Disambar Meher

Abstract Others

3  

Disambar Meher

Abstract Others

ବୁଆ

ବୁଆ

5 mins
310


    


ରାଏତ୍ ୧୦ ବଜା ହରି ବାବୁ ଖଟେ ସୁଇଥାଅନ୍ ସେତକି ସମିଆଁନେ ତାକର୍ କନିଆଁର୍ ପେଟ୍ ଦରଦ୍ ଆରମ୍ ହେଲା । ଡେଲିଭରି ସମିଆଁ ଆସିଥିଲାନା ସେଥିର ଲାଗି ସେ ଛଟ୍କାପଟ୍କା ହେଉଥିଲେନ୍ । ହରି ବାବୁ ତାକର୍ ଘର୍ ତରାର୍ ବବା ବଡି କେ ଡାକ୍ଲେ ଆର୍ ଗାଡି ଗୁଟେନେ ହସପତାଲ୍ କେ ନେଲେ । ଡାକଟର୍ ଦେଖିକରି ହରିବାବୁ କେ କହେଲେ ଅପରେସନ୍ ଲାଗବା ଆର୍ ଅପରେସନ୍ କଲେ ଜିହେ ଝନେ ଏକା ବଂଚି ପାରବା ।କିଏ ବଂଚବା ସେଟା ନାଇଁ କହିପାରେ । ଇ କଥାକେ ସନି କରି ହରି ବାବୁର୍ ହୋସ୍ ଉଡିଗଲା । କିଛି ଉପେ ନାଇଁ ଦିସ୍ଲା ,ଅପରେସନ୍ ନାଇଁ କଲେ ଅଡୁଆ । ମାଁ ସମଲେଇ କେ ମନକେ ମନ୍ ଗୁହେର୍ କଲେ ଆର୍ ବନ୍ ପେପେର୍ ନେ ଦସଖତ୍ କର୍ଲେ।ମାଁ ସମଲେଇ କୁର୍ ପାନୁ ଅପରେସନ୍ ବନେ କରିହେଲା ଆର୍ ମାଁ ପୋ ଦୁହି ଜନ୍ କେ ସମଲେଇ ମାଁ ପନତ୍ ଢାପି ରଖ୍ଲେ ।

ଏକୁସ୍ ଦିନ୍ ଗଲା ଉତାରୁ ସତ୍ ନାରେନ୍ ପୁଜା ହୋମ୍ କରିକରି ହରିବାବୁ ପୋର୍ ନାଁ ସିବା ଦେଲେ।ସିବା ବୁଆ ବୋଲି ଡାକିଦେଲେ ହରିବାବୁର୍ ଛାତି ଫୁଲି ଜାଉଥିଲା । କେତେ ଚୁମା ଲାଡେ, ଗେଲ୍ଲେ ସିବାକେ ହରିବାବୁ ଆର୍ ତାକର୍ କନିଆଁ ଜତନ୍ କରିଥିଲେ ।ଅପରେସନ୍ ଦିନନୁନ୍ ସିବାର୍ ମାଁ ଦେହେ ବିଗିଡି ଜାଇଥିଲେ ସବୁ ଦିନ ଓଷୋ ଗଦାଗଦା ଖେଇ ଖେଇ କରି ଦେହେ ଦୁରବଲ୍ ହେଇ ଜାଇଥିଲାନା । ସିବାକେ ଜେତେବେଲ ଚିଏର୍ ବଛର୍ ହେଇଥିଲା ତାର୍ ମାଁ ଆଏଖ୍ ଲିମି ହେଲା ହେ ଦିନନୁନ୍ ସିବାର୍ ମାଁ ଆର୍ ବୁଆ ହରି ବାବୁ ।


ହରି ବାବୁର୍ ଗୁଟେ ଚିନ୍ତା ମୋର୍ ପିଲା ବନେ ହେଇକରି ରହି ଥଉ । ସମାଜ୍ ନେ ବନେ ମୁନୁସ୍ ଟେ ହେଉ ବୋଲି ଦିନ୍ ରାଏତ୍ କବାର୍ ବୁତା କରି କରି ପୋର୍ ଖାନା ପିନା ଆର୍ ପାଠ୍ ପଢାକେ ଧିଆନ୍ ଦେଲେନ୍ । ସିବାର୍ ଭି ବନେ ପାଠ୍ ପଢାନେ ମନ୍ ଥିଲା । ସବୁ କିଲାସ୍ ନେ ବନେ ମାରକ୍ ଆନେ ଆର୍ ଫାସ୍ ଡିବିଜନ୍ ପିଲା ଆଏ । ହରି ବାବୁ ଗାଁନେ ଥିବାର୍ ଘର୍ ଦୁଆର୍ ଆର୍ ଜମିକେ ୩ଲାକ୍ ଟଂକା ନେ ବିକି କରି ପୋ କେ ଭୁବନେସରର୍ ଜୁପିଟର୍ କଲେଜ୍ ନ ପଢାଲେ । ସିବା ଭି ମନ୍ ତନ୍ ଦେଇକରି ପଢଲା ଆର୍ ପାଠ୍ ପଢା ସର୍ଲାକେ ହେନ୍ କଂପାନିଗୁଟେ ନ ଚାକ୍ରି ଲାଗ୍ଲା ।ବନେ ପଏସା ପତର୍ କମେଇ କରି ବୁଆକେ ମାସକେ ଥରେ ଦେଖି ଆସୁଥିଲା । ସିବା ତାର୍ ପହେଲା ଦରମା ହରିବାବୁର୍ ହାତେ ଧରେଇ ଦେଲାକେ ହରି ବାବୁ ର୍ ଗୋଡ୍ ତଲେ ନାଇଁ ଲାଗୁ ଥାଇଁ ସଙ୍ଗେ ସଙ୍ଗ୍ ଦୁକାନ୍ ନୁ ନଡିଆ ଗୁଟେ ଘିନିକରି ସମଲେଇ ଗୁଡିକେ ଗଲେ ଆର୍ ପୋ ଲାଗି ଗୁହେର୍ କଲା ମୋର ପୋ କେ ସବୁ ଦିନ୍ ଇନ୍ତା ସୁଖେ ତୋର୍ ଛତର୍ ତଲେ ଢାକି ରଖିଥା ବୋଲି ।


ହେନ୍ତା କେତେ ଦିନ୍ ଗଲା ସିବା ବୁଆକେ ନେଇ କହିକରି ଭୁବନେସରେ ଟୁକେଲ୍ ଗୁଟେକେ ବିହା ହେଇଗଲା । ସିବା ଆର୍ ତାର୍ କନିଆଁ ଭୁବନେସରେ ଘର୍ ଗୁଟେ ଭଡା ନେଇ କରି ରହୁଥିଲେ ।ହେ ମାସେ ସିବା ବୁଆ ପାସକେ ଆସବାର୍ ଟା ପାସ୍ରି ଗଲା । ହରି ବାବୁ ମନ୍ ଦୁଖ୍ ହେଇଗଲା ଇ ମାସେ କାଏଁ ହେଲା ସିବା ନାଇଁ ଆସ୍ଲା ,ତାର୍ ଦିହି ବନେ ଅଛେତ୍ ,ଅଫିସ୍ କାମ୍ ଧାମ୍ ଜହ ହେଇ ଜାଇଥିବା ,ସମିଆଁ ନାଇଁ ମିଲୁଥିବା ମୋର୍ ପୋ କେ ,କେନ୍ତା କରୁଛେ ଖାନା ପିନା ବନେ କରୁଛେ ତ ।ଇନ୍ତା ସବୁନେ କତାନେ ଗୁନ୍ଦେଲେଇ ଘାଁଟି ହେଇଗଲା ତାକର୍ ମନ୍ ଆର୍ ପୋର୍ ଭଲ୍ ମନ୍ଦ ଜାନ୍ ବାକେ ଚିଠି ଖଣେ ଲେଖ୍ଲେ ।

ସିବା ଚିଠି ପାଏଲା ଆର୍ ସେ ଦିନ୍ ବେଲ୍ ବୁଡାର୍ ବସ୍ ନେ ବସିକରି ବୁଆ ପାସ୍କେ ସକାଲ୍ ପାଏଲାକେ ପୁହୁଁଚଲା । ପୋ କେ ଦେଖିକରି ହରିବାବୁ ମନକେ ମନ୍ ଖୁବ୍ ଖୁସ୍ । ପୋର୍ ଲାଗି ଚା ଟିଫିନ୍ ବନେଇ ଦେଲେ । ଦୁଇ ପା ପୋ ସୁଖ୍ ଦୁଖ୍ ଛନେକ୍ ହେଲେନ୍ ସେ ସମିଆଁନେ ହରି ବାବୁ ସିବାକେ କହେଲେ -ଦେଖ୍ ବୁଆ ମୁଇଁ ତ ବୁଢା ହେଇଗଲିନା କାମ୍ କବାର୍ ନେଇ କରି ପାରବାର୍ । ମୁଇଁ ମସାନ୍ ପଦା ଜିବାର୍ ଉତାରୁ ତୋର୍ ବିହା ବରତନ୍ ଦେଖତି ବେଲେ ମନ୍ ଖଣେଁ ଉସତ୍ ଲାଗତା । ସିବା ତୁମ୍ ପରିଦେଲା ଆର୍ ମୁଇଁ କେ ତଲ୍ କରିକରି କହେଲା ବୁଆ ଗୋ ମୁଇଁ ଭୁବନେସରେ ଟୁକେଲ୍ ଗୁଟେକେ ବିହା ହେଇଗଲିନା । ଆମେ ଦୁହି ଲୋକ୍ ହେନକେ ଘରଗୁଟେ ଭଡା କରିକରି ରହୁଛୁ । ଇ କଥାକେ ସୁନି କରି ହରି ବାବୁ ଗୁମ୍ ସୁମ୍ ହେଇ ବସିଦେଲେନ୍ । ପୋ କେ ପଦେକ୍ ଭି ଗେଲ୍ ନେଇ ଦେଇ ବନେ କଲୁ ମୋର୍ ବୁଆ ତୁଇ ଖୁସ୍ ଥିଲେ ମୁଇଁ ଭି ଖୁସ୍ ବେଲେ ।


