Satyaranjan Mishra

Abstract

2  

Satyaranjan Mishra

Abstract

ବୀରା

ବୀରା

10 mins
2.9K


  ଲକ୍ଷେ ଶିବ ମୋ ବାପା ମା ବାହାଘରର ପନ୍ଦର ବର୍ଷ ପରେ ତିନି ଝିଅଙ୍କ ଜନ୍ମ ପରେ ପୁଅଟେ ରୂପେ ମୋତେ ପାଇଲେ । ସାବିତ୍ରୀ ଅମାବାସ୍ୟା ରେ ଜନ୍ମ ହେଇଥିବାରୁ ନାମ ଦେଲେ ସତ୍ୟ । ହେଲେ କିଛି ଖଳ ଲୋକ କହିଲେ ଉଆଁସ ପୁଅ ଧୃତରାଷ୍ଟ୍ର । ଏକଥା ଶୁଣି ବାପା ମାଙ୍କ ମନ ଦୁଃଖ ହବା ସ୍ୱାଭାବିକ । ଆଉ ସେକଥାକୁ ସତ କଲା ଭଳି ଜନ୍ମ ର ଛ ମାସ ପରେ ମୋତେ ଘାରିଲା ନିମୋନିଆ ବେମାରୀ ଯୋଉଥିରେ କି ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁ ବଞ୍ଚିଗଲି ସିନା କିନ୍ତୁ ମୋ ଶରୀର ଏକଦମ ଦୁର୍ବଳ ହେଇଗଲା ଆଉ ଓଜନ ବଢ଼ିଲା ନାହିଁ ।


 ଶାରୀରିକ ଦୁର୍ବଳତା ଯୋଗୁ ବହୁତ ଲୋକ ମୋତେ ଟାହି ଟାପରା କରନ୍ତି । ଆଉ ସେଥିପାଇଁ ମୁ ବାହାରେ କାହା ସହ ମିଶେନି ଖାଲି ନିଜ ଭଉଣୀ ମାନଙ୍କ ସହ ମିଶେ । କଥାରେ ଅଛି ଭଗବାନ ଏଣୁ ନଦେଇ ତେଣୁ ଦେଇଥାନ୍ତି । ପ୍ରଭୁ ଜଗନ୍ନାଥ ମୋତେ ଭଲ ଶରୀର ସିନା ଦେଇନଥିଲେ କିନ୍ତୁ ଅନ୍ୟ ଭଲ ଗୁଣ କିଛି ଦେଇଥିଲେ । ମୋତେ ଯିଏ ଦେଖୁଥିଲେ ଆଶ୍ଚର୍ଯ୍ୟ ହଉଥିଲେ କାରଣ ଛୋଟ ବେଳେ ମୋର ସ୍ମୃତି ଶକ୍ତି ପ୍ରଖର ଥିଲା । ବହି ପଢିବାକୁ ମୋତେ ଭଲ ଲାଗୁଥିଲା । ମୁ କବିତା ଲେଖେ ଚିତ୍ର ଆଙ୍କେ ଆଉ ଭଲ ତବଲା ବି ବଜେଇପାରେ । ସବୁ ଶ୍ରେଣୀରେ ପ୍ରଥମ ହୁଏ । ମୋ ବ୍ୟବହାର ଆଉ ଭଦ୍ରାମି ପାଇଁ ସେ ସବୁବେଳେ ସମସ୍ତଙ୍କର ପ୍ରିୟ ଭାଜନ ହେଇଥାଏ । କିନ୍ତୁ, ମୋ ମନରେ ସବୁବେଳେ ଗୋଟେ ଦୁଃଖ ଥାଏ କି ତାର କେହି ସାଙ୍ଗ ସାଥି ନଥାନ୍ତି । ମୋର ସବୁ ଗୁଣ ମୋସାଙ୍ଗ ସାଥୀଙ୍କୁ ଭଲ ଲାଗେନି । ମୁ ଜୋରରେ ଦୌଡ଼ି ପାରେନି ବୋଲି ମୋ ସାଙ୍ଗ ମାନେ ମୋତେ ସାଙ୍ଗରେ ଖେଳାନ୍ତି ନାହିଁ । ମୋର ବହୁତ ମନ ଦୁଃଖ ହୁଏ । ଏକୁଟିଆ ବସି ସବୁ ପିଲାଙ୍କ ଖେଳ ଦେଖେ ସେଇଥିରେ ଖୁସି ହୁଏ ଆଉ ତାଳି ମାରେ । ବେଳେବେଳେ ଦୁଖୀ ହୁଏ ଆଉ କାନ୍ଦେ ବି କିନ୍ତୁ କେହି ଯେମିତି ନଦେଖିବେ ସେଥିପାଇଁ ଏକୁଟିଆ ଜଗନ୍ନାଥ ଙ୍କ ପାଖରେ ଯାଇ କାନ୍ଦେ । ଭଗବାନ ଙ୍କୁ ସାଙ୍ଗ ଟିଏ ପାଇଁ ଅନୁରୋଧ କରେ । ଭଉଣୀମାନେ ମୋ ସହ ଯେତେ ମିଶିଲେ ବି ସେମାନେ ମୋ ମନ କଥା ଜାଣିପାରନ୍ତିନି କାରଣ ସେମାନଙ୍କ ବୟସ ମୋ ଠାରୁ ବହୁତ ଅଧିକ ଆଉ ସେମାନେ ବି ନିଜ କାମରେ ବ୍ୟସ୍ତ ଥାନ୍ତି ।


  ମୁ କ୍ରିକେଟ ଖେଳିବାକୁ ପସନ୍ଦ କରେ କିନ୍ତୁ ଖେଳିବାକୁ ମୋ ସହ କେହି ନଥିଲେ । ମୁ ଗୀତ ଗାଇବାକୁ ପସନ୍ଦ କରେ କିନ୍ତୁ ମୋ ଗୀତ ଶୁଣି ପ୍ରଶଂସା କରିବାକୁ କେହି ନଥିଲେ । ମୁ ଭଲ ଫୋଟୋ ଉଠେଇପାରେ କିନ୍ତୁ ମୋ ଫୋଟୋ କାହାକୁ ଶେୟାର କରିପାରେନାହିଁ । ଶେଷକୁ ମୁ କବିତା ଲେଖିବାକୁ ଲାଗିଲି । ଆଉ ସେ କବିତାକୁ ଯେମିତି ସମସ୍ତେ ପଢିକି ଖୁସି ହେବେ ସେଥିପାଇଁ ତାକୁ ଫେସବୁକରେ ପୋଷ୍ଟ କଲି । କିନ୍ତୁ ଫଳାଫଳ ଓଲଟା ହେଲା । କିଛି ଲୋକ ପ୍ରଶଂସା କଲେ ସିନା ତା ଠାରୁ ଶହେଗୁଣା ଗାଳି, ଲୋକହସା ଆଉ ଥଟ୍ଟା ତମାଶା ଶୁଣିବାକୁ ପାଇଲି । କିଛି ଲୋକ କହିଲେ ପାଠ ପଢ଼, ଭବିଷ୍ୟତ ଗଢ଼, ଏ ଆଡୁ ସାଡୁ ଲେଖା ଲେଖିରେ ମୁଣ୍ଡ ପୁରାନା । ଆଉ କିଛି ଲୋକ କହିଲେ ତୋ ମୁଣ୍ଡ ଖରାପ ହେଇଗଲାଣି ତୁ କଣ କରୁଛୁ ତୁ ନିଜେ ବି ଜାଣିପାରିନୁ ଆଉ କିଛି ଲୋକ ଥଟା କରି କହିଲେ ଦେଖରେ କବି ସମ୍ରାଟ ଯାଉଛନ୍ତି...... ଇତ୍ୟାଦି 


 ମୋର ଟିକେ ଖରାପ ଅଭ୍ୟାସ ଯେ ମୁ ଟିକେ ଟିକେ କଥାରେ ରାଗିଯାଏ । ବହୁତ ଚିଡଚିଡା ମୁ । ଆଉ ଲୋକ ଆଉ ମୋ ସାଙ୍ଗ ସାଥିଙ୍କ ଏପରି କଥା ମୁ ସହିବ କେମିତି ? ସେଥିପାଇଁ ମୁ ନିଷ୍ପତ୍ତି ନେଲି ଆଉ ସେ ଲେଖାଲେଖି କରିବନି । ଆଉ ସମସ୍ତଙ୍କୁ ଜଣାଇବା ପାଇଁ ଫେସବୂକ ରେ ଗୋଟେ ପୋଷ୍ଟ କଲି ଯେ ଆଉ କେବେ ମୁ ଲେଖାଲେଖି କରିବିନି। ଲେଖାଲେଖି ନ ଛାଡିବାକୁ ସେ ପୋଷ୍ଟ ରେ ଭିନ୍ନ ଭିନ୍ନ ଲୋକ ବିଭିନ୍ନ ମନ୍ତବ୍ୟ ଦେଲେ କିନ୍ତୁ ମୋତେ ତା ଭିତରେ ଆକୃଷ୍ଟ କଲା ଗୋଟେ ଝିଅର ସୁନ୍ଦର ମତାମତ । ମୁ କୌତୁହଳି ହେଈ ଉଠିଲି ।


 ଫେସବୁକ ରେ ତା ପ୍ରୋଫାଇଲ ଚେକ କଲି ଆଉ ଦେଖିଲି କି ମୋରି ବୟସର ଝିଅଟିଏ ଆଉ ପାଇଲି ବହୁତ ସାରା ଲେଖା ଆଉ କବିତା । ଗୋଟି ଗୋଟି କରି ସବୁ କବିତା ପଢିବାକୁ ଲାଗିଲି । ସେ କବିତା ଗୁଡିକରେ ଥିଲା ପୋଷା ଜନ୍ତୁ ଆଉ ଗଛ ଲତାଙ୍କ କରୁଣ ଦୁଃଖ । ମୋତେ ଲାଗିଲା ଯେମିତି ମୁ ଖୋଜୁଥିବା ମଣିଷ ମୋତେ ମିଳିଗଲା । ଯିଏ ତା ପୋଷା ବିଲେଇ ପାଇଁ ଏତେ ମନ ଦୁଃଖ କରି କବିତା ଲେଖିପାରୁଛି ସେ ଗୋଟେ ମଣିଷର ଦୁଃଖ ନିଶ୍ଚୟ ବୁଝିପାରିବ । ତାପରେ ମୁ ସେ ଝିଅ ସହ କଥା ହବାକୁ ଚାହିଁଲି ।


 କିନ୍ତୁ କେମିତି ହେବି କଣ କହିବି ଜାଣିପାରୁନଥିଲି । ହାଏ କହିବି ନା ନମସ୍କାର କରିବି କି କଣ କରିବି କିଛି ଜାଣିପାରୁନଥାଏ । ଆଉ ତାପରେ ଭାବିଲି କି ମୁଁ ତ ଭଗବାନ ଙ୍କୁ ଭଉଣୀ ଟିଏ ମାଗିଥିଲି । ଏ ନିଶ୍ଚୟ ସେଇ ଭଉଣୀ । ତେଣୁ ତାକୁ ଭଉଣୀ ଡାକିବା ଠିକ ହବ । ଆଉ ଭଉଣୀ ଡାକିବା ଦ୍ୱାରା ସେ ବି ମୋତେ ଭାଇ ବୋଲି ଭାବି ମୋ ସହ ମନଖୋଲି କଥା ହବ ଆଉ ମୋ ମନ କଥା ଜାଣିପାରିବ । ଆଉ ଏଇଆ ଭାବି ମୁ ସେ ଝିଅ ପାଖକୁ ପଠେଇଲି, "ଭଉଣୀ, ନମସ୍କାର "

ଖୁବଶୀଘ୍ର ସେପଟୁ ଉତ୍ତର ଆସିଲା, "ହଁ, ସାନଭାଇ "


ଏପରି ଭଉଣୀ ନମସ୍କାର ଯିଏ କହିବ ଯିଏ ନାଇଁ ସିଏ ଭାବିବ କି ସାମ୍ନାରେ ମୋଠାରୁ ସାନ କେହିଜଣେ ଅଛି ।

ଏମିତିଆ ଉତ୍ତର ରେ ମୁ ଆଶ୍ଚର୍ଯ୍ୟ ହେଲି କିନ୍ତୁ ତାକୁ ଚଳେଇଦେଇ ଆଗକୁ କଥା ବଢ଼େଇଲି । ଦିଜଣ କବିତା କୁ ନେଇ ବହୁତ କଥା ଆଲୋଚନା କଲୁ । ସେ ମୋତେ ବହୁତ ବୁଝେଇଲେ କି କେତେ ଲୋକ କେତେ କଥା କହିବେ କିନ୍ତୁ ତୁମେ ଲେଖାଲେଖି ବନ୍ଦ କରିବନି କେବେ | ତାପରେ ସେ ମୋର ବ୍ୟକ୍ତିଗତ ଆଉ ପରିବାର ବିଷୟରେ କଥା ହେଲେ । ମୁ ବି ସବୁ କିଛି ତାକୁ କହିଲି । ଧୀରେ ଧୀରେ ଦିଜଣ ଦିଜଣଙ୍କର ବହୁତନିଜର ହେଇଗଲୁ । ଖୁବ ସ୍ନେହ ଓ ଭଲ ପାଇବା ମିଶେଇ ମୁ ତା ନାଁ ଦେଇଥିଲି " ବୀରା " |


