STORYMIRROR

Siddhartha Sankar Tripathy

Abstract Romance Tragedy

3  

Siddhartha Sankar Tripathy

Abstract Romance Tragedy

ବୋଉଲୋ ମୁଁ ବାହାହେବିନି

ବୋଉଲୋ ମୁଁ ବାହାହେବିନି

4 mins
128


ଛୋଟ ବେଳରୁ ବରକନିଆଁ ଖେଳିବାକୁ ବହୁତ୍ ଭଲ ପାଉଥିଲା ଅଞ୍ଜୁ । ଘରକୁ ଆସି ନାକରୁ ସିଂଘାଣି ପୋଛି କହୁଥିଲା , ବୋଉଲୋ ! ଜାଣିଛୁ ଆଜି ବୋହୁବୋହୁକା ଖେଳୁ ଥିଲୁ  ସମୀର ଆଉ ମୁଁ । ଅଧାରୁ ବାଲିଘର ଭାଙ୍ଗିଦେଲା। ମୁଁ ବାହା ହେବିନି । ହସି ହସି ମାଆ ବିମଳା ଦେବୀ କହୁଥିଲେ,' ଝିଅ ଜନମ ପର ଘରକୁ ତା ଛଡା ଯୋଉ ଝିଅ ଏମିତି ଛୁଆ ସମୟରେ କୁହେ, ସେ ହିଁ ପ୍ରଥମେ ବାହା ହୁଏ । ସବୁ ଛୁଆ ଛୋଟ ବେଳେ ବାଲିଘର ଭଙ୍ଗନ୍ତି ଓ ଗଢନ୍ତି।

ଏଥିରେ ନୂତନତ୍ବ ନାହିଁ ।


ଆଞ୍ଜୁ ପଚାରିଲା ସମୀର ସବୁଦିନେ ବାଲିଘର କାହିଁକି ଭାଙ୍ଗୁଛ ? ହସିଦେଇ ସମୀର କହିଲା, ଜାଣିଛୁ  ଅଂଜୁ , ସବୁ ବାଲିଘର ସଂସାର ଘର ହୁଏନା, ସମସ୍ତେ ପୂର୍ବ ଦିଗକୁ ଅନାନ୍ତି ଯେଉଁଠି ସମୁଦ୍ର ଓ ସ୍ଥଳଭାଗ ଏକାଠି ମିଶେ। କିନ୍ତୁ ସମସ୍ତଙ୍କ ଆଶା ପ୍ରତିକ୍ଷାକୁ ଆସ୍ତେ ଏଡିଦେଇ ସ୍ଥଳଭାଗ ଝାଉଁ ବଣ ଉପରେ ହିଁ ସୂର୍ଯ୍ୟୋଦୟ ହୁଏ, ସମୁଦ୍ରରେ ନୁହେଁ । ସେମିତି ଯାହା ହାଣ୍ଡିରେ ଯିଏ ଚାଉଳ ପକେଇଛି ସିଏ ସେଇଠି ବାହା ହୁଏ।

ତୁ ସିଂଘାଣି ନାକି , ତତେ ମୁଁ କାହିଁକି ବାହା ହେବି ? ମୋ ସ୍ତ୍ରୀ ଆଉ ମୁଁ , ଦେହରେ ବର୍ଷାତି କନାର ସୁନ୍ଦର ପୋଷାକ ଚିପି ହୋଇ ରହିଥିବ। ବାରମ୍ବାର ସମୂଦ୍ର ଢେ଼ଉ ଭାଙ୍ଗିଲେବି ବାରମ୍ବାର ହଂସ ଦେହ ପରି ଆମ ଶରୀର ଶୁଖିଲା ଦିଶିବ।

ରଗତମତମ ହୋଇ ପାଦ କଚାଡ଼ି ଘରକୁ ଚାଲିଗଲା ଅଞ୍ଜୁ । ବିମଳା ଦେବୀ ପଚାରିଲେ କ'ଣ ହେଲା ? ରାଗୁଛ କାହିଁକି ? ଅଞ୍ଜୁ କହିଲା ସେ ସମୀର କୁଆଡେ କୋଉ ମାମ କୁ ବାହାହେବ । ବୋଉଲୋ ! ଏ ବୋଉ ! ମୁଁ ବାହା ହେବିନି ।

ବିମଳା ଦେବୀ କହିଲେ, ବିମର୍ଷବୋଧ, ହତାଶା, ନ୍ୟୁନଭାବ , ଏସବୁ ଊଣାଅଧିକ ଆମ ସମସ୍ତଙ୍କୁ କେବେ ନା କେବେ ପୀଡିତ କରିଥାଏ। ଏହା ସ୍ୱାଭାବିକ ବୋଲି କୁହାଯାଇପାରେ କିନ୍ତୁ ଅନିବାର୍ଯ୍ୟ ନୁହେଁ । ହତାଶାର ଯେପରି ବହୁତ କାରଣ ରହିଥାଏ , ସେଥିରୁ ଉତ୍ତୀର୍ଣ୍ଣ ହେବାର ମଧ୍ୟ ସେହିପରି ବହୁତ ମାର୍ଗ ରହିଥାଏ। ତୁ ଏବେ ଛୋଟ। ବଡ଼ ହେଲେ ବୁଝିପାରିବୁ । ଏସବୁ ସମୀର ପ୍ରତି ତୋ ମନର ଦୁର୍ବଳତା। ଯା ପାଠ ପଢ଼ାରେ ଧ୍ୟାନ ଦେ। ହିଁ ଭରି ଚାଲିଗଲା ଅଞ୍ଜୁ ।


ସମୟଚକ୍ରରେ ଆଗକୁ ବଢୁଥିଲେ ଅଞ୍ଜୁ ଓ ସମୀର। ମିଳାମିଶାରେ ବାରଣ ନଥିଲା । ବିଶ୍ଵ ବିଦ୍ୟାଳୟର ଛାତ୍ର ଛାତ୍ରୀ ଥିଲେ ଦୁହେଁ । ଆଉ ବାଲିଘର ଖେଳ ନଥିଲା। ଚାଲିଥିଲା ଶରୀର ଖେଳ। ଆଜିକାଲି ପ୍ରେମ ଆରମ୍ଭରେ ହିଁ ଶୈଶବ କପଡ଼ା ରହିତ ହୋଇଯାଆନ୍ତି ପ୍ରେମିଯୁଗଳ । ହସି ହସି ୟୁନିଭରସିଟିର ଝାଉଁବଣରେ ଅଞ୍ଜୁର କପଡ଼ା ସଜାଡୁ ସଜାଡୁ ତାର ଶୁଖିଲା ଓଠରେ ହାତ ଘୁରାଇ ସମୀର କହୁଥିଲା ଜାଣିଛ ଅଞ୍ଜୁ ! ତମ ଶରୀରର କେଉଁ ଅଂଶକୁ କିପରି ଭାବରେ ଛୁଇଁଲେ ତମ ଶରୀର ପୁଲକିତ ହୋଇଉଠେ ମୁଁ ଆଖି ବନ୍ଦ କରି କହିଦେଇପରେ।


ଲାଜେଇ ଯାଇ ବକ୍ଷୋଜ ଉପରୁ ସମୀରର ହାତଟାଣିନେଇ ବାଲିରେ ପଡ଼ିଥିବା କପଡ଼ା ଉଠେଇ ନିଜ ଶରୀର ଢାଙ୍କୁଥିଲା ଅଞ୍ଜୁ । ଅଞ୍ଜୁର ବିବାହ ବୟସ ଉପନୀତ ହେଲା। ବଡ଼ଘରୁ ସୁନ୍ଦରୀ ଅଞ୍ଜୁ ପାଇଁ ବାହାଘର ପ୍ରସ୍ତାବ ଆସିବାରେ ଲାଗିଲା।

ମନାକଲା ଅଞ୍ଜୁ । ବୋଉଲୋ ! ମୁଁ ବାହା ହେବିନି । ବିମାଳଦେଵୀ କହିଲେ ଝିଆଲୋ ! ବାହାଘର ନୁହଁ ବାଲିଖେଳ ତୁ ଯୋଉଠି ଚାହୁଛୁ ବାହା ହେବାକୁ ସେ ପରିବାର ଭଲ ନୁହଁ, ତାଛଡା ସେ ସମୀର ମଦ୍ୟପ। ସେ ଆମ ସମ୍ପତ୍ତି ପାଇଁ ତତେ ବାହା ହେବାକୁ ଚାହୁଁଛି ।


ଅଞ୍ଜୁ କହିଲା , ବୋଉଲୋ ! ଏହି ଉଛିଷ୍ଟ ଦେହ ମନ ନେଇ ମୁଁ ଅନ୍ୟତ୍ର ବିବାହ କରିବି ନାହିଁ। ଯେଉଁ ନାରୀ ଯେଉଁ ପୁରୁଷ ରକ୍ତର ସ୍ଵାଦ ଚାଖିଛି , ସେ ବ୍ରତଚାରିଣି ସନ୍ୟସିନୀ ହୋଇ ରହିପାରେନା । ଅନ୍ୟ କେଉଁଠି ବାହା ହେଲେ କୌଣସି ଲେଖକ ତା ଲେଖାରେ ଲେଖିବ ମୋର କର୍ଦ୍ଦମାକ୍ତ ଅଶ୍ରୁଳ ଅସମାପ୍ତ ଇତିହାସ।

ବୋଉଲୋ ! ମୁଁ ଆଉ କେଉଁଠି ବାହା ହେବିନି ! 

