STORYMIRROR

UPASANA PATTANAYAK

Inspirational Others

3  

UPASANA PATTANAYAK

Inspirational Others

ଆନନ୍ଦ ର ଛିଟା

ଆନନ୍ଦ ର ଛିଟା

2 mins
227

ସୁଶୋଭନ ନାମକ ଜଣେ ବ୍ୟକ୍ତି ସୁଖ ଲାଭ କରିବା ଲାଗି ତପସ୍ୟା କରୁଥାଆନ୍ତି। କିଛି ଦିନ ବିତିଗଲା ପରେ ସ୍ବୟଂ ଭଗବାନ ଦର୍ଶନ ଦିଅନ୍ତି ସୁଶୋଭନ ଙ୍କୁ। ଭଗବାନ କହୁଛନ୍ତି ସୁଶୋଭନ ଙ୍କୁ – “ସୁଶୋଭନ! ମୁଁ ତୁମ ତପସ୍ୟା ରେ ସନ୍ତୁଷ୍ଟ। କ’ଣ ମାଗୁଛ ମାଗ।” ଏହା ଶୁଣି ବ୍ୟକ୍ତି ଜଣକ ଦ୍ଵନ୍ଦରେ ପଡିଯାଇ ଭାବନ୍ତି – “ମୁଁ ତ ସୁଖ ପାଇବା ଲାଗି ତପସ୍ୟା କରୁଥିଲି, ଏବେ ଆଉ ଅଲଗା ଏବଂ ନୂଆ କ’ଣ ମାଗିବି।” ଏସବୁ ଚିନ୍ତା ପରେ ବ୍ୟକ୍ତି ଜଣକ ଚିରନ୍ତନ ସୁଖ ର ବର ମାଗନ୍ତି। ବର ପାଇବା ପରେ ଚତୁର୍ଦ୍ଦିଗ ରେ ଖେଳିଯାଏ ଆନନ୍ଦର ଲହରୀ ଏବଂ ବର୍ଷା ହୁଏ ଆନନ୍ଦ ର ଧାରା। ଏହି ପରି‌ ଦିନ ବିତିଯାଏ, ମାସ ବିତିଯାଏ ଏବଂ ବର୍ଷ ବିତିଯାଏ। ଏତେ ଦିନ ର ସେ ଆନନ୍ଦ ଆଣିଥାଏ ବିରକ୍ତିର ପରାକାଷ୍ଠା। ପରିବର୍ତ୍ତନ ର ଝଲକ ମଧ୍ୟ‌ ନ ଥାଏ। ଏହି ପରିସ୍ଥିତିରେ ମିଶିଯାଇଥାଏ ଏବଂ ତିଆରି ହୋଇଥାଏ ଆନନ୍ଦ ଓ ବିରକ୍ତିର ମିଶ୍ରଣ। 


ଦିନେ ବ୍ୟକ୍ତି ଜଣକ ଚିନ୍ତା ରେ ବସିଥିବା ସମୟରେ ଉଭା ହୁଅନ୍ତି ସ୍ବୟଂ ଭଗବାନ ଏବଂ ପଚାରନ୍ତି –“ସୁଶୋଭନ! ଆନନ୍ଦରେ ଅଛ ତ?” ବ୍ୟକ୍ତି ଜଣକ କୁହନ୍ତି – “ହେ ପ୍ରଭୁ! ଆଉ ଆନନ୍ଦ ମଧ୍ୟ ଆନନ୍ଦ ଦେଉନାହିଁ। ହସି ଚାଲିଛି କିନ୍ତୁ ପୁଲକ ର ପ ଶବ୍ଦ ର‌ ସୁଗନ୍ଧ ନାହିଁ। ଲୋକ ମାନଙ୍କ ର ବିଭିନ୍ନ ଖୁସି ରେ ବହୁ ପୁଲକିତ ହେବାର ଦେଖୁଛି କିନ୍ତୁ ବୁଝିପାରୁନାହିଁ।” 


ଏହା ଶୁଣି ଭଗବାନ ଟିକେ ମୁରୁକି ହସି ଦେଇ କୁହନ୍ତି – “ ଜାଣିଥିଲି ଯେ ତୁମେ ଯାହା ମାଗିଛ ତାହା ତୁମ ପାଇଁ ଦିନେ ବିଷ ପରି ଲାଗିବ। ମୁଁ ନିର୍ବୋଧ ନୁହେଁ। ଏ ଦୁନିଆ ହିଁ ସୁଖ ଏବଂ ଦୁଃଖର ମହାଜାଲ। ଦୁଃଖ ଥିଲେ ହିଁ ଜଣେ ଆନନ୍ଦ ର ଛିଟା କୁ ଅନୁଭବ କରିପାରିବ। ସବୁ ସମୟର ଚିରନ୍ତନ ଆନନ୍ଦ ରେ ଆନନ୍ଦ ମଧ୍ୟ ବିରକ୍ତିର ଗନ୍ଧ ଦେଇଥାଏ। କଥା ରେ ଅଛି ସବୁ ସମୟରେ ମିଠା ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ, କେବେ କେବେ ପିତା ଜିନିଷ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ଯେପରି ନିମ୍ବ ପତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational