STORYMIRROR

Bibhu Samanta

Abstract Romance Fantasy

3  

Bibhu Samanta

Abstract Romance Fantasy

ବ୍ରଜମଲ୍ଲୀ ଓ ନୀଳକଇଁ

ବ୍ରଜମଲ୍ଲୀ ଓ ନୀଳକଇଁ

1 min
270

ଏବେ ସେମାନଙ୍କ ନୀତି ଦେଖାହୁଏ। କେହି ନାହିଁ ଆଉ ଆକଟ କରି କହିବାକୁ, ବାଟ ଜଗି ଗୁହାରି କରିବାକୁ।ସେମାନେ ଭିଜନ୍ତି ଶ୍ରାବଣ ଦ୍ୱୀପହରେ କେଉଁ ଏକ ଉଦ୍ୟାନରେ। ରାତିର ଅନ୍ଧାରରେ ମେଲି ଦିଅନ୍ତି ପ୍ରଣୟ ପସରା। କଳି ଠୁ କୁସୁମ ଯାଏ ସଭିଏଁ ଦେଖନ୍ତି ତାଙ୍କୁ। ଜଣେ ନୀଳକଇଁ ଆଉ ଜଣେ ବ୍ରଜମଲ୍ଲୀ। 


ନୀଳକଇଁ : ଆଗୋ ମାନମୟୀ! ତୁମ ଅଭିମାନର ମଞ୍ଜି ଏମିତି ବୁଣିଦେଲ, ସେମାନେ ପ୍ରୀତି ବଦଳେ ମୁକ୍ତି ମାଗୁଛନ୍ତି। ଏତେ ରାଗ ତୁମର ମୋ ଉପରେ ! ସେମାନେ ବଂଶୀ ବଦଳେ ଶଙ୍ଖନାଦ ଖୋଜୁଛନ୍ତି। ତିପେ ଚନ୍ଦନ ଦେଇ ପାରୁନି ମୁଁ କାହାକୁ। ସବୁ ଆଜି ତୁମର। ଏ ମଧୁର ମଳୟ ଭିଜା ମୁହୂର୍ତ୍ତ ଆଉ ତା ସାଙ୍ଗେ ତୁମ ଅନୁରାଗୀ ଶ୍ୟାମ ବି। ତୁମେ ଏୟା ଚାହିଁଥିଲ ନା??


ବ୍ରଜମଲ୍ଲୀ: ନା ନା ... ସେମିତି କୁହନା କାହ୍ନା। ସେମାନେ ତୁମ ପାଇଁ ଚାନ୍ଦ , ସେହି ଚାନ୍ଦର ରୋଷଣୀରେ ମୁଁ ସଜେଇ ହୋଇଛି ତୁମ ପାଇଁ। ତୁମ ପ୍ରେମର କାଣିଚାଏ ଅତର ବୋଳି ମୁଁ ଫୁଟିଛି ତୁମ ପାଇଁ। ସୁରଭି ବାଣ୍ଟିବା ପରା ମୋ କାମ। ସେ ସୁରଭି କୁ ତୁମ ଯାଏ ପହଞ୍ଚେଇବା ହାତକୁ ତୁମେ ଚୁମି ଦେଲେ... ବତୁରି ଯାଏ ହୃଦୟ ମୋର। ଅନନ୍ତ ସମୟରୁ ମୁଁ ଯେ ଭିକାରୁଣୀ ତୁମ ପ୍ରେମର। ଭଲା, ମୋତେ ବା ସମୟ କାହିଁ ଏପରି ଭାବିବାକୁ। ଅନେକ ଅପବାଦ ଏ ଦୁନିଆ ଦେଇଛି। ତୁମେ ଆଉ ଦିଅନା...

ଆସ ଥରେ ବୁଲି ଆସିବା ଗୋପ ଦାଣ୍ଡରେ, ଖୋଜିବା ସ୍ମୃତି ସବୁ ପ୍ରୀତି କୁଞ୍ଜରେ, ତୁମ କୋଳରେ ମଥା ରଖି ସୃଯିବି ଏକ ନୂଆ ଦୁନିଆ... ପ୍ରକୃତି ପୁରୁଷର ମିଳନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract