The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyaranjan Mishra

Inspirational

3  

Satyaranjan Mishra

Inspirational

ସଫଳତାର ରହସ୍ୟ

ସଫଳତାର ରହସ୍ୟ

3 mins
640


ହେଇଟି ଶୁଣୁଛ? ହଇହୋ ରାଜୁ ବୋଉ କୁଆଡେ ଗଲ କି?କଣ ଶୁଣୁଛ ନା ନାହିଁ ବା ?

"ହଁ ପରା ଶୁଣୁଛି ,କାଇଁ ଏଡ଼େ ପାଟିରେ ଡାକୁଚ ?ମୁଁ କଣ କାଲୁଣି ହେଇଗଲିଣି ?


"ଓହୋ ￰ତୁମକୁ ଏବେ ଖାଲି ମୋ ରି ପାଟି ଶୁଭୁଛି?ଆଜି ଗାଁ ଟା ଯାକର ଲୋକଙ୍କ ମୁହଁରେ ଆମ ରାଜୁ ର ଯୋଉ ପ୍ରଶଂସା ହଉଚି ସେଇଟା ଆଉ ଶୁଭୁନି ?

"ହଁ ହଁ ଶୁଭୁଚି,ତୁମଠୁ ବେଶୀଶୁଭୁଚି(ଟିକେରହିଯାଇ କ୍ଷୀଣ ସ୍ୱରରେ )ହେଇଟି ଶୁଣୁଛ ,ସେ ମଙ୍ଗୁଳି ଦେଠେଇ ଏଇଲେ ଫୁସୁଫୁସୁ ହଉଥିଲା କୁଆଡେ କାହାକୁ ଧରାଧରି କରି ଆମ ରାଜୁ ଓ.ଏ.ସ ପାଇଛି ବୋଲି ।ମୋ ଦିହ ତ ଜଳି ଯାଉଥିଲା ।ଭାବୁଥିଲି ଉଠିକି ଯାଇ ଦିପଦ କହିବି ।ପୁଣି ଭାବିଲି କାଇଁ ଗୋଟେ ଭଲ ଦିନରେ ଅଶାନ୍ତି କରିବା ।ଯିଏ ଯାହା କହୁଛି କହୁ ।ମୁଁଖାଲି ବୁଢ଼ୀ ଜାଗୁଳାଇକୁ ଏତିକି ଡାକୁଛି ସେ ମୋ ରାଜୁକୁ ଘଣ୍ଟ ଘୋଡେଇ ରଖିଥାଉ ।"


"ହଉ ହେଲା ହେଲା । ଶୁଣ ତୁମକୁ ଗୋଟେ କଥା କହିବାର ଥିଲା । ସରପଞ୍ଚ ଏଇଲେ ଛକ ଉପରେ ଦେଖା ହେଲେ ଆଉ କହିଲେ ରବି ବାର ଦିନ ପଞ୍ଚାୟତ ଅଫିସ ରେ ଗୋଟେ ମୀଟିଙ୍ଗ କରିବେ ଆଉ ଆମ ରାଜୁ କୁ ପୁରସ୍କାର ଦେବେ "

"ହଁ ସତେ !କଣ ପୁରସ୍କାର ଦେବେ ?"

"ଓହୋ ସେ ଯାହା ଦିଅନ୍ତୁ ।ଖବର କାଗଜରେ ତା ନାଁ ବାହାରିବ , ଫୋଟୋ ବାହାରିବ,ଆମ ଦିଜଣକ ନାଁ ବି ବାହାରିବ (ଟିକେ ରହିଯାଇ ).. ଆରେ ଆମ ରାଜୁ ଗଲା କୁଆଡେ ?"

"ସିଏ ବା ଏଇଲେ ଦିଟା ପଖାଳ ଖାଇ ଉଠିକି ଯାଇ ସେପଟ ଘରେ ଶୋଇଛି।ତୁମେ ଏବେ ତାକୁ କିଛି କୁହନି ,ତୁମେ ଆଗ ଗଲ ଦୋକାନରୁ ସଉଦା ଆଣିବା।"

"ହଉହଉ ମୁଁ ଯାଉଛି ।ସେ ଉଠିଲେ ତାକୁ ଜଣେଇଦେବ ବୁଝିଲ "


    ସେପଟ ଘରେ ଥାଇ ରାଜୁ ତା ବାପା ବୋଉଙ୍କ ସବୁ କଥା ଶୁଣୁଥାଏ ।ତା ଆଖି ଆଗରେ ନାଚି ଯାଉଥାଏ ସେଇ ପୁରୁଣା ଦିନର ସ୍ମୃତି ସବୁ ।ଏମିତିଦିନେ ତାବାପା ବୋଉ ଖୁସି ହେଇଥିଲେ ଯୋଉଦିନ ସେ ମାଟ୍ରିକ ପରୀକ୍ଷା 80 ପ୍ରତିଶତ ନମ୍ବର  ରଖିଥିଲା ।ତାବାପା ତାକୁ ସେଦିନ ଖୁସିରେ କାଖେଇ ପକେଇିଥିଲେ ।ସେଦିନ ରାଜୁ ବି ବହୁତ ଖୁସି ହେଇଥିଲା ହେଲେ ତାର ସେ ଖୁସି ଗୋଟେ ସପ୍ତାହ ପରେ ଚାଲିଗଲା ଯେତେବେଳେ ତା ବାପା ତାକୁ +2 ରେ ସାଇନ୍ସ ପଢିବାକୁ କହିଥିଲେ ।ରାଜୁ ତା ବାପାଙ୍କୁ ବହୁତ ବୁଝେଇଥିଲା ।"ବାପା ମୋର ସାଇନ୍ସ ପଢିବାକୁ ଜମା ଇଚ୍ଛା ନାହିଁ ।ମୁଁ ଗଣିତରେ ଦୁର୍ବଳ ।ମୁଁ ସବୁଥିରେ 85 ରୁ ଅଧିକ ରଖିଛି ହେଲେ କେବଳ ବିଜ୍ଞାନରେରେ 60 ନମ୍ବର ରଖିଛି ।ମୁଁ ସାଇନ୍ସ ପାରିବିନି।"


ବାପା ଟିକେ ରାଗିଯାଇ କହିଥିଲେ "ଆଉ କଣ ଆର୍ଟସ ପଢ଼ିବୁ ? ମାଷ୍ଟ୍ର ଚାକିରୀ କରିବୁ ? ତୋ ମାମୁଁକୁ ଦେଖିଲୁ ￰ଦିଲ୍ଲୀରେ କେଡେ ବଡ ଡାକ୍ତର ହେଇଚି ,ତୋ ବଡ ବାପା ପୁଅକୁ ଦେଖିଲୁ ଆଇ ଆଇ ଟି ଖଡଗପୁରରେ ପଢୁଛି ,ଆରେ ତୋ ସାଙ୍ଗ ଚିକୁ ସୋମୁ ମାନଙ୍କୁ ଦେଖିଲୁ ସେମାନେ ବି ସାଇନ୍ସ ￰ପଢ଼ିବେ।ଆଉକିଛି ବର୍ଷ ପରେ ଆମ ଗାଁରେ କୋଟିପତି ହେଇ ବସିଥିବେ । ଆଉ ତୁ କହୁଚୁ ସାଇନ୍ସ ￰ପଢିବୁନି! (ତାପରେ ଟିକେ ନରମି ଯାଇ ) ଆରେ ବାବା  ଜମା ଡର ନା। ମାଟ୍ରିକରେ 10 -15 ମାର୍କ କମିଯାଇଛି ବୋଲି ତୁ ତୋ ଜୀବନ ନଷ୍ଟ  କରନା।ମୁଁ ତୋତେ ଭଲ କୋଚିଙ୍ଗ ସେଣ୍ଟରକୁ ପଠେଇବି ।ତୁ ମନ ଲଗେଇ ପଢ।ଦେଖ ସବୁ ଠିକ ହେଇଯିବ।"

ବାପାଙ୍କ ଯୁକ୍ତି ପାଖରେ ରାଜୁ ହାର ମାନିଥିଲା ଆଉ ବାଧ୍ୟ ହେଇ ସାଇନ୍ସ ￰ପଢ଼ିଥିଲା। କଲେଜରେ ସେ ସବୁବେଳେ ଚୁପ ଚାପ ବସୁଥଲା ।କେମେଷ୍ଟ୍ରି ଆଉ ବଟାନି ପଢିବାକୁ ତାକୁ ଭଲ ଲାଗୁନଥିଲା ।ଇନଅର୍ଗାନିକ କେମେଷ୍ଟ୍ରି ତା ଦ୍ୱାରା ଠିକ ସେ ହଉନଥିଲା।ବେଳେବେଳେ ବାପାଙ୍କ କଥା ମନେ ପଡୁଥିଲା ।ଘଣ୍ଟାଘଣ୍ଟା ଧରି କେମେଷ୍ଟ୍ରି ￰ବହି ଧରି ପଢୁଥିଲା ହେଲେ କିଛି ବୁଝିପାରୁନଥିଲା ଆଉ ଶେଷରେ ରାଗିକି ସେ ବହିକୁ ଫୋପାଡ଼ି ଦେଇଥିଲା ।


