PRANATI MAHAPATRA

Abstract Tragedy

4.3  

PRANATI MAHAPATRA

Abstract Tragedy

ବୋଧହୁଏ ଅଦୃଶ୍ୟ ଇଙ୍ଗିତ

ବୋଧହୁଏ ଅଦୃଶ୍ୟ ଇଙ୍ଗିତ

2 mins
213



ଅପୂର୍ବ ସୁନ୍ଦରୀ, ରୂପଲାବଣ୍ୟର ପଟାନ୍ତର ନାହିଁ। ଦେଖିବାକୁ ସିଏ ଗୋଟିଏ ଚାଉଳରେ ଗଢା ଭଳି । ଗୁଣ ବି କେଉଁ ଗୁଣରେ କମ୍ ନୁହେଁ । ସମସ୍ତଙ୍କର ଅତି ପ୍ରିୟ ଆଜିର ସୋନମ୍ ଓ ତଥାକଥିତ ସୋନ୍ ପରୀ। ବାପା ମାଆ ସାଇପଡିଶା ସଭିଙ୍କର ଅତି ଆଦରର ଅଲିଅଳୀ ଏହି ସୋନପରୀ । ବୁଲିବା ପାଇଁ ଯାଇଥିଲା ଯେ ଆଉ ଫେରିଲା ନାହିଁ । ଏଣେ ବାପା ମାଆ ଖୋଜି ଖୋଜି ନୟାନ୍ତ । ବିଂଶ ଶତାବ୍ଦୀରେ ଝିଅଟିଏ ବାହାରକୁ ଗୋଡ଼ କାଢିଲେ ଘରେ ପାଦ ନ ଦେବା ଯାଏ ବାପାମାଆଙ୍କ ଆଖିର ଜ୍ୟୋତି ହଜିଯାଇଥାଏ । ଯାହା ହୋଇଛି ସୋନମ ବାପାମାଆଙ୍କ କ୍ଷେତ୍ରରେ ।


     ସୋନମ୍ ତ ଘରକୁ ଫେରି ଆସିଲା ନାହିଁ। ହେଲେ ଗୋଟିଏ ଚକ୍ରବ୍ୟୁହ ଭିତରେ ଫସି ଗଲା । ଏକ କୂଟନୀତିଧାରୀ ପାଖରେ ବନ୍ଧନ ଅବସ୍ଥାରେ ଥିଲା । ନା ଆସିବାର ରାସ୍ତା ଜଣା ଥିଲା ନା କେହି ସାହାଯ୍ୟ କରିବା ଭଳି ଲୋକଟିଏ ପାଇ ପାରୁଥିଲା । ବାଧ୍ୟହୋଇ ସେ ଅମଣିଷ ପାଖରେ ରହି ମୁକ୍ତିର ପଥକୁ ଚାହିଁ ରହିଥିଲା ।ଇଶ୍ଵର ବିଶ୍ଵାସୀ ସୋନମ୍ କେବଳ ପ୍ରଭୁଙ୍କୁ ଗୁହାରୀ କରୁଥିଲା ଏ ଶଙ୍କଟରୁ ଉଦ୍ଧାର ପାଇଁ । ସେ ଜାଣିଛି ନିରାଶ୍ରୟର ଆଶ୍ରୟ ଦାତା, ଦୁଃଖିର ଦୁଃଖହାରି, ଅସହାୟର ସହାୟତା କେବଳ ସେହି ଦୀନବାନ୍ଧବ ହରି କରନ୍ତି। ଦ୍ରୌପଦୀକୁ କେମିତି କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରଣ କରିଥିଲେ, ମୃଗୁଣୀର, ଗଜର, ସୁଦାମାର ଦୁଃଖ ମୋଚନ ତ ସେ ହିଁ କରିଥିଲେ ନା । ଅତ୍ୟନ୍ତ ଆକୁଳ ବିକଳ ହୃଦୟରେ ବିଶ୍ଵାସ କରି ନାରାୟଣଙ୍କୁ ସର୍ବଦା ସ୍ମରଣ କରି ଚାଲିଥିଲେ ସେହି ପରୀ । ସୋନପରୀ ବା ଆଜିର ସୋନମ ।


     ଏପାଖରେ ପ୍ରୀତମ ନାମରେ ଜଣେ ଯୁବକ ଯିଏ କି ଜୀବନ ଯୁଦ୍ଧରେ ହାରି ଯାଇ ପଳାୟନ ପନ୍ଥା ଅବଲମ୍ବନ କରି ବି ଜୀବନ ନ ହାରି ଜୀବନକୁ ନିଜସ୍ୱ ଢ଼ଙ୍ଗରେ ଜିଇଁବାର ପ୍ରୟାସ ଆରମ୍ଭ କରି ସମସ୍ତଙ୍କୁ ତ୍ୟାଗ କରି ଲକ୍ଷ୍ୟ ହୀନ ଭାବରେ ବୁଲୁଥିଲା। ହଠାତ ଦେଖି ପାରିଲା କିଛି । କିନ୍ତୁ ଯାହା ଦେଖିଲା ଠିକ୍ ଭାବରେ ନ ବୁଝି ପାରି, ଭଲ ଭାବରେ ସବୁ କିଛି ଜାଣିବା ପାଇଁ ନିକଟକୁ ନିକଟକୁ ଅତି ନିକଟକୁ ଗଲାବ। ଗୋଟିଏ ଗଛ ଉହାଡରେ ଥାଇ ସବୁ ଦେଖି ଅନୁମାନ କରି ନେଲା ଯେ, ଏଠାରେ ଥିବା ଏ ସୁନ୍ଦରୀ ରମଣୀ ଏ ଘରର ନୁହେଁ ତାକୁ ବନ୍ଦୀ କରି ରଖାଯାଇଛି। ତାକୁ ଜୋର ଜବରଦସ୍ତ ରଖି ତା ଉପରେ ଅତ୍ୟାଚାର କରାଯାଉଛି । ତେଣୁ ଅହଲ୍ୟାକୁ ଉଦ୍ଧାର କରିବା ଭଳି ସେ ଏ ସୁନ୍ଦରୀ କନ୍ୟାକୁ ଉଦ୍ଧାର କରି ତା ବାପା ବୋଉଙ୍କ ପାଖରେ ଛାଡ଼ି ମହତ କାମଟିଏ କରିଛି ବୋଲି ଆତ୍ମତୃପ୍ତି ପାଇବି ।


   ସେଭଳି ଗୋଟିଏ ସୁଯୋଗ ଦେଖି ଝିଅଟିକୁ ସେ ପଶୁ ପାଖରୁ ମୁକୁଳେଇ ଥିଲା ସତ, ହେଲେ ସେ ଗୋଟିଏ ଏମିତିକା ଦୃଶ୍ୟ ଥିଲା ଯାହା ଚିନ୍ତାର ବାହାରେ । ସୋନମ୍ ଭଳି ଶହଶହ ସୋନମ୍ ସେଠାରେ ବନ୍ଧା ପଡିଥିଲେ ସତ, କିନ୍ତୁ ସେମାନଙ୍କ ଧାରଣା ବାହାରେ ଥିଲା । ସେମାନେ କିଛି ଜାଣି ପାରୁ ନଥିଲେ କେଉଁଠି କେମିତି ଓ କାହିଁକି ସେଠାରେ ଅଛନ୍ତି ବୋଲି । ଯାହା ହେଉ ସମସ୍ତଙ୍କୁ ଉଦ୍ଧାର କରି ସେମାନଙ୍କୁ ନିଜ ନିଜ ବାପାମାଆଙ୍କ ପାଖରେ ସୁରକ୍ଷିତ କରି ଛାଡ଼ି ପୁନଶ୍ଚ ନିଜ ଲକ୍ଷ୍ୟ ପଥରେ ଆଗେଇ ଯାଉ ଯାଉ ସୋନମ୍ ଓରଫ ଆଜିର ସୋନମ୍ ହାତକୁ ଧରି ନିଜ ଇହପରକାଳର ଦେବତା କରିବା ପାଇଁ ପିତାମାତାଙ୍କୁ ନିବେଦନ କଲା। ତା କଥାରେ ପିତାମାତା ବି ସମ୍ମତି ପ୍ରଦାନ କରିଥିଲେ ଓ ସେତେବେଳର ସୋନପରୀ ଏବେ ହୋଇ ଯାଇଛି କୂଳବଧୁ ।


   କେଉଁ ଏକ ଭାବନା ରାଜ୍ୟରେ ଭାସି ବୁଲୁଥିଲି ସିନା ଆଖିରେ ଲୁହ ଆସି ଯାଉଥିଲା ମନେ ପକାଇ ସେ ଘଟଣା ସବୁ । ପରମେଶ୍ବରଙ୍କ ଉଦ୍ଦେଶ୍ୟରେ ଆପେଆପେ ହାତ ଯୋଡି ହୋଇ ଗଲା ଓ ଆଖି ମୁଦି ହୋଇ ଯାଇଥିଲା ।


Rate this content
Log in

Similar oriya story from Abstract