STORYMIRROR

UPASANA PATTANAYAK

Abstract Inspirational Children

3  

UPASANA PATTANAYAK

Abstract Inspirational Children

ଲକ୍ଷ୍ୟ

ଲକ୍ଷ୍ୟ

2 mins
175

କାହାଣୀ ଟି ହେଉଛି ଗୋଟିଏ ଛୋଟ ଗାଁର। ସେହି ଗାଁରେ ଥାଆନ୍ତି ଜଣେ ଗୁରୁ। ଗାଁରେ ପାର୍ବଣ ସମୟରେ ଯାଉଥିବା ସମୟରେ ତାଙ୍କୁ ଭେଟନ୍ତି ଦଳେ ଯୁବକ, ଯେଉଁ ମାନେ ତାଙ୍କ ଶିଷ୍ୟତ୍ୱ ପାଇବା ପାଇଁ ଆଗ୍ରହୀ। ଏ ଆଗ୍ରହ ଦେଖି, ଗୁରୁ ଜଣକ ସମସ୍ତଙ୍କୁ ପଚାରନ୍ତି ଗୋଟିଏ ଗୋଟିଏ ସରଳ ପ୍ରଶ୍ନ। ଗୁରୁ ପଚାରନ୍ତି – “ତୁମ ଜୀବନର ଲକ୍ଷ୍ୟ କ’ଣ?”


ଉତ୍ତରରେ ଭିନ୍ନ ଭିନ୍ନ ଉତ୍ତର ଶୁଣନ୍ତି ଗୁରୁ। କିନ୍ତୁ ଗୋଟିଏ ଜିନିଷ ସମାନ ଥାଏ, ସେ ହେଉଛି ଯେ ପ୍ରତ୍ୟେକ ଯୁବକ ନିଜ ନିଜ ଲକ୍ଷ୍ୟରେ ସଫଳ ହେବା ପାଇଁ ଚାହାନ୍ତି। ଏଇ ଉଦ୍ଦେଶ୍ୟ ନେଇ ସେମାନେ ଗୁରୁଙ୍କ ଦିଗଦର୍ଶନର ସାହାଯ୍ୟ ମଧ୍ୟ ଲୋଡ଼ନ୍ତି।


