The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

puspanjali das

Abstract

2  

puspanjali das

Abstract

ଭ୍ରାନ୍ତି

ଭ୍ରାନ୍ତି

6 mins
293


    ସେଦିନ ରାଗିଣୀ ଖୁବ୍ ବିରକ୍ତି ର ସହ ପସିଯାଇଥିଲା,ତା'ଅଞ୍ଚଳ ର ସେଇ ପୁରୁଣା ପୋଲିସ ଷ୍ଟେସନ ଭିତରକୁ, ସାଙ୍ଗରେ ଥିଲା ତା'ଅଫିସ ର ଚତୁର୍ଥ ଶ୍ରେଣୀ ର କର୍ମଚାରୀ କୁଲୁରି। ଯଦିଓ ଅଳ୍ପେ ବହୁତେ ତା'କୁ ସେଠିକାର ଲୋକାଲ ଲୋକ କିଛି ଚିହ୍ନି ଥିଲେ,ତା'ର ଅଫିସ (MCL) ଟା ସେଇ ପାଖରେ ଥିବାରୁ,ହେଲେ ଦୀର୍ଘ ସାତ ବର୍ଷ ର ଚାକିରି ଭିତରେ,ତାକୁ କେବେ ପୋଲିସ ଷ୍ଟେସନ ଯିବାକୁ ପଡିନଥିଲା। ସହର ରେ ବଢିଥିବା ,ଆଧୁନିକା ନିର୍ଭୀକ ଝିଅ ଟିକୁ ଅନେକ କିଛି ଅସୁବିଧା ର ସମ୍ମୁଖୀନ ହେବା କୁ ପଡୁଥିଲା ସେଇ ଗାଉଁଲି ପରିବେଶ ରେ,ହେଲେ ତା'ସଚ୍ଚୋଟତା ଆଗରେ ଯେମିତି ବହୁତ କିଛି ଖୁବ୍ ସହଜରେ ସମାଧାନ ବି ହୋଇଯାଉଥିଲା। କିନ୍ତୁ,କର୍ପୋରେଟ ଦୁନିଆ ରେ HR ହୋଇ ପାଦ ଥାପିଲା ବେଳେ,ତା'ବାପା ଙ୍କର ସେଇ ଦୁଇପଦ କଥା–'ମଣିଷ ଙ୍କୁ ଚିହ୍ନିବା ଆଉ HR ପଦ ଟାକୁ ସମ୍ଭାଳିବା',ଏତେ ସହଜ ନୁହେଁ,ମର୍ମେ ମର୍ମେ ଅନୁଭବ କରୁଥିଲା,ତା'ଚାକିରି ର ପ୍ରଥମ ଦିନ ଠାରୁ।

           ସେଦିନ ପୋଲିସ ଷ୍ଟେସନ ଟା କେମିତି କମ୍ ଗହଳି ଥିଲା ଭଳି ଲାଗୁଥିଲା। ଅଧଭଙ୍ଗା ଚେୟାର ଟି ଉପରେ କନଷ୍ଟେବଳ ଜଣେ ବାଡ଼ି ଖଣ୍ଡେ ଧରି ଢୁଳାଉଥିଲା। ରାଗିଣୀ କୁ ନ ଚିହ୍ନିଲେ ବି ,ତା'ପାଟିରେ କେହିଜଣେ ଉଚ୍ଚ ପଦାଧିକାରୀ ଭାବି ,ଉଠିପଡ଼ି ଠିଆ ହୋଇଯାଇଥିଲା,ଆଉ କ'ଣ ସିଏ ଚାହୁଁଛନ୍ତି ବୋଲି ପଚାରିଦେଇଥିଲା। କନଷ୍ଟେବଳ ଟିର ଅବସ୍ଥା ଦେଖି ରାଗିଣୀ ର ବିରକ୍ତି ଟା ଆଉ ଟିକେ ବଢିଯାଇଥିଲା,ହେଲେ,ନିଜକୁ ସମ୍ଭାଳିନେଇ , ପଚାରିଦେଇଥିଲା–କାହାନ୍ତି ତୁମର ଥାନାବାବୁ? ଏଠି F.I.R.କିଏ ଲେଖିବ?? କନଷ୍ଟେବଳ ଟି ସାମାନ୍ୟ ଅପ୍ରସ୍ତୁତ ହୋଇ କହିପକାଇଲା–ଥାନା ବାବୁଙ୍କ ର ଆଜି ପ୍ରଥମ ଦିନ,ପୁରୁଣା ଥାନାବାବୁ ଙ୍କ ର ଟ୍ରାନ୍ସଫର ହେଇଯାଇଛି। ଆଜି ନୂଆ ଥାନା ବାବୁ ଆସିବେ,ଏପର୍ଯ୍ୟନ୍ତ ଆସିନାହାନ୍ତି। ଅଳ୍ପ ସମୟ ରେ ଆସିଯିବେ ବୋଧେ,ଆପଣ ଟିକେ ଅପେକ୍ଷା କରନ୍ତୁ। ରାଗିଣୀ ର ସେଠି ଅପେକ୍ଷା କରିବାକୁ ଟିକିଏ ବି ଧୈର୍ଯ୍ୟ ନ ଥିଲା। ବହୁ କଷ୍ଟରେ ,ନିଜ ରିସ୍କ ରେ ,ଅଫିସ ଟାଇମ ଭିତରେ, କୁଲୁରି କୁ ପ୍ରତିଶ୍ରୁତି ଦେଇ ଚାଲିଆସିଥିଲା F.I.R. ଲେଖାଇ ଦେବ ବୋଲି,ହେଲେ ଥାନା ର ଅବସ୍ଥା ରୁ କେତେ ସମୟ ଲାଗିବ ଠିକ ଭାବରେ ଅନୁମାନ କରି ପାରୁନଥିଲା!

       ତଥାପି,ଅନ୍ୟନପାୟ ହୋଇ କୁଲୁରି କୁ ବସିବାକୁ କହି,ସେମିତି ଅଧଭଙ୍ଗା ଚେୟାର ଖଣ୍ଡେ ରେ ବସିପଡିଥିଲା। ପାଖରେ ଛିଡ଼ାହୋଇଥିବା କନଷ୍ଟେବଳ ସାଙ୍ଗରେ କିଛି କଥାବାର୍ତ୍ତା କରିବାକୁ ଯଦିଓ ତା'ର ଜମାରୁ ଇଛା ନ ଥିଲା, ହେଲେ ତା'କୁ କେବଳ କୁଲୁରି ତରଫ ରୁ F.I.R ଟା ଦେବାକଥା ବୋଲି ଜଣାଇଦେଇଥିଲା। କନଷ୍ଟେବଳ ଟିର କିନ୍ତୁ କଥା କହିବା ବନ୍ଦ ହେଉନଥିଲା,କେତେଟା ପ୍ରଶ୍ନ ପଚାରି ,ନିଜେ ତା'ର ଉତ୍ତର ବି କହିପକାଉଥିଲା। ଏମିତି କହୁ କହୁ କହିପକାଇଥିଲା–ଆଜ୍ଞା,ଆମ ନୂଆ ଥାନାବାବୁ ଭାରି ଭଲ ଲୋକ ବୋଲି ଶୁଣୁଛୁ,ଖାଲି–ବାକ୍ୟଟି ଅଧା କହି,ରହିଯିବାରୁ,ରାଗିଣୀ ପୁରା କରିଦେଇ ପଚାରିଦେଇଥିଲା–କ'ଣ ରାଗି? ସବୁ ଭଲ ପୋଲିସ ଅଫିସର ପ୍ରାୟ ରା ଗି ଟିକେ ହୋଇଥାନ୍ତି ବୋଲି ,ଲୋକେ କୁହନ୍ତି। ସଚ୍ଚୋଟ ହୁଅନ୍ତୁ କି ନ ହୁଅନ୍ତୁ,ଭଲ ପୋଲିସ ଵାଲା ମାନେ ରାଗି,ଏଇଆ ତ? ସାଙ୍ଗେ ସାଙ୍ଗ କନଷ୍ଟେବଳ ଟି କହିପକାଇଥିଲା–ନାଇଁ ଆଜ୍ଞା,ସେକଥା ନୁହେଁ,ଦେଖିବାକୁ---ପୁଣି ଅଧା ବାକ୍ୟ ରେ ରହିଯାଇଥିଲା। ଏଥର ରାଗିଣୀ ର ରାଗ ଓ ବିରକ୍ତି ଟା ଏତେ ବଢିଯାଇଥିଲା ଯେ,ଆଉ ଧୈର୍ଯ୍ୟ ରହି ନ ଥିଲା,ସଙ୍ଗେ ସଙ୍ଗେ କହିପକାଇଥିଲା–ଓଃ, ଦୁର୍ଦ୍ଧା ନ୍ତିଆ? ତା'ହେଲେ ତ ଭଲ,ଏଠିକାର ଛୋଟକାଟିଆ ଚୋର ,ଲୁଟିଆ ଙ୍କ ର ଭାଳେଣି ପଡିଯିବ,ହେଲେ କାହାନ୍ତି ତୁମର ସେ ଥାନାବାବୁ??

