STORYMIRROR

UPASANA PATTANAYAK

Abstract Children Stories Inspirational

3  

UPASANA PATTANAYAK

Abstract Children Stories Inspirational

ଜୀବନର କେଇଟା ସତ

ଜୀବନର କେଇଟା ସତ

2 mins
188

ମୋହନ ରାଜ ବାବୁ ନାମକ ଜଣେ ବ୍ୟକ୍ତିଙ୍କର ଏକ ବଡ଼ କମ୍ପାନୀ ଥିଲା। ସେ ଜଣେ ସୁନାମଧନ୍ୟ ଏବଂ ସୁପରିଚିତ ବ୍ୟକ୍ତି ଥିଲେ। ଦୃଢ଼ ମନୋବଳ, ଐକାନ୍ତିକ ନିଷ୍ଠା, ସଚ୍ଚୋଟ ପଣିଆ, ଗଭୀର ଅଧ୍ୟବସାୟ ସର୍ବୋପରି ଏକାଗ୍ରତା ବଳରେ କିପରି ସର୍ବୋଚ୍ଚ ସ୍ତରରେ ପହଞ୍ଚି ହୁଏ, ସେ ଥିଲେ ତା’ର ସର୍ବୋଚ୍ଚ ତଥା ବଳିଷ୍ଠ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ପରିବାରର ସେ ମୂଖ୍ୟ ଥିଲେ। ତାଙ୍କର କଥା ସବୁ ବହୁତ ପ୍ରଭାବଶାଳୀ ଥିଲା। ଜନ୍ମ ଥିଲା ତାଙ୍କର ଏକ ଗରିବ ପରିବାରରେ। କିନ୍ତୁ ତାଙ୍କର ଦୃଢ଼ ମନୋବଳ, ନିଷ୍ଠା ଓ ଗଭୀର ଅଧ୍ୟବସାୟ ତାଙ୍କୁ ସଫଳତାର ଶୀର୍ଷ ସ୍ଥାନର ସମ୍ରାଟ କରିଥିଲା। ନିରବଚ୍ଛିନ୍ନ ପ୍ରଚେଷ୍ଟା ଲକ୍ଷ୍ୟସାଧନ ର ପ୍ରମୁଖ ଆୟୁଧ, ଆଭିଜାତ୍ୟର ମୋହର ନୁହେଁ। ମୋହନ ରାଜ ବାବୁ ବହୁତ ଅଭାବ ଅନଟନ ଏବଂ ଦୁଃଖକଷ୍ଟ ଜନିତ ପ୍ରତିକୂଳ ପରିସ୍ଥିତି ରେ ସଂଘର୍ଷ କରି ବହୁ ଶୀର୍ଷ କୁ ଉଠି ସଫଳ ହୋଇପାରିଥିଲେ। କିନ୍ତୁ ତାଙ୍କର ଗର୍ବ ଅହଙ୍କାର ଭଳି କିଛି ନ ଥିଲା। ଶୀର୍ଷ କୁ ପହଞ୍ଚି ଥିଲେ ମଧ୍ୟ ସେ ଅତୀତର ସେଇ ଅତ୍ୟନ୍ତ ସଂଘର୍ଷମୟ ଜୀବନର କଷ୍ଟ କୁ ସେ ଭୁଲି ପାରିନଥିଲେ। ସେ କଥା ମନେପଡ଼ିଲା କ୍ଷଣି ତାଙ୍କ ଆଖିରୁ ଲୁହଧାର ଝରିଆସେ। କମ୍ପାନୀର କାରଖାନାରେ କାର୍ଯ୍ୟରତ ଥିବା ପ୍ରତ୍ୟେକ ଶ୍ରମିକଙ୍କ ସେ ଥିଲେ ଜଣେ ମହାପୁରୁଷ। ସବୁ ଶ୍ରମିକ ମାନେ ତାଙ୍କୁ ଭଗବାନ ଏବଂ ଅନ୍ନଦାତା ରୂପେ ମାନୁଥିଲେ। ତାଙ୍କ କାରଖାନାରେ କାର୍ଯ୍ୟରତ ଥିବା ଶ୍ରମିକ ମାନେ ଦିନ ଯାକ ବହୁତ ପରିଶ୍ରମ କରନ୍ତି ଏବଂ ସଚ୍ଚୋଟ ମଧ୍ୟ। ଏହା ଦେଖି ମୋହନ ରାଜ ବାବୁ ଖୁସି ଥିଲେ। କିନ୍ତୁ ସେହି ଖୁସି ଭିତରେ ସେ ତାଙ୍କ ଅତୀତର କରୁଣ ଦୃଶ୍ୟ କୁ ଭୁଲି ନ ଥିଲେ। ତାଙ୍କର ଧାରଣା ଥିଲା ଯେ, “ମନିଷ ଯେତେ ପଇସା ରୋଜଗାର କଲେ ମଧ୍ୟ ସୁଖଶାନ୍ତି ଓ ଖୁସି ପଇସା ଦେଇ କିଣି ପାରେନା। ତେଣୁ ସେ ଭାବନ୍ତି, ଯେ ଶ୍ରମିକ ହେଲେ କ’ଣ ହେଲା, କିଛି ନ ହେଲେ ତାଙ୍କ ପାଖରେ ଦୁଇ ଆଳିର ଖାଦ୍ୟ ସହ ଖୁସି ତ ଅଛି।”

ତାଙ୍କ ଧାରଣା ଅନୁସାରେ, ସତରେ ତାଙ୍କ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ଖୁସି ରେ ଜୀବନ ଅତିବାହିତ କରୁଥିଲେ। ସେ କୁହନ୍ତି – “ସତରେ ମୋ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ସବୁଠାରୁ ଅଧିକ ସୁଖି, ମୋ ଠାରୁ ମଧ୍ୟ। ଜଣା ନାହିଁ କିଏ ସବୁଠାରୁ ସୁଖି। କିଏ ଦୁଃଖୀ, ହେଲେ ମୋର ଧାରଣା ହେଲା ମଣିଷର ମାନସିକ ସ୍ଥିତ ହିଁ ମଣିଷକୁ ଧନୀ ଗରିବ କରିଥାଏ।”



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract