Sunanda Mohanty

Abstract

3  

Sunanda Mohanty

Abstract

ବୁନୁ

ବୁନୁ

3 mins
178


  

       ଖରା ବେଳ ସାରା ନିଦ ନାହିଁ ମତେ, ତଳ ପଟକୁ ଯାଉଛି ପୁଣି ଉପର ପଟକୁ. କାଲି ଠିକ ଏତିକି ବେଳେ ସିଏ ଆସି ଘର ଆଗରେ ଏପଟ ସେପଟ ହଉଥିଲା । ମନେ ମନେ ଖୋଜୁଥିଲି ମୁଁ ତାକୁ । ହଜିଲା ବଳଦ ଖୋଜିଲା ଠେଇ ଦେଖି ଦୌଡ଼ିଗଲି ଫ୍ରୀଜ଼ ରେ ରଖିଥିବା ପରଠା ଦୁଇପଟ ଅଲୁଭଜା କିଛି ପଲିଥିନରେ ଭରି ତଳକୁ ଚାହିଁଲି ସନ୍ତର୍ପଣରେ । ପିଲାଟା କଣ ଥିବ ? ସେ କିନ୍ତୁ ଥିଲା, ହାତଠାରି ଡାକିଲି ଚାହିଁଲା ଉପରକୁ ପଲିଥିନଟା ଦେଖାଇ ସିଡ଼ି ଦେଇ ଦଉଡିଲି ଦାଣ୍ଡରେ ଠିଆ ହୋଇଥିବା ବୁନୁ ପାଖକୁ ଆଉ ଖୁସିରେ ହାତ ବଢ଼େଇ ନେଇଗଲା ପଲିଥିନଟା ମୋ ହାତରୁ, ଆଉ ସେଓ ବି ବଢ଼ାଇଲା ବେଳକୁ ସେଇଟା ଦରକାର ନାହିଁ କହି ଆଗକୁ ବଢ଼ୁଥିଲା ବୁନୁ ଆଉ ମୁଁ ସନ୍ତୁଷ୍ଟି ରେ ଉପରକୁ. 


             ବୁନୁ ର ଇତିହାସ ସବୁ କହିବାକୁ ଚାହିଁଲେ ବି ଏଵେ କେବଳ ଏତିକି କହିବି ସମସ୍ତଙ୍କୁ ହରେଇ ପାଗଳ ସାଜିଥିବା ଯୁବକ ବୁନୁ ପିଲାଳିଆମୀ ଆଚରଣ କରିବା ଛଡା ଜାଣୁନଥିଲା ଅନ୍ୟ କିଛି ଆଉ ମନ୍ଦିର ଆଗରେ ଠିଆ ହୋଇରହୁଥିଲା ଘଣ୍ଟା ଘଣ୍ଟା । କେବେ କେହି କିଛି ଦେଲେ ନଉଥିଲା ତ କେବେ ନେଉ ନଥିଲା । ପୁଣି ବେଳେ ବେଳେ ହାତ ପତଉଥିଲା । ଯେମିତି ମତେ ବି ପତାଏ, ଆଉ ବେଳେ ବେଳେ ଘର ଯାଏଁ ଆସେ ତ ମୁଁ କିଛି ଖାଇବାକୁ ଦେଇଥାଏ । ବେଳେ ବେଳେ ଅପେକ୍ଷା କରିଥାଏ ତ ବେଳେ ବେଳେ ତା ପାଇଁ ନେଇଥିବା ଖାଦ୍ୟ କୁକୁର କୁ ଦେଇ ଉପରକୁ ଆସେ. 

             ଏଵେ ଏ ଅସାଧାରଣ ସମୟରେ ବୁନୁ କଣ ଖାଉଥିବ । ମନ୍ଦିର ତ ଜନଶୂନ୍ୟ, ରାସ୍ତା ଘାଟ ଖାଁ ଖାଁ, ତ କିଛି ଜଳଖିଆ ରଖି ମୁଁ ଚାହିଁଥାଏ ତାକୁ ଆଉ ସେଦିନ ପରଠା ଆଲୁଭଜା ନେବା ପରେ ଠିକ ସେହିସମୟରେ ସେ ଆସି ଏପଟ ସେପଟ ହୁଏ ତ ମୁଁ କିଛି ନା କିଛି ଦେଇ ଶାନ୍ତି ପାଏ, ବ୍ରାହ୍ମଣ ପିଲାଟି, କେତେ କଷ୍ଟ ପାଉଛି ପ୍ରଭୁ ଭାଵି ସାଇତି ଦିଏ ଅନାଥ ପିଲାଟି ପାଇଁ କିଛି. 

