UPASANA PATTANAYAK

Abstract Inspirational Children

4.3  

UPASANA PATTANAYAK

Abstract Inspirational Children

ଭୁଲି ଯାଇଛୁ କି...???

ଭୁଲି ଯାଇଛୁ କି...???

2 mins
132


ରେବତୀ ଏବଂ ସୁମୋନା ଦୁଇ ଜଣ ଭଲ ସାଙ୍ଗ। ଦୁଇ ଜଣ ଏକା ସାଙ୍ଗରେ ଏକା ସ୍ଥାନରେ ଶିକ୍ଷା ଗ୍ରହଣ କରନ୍ତି। ଶିକ୍ଷା ଗ୍ରହଣ କରୁଥିବା ସମୟରେ ଦୁହିଁଙ୍କର ଏକା ସ୍ଥାନରେ ପ୍ରୋଜେକ୍ଟ ଦିଆଯାଇଥାଏ। ପ୍ରୋଜେକ୍ଟ କରିବା ସମୟରେ ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ଯିବା ପାଇଁ ପଡ଼ିଥାଏ, ଠିକ୍ ସେହି ସମୟରେ ଦୁହେଁ ଏକତ୍ର ଗୋଟିଏ ଜାଗାରେ ରହନ୍ତି। ଦୁହେଁ ରହିଥିବା ସ୍ଥାନରେ ଖାଦ୍ୟପେୟ ଠିକ୍ ନ ଥିବାରୁ, ସେମାନେ ଜାଗାର ମାଲିକକୁ କହିବାରୁ, ମାଲିକ ଜଣକ କ୍ରୋଧ ରେ ଆସି ସେମାନଙ୍କୁ ସେଠାରୁ ଯିବା ପାଇଁ କୁହନ୍ତି। ଏହା ଶୁଣି ଦୁହେଁ ସେଠାରୁ ପଳାନ୍ତି, କିନ୍ତୁ ବହୁ ହଇରାଣ ସତ୍ତ୍ବେ ସେମାନଙ୍କୁ ରହିବାର ସଠିକ ଠିକଣା ସ୍ଥାନ ମିଳିଯାଏ। ସକାଳ ହେଲା ମାତ୍ରକେ ରେବତୀ ଏବଂ ସୁମୋନା ନିତ୍ୟକର୍ମ ସାରି, ଜଳଖିଆ ଖାଇ ବାହାରି ପଡ଼ନ୍ତି ପ୍ରୋଜେକ୍ଟ କାମରେ ଆଉ ଏକ ସ୍ଥାନକୁ। ବାହାରିବା ସମୟରେ ରେବତୀ କୁହେ ସୁମୋନା କୁ – “କାଲି ରାତିରେ ଖାଦ୍ୟ ଖରାପ ଥିବାର କହିବାରୁ ସେ ଲୋକ ଟା କି ଅପମାନ କଲା କହିଲୁ। କିନ୍ତୁ ଆମେ ତା ସାଙ୍ଗେ କ’ଣ ପାରିଥାଆନ୍ତୁ। ମଧୁବାବୁ କରିଯାଇଛନ୍ତି, ‘ଆଲ ସଖି ଆପଣା ମହତ ଆପେ ରଖି’। ଏଇ କଥାକୁ ଆଖି ଆଗରେ ରଖି ସେ କଥାକୁ ଭୁଲିଯିବା ହିଁ ଭଲ। ମୁଁ ଭୁଲି ଯାଇଛି। ତେଣୁ, ସୁମୋନା ତୁ ବି ଏ କଥା ଭୁଲିଯା।” ରେବତୀ ର ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ସୁମୋନା କୁହେ – “କିଏ? କାହା କଥା କହୁଛୁ ତୁ ରେବତୀ?” ସୁମୋନା କଥାରେ ଆଶ୍ଚର୍ଯ୍ୟ ହୋଇ ରେବତୀ କୁହେ – “କ’ଣ? କାଲି ରାତିରେ ଘଟିଥିବା ବିଭ୍ରାଟ, ଅପମାନ ର କଥା କ’ଣ ଭୁଲିଯାଇଛୁ କି…! ମୁଁ ସେ କଥାକୁ ଏକ ରକମର ଭୁଲି ଯାଇଛି କହିଲେ ଚଳେ। ତୁ ବି ସେ କଥାକୁ ଭୁଲିଯା। ଏବେ ଆମେ ସେ କଥାକୁ ଭୁଲିଯିବା ହିଁ ଭଲ ହେବ ଏବଂ ପ୍ରୋଜେକ୍ଟ କାମରେ ବାହାରିବା।” ଉତ୍ତରରେ କିଛି ନ ଜାଣିଲା ପରି ପୁଣି ସୁମୋନା କୁହେ – “ତୁ କ’ଣ କହୁଛୁ? କାହା କଥା କହୁଛୁ, ମୁଁ କିଛି ବୁଝି ପାରୁନି। ତୁ ଯେଉଁ କଥାକୁ ଭୁଲିଯିବା ପାଇଁ କହୁଛୁ, ତାକୁ ବୋଧହୁଏ ମୁଁ ଭୁଲି ସାରିଛି। ତୁ ବାରମ୍ବାର ତାକୁ ଭୁଲି ଯାଇଛୁ ବୋଲି କହୁଛୁ, କିନ୍ତୁ ତା’ର ଆଚରଣ ଏବେ ବି ତୋ ମନରେ ଦାଗ ଭଳି ରହିଛି, ଯାହା ଫଳରେ ତୁ ତାକୁ ଭୁଲି ପାରୁନାହୁଁ। କିଛି ଜିନିଷ ଏମିତି ଥାଏ, ଯାହାକୁ କ୍ଷମା କରିବାକୁ ପଡେ, ତେବେ ଯାଇ ମଣିଷ ସହଜରେ ବଞ୍ଚିପାରିବ, ନ ହେଲେ ସେ ଅନ୍ଧକାରରେ ଘାଣ୍ଟି ହେଉଥିବ। ଯଦି ତୁ ସତରେ ତାକୁ ଭୁଲି ଯାଇଛୁ ବୋଲି କହୁଛୁ, ତେବେ ଭୁଲିଯା ତାକୁ।” ରେବତୀ କୁହେ – “ତା ହେଲେ ତୁ ତାକୁ ସତରେ ପୁରାପୁରି ଭୁଲି ଯାଇଛୁ। ହେଲେ ମୁଁ ଗୋଟିଏ କଥା ବୁଝିପାରୁନାହିଁ, ଯେ ଏହା ସମ୍ଭବ କି?” ରେବତୀକୁ ବୁଝେଇବା କୁ ଯାଇ ସୁମୋନା କୁହେ – “ସେଥି ପାଇଁ ପ୍ରଥମେ ନିଜକୁ ଭୁଲିବା ଦରକାର। ନିଜ ଭିତରେ ଥିବା ଅହଂକାର କୁ ମଧ୍ୟ ଭୁଲିବାକୁ ପଡିବ। ତାହା ହେଲେ ଯାଇ ନିଜ ପାଖରେ ଆଘାତର ଚିହ୍ନ ରହିବ ନାହିଁ। କିନ୍ତୁ ଏଥିପାଇଁ ଦୃଢ଼ ମନୋବଳ ଦରକାର।” ମନେପଡେ ଛାତ୍ରୀବାସ ରେ ରହୁଥିବା ସମୟର କଥା, ପ୍ରିୟା ଦିଦି ଅନେକ ସମୟରେ ଆମ ମାନଙ୍କୁ ବୁଝାନ୍ତି, ଯେ ଜୀବନରେ ଘଟିଯାଇଥିବା ଅନେକ ଛୋଟ ଛୋଟ କଥାକୁ ଭୁଲିଯିବା ହିଁ ଭଲ, ନ ହେଲେ ମଣିଷ ର ସକରାତ୍ମକ ଚିନ୍ତାଧାରା ଧୀରେ ଧୀରେ ଉଭେଇଯିବ। ଛୋଟ ଛୋଟ କଥାକୁ ଭୁଲିବାରେ ହିଁ ଜୀବନ ସହଜ ହୋଇଥାଏ।” 


Rate this content
Log in

Similar oriya story from Abstract