ଏହି ଯୁବକ ମାନଙ୍କ ମଧ୍ୟରୁ ଜଣେ ଏସବୁ ଶୁଣି ଉତ୍ତର ଦିଏ – “ମୁଁ ସଫଳତା ପ୍ରାପ୍ତି ଉପରେ ଆଖି ନ ରଖି ସେ ଦିଗରେ କେବଳ ନିଷ୍ଠାର ସହିତ ଯାତ୍ରା କରିବା ହେଉଛି ମୋର ପ୍ରଥମ କାର୍ଯ୍ୟ।” ଏହା ଶୁଣି ଗୁରୁ ଯୁବକ ଜଣଙ୍କୁ କୁହନ୍ତି – “ଯାହା ତୁମେ କହିଲ, ତାହାର ଅର୍ଥ ସରଳ କରି ବୁଝାଅ।” ଗୁରୁଙ୍କ ମୁହଁରୁ ଏମନ୍ତ ପ୍ରକାର ଶୁଣି ଯୁବକ ଜଣକ ଉତ୍ତର ଦିଏ – “ମୋର ପିତା ଜଣେ ବଣିକ। ବାଣିଜ୍ୟ ବେପାର ରେ ଅଧିକାଂଶ ସମୟ ଦୂର ଦେଶକୁ ଯାତ୍ରା କରନ୍ତି। ଥରେ ତାଙ୍କର ଜାହାଜ ଦୁର୍ଘଟଣା ଗୁରୁତର ଭାବରେ ହୁଏ। ଏ ଦୁର୍ଘଟଣାରେ ଅନେକଙ୍କର ମୃତ୍ୟୁ ହୋଇଯାଏ। କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି ମୋର ପିତା ଏବଂ ତାଙ୍କର ଘନିଷ୍ଠ ସହଯୋଗୀ। ଏପରି ଦୁର୍ଦ୍ଦଶାରେ ମଧ୍ୟ ସେମାନେ ସାହସିକତାର ସହ ପହଁରି ପହଁରି ପହଁଞ୍ଚିନ୍ତି କୂଳରେ। ଏହା ପରେ ଟିକିଏ ନିଃଶ୍ୱାସ ମାରି ଚିନ୍ତା କରନ୍ତି ଘରକୁ ଫେରିବା ବାଟ କଥା। କିନ୍ତୁ ପୁଣି ଭାବନ୍ତି ଯେ ଏତେ ଦୂର ପହଁରି ଆସିବା ପରେ ପୁଣି କିପରି ପରିସ୍ଥିତି ଆସିବ ଏବଂ ଘରକୁ ଫେରିବାର ସ୍ବପ୍ନ ସଫଳ ହେଇପାରିବ କି ନାହିଁ। ପିତାଙ୍କର ସହଯୋଗୀ ଜଣକ ନୈରାଶ୍ୟର ଅନ୍ଧକାରରେ ହତୋତ୍ସାହିତ ହୋଇ ମୃତ୍ୟୁର ବାଟ ସୁନିଶ୍ଚିତ ବୋଲି ଭାବି ଭାଙ୍ଗି ପଡନ୍ତି। କିନ୍ତୁ ମୋ ପିତାଙ୍କ ମନରେ ଭୟ ଥିବା ସତ୍ତ୍ବେ ସେ ଏକ ନୂତନ ସୂତ୍ରର ଆବିଷ୍କାର କରନ୍ତି। ସେ ସୂତ୍ର ହେଉଛି ବଞ୍ଚିବାର ପ୍ରଚେଷ୍ଟା କରିବା ସହିତ ପ୍ରତିଦିନ କିଛି ବାଟ ଚାଲି ଆଗକୁ ଆଗେଇବା। ଲକ୍ଷ୍ୟ ସ୍ଥଳ କଥା ନ ଭାବି କେବଳ କିଛି ବାଟ ଆଗେଇବା ହିଁ ବର୍ତ୍ତମାନର ମୁଖ୍ୟ କାମ ବୋଲି ସେ ବୁଝାନ୍ତି ସହଯୋଗୀଙ୍କୁ। ଏହା ଶୁଣି ସେ ଟିକିଏ ବିଚଳିତ ହୁଅନ୍ତି କିନ୍ତୁ ଆଶାର କିରଣ ତାଙ୍କୁ ଯାତ୍ରା କରିବାର ଶକ୍ତି ଦେଉଥାଏ। ଏମିତି ଭାବେ ଯାତ୍ରା ଏବଂ ସଂଘର୍ଷ ଲାଗିରହିଥାଏ। ଅନେକ ମାସର ଯାତ୍ରାପରେ ଉଭୟ ନିଜ ନିଜ ସ୍ଥାନରେ ପହଞ୍ଚିନ୍ତି। ପହଞ୍ଚିବା ବେଳକୁ ସେମାନଙ୍କର ଅବସ୍ଥା ଗୁରୁତର ଏବଂ ଭିକ୍ଷୁକ ପରି ହୋଇଯାଇଥିବା ସତ୍ତ୍ବେ ସେମାନେ ସେମାନଙ୍କ ନିଷ୍ଠାର ହାତ ଛାଡି ନ ଥିଲେ।”


ଯୁବକ ର ଏହି କଥା ଶୁଣି ସମସ୍ତେ ବାକ୍ୟ ଶୂନ୍ୟ ପ୍ରାୟ। ପୁଣି ଯୁବକ ଜଣକ କହେ – “ମୋ ପିତାଙ୍କର ଏହି ସଂଘର୍ଷର‌ ଯାତ୍ରା ମୋ ଜୀବନରେ ଅନେକ କିଛି କଥା କହେ, ଯାହା ମୋ ପାଇଁ ଏକ ବଡ଼ ଶିକ୍ଷା ଯେ ସଫଳ ହେବାର ଲକ୍ଷ୍ୟ ଗୁରୁତ୍ବପୂର୍ଣ୍ଣ ନୁହେଁ କିନ୍ତୁ ଲକ୍ଷ୍ୟ ପୁରଣ ଦିଗରେ ନିଷ୍ଠାପର ହେବା ଅତି ଆବଶ୍ୟକ, ଯେଉଁ ନିଷ୍ଠା କେବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବାର ବାଟ ଖୋଲିଦେବ।”


ଯୁବକ ର ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ କିନ୍ତୁ ସମସ୍ତେ ଜୀବନର ଏ ସୂତ୍ରଟିକୁ ବେଶ ଭଲ ଭାବରେ ଗ୍ରହଣ କରିନିଅନ୍ତି। ଶେଷରେ ଗୁରୁ ଟିକିଏ ମୁରୁକି ହସି ଦେଇ କହନ୍ତି – “ମୋ କାମ ଟି ଏବେ ସହଜ ହେଲା। ଏବେ ବୁଝିଲ ତ ସମସ୍ତେ ଯେ ଲକ୍ଷ୍ୟ ଗୁରୁତ୍ବପୂର୍ଣ୍ଣ ନୁହେଁ କିନ୍ତୁ ଲକ୍ଷ୍ୟ ପୁରଣ ଦିଗରେ ନିଷ୍ଠାପର ହେବା ଅତି ଆବଶ୍ୟକ, ଯେଉଁ ନିଷ୍ଠା କେବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବାର ବାଟ ଖୋଲିଦେବ।”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract