STORYMIRROR

Sunanda Mohanty

Abstract Fantasy Others

3  

Sunanda Mohanty

Abstract Fantasy Others

ବର୍ଷା

ବର୍ଷା

1 min
338


ନୂଆବୋହୁର ନାମକରଣ ରେ ଯେତେ ଯେତେ ନାମର ତାଲିକା ବିଭିର୍ଣ୍ଣ ମହଲ ରୁ ଆସିଥିଲା, କାହାମନକୁ ପାଇନଥିଲା, ତାର କାରଣ ତ ଅନେକ ଥିଲା ହେଲେ ବାହାଘର ଆରମ୍ଭରୁ ଏଯାଏଁ ମୁଷଳ ଧାରା ରେ ବର୍ଷା ଲାଗିରହିଥିଲା l

   ବର ବେଶରେ ଜୋଇଁ ହୋଇ ବାହାରିଲା ବେଳକୁ ଯେମିତି ବର୍ଷା, ଶଶୁର ଘରେ ପହଁଚିଲା ବେଳକୁ ବି ସେମିତି ବର୍ଷା, ହାତଗଣ୍ଠି ପଡିଲା ବେଳେ ଯେତିକି ବର୍ଷା, ଘରୁ ଝିଅ ବିଦା ହେଲା ବେଳକୁ ବି ସେତିକି ବର୍ଷା, ଘରେ କେହି କେହି ଆଈ ଜେଜେମା କହୁଥିଲେ, ଭାରି ଶୁଭ ତ କେହି କେହି ପିଇସୀଅପା ମାନେ କହୁଥିଲେ, ସ୍ୱର୍ଗ ରୁ ଦେବ ଦେବୀ, ପରୀ ଓ ନର୍ତ୍ତକୀ ମାନେ ବି କାନ୍ଦୁଛନ୍ତି କାରଣ ଆମ ଝିଅ ବିଦା ହେବା ପରେ ଏ ଘରୁ ଶିରୀ ତୁଟିଯିବ, ରନ୍ଧାବଢ଼ା, ଘରସଜ୍ଜା, ଝୋଟିଚିତା, ଗୀତଗାଇ ଆଉ କିଏ ମନମୋହିଵ !

    ଥିଲି ଝିଅ ହେଲି ବୋହୁ ପରେ ଶାଶୁଘରେ କିନ୍ତୁ ସଭିଙ୍କ ମନ ରେ କଷ୍ଟ, ଆମ ପୁଅର ବରବେଶ ବିଗିଡି ଗଲା, ଭୋଜିଭାତ ଫିସିଲି ଗଲା, ଫୋଟୋ ଉଠିପାରିଲାନି, ଗୀତନାଚ କି ସଂଗୀତ କିଛି ହେଇପାରିଲା ନାହିଁ ବର୍ଷା ଯୋଗୁଁ, ତ କିଏ ଜଣେ ଖୁଡିଶାଶୁ ବର୍ଷା ବୋଲି ନାମ ଦେବାକୁ କହୁଥିଲେ ତ କିଏ ଜଣେ ବଡ଼ଯା ମେଘା ବୋଲି ନାମ ରଖିବାକୁ କହିଥିଲେ l

    ଜୀବନ ସାରା ଦୁଃଖ ସମୟରେ ବୋହୂଟିକୁ ଲାଗେ କାନ୍ଦିବା ହିଁ ତା ଭାଗ୍ୟରେ ଲେଖା ତ ବରଂ ତା ନାମ ଅଶ୍ରୁ ରଖିଥିଲେ ଭଲ ହୋଇଥାନ୍ତା ଆଉ ଜୀବନ କାଳ ଭିତରେ ଆସୁଥିବା ସୁଖ କୁ ସାଉଁଟି ବୋହୁ ରୁ ସ୍ତ୍ରୀ ଓ ମାଆ ପୁଣି ଶାଶୁ ହେଲାବେଳେ ବର୍ଷା ହେଲେ ସେ ହସିଦିଅନ୍ତି ମୁଚୁକୁନ୍ଦିଆ ହସ l


Rate this content
Log in

Similar oriya story from Abstract