ପ୍ରଥମ ଦିନରେ ଲେଟ୍! ହଁ,ଇଣ୍ଡିଆନ୍ ଟାଇମ,ତା'ସାଙ୍ଗକୁ ସରକାରୀ ଚାକିରି କିଏ ଦେଖୁଛି?

          ଏତିକିବେଳେ ରୁମ୍ ଭିତରକୁ ,ଆଉଜଣେ ପୋଲିସ ଅଫିସର ଙ୍କ ସାଙ୍ଗରେ କଥା ହୋଇ ହୋଇ ,ଖୁବ୍ ତର ତର ରେ ପସି ଆସିଥିଲେ ନୂଆ ଥାନାବାବୁ,ଯାହାକୁ ସେ କନଷ୍ଟେବଳ ଟି ଧଡପଡ ହୋଇ ଠିଆ ହୋଇ ,ସାଲୁଟ ମାରି ଜଣାଇଦେଇଥିଲା। ରାଗିଣୀ ପ୍ରଥମେ ନିଜ ଆଖିକୁ ଵିଶ୍ଵାସ କରିପାରିନଥିଲା,ହଠାତ୍ ,ଏମିତି ସେ ବ୍ୟକ୍ତି ଜଣଙ୍କୁ ଭେଟିବ ବୋଲି ତା'କଳ୍ପନା ବାହାରେ ଥିଲା। ସେଦିନ ର ଘଟଣା ଟା ତା'ଆଖି ଆଗରେ ନାଚିଉଠିଥିଲା–ଗାଡି ଚଲାଇ AMRI ହସ୍ପିଟାଲରୁ ଫେରୁ ଫେରୁ,ସେଦିନ ତା'ର ବହୁତ ଡେରି ହୋଇଯାଇଥିଲା,ଅନେକ ଗୁଡିଏ ଟେଷ୍ଟ ଏକା ଦିନକରେ କରିବା କୁ ପଡିଥିଲା ବୋଲି, ତାକୁ ଯାହାହେଲେ ବି ଘରକୁ ଫେରିବାକୁ ପଡିବ ଜାଣି ବ୍ୟସ୍ତ ହୋଇପଡୁୁଥିଲା। ଦାଉ ସାଧିଲା ଭଳି,ଗାଡିଟା ମଧ୍ୟ ସେଦିନ ଅଧା ବାଟରେ ଖରାପ ହୋଇଯାଇଥିଲା। ଯଦିଓ ନୂଆ ଗାଡି ଚଲାଉ ନ ଥିଲା,ହେଲେ,ନୂଆ ଗାଡି ଟି ଯେ ତାର ଏତେ ଶୀଘ୍ର ଏମିତି ବାଟରେ ଖରାପ ହୋଇଯିବ,ଏକଥା ବି ଚିନ୍ତା କରିନଥିଲା! ବିଳମ୍ବ ରାତ୍ରୀ ର ନିଛାଟିଆ ରାସ୍ତା କ'ଣ କରିବ ,କିଛି ଭାବି ପାରୁନଥିଲା! ନିଜ ବୁଦ୍ଧି ଲଗାଇ ସବୁପ୍ରକାର ଚେଷ୍ଟା କରିସାରିଥିଲେ ସୁଦ୍ଧା,ଗାଡିଟିକୁ ଠିକ କରିପାରିନଥିଲା। ଘରେ ନାତା'ରୋଗିଣା ବାପାଙ୍କୁ ଜଣାଇ ପାରୁଥିଲା ନାଁ ସାନ ଭଉଣୀ ଟିକୁ କିଛି କହିପାରୁଥିଲା,କାରଣ ,ସେମାନେ ଜାଣିଲେ କିଛି କରିତ ପାରିବେନି,ଖାଲି ବ୍ୟସ୍ତ ହେବେ,ଭାବି ପାଖରେ ଥିବା କେତେଜଣ ବନ୍ଧୁଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲା। ହେଲେ ,ଦୁର୍ଭାଗ୍ୟ ବଶତଃ ନେଟୱର୍କ ବି ସେଠି ଜମାରୁ ଧରୁନଥିଲା। 'ବିପଦ ଯେତେବେଳେ ଆସେ ,ବନ୍ଧୁବାନ୍ଧବ ଙ୍କୁ ଧରି ଆସେ',କଥାଟିର ସତ୍ୟତା ଅନୁଭବ କରୁଥିଲା। ନିଜ ମନକୁ ଏଥର ଦୃଢ କରୁଥିଲା,ନିଶ୍ଚୟ କିଛି ନା କିଛି ଭଗବାନ ବ୍ୟବସ୍ଥା କରିଦେବେ ଭାବିଲା ବେଳକୁ ,ପାଖରେ ଟ୍ୟାକ୍ସି ଟିଏ ଆସି ଠିଆ ହୋଇଯାଇଥିଲା। ଗାଡି ଟିର ବହାରପଟୁ ଟ୍ୟାକ୍ସି ଭଳି ଲାଗୁଥିଲେ ହେଁ ,ଗାଡି ଚାଳକ ଜଣ ଙ୍କୁ ଦେଖିଦେଇ ରାଗିଣୀ ର ସବୁ ଆଶା ଯେମିତି ମଉଳି ଯାଇଥିଲା। ଗାଡି ଭିତରୁ ବାହାରି ଆସିଥିଲେ ଜଣେ ଭୀମକାୟ ବ୍ୟକ୍ତି, ଭୀମକାୟ ସାଙ୍ଗରେ କଦାକାର ବି କହିଲେ ଭୁଲ ହେବନି! ପ୍ରଥମ ଥର କରି ସାହସୀ ରାଗିଣୀ ର ମନଟା ଦବି ଯାଇଥିଲା। ଏମିତିଆ ଲୋକ ଙ୍କୁ ସେ କେବେ ଭେଟିବ,ପୁଣି ଏମିତି ପରିସ୍ଥିତି ରେ,ସ୍ୱପ୍ନ ରେ ବି ଭାବି ନ ଥିଲା! ଆଶଙ୍କା ଓ ଭୟ ର ମିଶାମିଶି ରଙ୍ଗଟାା ତା'ମନ ଓ ଶରୀରରେ ବୋଳି ହୋଇଯାଇଥିଲା।

          ବ୍ୟକ୍ତି ଜଣକ ତା'ପାଖକୁ ଚାଲିଆସି,ତା'ଗାଡି ଓ ତା'ର ଅସହାୟ ଅବସ୍ଥାକୁ ଦେଖି ହୁଏତ ଅନୁମାନ କରିପାରିଥିଲେ,ଯୋଉଥି ପାଇଁ ସିଧା ତାକୁ ତାଙ୍କ ଗାଡି ରେ ଯିବାକୁ ଅନୁରୋଧ କରିଥିଲେ। ଅନୁରୋଧ ଟା ଯଦିଓ ତାଙ୍କ ର ଆଦେଶ ଭଳି ଥିଲା,ହେଲେ,ରାଗିଣୀ ର ଭୟ ଟା ଏତେ ବଢିଯାଇଥିଲା ଯେ,କିଛି ଚିନ୍ତା ନ କରି ସିଧା ମନା କରିଦେଇଥିଲା। ସେତିକି ବେଳେ, ବାଇକ ରେ ଦୁଇଜଣ ଯୁବକ ଖୁବ୍ ଜୋର ରେ ଅଚାନକ ତା'ଗାଡି ପାଖରେ ବ୍ରେକ ଲଗାଇ ଦେଇଥିଲେ,ଓ ଦୁଇଜଣ ଯାକ ଓହ୍ଲାଇ ପଡି ,ସମବେଦନା ଜଣାଇଲା ପରି ତା'ପାଖକୁ ମାଡ଼ି ଯାଇଥିଲେ,ଯଦିଓ ନିଜ ଶରୀର ର ଭାରସାମ୍ୟ ରକ୍ଷା କରିପାରରୁନଥିଲେ ଚାଲିଲାବେଳେ,ତଥାପି ତା'କୁ ଲିଫ୍ଟ ଦେବାକୁ ଆଗେଇ ଯାଇଥିଲେ,ଜୋର କରିବା ମଧ୍ୟ ଆରମ୍ଭକରି ଦେଇଥିଲେ। ରାଗିଣୀ କିଛି କହିବା ପୂର୍ବରୁ ଟ୍ୟାକ୍ସି ରେ ଆସିଥିବା ବ୍ୟକ୍ତି ଜଣକ କିନ୍ତୁ ଆଗେଇଆସିଥିଲେ ଓ ଯୁବକ ଦୁଇଜଣଙ୍କ ଆଗରେ ଠିଆ ହୋଇ,ଚାଲିଯିବାକୁ ଏକପ୍ରକାର ଆଦେଶ ଦେଇଥିଲେ। ଯୁବକ ଦ୍ୱୟ ହୁଏତ ସେ ବ୍ୟକ୍ତି ଙ୍କୁ ଗାଡି ଅଟକାଇବା ପୂର୍ବରୁ ଦେଖିପାରିନଥିଲେ,କିଛି ସମୟ ତାଙ୍କୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଅଣାଇଦେଇ ,ତର ତର ହୋଇ ,ଭୁତ ଦେଖିଲା ଭଳି ,ଖୁବ୍ ଜୋର ରେ ଗାଡି ଚଲାଇ ଚାଲିଯାଇଥିଲେ।

          ଅନ୍ୟନପାୟ ହୋଇ ରାଗିଣୀ ଟ୍ୟାକ୍ସି ଟିର ପଛ ସିଟ ରେ ଅତି ସନ୍ତର୍ପଣ ରେ ବସିପଡିଥିଲା। ଗାଡି ଚଳାଉ ଚଳାଉ ,ବ୍ୟକ୍ତି ଜଣକ ରାଗିଣୀ ର ପରିଚୟ ଟା ଯଦିଓ ବୁଝି ନେଇଥିଲେ,ହେଲେ ଭୟ ଓ ଆଶଙ୍କାରେ ବୁଡିଥିବା ରାଗିଣୀ କିନ୍ତୁ କିଛି ପଚାରି ପାରି ନ ଥିଲା। କେବଳ ମନେ ମନେ କିଛିବାଟ ହନୁମାନ ରକ୍ଷା କବଚ –'ଅଞ୍ଜନୀ ଗର୍ଭ ସମ୍ଭୁତ,କପିନ୍ଦ୍ର ସଚ୍ଚିବୋତ୍ତମ,ରାମପ୍ରିୟ ନମୋସ୍ତୁଭ୍ୟମ ହନୁମାନ ରକ୍ଷ ସର୍ବଥା' ଗାଇ ଚାଲିଥିଲା,ଯୋଉଟା ରେ ତାର ପୁର୍ଣ ବିଶ୍ୱାସ ଥିଲା। ବ୍ୟକ୍ତି ଜଣକ ଙ୍କୁ ଟ୍ୟାକ୍ସି ଚାଳକ ବୋଲି ସମ୍ପୂର୍ଣ୍ଣ ରୂପେ ଧରିନେଇ କେଇପଦ ଉତ୍ତର କେବଳ ଦେଇଥିଲା। ଯଦିଓ ତା'ଘର ପାଖରେ ,କହିବା ଅନୁଯାୟୀ ସୁରକ୍ଷିତ ଅବସ୍ଥାରେ ଛାଡ଼ିଦେଇ ସେଦିନ ସେ ବ୍ୟକ୍ତି ଜଣକ ତା'ର ସବୁ ଭୟ ଓ ଆଶଙ୍କା କୁ ଧୋଇ ଦେଇଥିଲେ, ହେଲେ,ରାଗିଣୀ ର ମନ ରେ କ୍ଷୋଭ କିନ୍ତୁ ରହିଯାଇଥିଲା। ତା'ପରିସ୍ଥିତି ସହିତ ତାଙ୍କ ଚେହେରା ଟିରେ ଏତେ ଭୟଭୀତ ହୋଇଯାଇଥିଲା ଯେ,ଲୌକିକତା ଦୃଷ୍ଟିରୁ କୃତଜ୍ଞତା ଟିକକ ମଧ୍ୟ ଜଣାଇପାରି ନ ଥିଲା! ସେଇ କେତେଟା ମୁହୂର୍ତ୍ତରେ ରେ ତା'ବୋଉ ର କଥା ଟା –ଯେତେ ସାହସୀ,ପାଠ ପଢୁଆ ହେଲବି,ଝିଅ ଟି ଯେ ଦୁର୍ବଳ,ଅସୁରକ୍ଷିତ ଭାବନା ତା 'ମନରେ ରହିବ',ଯାହାକୁ ଯୁଗ ବଦଳି ଗଲାଣି କହି ହସରେ ଉଡାଇ ଦେଉଥିଲା,ଯେମିତି ମର୍ମେ ମର୍ମେ ଅନୁଭବ କରିପାରିଥିଲା!