ଚିନ୍ତିତ ଥିଲେ ବିମଳା ଦେବୀ। ଯୌବନର ଉତ୍ତାଳ ତରଙ୍ଗରେ କାମର ସମୁଦ୍ର ଭିତରକୁ ଲମ୍ଫ ପ୍ରଦାନ କରିସାରିଥିଲା ଅଞ୍ଜୁ । କେତେ ବୁଝାଇଲେ ବି ଅଞ୍ଜୁ ଅପରିବର୍ତ୍ତିତ। ତାର ଦୃଢ଼ ବିଶ୍ୱାସ ସମୀର ଉପରେ । ବାଧ୍ୟହୋଇ ରାଜି ହୋଇଗଲେ ବିମଳା ଦେବୀ। ନିର୍ବନ୍ଧ ବି ସରିଗଲା।ଅଞ୍ଜୁ କହୁଥିଲା ଜାଣିଛ ସମୀର ତମ ବ୍ୟତିରେକ ଆଉ କହାକୁ ବାହା ହୋଇଥିଲେ , କେହି ଜାଣୁ କି ନଜାଣୁ ତମେ ଜାଣ ମୋ ଦେହ ତମ ପାଇଁ ବହୁ ପଠିତ ପୁସ୍ତକ ପରି , ଯାହାର ପ୍ରତି ପୃଷ୍ଠା, ପ୍ରତି ଅକ୍ଷର ତମର ମୁଖସ୍ଥ। ତମ ଶରୀରର ରହସ୍ୟ ସରଳ ମାନସାଙ୍କ ପରି ମୋର ମୁଖସ୍ଥ।


ପ୍ରକୃତରେ କିଶୋରୀର ସ୍ୱପ୍ନରେ ଖାଦ ମିଶିନଥାଏ । ଯୁବତୀ ହେଲେ ସ୍ୱପ୍ନରେ ଲାଳସାର ବିଷ ଚହଟିଯାଏ।

ଆଜି କ'ଣ ଦାର୍ଶନିକ ଆରିଷ୍ଟୋଟଲ ପରି କହୁଛ ଅଞ୍ଜୁ ? ପଚାରିଲା ସମୀର । ଅଞ୍ଜୁ କହିଲା ଆଜି ମଧ୍ୟାହ୍ନରେ ପୋଖରୀ ପାଖରେ ଦେଖା ହେବ, ସେଇ ଯେଉଁ ଅର୍ଦ୍ଧ ନିର୍ମିତ ସରକାରୀ ଗାଧୁଆଘର ଭିତରେ। ହଁ ଭରିଲା ସମୀର ।ଚାଲିଗଲା ପରେ ମନେ ପଡ଼ିଲା ଅଞ୍ଜୁର । ଆରେ ମିଳନର ଉତ୍ତେଜନା ଓ ଶରୀରର ଉତ୍ପୀଡନରେ ସମୟ କହିଲାନି କିମ୍ବା ସମୀର ବି ନପଚାରି ଚାଲିଗଲା। ଦିନ ଦଶଟା। କଥା ହେବାର ବି ସୁଯୋଗ ମିଳୁନି। ଆଗରୁ ଅପେକ୍ଷା କରିବା ଉଚିତ ହେବ ନହେଲେ ସମୀର ଅପେକ୍ଷା କରି ଚାଲିଯିବ। ବିନା ଅନ୍ତର୍ବାସରେ ପତଳା ସିଫନ ଶାଢ଼ୀ ପିନ୍ଧି ଅଣ୍ଟାରେ ଗରା ହାତରେ କିଛି କପଡା ଓ ଛିଣ୍ଡା ବେଡସିଟଟିଏ ଧରି ଚାଲିଲା ପୋଖରୀ ଆଡ଼କୁ। ସମୟ ଦିନ ଦଶଟା। ବାରମ୍ବାର ନିଜର ସ୍ଫଳୀତ ବକ୍ଷବାସ ସଞ୍ଜତ କରିବାର ଅସଫଳ ପ୍ରୟାସ କରୁଥିଲା ଅଞ୍ଜୁ । ତାକୁ ଲାଗୁଥିଲା ପାଖରେ କେଉଁଠି ଚନ୍ଦନର ବନ ଅଛି। ଆୟତ ମଧ୍ୟାହ୍ନରେ ଧୀର ସମୀରଣ ସେହି ଚନ୍ଦନର ବାସ୍ନାରେ ଯେମିତି ପ୍ରମତ୍ତ ହୋଇଉଠିଛି। ପହଞ୍ଚିଗଲା ସେହି ଅର୍ଦ୍ଧନିର୍ମିତ କୋଠା ପାଖରେ। ଚାରିପଟକୁ ନଜର ଘୁରାଇନେଲା ଥରେ। ପାଦ ଚାପି ଚାପି ସେଇ କୋଠା ପାଖାପାଖି ପହଞ୍ଚି ଅଟକିଗଲା ଭିତରୁ କାହାର କ୍ରନ୍ଦନର ସ୍ଵର । ଆରେ ଏହି ତ ତାଙ୍କ ଗାଆଁ ଧୋବଣୀ ଫୁଲର ଝିଅ ମାଳର କଣ୍ଠସ୍ୱର। କାନେଇଲା ଅଞ୍ଜୁ । ମାଳ କାନ୍ଦି କାନ୍ଦି କହୁଥିଲା ବାବୁ ! ବାହାହେବୁ କହି ମୋସହ ସମ୍ପର୍କ ରଖିଲ। ଦୁଇଦୁଇ ଥର ଗର୍ଭପାତ କରେଇଲ। ଆଉ ବର୍ତ୍ତମାନ ବାହା ହେଇଯିବ। ମୋର କ'ଣ ହେବ ? ପୁରୁଷ ଜଣକ କହୁଥିଲା ଆରେ , ଏଇଟା ସତ୍ୟଯୁଗ ନୁହଁ। ଏଇଠି ସାବିତ୍ରୀ କଦାକାର ଜମ ପଛରେ ଦୌଡ଼ି ସ୍ୱାମୀର ଜୀବନ ଭିକ୍ଷା କରେନି, ବରଂ ଅନ୍ୟ ପତି ଗ୍ରହଣ କରେ।


ମୁଁ ଅର୍ଥ ପାଇଁ ବାହା ହେଉଛି। ତତେ ପ୍ରଚୁର ଅର୍ଥ ଦେବି ଆଉ ଜୀବନ ସାରା ରଖିବି । ବ୍ୟସ୍ତ ହୁଅନା । ଅଞ୍ଜୁ ଶରୀର ସ୍ଵାଦ ଚାଖି ସାରିଛି। ମୋର ଅର୍ଥ ଦରକାର। ତେଣୁ ବାବୁ ! ସବୁ କପଡ଼ା ଖୋଲନି , କିଏ ଆସିଯିବ। ଆରେ ନା, ଏହି ଭୂତ କୋଠିକୁ କିଏ ଆସିବ। ହଁ , ସେ ଅଞ୍ଜୁ ଆସିବ କିନ୍ତୁ ବିଳମ୍ବ ଅଛି

ଆଉ ଆଗକୁ ଶୁଣିପାରୁନଥିଲା ଅଞ୍ଜୁ । ଦୌଡ଼ି ଦୌଡ଼ି ଫେରି ମା ବିମଳା ଦେବୀଙ୍କୁ ଭିଡ଼ି ଧରି କାନ୍ଦୁଥିଲା ଓ କହୁଥିଲା , 

ବୋଉ ଲୋ !

ଏ ବୋଉ !

ସମୀର ନା , ସେ ସମୀର !

ଆଁ କରି ଅନେଇଥିଲେ ବିମଳା ଦେଵୀ।

ବସ୍ତ୍ରହିନ ଥିଲା ଅଞ୍ଜୁ , ବୋଧେ ପାଗଳି !

ହାତଟାକୁ ହଲେଇ ଦେଇ କହିଲା ଅଞ୍ଜୁ ,

ବୋଉଲୋ !

ଏ ବୋଉ !

ସେ ସମୀର ମୋ ବାଲିଘର ଭାଙ୍ଗିଦେଲା ।

ବୋଉ ଲୋ ମୁଁ ବାହା ହେବିନି ।


Rate this content
Log in

Similar oriya story from Abstract