STORYMIRROR

Shaktiprava Mishra

Romance

4  

Shaktiprava Mishra

Romance

ବୟଫ୍ରେଣ୍ଡ

ବୟଫ୍ରେଣ୍ଡ

2 mins
511


       ହୋଟେଲ୍ ବାହାରର ଖୋଲା ଆକାଶ ତଳେ ଚୁଲିର ଝିଙ୍କା ପରି ବସିଗଲେ ଅବିନାଶ , ଅରିନ୍ଦମ ଓ ନୀରାଲି । ଅରିନ୍ଦମ ଆଡେ ଚାହିଁ ନୀରାଲି କହିଲା, ମାଇଁ ହବି ଅବିନାଶ........ ଆଣ୍ଡ ଅବି, ହି ଇଜ୍ ମାଇଁ କ୍ଲାସମେଟ୍ ଅରିନ୍ଦମ୍ ।


 ଦୁହେଁ ମୁହଁରେ ଖୋଲା ହସ ଖେଳାଇ ପରସ୍ପରକୁ ହ୍ୟାଣ୍ଡସେକ୍ କରିଥିଲେ । ଅବିନାଶ ନୀରାଲି ଆଡକୁ ଟିକେ ଉତ୍ଫୁଲ୍ଲିତ ହୋଇ ଚାହିଁଥିଲା । ନୀରାଲି ଚୁପ୍ ଚୁପ୍ ହସୁଥିଲା ।


  ହୋଟେଲ୍ ବୟ ତିନୋଟି ବର୍ଗର, ଆଉ ଲେମନ୍ ଆଇସ୍ ଡ୍ରିଙ୍କ୍ ର ତିନୋଟି ଗ୍ଲାସ ଆଣି ଟେବୁଲ୍ ଉପରେ ସଜାଡ଼ି ଦୂରରେ ଠିଆହୋଇ ରହିଲା । ଅବିନାଶ ଡ୍ରିଙ୍କସ୍ ଗ୍ଲାସଟିକୁ ମୁହଁକୁ ନେଇ କହିଲେ, ନିରାଲୀ - ଚୁପିଚୁପି ହସୁଛ ଯେ ?

 ନିରାଲିର ମନଭିତରେ ଦବି ରହିଥିବା ହସଗୁଡ଼ା ଫେକ୍ କରି ଖସିପଡିଲା ଓଠ ତଳକୁ । କହିଲା, ଆଜି ବି ଅରିନ୍ଦମକୁ ଦେଖିଲେ ମୋର ସେଇ ଦିନର କଥାଟା ମନେପଡିଯାଉଛି । ତୁମେ ଜାଣିଛ ଅବି, ସେଦିନ ମୁଁ ପ୍ରଥମ କରି ଶାଢ଼ୀ ପିନ୍ଧି କଲେଜ ଯାଇଥାଏ । ଭାରି ସଂଭ୍ରମତାର ସହ ଏକା ଏକା କରିଡରରେ ଚାଲୁଥିବା ବେଳେ ହଠାତ୍ ବାଟ ମଝିରେ ଅଟକିଗଲି ମୁଁ । ପଛକୁ ଚାହିଁ ଦେଖିଲା ବେଳକୁ ଅରିନ୍ଦମ୍ ମୋ ଶାଢ଼ୀକୁ ଧରି ଠିଆହୋଇଛି । ରାଗିଯାଇ ମୁଁ କହିଲି , ଏ କ’ଣ ହେଉଛି ?' ତମର ସାହସ ତ କିଛି କମ ନୁହଁ ? ଛାଡ଼ ମୋର କାନିକୁ ?ନଚେତ ପ୍ରିନ୍ସପାଲଙ୍କୁ ଯାଇ କମ୍ପ୍ଲେନ କରିବି ।'


  ଅବିନାଶ ଟିକେ ଉତ୍ଛୁକତା ପୂର୍ଣ ଚାହାଣୀରେ ନିରାଲିକୁ ଚାହିଁ କହିଲେ , ଵାଊ...... ଇଣ୍ଟରେଶଟିଙ୍ଗ ! ତାପରେ ?

  ଅରିନ୍ଦମ କହିଲା, କଂଟାରୁ ପ୍ରତିହତ କରି ମୁଁ ତୁମ ଶାଢ଼ୀକୁ ରକ୍ଷା କରିଲି ଅଥଚ ତୁମେ ସାବାସି ଦେବା ବଦଳରେ ମୋତେ ଗାଳି ଦେଉଛ ? 


   ମୁଁ କହିଲି, ଗୋଟାଏ ଝିଅର କାନିକୁ ଟାଣିଧରିବା କାମ କେବଳ ବାତରା ପିଲାମାନେ କରନ୍ତି । ଭାବୁଛ ମୁଁ ବୋକୀ ହୋଇଛି? କିଛି ଜାଣିପାରୁନି? ମୋ ଶାଢ଼ୀ ଚିରିଲେ ତୁମର କ’ଣ ଯାଏ ଆସେ ?