        ହଠାତ୍ ଥାନବାବୁ ଙ୍କର ବସିବାକୁ କହିବା ପଦକରେ ରାଗିଣୀ ତା'ଭାବନା ରାଜ୍ୟ ରୁ ଫେରି ଆସିଥିଲା। ଅପ୍ରସ୍ତୁତ ହୋଇଯାଇ 'ଧନ୍ୟବାଦ' ଟିଏ କହି ବସିପଡିଥିଲା। ଏଥର ଥାନା ବାବୁଙ୍କର ମୁହଁ ରୁ ବାହାରି ଆସିଥିଲା–କୁହନ୍ତୁ ଆଜ୍ଞା, କ'ଣ ଆପଣଙ୍କ ର ପ୍ରବ୍ଲେମ। ଏତେ ସମୟ ଅପେକ୍ଷା କରାଇ ଥିବାରୁ ପ୍ରଥମେ କ୍ଷମା ମାଗି ନେଉଛି। ସରକାରୀ ଗାଡି ଗୁଡିକର ଅବସ୍ଥା ତ ଆପଣ ଜାଣିଥିବେ,ଆପଣ ବି ଜଣେ ସରକାରୀ କର୍ମଚାରୀ। ପ୍ରଥମ ଦିନ ଟାରେ ,ବାଟରେ ଧୋକା ଦେଇଦେଲା,ସେଦିନ ଯେମିତି ଧୋକା ଦେଇଥିବାରୁ ଆପଣ ବି ଧୋକା ଖାଇ ଯାଇଥିଲେ! ମୁହଁରେ ତାଙ୍କର ସ୍ମିତ ହାସ୍ୟ ଟା ଯେମିତି ରାଗିଣୀ କୁ ଆଉଟିକେ ଅପ୍ରସ୍ତୁତ କରିଦେଇଥିଲା।

     ଆପଣ କୁହନ୍ତୁ,ମୁଁ ଶୁଣୁଛି,ଯାହା କରିହେବ,ନିଶ୍ଚୟ କରାଯିବ,ତାଙ୍କର ଏତିକି କଥାରେ ,ରାଗିଣୀ ର ତଣ୍ଟି ଟା ଶୁଖିଆସିଥିଲା,ପାଖ ଟେବୁଲ ଉପରେ ଥୁଆ ହୋଇଥିବା ପାଣିଗିଲାସ କ ଏକା ନିଶ୍ୱାସ ରେ ପିଇ ଦେଇଥିଲା ଓ ଗଳା ସଫାକରି କହିପକାଇଲା–ଆଜ୍ଞା,ଆପଣ ଏ ଥାନାର----? ହଁ ଆଜ୍ଞା,ତା'କଥାକୁ ସମ୍ପୂର୍ଣ୍ଣ କରିବାକୁ ନ ଦେଇ ,ଖୁବ୍ ସହଜ ଭାବରେ,କହିଉଠିଥିଲେ ଥାନାବାବୁ–ମୁଁ ଏଇ ଥାନାକୁ ବଦଳି ହୋଇ ଆସିଛି। ଆପଣ ଙ୍କ ର ପୋଲିସ ପ୍ରତି ଧାରଣା ,ହୁଏତ କିଛିଟା ବଦଳାଇପାରିବି ମୋର ଏଠି ରହଣି ଭିତରେ ବୋଲି ଭାବୁଛି। ରାଗିଣୀ କିଛି କହିବା ପୂର୍ବରୁ ତା'ର ମନେପଡିଯାଇଥିଲା,ଯେ ସେଦିନ ,ଆଜିକାଲି ପୋଲିସ ଗୁଡା ଜମା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି କହିଦେଇଥିଲା,ଓ ସେଥିପାଇଁ, ସେତେବେଳେ ମନେ ମନେ ଖୁବ୍ ଲଜ୍ଜିତ ଅନୁଭଵ କରିଥିଲା। ସେତିକି ବେଳେ କୁଲୁରି ତା'ଜାଗାରୁ ଉଠିଆସି କହିପକାଇଥିଲା–ମ୍ୟାଡାମ୍ ,ଆଜି କ'ଣ ଲେଖା ପଢା ହବ? ଏତକ କଥାରେ ସତେ ଯେମିତି ସବୁଯାକ ସାହସ ଫେରିପାଇଯାଇଥିଲା ରାଗିଣୀ,ଶାନ୍ତ ହୋଇ କହିଥିଲା–ହଁ,ଥାନବାବୁ ତୋର ଆଜି ଲେଖା ରଖିବେ। ତତେ ଆଉ ବାର ବାର ଥାନାକୁ ଦଉଡି ନିରାଶ ହେବାକୁ ପଡିବନି। ତୁ ଆଉ ଡରେନି।

              ରାଗିଣୀ ସେଦିନ ଥାନାରେ କୁଲୁରି ର ସବୁ ଅଭିଯୋଗ _,କେମିତି ତା' ଝିଅ ଓ ତା'କୁ ,ସେ ଜାଗାର ଲୋକାଲ ଟୋକା କେତେଟା ହଇରାଣ କରୁଛନ୍ତି, ତା'ଘରୁ ମଧ୍ୟ କହି କହି କି ଚୋରି କରୁଛନ୍ତି,ଲେଖିକି F.I.R.ଦେଇଆସିଥିଲା। ଯଦିଓ ପ୍ରଥମ ସପ୍ତାହ ଟି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନେଲାଭଳି ଲାଗି ନ ଥିଲା,କିନ୍ତୁ ଦ୍ଵିତୀୟ ସପ୍ତାହ ରେ ସେ ଟୋକା ୨ଟିଙ୍କୁ କୌଣସି ଅନ୍ୟ ଏକ ଘଟଣା ରେ ହାଜତ ଭିତରେ ଦେଖିବାକୁ ମିଳିଥିଲା। ପରେ ରାଗିଣୀ ଖବର ନେବାରୁ ଜାଣିପାରିଥିଲା ଯେ,ସେଇଟା ସେ ନୂଆ ଥାନାବାବୁ ଙ୍କ ସେମିତିଆ କେସ କୁ ହ୍ୟାଣ୍ଡଲ କରିବାର ଷ୍ଟାଇଲ୍ ଥିଲା।

   ଖୁବ୍ କମ୍ ଦିନ ଭିତରେ ସେ ଜାଗାର ରଙ୍ଗ ହିଁ ବଦଳି ଯାଇଥିଲା,ରାଗିଣୀ କୁ ଅଫିସ ଯିବା ସମୟରେ କେମିତି ଟିକେ ନିରାପଦ ଲାଗୁଥିଲା। ଆଉ କମ୍ପାନିର ଯୋଉଦିନ ବାର୍ଷିକ ଉତ୍ସବ ହୋଇଥିଲା, ସେଦିନ ଥାନାବାବୁଙ୍କୁ ଦେଖିପକାଇ ରାଗିଣୀ ନିଜେ ପାଛୋଟି ନେବାପାଇଁ ଚାଲି ଯାଇଥିଲା, ଆଉ ମନେ ମନେ ଭାବୁଥିଲା–ପାଠପଢୁଥିବା ସମୟର proverb ଟିକୁ–'Never judge a book by its cover!',ସତରେ କେତେ ସତ କଥା ଟିଏ


Rate this content
Log in

More oriya story from puspanjali das

Similar oriya story from Abstract