ବିହା ବେଲେ ବାଏଗନ୍ ରୁପା .….....
ବିହା ବେଲେ ବାଏଗନ୍ ରୁପା .….....


ମାଷ୍ଟର ଆଜ୍ଞା ସବୁଦିନ୍ କହେସନ୍ ଦେଖ୍ ପିଣ୍ଟୁ ଇସ୍କୁଲ୍ କେ ସବୁ ଦିନ୍ ଆ ,ପାଠ୍ ସାଟ୍ ଦୁଇ ଅକ୍ଷର୍ ବନେ କରି ପଢ୍ । ତୋର଼ ବାପ୍ ଦାଦି କେ ଇ ଚାଏର୍ ଖଣ୍ ଗାଁର୍ ଲୋକ୍ ଗହଁଟିଆ ବୋଲି ମହାପୁରୁ ଲେଖେ ପୁଜା କରସନ୍ । ତୁଇ ତାକର୍ ନାଁ କେ ତଲେ ନେଇଁ ପକେଇ ଦେ । ପିଣ୍ଟୁ ମାଷ୍ଟର୍ ଆଜ୍ଞାର୍ କଥାକେ ଖଣେ ଭି ନାଇଁ ସୁନି ଦେଖେ । ତାର଼ ମତେମତ୍ ଇସ୍କୁଲ୍ କେ ଆଏସି ବୁଲା କିନ୍ଦ୍ରା ଛନେକ କରସି ଫେର଼ ଘରକେ ପଲାସି । ଇ ସବୁ କଥା ମାଷ୍ଟର ଆଜ୍ଞା ପିଣ୍ଟୁ ର ଦାଦି ଗହଁଟିଆ ବୁଢାକେ ଭି କହେଲେ । ମାତର୍ ବୁଢ଼ା ଭି ବୁଝବାକେ ନାରାଜ୍ ,ସେ ମେଛା ମୁଡିକରି କହେଲା ମୋର୍ ଗୁଟେ ବଲି ନାତି ,ଏତକି ଜମିବାଡ଼ି ,ଘର୍ ଡିହି ,ଧନ ସଂପତ୍ତି ଅଛେ ପାଠ୍ ପଢଲେ କାଏଁ କର୍ବା । ମୋର୍ ନାତିର୍ ଜାହା ମନ୍ ସେଟା କରୁ । କେତେ ଦିନ୍ ଉତାରୁ ମାଟ୍ରିକ୍ ପରିକ୍ଷା ହେବାର୍ ଅଛେ । ହାତେ ଆରୁ ଦୁଇ ଦିନ୍ । ଇସ୍କୁଲ୍ ମାନକର୍ ଥି ସିସି ଟିଭି କେମେରା ଲାଗିଛେ ପିଣ୍ଟୁ କାନ୍ଦିକାନ୍ଦି ତାର୍ ଦାଦି କେ କହେଲା ପରିକ୍ଷା ନେ କେନ୍ତା କର୍ମୀ । ତୁଇଆଜ୍ଞା ମାନକୁ ଜାଇକରି କହ । ବୁଢ଼ା ଫେର୍ ମାଷ୍ଟର ଆଜ୍ଞା ପାସ୍କେ ଗଲା ଆର୍ କହେଲା ମାଷ୍ଟର ବେଲେ "ବିହା ଘର୍ ବେଲେ ବାଏଗନ୍ ରୁପା" କାଏଁ ଲାଭ୍ ଗହଁଟିଆ ଆଜ୍ଞା । ହେତିକି ଦିନ୍ ତ ବୁଆ,ଦାଦି ,ନାତି କେ କହେନି କେହି ଭି କାନ୍ ନାଇଁ ହଲାଲ୍ ଇହାଦେ କାଏଁ କର୍ମୀ । ତାର୍ ଭେଗ୍ ନେ ଜାହା ଅଛେ ସେଟା ହେବା ।