ଏମିତି ଏମିତି ଦୁଇ ବର୍ଷ ବିତିଗଲା । ଶେଷରେ ଯାହା ଡର ଥିଲା ସେଇଆ ହେଲା ।ରାଜୁ+2ରେ କେମେଷ୍ଟ୍ରିରେ ଫେଲ ହେଲା ।ଏକଥା ଶୁଣି ରାଜୁର ବାପା କ୍ରୋଧର ସୀମା ଟପିଗଲେ । ଅନବରତ ତା ଉପରେ ଗାଳି ବର୍ଷଣ ହବାକୁ ଲାଗିଲା । ରାଜୁ ସେଦିନ ଭାଙ୍ଗି ପଡି ଥିଲା ।ନିଜ ଦୋଷ କି ଆଉ କାହା ଦୋଷ କିଛି ବୁଝିପାରୁନଥିଲା ।ସେଦିନ ସନ୍ଧ୍ୟାରେ ରାଜୁ ଠାକୁରଙ୍କ ଆଗରେ ବହୁତ କାନ୍ଦିଛି ।ଆଉ ତାପର ଦିନ ସକାଳୁ ମାମୁଁଙ୍କ ଫୋନ ଆସିଲା ।ମାମୁଁ ରାଜୁକୁ ବୁଝେଇ କହିଲେ କି ବାପାରେ ଭାଙ୍ଗି ପଡନା । ଜୀବନ ସମସ୍ତଙ୍କୁ ଦ୍ୱିତୀୟ ସୁଯୋଗ ଦିଏ ଆଉ ତୋତେ ବି ଦେଇଛି ।ଏଥର ତୁ ତୋ ମନକୁ ଯାହା ଆସୁଛି କର କାହାକଥା ଶୁଣୁନା।କେମେଷ୍ଟ୍ରିକୁ ଥଣ୍ଡା ମୁଣ୍ଡରେ ବସି ଭାବେ ଭଲ ଲାଗିବ ।ତାପରେ +3ପଢ଼ିବୁ ବୁଝିଲୁ । ମାମୁଁ ରାଜୁର ବାପାଙ୍କୁ ବି କହିଦେଲେ କି ରାଜୁକୁ କିଛି ବି ଚାପ ଦିଅ ନି ।ସେ ତା ମନକୁ ଯାହା ଚାହୁଁଚି କରୁ  ।


ତାପରେ ରାଜୁ ଆଉ ଥରେ +2 ପରୀକ୍ଷା ପାଇଁ ପ୍ରସ୍ତୁତ ହେଲା ।ଏଥର ସେ ବିନା ଭୟରେ ପରୀକ୍ଷା ଦେଲା ।କେମେଷ୍ଟ୍ରିରେ ତାକୁ ସହଜ ଲାଗୁଥିବା ବିଷୟ ପ୍ରତି ଧ୍ୟାନ ଦେଲା ।ସେବର୍ଷ ରାଜୁ 63% ରଖି +2 ପାସ କଲା ।ଆଉ ତାପରେ ସେ ସାହସର ସହ +3ପଢିଲା । 3ବର୍ଷ ପରେ ସେ ସଫଳତାର ସହ +3ରୁ ଉତ୍ତୀର୍ଣ୍ଣ ହେଲା ।ତାପରେ ରାଜୁ ଓ ଏ ଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲା ।ଖବର କାଗଜ, ଇଣ୍ଟରନେଟ ଆଉ ବିଭିନ ବହିକୁ ନିଜ ସାଙ୍ଗ କରିଦେଲା ଆଉ 2018ରେ ଓ.ଏ.ଏସ ପରୀକ୍ଷା ଦେଲା ।ଗୋଟିଏ ପରେ ଗୋଟିଏ ପାହାଚ ଚଢି ଶେଷରେ ସେ ଓ.ଏ.ଏସ ରେ ଉତ୍ତୀର୍ଣ୍ଣ ହେଲା ।ଆଉ ସେଦିନ ତା ରେଜଲ୍ଟ ଶୁଣି ତା ବାପା ବୋଉଙ୍କ ଖୁସି କହିଲେ ନ ସରେ।


ରବିବାର ଦିନ ପଞ୍ଚାୟତ ଅଫିସରେ ରାଜୁ ପୁରସ୍କୃତ ହେଲା ।ପୁରସ୍କାର ପାଇ ସାରିବା ପରେ ଯେତେବେଳେ ତାକୁ ପଚରାଗଲା କି ତୁମ ସଫଳତାର ରହସ୍ୟ କଣ ? ସେତେବେଳେ ରାଜୁ ଟିକେ ମୁରୁକି ହସିଲା ଆଉ କହିଲା କି ମୋ ପିତା ମାତାଙ୍କ ଆଶୀର୍ବାଦ ହିଁ ମୋ ସଫଳତାର ରହସ୍ୟ ।ତାପରେ କରତାଳି ମାଡ଼ରେ ଗଗନ ପବନ ପ୍ରକମ୍ପିତ ହେଲା।

(ସମାପ୍ତ )



Rate this content
Log in

More oriya story from Satyaranjan Mishra

Similar oriya story from Inspirational