             ଦୁଇ ଦିନ ହେଲାଣି ସେ ଆସୁନି । ମୁଁ ସାଇତିଥିବା ଜିନିଷ କୁକୁର ବିଲେଇ ଖାଆନ୍ତି ହେଲେ ମନ ଖୋଜୁଥାଏ । ନିଦ ହୁଏନି, ଖାଲି ତଳକୁ ଚାଁହୁଥାଏ । ବ୍ୟସ୍ତ ହେଇପଡ଼ିଲେ ଘର ଲୋକ ବିରକ୍ତ ହୁଅନ୍ତି । ଫ୍ରୀଜ଼ ରେ ରଖିବା ଜିନିଷ କାହାକୁ ଦିଅନି କୁହନ୍ତି । ହେଲେ ବାହାରେ ରଖିଲେ ତ ଖରା ଗରମକୁ ନଷ୍ଟ, ଫ୍ରୀଜ଼ ରେ ନରଖି ଉପାୟ କାହିଁ । ଏମିତି କଥା ବାର୍ତ୍ତା ବେଳେ ବୁନୁର ଆବିର୍ଭାବରେ ବିହ୍ଵଳିତ ହୋଇ ଦଉଡିଯାଇ ଫ୍ରୀଜ଼ ରୁ ଉପମା ମଟର ତରକାରୀ ଦେଇ ଆସି ଶାନ୍ତି ପାଇବି କଣ ଅଶାନ୍ତି କୁ ଡାକି ଆଣିଲି ଯେମିତି ।

             ତା ପରଠୁ ବୁନୁ ର ଦେଖା ନାହିଁ । ଘରେ କିଏ କହୁଥିଲା ତାକୁ ଖାଇ ତାର ପେଟ ଖରାପ ହେଇଯାଇଥିବ । କିଏ କହୁଥିଲା ଡାକିକି ଭାତ ଡାଲି ତରକାରୀ ନଦେଇ ଏମିତି ଦେବା ର ମାନେ କଣ, କେହି ବୁଝୁ ନଥିଲେ ସେ ପାଗଳ । ତାକୁ ଡାକିଲେ ବି ମନ ନାମାନି ଥିଲେ ସେ କଣ ଡାକିଲେ ଖାଇବ ଆସି ଘରେ, ହେଲେ ଡର ମାଡ଼ୁଥାଏ ସତରେ ଯଦି ତାର କିଛି ହୋଇଯାଇଥାଏ !ଆଉ ବୁନୁ ବି ଆସୁନଥାଏ ବ୍ୟାକୁଳିତ ହେଉଥାଏ ମୁଁ. 

             ହଠାତ ସେଦିନ ବୁନୁ ଦାଣ୍ଡଦୁଆରେ ଭଲ ଥିଲା, ନୂଆ ଡ୍ରେସ ପିନ୍ଧିଥିଲା, ଆଉ ଉପରକୁ ଥରକୁ ଥର ଚାଁହୁଥିଲା । ଫ୍ରୀଜ଼ ରେ ଜଳଖିଆ କିଛି ଥିଲେ ବି ମୁଁ ଦେଇନଥିଲି । ବୁନୁ ବି କାଇଁ ଯାଉନଥିଲା ଅନେକ ସମୟ ପରେ ସେ ଚାଲିଯାଇଥିଲା ସତ ହେଲେ ମୁଁ ରାତି ସାରା ତାକୁହିଁ ସ୍ବପ୍ନ ଦେଖୁଥିଲି ଆଉ ସ୍ୱପ୍ନରେ ମୋ ଘରଲୋକ ସବୁ ମତେ ବିରକ୍ତ ହୋଇ କହୁଥିଲେ, ତୁ ନିଜକୁ ଏତେ ବଦାନ୍ୟ ଭାବେନା, ଦେଖିଲୁନି କେହିତାକୁ ନୂଆ ପିନ୍ଧିବାକୁ ଦେଇଛି ମାନେ ଖାଇବାକୁ ଦେଉଥିବେ । ଖରାବେଳ ସ୍ବପ୍ନ, ଉଠିପଡି ଦେଖେତ ଦାଣ୍ଡ ଦୁଆରେ ବୁନୁ, ବିସ୍କୁଟ ନେଇ ବୁନୁ କୁ ଦଉଥିଲି ତ ସେ ନନେଇ ଫେରିଯାଉଥିଲା । ବିଭିର୍ଣ୍ଣ ଚିନ୍ତା ରେ ମୁଁ ଭାରାକ୍ରାନ୍ତ କେବଳ ।


Rate this content
Log in

Similar oriya story from Abstract