ମୁ ସିନା ବୀରାର ମୁହଁକୁ ଦେଖିନଥିଲି କିନ୍ତୁ ତା କଥାବାର୍ତ୍ତା ଆଉ କବିତାରୁ ତା ହୃଦୟର ସୌନ୍ଦର୍ଯ୍ୟକୁ ଦେଖିପାରୁଥିଲି । ଦିଜଣ ଯାକ ଦ୍ଵିତୀୟ ଦିନରେ ବହୁତ ସାରା କଥା ହେଲୁ । ମୁ ବୀରାର କବିତା ପଢିକି ବହୁତ ଖୁସି ହେଇଯାଏ କାରଣ ବୀରା ନିଜ କବିତାରେ ଯେଉଁ ସୁନ୍ଦର ସୁନ୍ଦର ଶବ୍ଦ ବ୍ୟବହାର କରୁଥାଏ ସେ ଶବ୍ଦ ମୋ କବିତାରେ ନଥାଏ । ତେଣୁ, ମୁ ବୀରା ଠାରୁ ବହୁତ କିଛି ଶିଖୁଥାଏ । ବୀରା ବି ନିସଂକୋଚରେ ମୋତେ ସବୁ କହୁଥାଏ । ତା ସହିତ ମୁ କଣ ଖାଇଛି କଣ କରୁଛି ମୋର କଣ ପସନ୍ଦ ନାପସନ୍ଦ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ବି ସେ ସବୁ ବୁଝୁଥାଏ । ମୋ ସହ ମୋ ଜୀବନରେ କେହି କେବେ ଏମିତି କଥା ହେଇନଥିଲେ । ତେଣୁ ମୁ ଧୀରେ ଧୀରେ ବୀରା ଆଡକୁ ଆକର୍ଷିତ ହେଉଥାଏ । ଦ୍ଵିତୀୟ ଦିନ ସନ୍ଧ୍ୟାରେ ମୁ ବିରାର କିଛି ଶବ୍ଦ ବ୍ୟବହାର କରି ଏକ କବିତା ଫେସବୁକ ରେ ପୋଷ୍ଟ କଲି ଆଉ ସେଦିନ ବହୁତ ସାରା ଲୋକ ସେ କବିତା କୁ ପସନ୍ଦ କଲେ । ବହୁତ ସୁନ୍ଦର ସୁନ୍ଦର ମତାମତ ବି ମିଳିଲା ଆଉ ସେସବୁ ଦେଖି ମୁ ବହୁତ ଖୁସି ହେଇଗଲି । ଏ ସବୁ କେବଳ ବୀରା ପାଇଁ ସମ୍ଭବ ହେଇଚି ବୋଲି ମୁ ଭାବିଲି ଆଉ ବିରାର ଆହୁରି ନିକଟତର ହବାକୁ ଲାଗିଲି । ଦିଜଣ ଯାକ ରାତି ବାରଟା ପର୍ଯ୍ୟନ୍ତକଥା ହେଲୁ । ବୀରା ବି ମନ ଖୋଲି ମୋ ସହ କଥା ହଉଥାଏ । ମୋତେ ସେ ବହୁତ ନିଜର ଭାବୁଥାଏ । ଖାଲି ଫରକ ଏତିକି ଥିଲା ଯେ ବୀରା ମୋତେ ନିଜ ସାନ ଭାଇ ବୋଲି ଭାବୁଥାଏ । ମୁ ସେଦିନ ରାତିଯାକ କେବଳ ବୀରା କଥା ହିଁ ଭାବୁଥାଏ । ଆଉ ଭାବୁ ଭାବୁ କେତେବେଳେ ଵୀରାକୁ ଭଉଣୀର ସମ୍ପର୍କରୁ କାଢି ଆଉ ଏକ ନୁଆ ସମ୍ପର୍କରେ ଯୋଡ଼ିଦେଲି, ନିଜେ ବି ଜାଣିପାରିଲିନି ।


ମୁଁ ଜାଣିନି ମୁ ଠିକ କଲି କି ଭୁଲ କଲି ଖାଲି ଏତିକି ଜାଣିଛି ମୁ ବାସ୍ତବ ରେ କେବେ ଗୋଟେ ଭଉଣୀ ଖୋଜୁନଥିଲି ବରଂ ମୁ ତ ଗୋଟେ ସାଥି ଖୋଜୁଥିଲି । ଭଉଣୀ ଖୋଜିବା ମୋ ପାଇଁ ବାଧ୍ୟବଧକତା ଥିଲା । ଯଦିଓ ମୁ କେବେ ବୀରାକୁ ଦେଖିନଥିଲି ତଥାପି ବୀରାର ସୁନ୍ଦର ସୁନ୍ଦର ଶବ୍ଦ ଆଉ ତା "ର"ଅକ୍ଷର ଲେଖିବା ଶୈଳୀ (ବୀରା "ର " ର ଲାଞ୍ଜ ଟିକୁ ଟିକେ ବଢେଇକରି ସୁନ୍ଦର ଭାବେ ଲେଖେ )ରୁ ମୁ ନିଜ ମନ ଭିତରେ ଗୋଟେ କାଳ୍ପନିକ ଚେହେରା ଆଙ୍କି ପାରୁଥିଲି। ସେ ଚେହେରା କଥା ଭାବି ମୁ ସେଦିନ ରାତିରେ ଅସରନ୍ତି ସ୍ବପ୍ନ ଦେଖିବାକୁ ଲାଗିଲି । ବହୁତ ଦିନ ପରେ ଯେମିତି ମୋତେ ଜୀବନରେ ଖୁସି ମିଳିଲା ।


ହେଲେ କାହାଣୀ ରେ ମୋଡ଼ ଏଇଆ ଥିଲା ଯେ ମୋ ମନରେ ସିନା ବୀରା ପ୍ରତି ପ୍ରେମଭାବନା ଥିଲା କିନ୍ତୁ ବୀରା ମୋତେ କେବଳ ନିଜ ସାନ ଭାଇ ଭାବୁଥିଲା କାରଣ ବୀରା ଜୀବନରେ ମୋ ପୂର୍ବରୁ ଆଉ ଜଣେ ଥିଲା ।


ଆଶୁତୋଷ । ଭଗବାନ ଆଶୁତୋଷ (ଶିବ ) ଙ୍କ ଠାରୁ ବି ପ୍ରଚଣ୍ଡ କ୍ରୋଧୀ । କିନ୍ତୁ ହୃଦୟରୁ ବହୁତ ଭଲ । ସେଇ କଲେଜ ରେ ପଢୁଥିଲା ଯୋଉଠି ବୀରା ଆଉ ମୁ ପଢୁଥିଲୁ । ବିରାର ଗାଁ ପାଖ ପିଲା । ଆଉ ବୀରାର ତାର ଘନିଷ୍ଠତା ବହୁତ ଦିନର । ଆଶୁତୋଷ ବହୁତ ଦାୟିତ୍ୱବନ ଆଉ ଭବିଷ୍ୟତ ପ୍ରତି ଯତ୍ନଶୀଳ । ସେଥିପାଇଁ ଦୁହେଁ କେବେ ବାହାରେ କୋଉଠି ସାର୍ବଜନୀନ ଜାଗାରେ କଥା ହୁଅନ୍ତିନି । ଆଉ ସବୁଠୁ ବଡ କଥା ହେଲା ତାକୁ ପାଇ ବୀରା ବହୁତ ଖୁସି ଥିଲା ।


କଥା ହେବାର ତୃତୀୟ ଦିନ, ଯୋଉଦିନକି ମୋ ମନରେ ବୀରା ପ୍ରତି ଭଲ ପାଇବା ଜନ୍ମ ହେଇଥିଲା, ସେଦିନ ବୀରା ଆଶୁତୋଷ ବିଷୟରେ ମୋତେ ସବୁ କହିଦେଲା ।


ଏକଥା ଶୁଣିବା ପରେ ଗୋଟେ ପୁଅକୁ କେମିତି ଲାଗିଥିବ ଆପଣ ମାନେ ଜାଣନ୍ତିକି ?

ଆଉ ଏକଥା ବିଶେଷ କରି , ମୋ ଭଳିଆ ପିଲାକୁ କେମିତି ଲାଗିଥିବ ଆପଣ ମାନେ ଭାବିପାରୁଛନ୍ତି କି ?


ଏତେ ଦିନ ପରେ ମୁ ଯାହାକୁ ବହୁତ ନିଜର ଭାବୁଥିଲି , ତାର ତ ଆଉ ଜଣେ ବହୁତ ନିଜର ଲୋକ ଥିଲା ।


ବୀରା ଯେତେବେଳେ ବି ଆଶୁତୋଷ କଥା କହେ, ମୋତେ ବହୁତ କଷ୍ଟ ହୁଏ କିନ୍ତୁ ବିରାର ଖୁସି ପାଇଁ ମୁ କିଛି କହିପାରେନି । ବୀରାର ଭାଇ ହବାର ଅଭିନୟ କରେ । କିନ୍ତୁ,ମନେ ମନେ ବହୁତ କାନ୍ଦୁଥାଏ । ନିଜ ଭାଗ୍ୟକୁ ନିନ୍ଦେ । ଆଉ ଜଗନ୍ନାଥଙ୍କ ପାଖରେ ବି କାନ୍ଦେ କାରଣ ମୋତେ ଭାରି ଏକୁଟିଆ ଲାଗୁଥିଲା । ନିଜ ମନ କଥା କହିବାକୁ ଏବଂ ତା ମନ କଥା ଶୁଣିବାକୁ ମୋ ପାଖରେ କେହି ଲୋକ ନଥିଲେ ।


ମୋତେ ଆହୁରି ଅଧିକ କଷ୍ଟ ହେଲା ଯେତେବେଳେ ତୃତୀୟ ଦିନ ସନ୍ଧ୍ୟାରେ ବୀରା ତା ଫୋଟୋ ମୋ ପାଖକୁ ପଠେଇଲା । କାରଣ ସେତେବେଳେ ବିରାର ମୋ ପ୍ରତି ଶତ ପ୍ରତିଶତ ବିଶ୍ୱାସ ଆସିଯାଇଥାଏ ।


ସାରା ଜୀବନ ଅନ୍ଧାର ଆକାଶକୁ ଦେଖିଥିବା ମଣିଷ ଯେତେବେଳେ ହଠାତ ଦିନେ ପୂର୍ଣ୍ଣିମାର ଜହ୍ନକୁ ଦେଖେ ତାକୁ ଯେମିତି ଲାଗିବ, ମୋତେ ବି ସେଦିନ ସେମିତି ଲାଗିଲା । ସେତେବେଳଯାଏ ମୁ ତ ଖାଲି ବୀରାକୁ କଳ୍ପନା କରିଥିଲି କିନ୍ତୁ ଯେତେବେଳେ ବାସ୍ତବତା ଟା ମୋ କଳ୍ପନା ଠାରୁ ବି ଅଧିକ ସୁନ୍ଦର ବୋଲି ମୁ ଜାଣିଲି , ମୁ ଆଉ ନିଜକୁ ସମ୍ଭାଳି ପାରିଲିନି । ଭୋ ଭୋ ହେଇ କାନ୍ଦିବାକୁ ଲାଗିଲି । ମୋ ସ୍ବପ୍ନ ଗୋଟେ ଦିନ ଭିତରେ ଭାଙ୍ଗିଗଲା ।


ସମସ୍ତେ କହନ୍ତି ଆଶା ହିଁ ମଣିଷକୁ ବଞ୍ଚିବା ପାଇଁ ସାହାଯ୍ୟ କରିଥାଏ କିନ୍ତୁ ମୋ ପାଖରେ ଆଉ କିଛି ଆଶା ନଥିଲା ।


ସେଦିନ ରାତିସାରା ମୁ ସୋଇପାରିଲିନି । ଶେଯରେ ଗୁମୁରି ଗୁମୁରି କାନ୍ଦୁଥାଏ । ଭାବୁଥାଏ କଣ କରିବି । ଏ ସମୟରେ ମୋର କଣ କରିବା ଉଚିତ ।


ବୀରା ଆଉ ମୁ ବହୁତ ଜଟିଳ ଥିଲୁ ବୁଝିବାକୁ । କାହା ସହ ଆଗ କଥା ହଉନଥିବା ଖାଲି ହଁ ଆଉ ହୁଁ ରେ ଉତ୍ତର ଦେଉଥିବା ପିଲା ଦୁଇଜଣ କିନ୍ତୁ ଏଇ ତିନି ଦିନ ଭିତରେ ତିନି ହଜାର ମେସେଜ ର ଆଦାନ ପ୍ରଦାନ କରିସାରିଥିଲୁ । ଆମ ଦିଜଣଙ୍କ ଭିତରେ ଖାଲି ଫରକ ଏତିକି ଯେ ଜଣଙ୍କ ପାଇଁ ସେ ସମ୍ପର୍କ ଭାଇ ଭଉଣୀର ସମ୍ପର୍କ ଥିଲାବେଳେ ଆଉ ଜଣେ ସେ ସମ୍ପର୍କ କୁ ଟିକେ ଉପର ସ୍ତରକୁ ନେଇଯାଇଥିଲା ।


ବୀରା ଥିଲା ଭାଇ ରଂକୁଣି । ଭଗବାନ ତାକୁ ଗୋଟେ ନିଜ ଭାଇର ସୁଖ ଦେଇନଥିଲେ । ତେଣୁ ସେ ଭାଇ ଟିଏ ପାଇଲେ ବହୁତ ଖୁସି ହେଇଯାଉଥିଲା । ବୀରା କେବେ ବି ମୋତେ ନିଜ ସାନ ଭାଇ ଛଡା ଆଉ କିଛି ଭାବିନି ।ମୋତେ ସେ ତିନି ଦିନ ଭିତରେ ନିଜ ଜୀବନର ସବୁ ବଡ ବଡ କଥା ଶେୟାର କରିଦେଇଥିଲା ଯାହାକୁ କି ସେ ଆଜି ଯାଏଁ କେବେ ତା ଭଲ ସାଙ୍ଗ ମାନଙ୍କୁ ବି କହିନଥିବ ।


ମୋ ଭିତରେ ସେ ନିଜ ଭାଇକୁ ଦେଖିବାକୁ ପାଉଥିଲା । କେତେ ବେଳେ ଛୋଟ ପିଲାଙ୍କ ଭଳି ସ୍ନେହ ଆଦର କରୁଥିଲା ଆଉ କେତେବେଳେ ବଡ ଭଉଣୀ ହେଇ ଆକଟ କରୁଥିଲା । କେତେବେଳେ ଦିଜଣ ହସ ଖୁସିରେ ମାତିଯାଉଥିଲୁ ତ ଆଉ କେତେବେଳେ ଜଣେ ଆଉ ଜଣଙ୍କୁ ଚିଡ଼େଇବାରେ । ମୁ ତାକୁ ଯେତେ ଯାହା କହିଲେ ବି ମୋ କଥାକୁ ସାନ ଭାଇଟା ଭାବି ଭୁଲିଯାଉଥିଲା । ବୀରା ପାଇଁ ସବୁକିଛି ଠିକ ଚାଲିଥିଲା ।


କିନ୍ତୁ, ମୁ ଏବେ ଗୋଟେ ଦୋଛକିରେ ଠିଆ ହେଇଥିଲି ।ମୁ ଜାଣିପାରୁନଥିଲି ଯେ ସେଇ ରାସ୍ତାରେ ଆଗକୁ ଯିବି ନା ବୁଲାଣି ନେଇ ପଛକୁ ଫେରିଯିବି । ସାରା ଜୀବନ ବିରାର ଭାଇ ହବାର ଅଭିନୟ କରିବି ନା ତାକୁ ସବୁ ସତ କହି ତା ଜୀବନରୁ ଦୂରେଇଯିବି । ଚକ୍ରବ୍ୟୁହ ଭିତରେ ଫସିଯାଇଥିଲି ମୁ ।


ଆଉ ସେତେବେଳେ ମୋର କେବଳ ଜଣେ ସାହାରା ଥିଲେ ଆଉ ସିଏ ହେଲେ ମୋର ସବୁ ସୁଖ ଦୁଃଖର ସାଥି ପ୍ରଭୁ ଜଗନ୍ନଥ । ଆଉ କିଛି ଉପାୟ ନ ପାଇ ସେଦିନ ମୁ ତାଙ୍କ ମନ୍ଦିରକୁ ଗଲି ଆଉ ତାଙ୍କୁ ସବୁ ଜଣେଇଲି । ଠିକ ରାସ୍ତା ଦେଖେଇବାକୁ କାନ୍ଦି କାନ୍ଦି ନିବେଦନ କଲି ।


ସେଦିନ ମନ୍ଦିରରୁ ଫେରିଲା ବେଳେ ଆମ ଘରକୁ ପଡିଥିବା ରାସ୍ତା ରେ ବହୁତ ଭିଡ଼ ଥିଲା । ଆଉ ମୁ ଯେତେବେଳେ ସେ ଭିଡ କୁ ଠେଲି ଠେଲି ଆଗକୁ ଯିବାକୁ ଚେଷ୍ଟା କରୁଥିଲି ସେତେବେଳେ ପଛରୁ ଜଣେ କହିଲା ଆରେ ଏତେ କଷ୍ଟ କରି ଆଗକୁ କାଇଁ ଯାଉଛୁ ଟିକେ ବୁଲାଣି ପଡୁ ପଛେ ତୁମ ଘର ପଛ ପଟ ଫାଙ୍କା ରାସ୍ତାରେ ପଳା ।


ମୋତେ ଲାଗିଲା ଯେମିତି ଭଗବାନ ମୋତେ ରାସ୍ତା ଦେଖେଇଦେଲେ । ଆଉ ମୁ ଦୃଢ଼ ନିଷ୍ପତ୍ତି ନେଲି କି ବୀରା ଜୀବନରୁ ଦୂରେଇଯିବି । ଏତିକିବେଳୁ ଦୂରେଇଗଲେ ହୁଏତ ବୀରାକୁ କମ କଷ୍ଟ ହବ କାରଣ ଆମେ ଦିଜଣ ପରସ୍ପର ର ଯେତେ ନିକଟ ତର ହେବା ଭବିଷ୍ୟତରେ ସେତେ ଅଧିକ ଦୁଃଖ ପାଇବା । ଆଉ ବୋଧେ ବୀରା ମୋ ମୁହଁରୁ ସବୁ ଶୁଣିସାରି ମୋତେ ଘୃଣା କରିବ ଆଉ ମୋଠୁ ଦୂରେଇଯିବ ।


ସେଦିନ ରାତିରେ ମୁ ନିଜର ହୃଦୟକୁ ଶକ୍ତ କଲି ଆଉ ବହୁତ କଷ୍ଟରେ ବୀରାକୁ ସବୁ କଥା କହିଦେଲି । ଭାବିଥିଲି ବୋଧେ ବୀରା ଏକଥା ଶୁଣି ମୋତେ ଘୃଣା କରିବ କିନ୍ତୁ ଆଶ୍ଚର୍ଯ୍ୟ ର କଥା ସେପରି କିଛି ଘଟିନଥିଲା । ମୋଠୁ ସବୁ ଶୁଣିସାରି ବୀରା କାନ୍ଦିବାକୁ ଲାଗିଲା । ତାକୁ ଦେଖିନପାରୁଥିଲେ ବି ମୁ ଅନୁଭବ କରିପାରୁଥିଲି କି ବୀରା କାନ୍ଦୁଚି । ମୁ ତାକୁ ବୁଝେଇବାକୁ ଚେଷ୍ଟା କଲି। ତାକୁ ଶହେ ଥର କ୍ଷମା ମାଗିଲି , ହେଲେ ବିରାର କାନ୍ଦ ବନ୍ଦ ହେଲାନି । ମୁ ତା କଷ୍ଟ ସହିପାରୁନଥାଏ କିନ୍ତୁ ମୁ ନିରୁପାୟ ଥାଏ । ତାପରେ କିଛି ସମୟ ଯାଏ ଦୁହେଁ ଚୁପ ଚାପ ହେଇଗଲୁ । ପ୍ରାୟ ଅଧା ଘଣ୍ଟା ପରେ ମୋ ପାଖକୁ ବିରାର ମେସେଜ ଆସିଲା କି, "ମୋର ଗୋଟେ କାମ କରିବ ?"