   ନୀରାଲି ଅବିନାଶଙ୍କ ମୁହଁକୁ ଚାହିଁ ଆଉ ଟିକେ ଅଧିକ ହସିଦେଇ କହିଲା, ଅବି ,ଅରିନ୍ଦମ କ’ଣ କଲା ଜାଣିଛ ? ମୋ ଶାଢ଼ୀ କାନିଟା ନେଇ ସେଇ କଂଟାରେ ଫୋଡିଦେଲା ଆଉ କହିଲା, ତମର ଯାହା କରିବା କଥା କର । ମୁଁ ଚାଲିଲି ଏଠୁ ।


   ମୁଁ ବି କୋଉ ଛାଡିବା ଝିଅ । ରାଗରେ ଟାଣି ଆଣିଲି କାନିଟାକୁ । ନୂଆ ଶାଢ଼ୀଟା ଫରରର..ହୋଇ ଚିରିଗଲା । ଆଉ ସାରାଦିନ ସେଇ ଚିରାଜାଗାକୁ ଲୁଚେଇବା ପାଇଁ ମୁଁ ଯାହା କଷ୍ଟ ସହିଲି ନା ସେ କଥା କେବଳ ମୋତେ ଏକା ଜଣା ।


     ନିରାଲୀ ହସୁଥିଲା ବାୟାଣୀଙ୍କ ପରି । ଅରିନ୍ଦମ ତା ସହିତ ଖୋଲା ହୋଇ ହସିହସି କହିଲା, ପରଦିନ ମୁଁ ଡରି ଡରି ତୋତେ ସରି କହିଥିଲି । ଆଉ ତୁ ମୋତେ କ’ଣ କହିଲୁ ? ହେଲା , ହେଲା.......ଠିକ୍ ଅଛି , କ୍ଷମା କରିଦେଲି । ହେଃ ହେଃ ହେଃ ...... ଆଉ ସେ ଦିନଠୁ ଆମେ ଦୁହେଁ ବେଷ୍ଟଫ୍ରେଣ୍ଡ ହୋଇଗଲେ । 


    ଦୁହେଁ ଏମିତି ହସିଥିଲେ ଯେମିତି କେତେ ଯୁଗଧରି ଏମିତି ଖୋଲା ହସ ସେମାନେ ହସି ନାହାନ୍ତି ।

      ଖାଇବା ସରିବା ମାତ୍ରେ ନୀରାଲି ହାତ ଧୋଇ ପୁଣି ଟେବୁଲ ପାଖକୁ ଆସିଗଲା । ତା ଆସିବା ପରେ ଅରିନ୍ଦମ ଆଉ ଅବିନାଶ ହାତଧୋଇବାକୁ ଗଲେ । ଚାମଚରେ କିଛି ସୋଁପ୍ ଆଣି ତାକୁ ଥପ୍ କରି ପାଟି ଭିତରକୁ ଫିଙ୍ଗି ଦେଲା ନିରାଲୀ । ହୋଟେଲ୍ ବୟ ବିଲଟିକୁ ଧରେଇଦେଇ ସାମନାରେ ଠିଆ ହୋଇ ରହିବା ଦେଖି ନୀରାଲି କହିଲା, ‘ପ୍ଲିଜ୍ ମୋ ମିଷ୍ଟରଙ୍କ ପାଖରୁ ଟିକେ କାର୍ଡ଼ଟା ମାଗିଆଣି ପାରିବ ?’ ହୋଟେଲ୍ ବୟଟି ସିଧା ଅବିନାଶ ପାଖକୁ ଯାଇ କାର୍ଡଟି ମାଗିଆଣିଲା । ତା ଟିପସ୍ ପାଉଣାକୁ ପକେଟରେ ପୁରେଇ ଯିବାକୁ ବାହାରିଲା ବେଳେ ନିରାଲି ତାକୁ ପଛରୁ ଡାକି ପଚାରିଥିଲା, ‘ ଦୁଇଜଣଙ୍କ ଭିତରୁ ଅବିନାଶ ମୋର ସ୍ୱାମୀ ଏକଥା ତୁମେ କେମିତି ଜାଣିଲ ?’

      ହୋଟେଲ୍ ବୟ ଟିକେ ଶଂକିଯାଇ ଧିର ସ୍ୱରରେ କହିଲା, ଏକଥା ଜାଣିବା ପାଇଁ କଣ ଅସୁବିଧା ଅଛି ମାଡାମ ।ଆପଣଙ୍କ ସହିତ ଯିଏ ମନଖୋଲି ହସୁଥିଲେ ସିଏ ସାଙ୍ଗ ଆଉ ଅନ୍ୟ ଜଣକ ସ୍ୱାମୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Shaktiprava Mishra

Similar oriya story from Romance