଉ କହିଲା ସେ ଆଉ ଏ ଦୁନିଆଁରେ ନାହାନ୍ତି ।

           କିଛି ବାଟ ଘୁଞ୍ଚି ଯାଇ ସାର ଥମ କରି ବସି ପଡିଲେ ଚୌକିରେ। ଆଖିରୁ ବୋହିବା କୁ ଲାଗିଲା ଅସୁମାରି ଅଶ୍ରୁ । ପାଖକୁ ଆସି ଆଣ୍ଠୁ ମାଡି ଯୁବକ ଜଣଙ୍କ କହୁଥିଲା ;-

         ଏକ କାର ଦୁର୍ଘଟଣା ରେ ପାଞ୍ଚ ବର୍ଷ ତଳେ ବାପା ଆଉ ବୋଉ ଦୁହେଁ ମତେ ଛାଡି ଆର ପାରିକି ଚାଲି ଗଲେ । ଏବେ ମୁଁ ଅସହାୟ ।

     ସାର ନିଜର ଛାତିକି ଭିଡି ନେଇ କହିଲେ , କିଏ କହିଲା ତୁ ଅସହାୟ। ମୁଁ ପରା ଅଛି । ଆଜି ଠାରୁ ମୋ ପୁଅ ତୁ । ମୋ ଘରେ ରହିବୁ। ଆଉ ଦୁହେଁ ମିଶି ଖୁବ ଗପିବା , ବୁଲିବା ।

        ସଭାକୁ ଆସିଥିବା ପାଠକ ବୃନ୍ଦଙ୍କ ଆଖି ଛଳ ଛଳ ହୋଇ ଆସୁଥାଏ । ମୁଁ ବି ଜକେଇ ଆସୁଥିବା ଲୁହକୁ ପୋଛି ଦେଇ କହୁଥିଲି । ସତରେ ଜୀବନର ସାତ ରଙ୍ଗରେ କେତେବେଳେ କେଉଁ ରଙ୍ଗ ଆସି ଦେହରେ ବୋଳି ହୋଇ ଯିବ । କେହି ବି କିଛି କହି ପାରିବେ ନାହିଁ । ଆଜିର ଏ ସନ୍ଧ୍ୟା "କିଛି ସ୍ମୃତି ରହିଯାଏ"....ର ଉଦ୍ଧେଶ୍ୟ ଆଉ ତାର ଭାଵ ଧାରାରେ ଜୀବନ୍ତ ହୋଇ ଉଠିଲା କେବଳ ଆମ ସ୍ମୃତି ସାର ଙ୍କ ପାଇଁ।ସତରେ ପ୍ରେମ ର ରଙ୍ଗ କେତେବେଳେ ଯୌବନକୁ ମହାକାଇ ଦିଏ ତ ଆଉ କେତେବେଳେ ବୟସର ଅପରାହ୍ନ ରେ ଅଦେଖା ଚିହ୍ନ କୁ ଜୀବନ୍ତ କରାଇ ଦେଇ ଥାଏ ।

     


    


Rate this content
Log in

Similar oriya story from Romance