ମୁ କହିଲି, "ହଁ,କୁହ "


"ଯଦି ନିଜର ଆଉ ସମସ୍ତଙ୍କର ଖୁସି ଚାହଁ ତାହେଲେ ମୋଠୁ ସାରାଜୀବନ ଦୂରେଇଯାଅ । ମୁଁ ତୁମକୁ ନିଜ ସାନ ଭାଇ ବୋଲି ଭାବିଥିଲି, ଭାବୁଛି ଆଉ ସାରା ଜୀବନ ଭାବୁଥିବି "


ମୁ ଭାବୁଥିଲି କଣ କରିବି । କାନ୍ଦି କାନ୍ଦି ସେତେବେଳକୁ ବେହାଲ ହେଇଗଲିଣି ମୁ । ଶେଷରେ ମୁ ନିଷ୍ପତ୍ତି ନେଲିକି ପଛେ ଯେତେ କଷ୍ଟ ହଉ କିନ୍ତୁ ନିଜ ବୀରାର ଭବିଷ୍ୟତ କୁ ହସ ଖୁସିରେ ଭରିଦେବା ପାଇଁ ତାଠୁ ଦୂରେଇଯିବି । ନିଜ ପରିବାର ତଥା ବିରାର ପରିବାର ର ଖୁସି ପାଇଁ ତାଠୁ ଦୂରେଇଯିବି । ନିଜର ତଥା ବିରାର ଭବିଷ୍ୟତ ଆଉ ହସଖୁସି ର ଜୀବନ ପାଇଁ ତାଠୁ ଦୂରେଇଯିବି ।


ତାପରେ ମୁ ନିଜ ହୃଦୟକୁ ପଥର କରିଦେଲି । "ଯାଉଛି ବୀରା, ତୁମେ ଖୁସିରେ ରୁହ "ଏତିକି କହି ବୀରା କୁ ସିଧା ସଳଖ ସୋସିଆଲ ମେଡିଆ ରୁ ବ୍ଲକ କଲି । ନିଜ ଆଖିରୁ ଲୁହ ପୋଛିଲି ଆଉ ଚୁପ ଚାପ ଶୋଇଗଲି ।


ତାପରଦିନ ର ସୂର୍ଯ୍ୟ କିରଣ ମୋ ପାଇଁ ନୁଆ ସମ୍ଭାବନା ନେଇ ଆସିଥିଲା । ସୂର୍ଯ୍ୟଙ୍କୁ ନମସ୍କାର କଲାବେଳେ ମୋତେ ଲାଗିଲା ଯେମିତି ସୂର୍ଯ୍ୟ କିରଣ ସବୁ ମୋ ଦେହରେ ପଡି ମୋତେ ଆହୁରି ଶକ୍ତ ଆଉ କଠୋର ବନାଉଛନ୍ତି । ସୂର୍ଯ୍ୟ ଆଉ ବୀରା ଦିଜଣଙ୍କଠୁ ଏଇଆ ଶିଖିଲି ଯେ ନିଜେ ଜଳି ସାରା ବିଶ୍ୱକୁ ଆଲୋକିତ କରିବା ର ମଜା ନିଆରା । ଚାରି ଦିନ ଭିତରେ ଜୀବନର ଗୋଟେ ବଡ କଥା ମୁ ବୀରା ଠାରୁ ଶିଖିଲି । ମନେ ମନେ କହିଲି "ଧନ୍ୟବାଦ ବୀରା "। ଆଉ ତାପରେ ମୁ ପୁଣି ଏକୁଟିଆ ଏକୁଟିଆ ଲାଗିପଡ଼ିଲି ଏକ ନୁଆ ଜୀବନ ଆରମ୍ଭ ଲକ୍ଷ୍ୟରେ । ଆଜି ଯାଏ ମୁ ଯେତେ ବି ସୁନ୍ଦର ସୁନ୍ଦର କବିତା ଲେଖିପାରିଛି ସେସବୁ କେବଳ ବୀରା ପାଇଁ | ସେ ହିଁ ମୋ ପାଇଁ ପ୍ରେରଣା |ସେ ହିଁ ମୋର ସବୁକିଛି | ଆଈ ଲଭ ୟୁ ବୀରା....

                             



Rate this content
Log in

Similar oriya story from Abstract