ସିବା ତାର୍ ବୁଆକେ ଧରିକରି ଭୁବନେସର୍ କେ ପଲାଇ ଆସ୍ଲା ।ହରିବାବୁକେ ଦେଖିକରି ତାର୍ କଟକିଏନ୍ ବହ ମୁହୁକେ ଭଁଣା ଲେଖେ କରି ଥାଏ । ବୁଢାର୍ ସବୁ ଦିନ୍ ରାତି ଆଠ ବଜା ଖାନା ଖାଏବାର୍ ଆଦତ୍ । ଗୁଟେ ଖୁରି ଭାତ୍ ସଙ୍ଗେ ମୁଗ୍ ଦେଲ ଗୁଟେ ଗିନା ହେଲେ ତାର୍ ପେଟ୍ ଟୁମ୍ ଟୁମି ଜାଏସି । ପୋ ବହ ତ ଚାକ୍ରିଆ ,ସହରିଆ ଲୋକ୍ ଛ ବଜାନୁ ବୁଲା କିନ୍ଦ୍ରା କରିକରି ଘର୍ କେ ରାତିର୍ ୯ ବଜା ଆଏସନ୍ । ବୁଢାର୍ ପେଟ୍ ଭୁକେ ଜଲି ଜାଉଥିସି । ବହ ଘର୍କେ ଆସିକରି ରୁଟି ବନାସି ଆର୍ ବୁଢାକେ ଦୁଇ ପଟ୍ ଦେସି । ବୁଢାର୍ ଟଁଟିକେ ରୁଟି ନି ଜାଇ ।ଭାତ୍ ଖାଏବାର୍ ଅଦତ୍ ଅଛେ ସବୁ ଦିନ୍ ହେତିର୍ ଲାଗି ତାର୍ ପେଟ୍ ନେଇ ପୁରୁ ଥାଇ ।ବହ କେ ଭାତ୍ ଟିକେ ବନାବାକେ କହେଲେ ରିସ୍ମି ହେଇକରି କହେ -"ଖାଇବାର ଅଛି ତ ଖାଅ ମୁଁ ଆଉ କିଛି ରୋଷେଇ କରିପାରିବିନି "। ବୁଢା ସବୁ ସହି ଦିଏ ସିବାକେ ବି ଇ ସବୁ କିଛି କଥା ନାଇଁ କହୁଥାଇ । ପୋ ବହ ସୁଖେ ସବୁ ବେଲେ ରହନ୍ ସେଟା ସେ ଭାବୁଥାଏଁ । ତାର୍ ଲାଗି ଦୁଇ ଲୋକର୍ କିଛୁ ଅସୁବିଧା ନାଇଁ ହଉ ସେଥିର୍ ଲାଗି ସବୁ ସମିଆଁନେ ତୁମ୍ ପରିଦିଏ ଆର୍ ବହ ଜାହା କହେଲେ ସବୁ ଛାତିକେ ପଥର୍ କରିକରି ସହି ନିଏ ।

ବୁଢା ଦିନ୍ କେ ଦିନ୍ ଦିହେ ଭି ଖରାପ୍ ହେଇଜଉଥାଏ ସେବା ଜତନ୍ ର ଅଭାବ୍ । ଦିନେକ୍ ବହର୍ ଜନମ୍ ଦିନ୍ ଘରେ ମନୋଉଥିଲେନ୍ । ବହର୍ ସାଙ୍ଗ ସାଥି ଭି ଆସିଥିଲେ ବୁଢାର ଖାଁସ୍ ବାରଟା ସୁନି କରି କିଏ ଆଏ ବୋଲି ତାର୍ ସାଙ୍ଗ ସାଥି ମନେ କହେଲେ । ବୁଢାର୍ ବହ କହେଲା -"ଆମ ଘର କାମ କରିବାକୁ ସିବା ତାଙ୍କୁ ଗାଁ ର ଜଣେ ଲୋକଙ୍କୁ ଆଣିଛନ୍ତି ତାଙ୍କର କେହି ନାହାନ୍ତି ତ "। ବୁଢା ସୁନି କରି ବହର୍ କଥା ତାର୍ ଆଖିନୁ ଲହ ଗଦେଇ ହେଇଗଲା । ବହର ସାଙ୍ଗ ଟେ କହେଲା - "ବୁଢାକୁ ଆମ ଗାଁ ପାଖ ବୃଦ୍ଧ ଆଶ୍ରମରେ ଛାଡି ଦେଉନ । ଆଉ ତ କାମ ଅରିପାରିବନି ,ସେଠି ଛାଡି ଦିଅ ସେ ବି ଆରାମ ରେ ରହିବ ତୁମେ ବି ଆରମ୍ ରେ ରହିବ "। ବୁଢା କବାଟ୍ କନେ ସବୁ ସୁନୁଥିଲା । ସିବୁ ଘର୍ କେ ଆସ୍ଲାକେ ବହ ବୁଢାକେ ଆନାଥ ଆଶ୍ରମନେ ଛାଡବାକେ କହେଲା । ସିବୁ ଖୁବ୍ ମନା କଲା ମାତର୍ ବହର୍ ଗୁଟେ କଥା ବୁଢାକେ ଆଶ୍ରମନେ ଛାଡମା ।


ଦିନେକ୍ ପହ ପହ ସକାଲନୁ ବୁଢାର୍ ସବୁ ବେଡିଙ୍ଗ ବସତର୍ କେ ସିବା ଆର୍ ତାର୍ କନିଆଁ ବନ୍ଧାବନ୍ଧିକଲେ ଆର୍ ବୁଢାକେ ଧରିକରି ଆଶ୍ରମ କେ ଗଲେ । ବୁଢା ସବୁ ବୋଲେ ପୋ ବହ ମିଲି ଜୁଲି କରି ବନେ କରି ରହନ୍ ହେ କଥା ଭାବୁ ଥାଏ । ଆଶ୍ରମକେ ମାସ୍କେ ଥରେ ସିବା ଦେଖି ଆସୁଥିଲା । ବାପ୍ ପୋ ଛନେକ୍ ସୁଖ୍ ଦୁଖ୍ ହଅନ୍ । ମଝିନେ ତିନ୍ ଚାଏର୍ ମାସ୍ ସିବା ଦେଖି ନାଇଁ ଆସ୍ଲା । ବୁଢା ଦିହି ଖୁବ୍ ଖରାପ୍ ହେଇତେଲ୍ ଗଲା । ଖାଁସି ନାଇଁ କମୁଥାଇ,ଗରମ୍ ନେ ବୁଢା ଖାନା ପିନା ଭି ନି କରୁଥାଇ ,ବଲଡ୍ ପ୍ରେସର୍ ଭି ଜହ ହେଇଥିଲାନା ।ପୋ ନିକେ ବୁଢା ତାର୍ ଦୁଖର୍ କଥାକେ ଚିଠି ଖଣେ ନେ ଲେଖ୍ଲା -ସିବା ବନେ ଅଛୁ କାଏଁ ବୁଆ ।ଇନ ତ ଖୁବ୍ ଗରମ୍ ତୁଇ ଖରାନେ ନାଇଁ ବୁଲବୁ ସୁନା । ଦେହେର ଜତନ୍ ନେବୁ ତୋର୍ । କାଏଁଜେ ଧନ୍ ନାଇଁ ଦେଖି ଆସବାର୍ ନାଁ ତୁଇ ।ମୋର୍ ଦେହେ ଠିକ୍ ନାଇଁ ନ ପୁତା ,ଗରମ୍ ନେ ଦିହି ଜଲି ଜାଉଛେ ।ସମିଆ ପାଏଲେ ଛନେକ୍ ଦେଖି ଆଏବୁକେ ଗୋସିଆଁ ।


ସିବାଚିଠି ପାଏଲା କେ ସାଙ୍ଗେ ସାଙ୍ଗ ଆଶ୍ରମ କେ ଆଏଲା । ଗେଟ୍ ଜଗୁଆ ଲୋକ୍ ବୁଢାକେ ଜାଇକରି ତାର୍ ପୋ ଆଏବାର୍ ଖବର୍ ଦେଲା । ବୁଢାର୍ ମନ୍ ଉସତ୍ ସାଙ୍ଗେ ସାଙ୍ଗ୍ ଉଠିକରି ପୋ ନିକେ ନରଦି ଆସୁଥିଲା ।ନରଦି ଆଏବାର୍ ସମିଆଁନେ ମୁଡ୍ ଫେଁ କରି ମାରିନେଲା ଆର୍ ବୁଢା ଭୂଇନେ ଖାବ୍ରିହେଇ କରି ପର୍ଲା ଜେ ଆର୍ ନେଇଁ ଉଠ୍ଲାନା ।



Rate this content
Log in

Similar oriya story from Abstract