Amita Dash

Abstract

3  

Amita Dash

Abstract

ବନ୍ଦ କବାଟ ବର୍ଷେ ହେଲାଣି

ବନ୍ଦ କବାଟ ବର୍ଷେ ହେଲାଣି

3 mins
199



କେହି ଘର କବାଟ ଦିଆ ହେଲା ନ ହେଲା ତଦାରଖ କରୁ ନାହାନ୍ତି। ଅଛି କିଏ ତଦାରଖ କରିବ। ମୁଁ ପରା ବର୍ଷ ହେବ ଏକଲା ରହୁଚି। ଘର କବାଟ ଦବାକୁ ଲୋକ ନାହିଁ।ଦାଣ୍ଡ ଗେଟ୍ କଥା ପଚାରେ କିଏ? ମଶାଗୁଡା ବେଢ଼ି ଯାଉଛନ୍ତି। ହଁ ଏ ରକ୍ତରେ ଆଉ ରଖିଚି କ'ଣ?ଏ ଶରୀର ତ ସେହିଦିନୁ ମୁ୍ରଦାର ପାଲଟି ଯାଇଛି ଯୋଉ ଦିନ ବଡ଼ପୁଅର ଶବକୁ ନିଜେ କାନ୍ଧେଇଚି। ଘଟ ମାଠିଆ,ଘଟ ଦୀପ ସଜାଡିଚି।ବର୍ଷେ ହେଲାଣି କବାଟ ମେଲା କରି ବସିଚି। ତାଲା ପକେଇ ଦେଲେ ଗେଟ୍ ତ ସେ ବାଡେଇବନି। ସିଧା ଗାଡି ଭିତରେ ପଶିବା ସାର୍ ହବ। ଗେଟ୍ ଭାଙ୍ଗିଲେ ପୁଣି ପାଞ୍ଚଶହ ଖର୍ଚ୍ଚ। ତା ପାଠ ପଢା, ଘର ଖର୍ଚ୍ଚ ପାଇଁ ଚାରି ଯାଗା ପଇସା ପଠାଉଚି ବାପ।ଲୋକଟା ବାହା ହେଲା ଦିନୁ ରାନ୍ଧି ବାଢି ଖାଇନଥିଲା।ଏବେ ପାଠ ପଢା ପାଇଁ ସବୁ ଅଲଗା ଅଲଗା ରହୁଛୁ। ସାନ ପୁଅ ହଷ୍ଟେଲରେ। ବାପା ଏକଲା। ମା , ପୁଅ ଆମେ ଏଠି ଥିଲୁ। ଅକାଳରେ ଯମ ଦାଉ ସାଧି ନେଇଗଲା ତାକୁ। ସେହି ଦିନୁ ଏକଲା ରହୁଚି।ଘରଟା ଖାଲି କେମିତି ପକେଇବି। ଆସିବ ମୋତେ ଖୋଜି ନ ପାଇଲେ! ଘରଟାରେ ସନ୍ଧ୍ୟା ବତୀ ବନ୍ଦ ହେବ କେମିତି। ଅନ୍ଧାର ରାତି। ସାତ ତାଳ ମେଘ ଏକାଠି। ଅଣଚାଶ ବାୟୁ ଙ୍କର ତାଣ୍ଡବଲୀଳା ବସିଚି। ଦୋକାନିକୁ କହିଦେଇଥାଏ ସେ ମଝିରେ ମଝିରେ ପରିବା, ସଉଦା ଦେଇଯାଏ।ବଞ୍ଚିଛି, ଭୋକ ତ ହଉଚି ଖାଇବାକୁ ପଡିବ।ସବୁ ମାଁ ପୁଅ ସାଥିରେ ମରିପାରନ୍ତେ ଯଦି କ'ଣ ଆଉ ଥିଲା? ମାଁ ହେବାର ଅପୂର୍ବ ସୈାଭାଗ୍ୟ ମିଳିବ। ଜୀବନର ସବୁଠୁ ମୂଲ୍ୟବାନ ଅନୁଭବ। କେତେ ଜଣ ମାଁ ଙ୍କ କର୍ମ ମନ୍ଦ ଏ ଦୁଃଖ ସହିବାକୁ ଏ ଦୁନିଆରେ ବଞ୍ଚିବ।ଏକ ଘରିକିଆ ଭଳି ରହିବ।ସମସ୍ତେ ସନ୍ଦେହାତ୍ମକ ଦୃଷ୍ଟିରେ ଦେଖୁଥିବେ। ସନ୍ୟାସୀ ଜୀବନ ବାହାରେ କୋଉଠି ଦରକାର ନାହିଁ। ଦୁଃଖ ତା ଫାଶରୁ ମୁକୁଳାଇଲେ ତ ମଣିଷ ଆଉ କ'ଣ ଭାବିବ।ଏଇ ଘରଟା ଆପେ ମଠରେ ପରିଣତ ହୋଇଯିବ। ଆପେ ଆପେ କଥାବାର୍ତ୍ତା ବନ୍ଦ ଖାଇବା ବନ୍ଦ, କୈାଣସି ଉତ୍ସବ ରେ ଯୋଗ ଦେବା ବନ୍ଦ। ସବୁବେଳେ ତୁମ ସନ୍ତାନ ତୁମ ଆଖି ସାମ୍ନା ରେ ଦିଶି ଯାଉଥିବ।କଥା ଶୁଭୁଥିବ ମାଁ ମୋତେ ଛାଡ଼ି କୁଆଡ଼େ ଯିବୁନି। ମୁଁ କୁଆଡ଼େ ଯାଉନି। ଏଇଠି ବର୍ଷ ହେବ ଏକା ଅଛି।ତୁ ମୋତେ ଏକଲା କରିଦେଲୁ। ମୋ ଗର୍ଭରୁ ଜନ୍ମ ନେଇଥିଲୁ ମୋତେ ଏକଲା କରି ଦେଇ ମୋକ୍ଷର ଦିଗକୁ ନେଇ ଯିବା ପାଇଁ। ମୁଁ ମଠ ବାଡି ଯିବା ଆବଶ୍ୟକ କ'ଣ?ଘର ହିଁ ମଠ। ଏମିତି ରହୁ ରହୁ ୟାଭିତରେ କରୋନା ଟା ପଶିଗଲା। ତା'ର ସର୍ତ୍ତ ରହିଲା ସାମାଜିକ ଦୂରତା ଯୋଉଟା ମୁଁ ବର୍ଷେ ହେଲାଣି କରି ଆସୁଚି।ମୋତେ ଏକଲା ରହିବାର ଆଦତ ପଡ଼ି ସାରିଥିଲା।ବାକି ରହିଲା ନାକରେ ତୁଣ୍ଡି ଭିଡିବା ଆଉ ହାତ ସଫା ରଖିବା।ମୋର ପିଲାରୁ ଅଭ୍ୟାସ ହାତ ସାବୁନରେ ଧୋଇବା, ଯେତେବେଳେ କି ଘର ଲୋକ ବାହାରକୁ ଝାଡା ଯାଇ ଆସି ମାଟି ହାତ କରୁଥିଲେ। ଏବେବି ମୁଁ ଦାଣ୍ଡ ,ବାଡି ,ବେସିନ ପାଖ ସବୁଠି ହାତ ସଫା ପାଇଁ ଡେଟଲ୍ ରଖିଚି। ପିଲା ଙ୍କ ହାତ ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର।ମୋ ପାଇଁ ଗୋଟେ ବର୍ଷ ଗୋଟେ ଘରେ ଏକୁଟିଆ କାଟିବା ରେ ଅସୁବିଧା ହେଲାନି। ନିରୋଳା ରେ ବସି ଠାକୁର ପୂଜା ,ବାଡି କାମ , ପୁଅ କୁ ମନେ ପକେଇବା ଏଥିରେ କଟିଗଲା। ମୁଁ ବି ଭାବୁଚି ଏକଲା ଆସିଚି ଏକଲା ଯିବି ଯେମିତି ମୋ ପୁଅ ଗଲା। ଅଭ୍ୟାସ ହୋଇଯାଇଛି ଏକଲା ରହିବା ଗଛର ଯତ୍ନ ନେବା, ଠାକୁର ପୂଜା କରି ପାପର ପ୍ରାୟଶ୍ଚିତ କରିବା।କୋଉ ଜନ୍ମ ରେ କି ପାପ କରି ଥିଲି ଏଡେ ବଡ ଦଣ୍ଡ ଏ ଜନ୍ମରେ ଦେଲେ ଠାକୁର। କୋଉ ଜନ୍ମ ରେ ମୁଁ ଜାଣିନି କି ପାପ କରିଛି। କରୋନା ବେଳେ ମୁଁ ବାଡ଼ିରେ ଶାଗ, କଖାରୁ ଗଛ, ଫୁଲ ଗଛ ସବୁ ଲଗେଇ ସମୟ କାଟି ଦେଉଚି।ବାଡି ରୁ ଯାହା ଗଣ୍ଡେ ମିଳୁଚି ଆଉ ଦୋକାନରୁ ଖାଲି ଆଳୁ ଗଣ୍ଡେ ଆଣୁଚି। ପଖାଳ ପାଣି କରି ଦେଉଚି।ସକାଳ , ସନ୍ଧ୍ୟାରେ କୁଣ୍ଡାପେଟିଆ ଙ୍କ କିଚିରି ମିଚିର ଶବ୍ଦ ।ଚାଉଳ ଗଣ୍ଡେ ନ ହେଲେ ଚୁଡ଼ା ଗୁଣ୍ଡ ଟିକେ ନ ଦେଲେ ଯିବେନି।ପାଣି କୁଣ୍ଡିଆ ଟେ ରଖିଚି ଛାତ ଉପରେ । ଯେତିକି ପିଉଛନ୍ତି ସେତିକି ଗାଧୋଉଚନ୍ତି। ମୁଁ ନ ଉଠି ଥିଲେ କି ଝରକା ବାଡିଆ।


Rate this content
Log in

Similar oriya story from Abstract