STORYMIRROR

Kanan Bala Nayak

Abstract Others

3  

Kanan Bala Nayak

Abstract Others

ବୁଢୀମା ହାତର ପାନ

ବୁଢୀମା ହାତର ପାନ

1 min
273


  ମକର ସଂକ୍ରାନ୍ତି ଉପଲକ୍ଷେ ଗାଁ କୁ ଯାଇଥିଲି। ଗାଁ ରେ ଦୁଇ ଦିନ ରହି ଘରକୁ ଫେରିବା ପାଇଁ ବାହାରୁ ଥାଏ, ମୋର ପଞ୍ଚାନବେ ବୟସ୍କ ବୁଢୀମା ଯାହାକୁ ଆମେ ଵୁଇମା ବୋଲି ଡାକୁ ପୁରା ଯୋର ଯୋର ଚାଲି ଚାଲି ମୋ ପାଖକୁ ଆସିଲା। ମୁଁ କହିଲି ତୋ ଗୋଡ଼ ପରା କିଛି ଦିନ ତଳେ ଅପରେସନ ହୋଇଛି । ତୁ କାହିଁକି ଏମିତି ଏତେ ଯୋରରେ ଚାଲି ଚାଲି ଆସିଲୁ? ତୋତେ ପରା ଡକ୍ଟର ଏତେ ଯୋରରେ ଚାଲିବା ପାଇଁ ମନା କରିଛନ୍ତିି । ସେ ତା ପାକୁଆ ପାଟିରେ ହସି ଦେଇ ହାତରେ ଧରି ଥିବା ପାନ ଖଣ୍ଡେ ମୋ ଆଡ଼କୁ ବଢେଇ ଦେଇ କହିଲା ତୋ ପାଇଁ ପାନ ଟିଏ ନିଜ ହାତରେ ବନାଇ ଆଣିଛି । ଖାଲି ଗୁଆ ଆଉ ସାଧା ଧଣିଆ ଦେଇଛି । ଚୁନ କି ଖଇର ଦେଇନି । ଏତିକି କହି ମୋ ପିଠିକୁ ଆଉଁଶୁ ଥାଏ । ଯଦିଓ ପାନ ଖାଇବା ମୋ ଅଭ୍ୟାସ ନୁହେଁ ତଥାପି ବୁଇମା ହାତରୁ ପାନ ଟିକୁ ନେଇ ପାଟିରେ ପୁରାଇ ଦେଲି କାରଣ ସେଇଟା ମୋ ପାଇଁ କେବଳ ପାନ ନଥିଲା, ଥିଲା ମୋ ବୁଇମାର ଅନାବିଳ ସ୍ନେହ ଓ ଆଶୀର୍ବାଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract