STORYMIRROR

Kalpana Kumari Pradhan

Abstract

3  

Kalpana Kumari Pradhan

Abstract

ଭକ୍ତି ର ଅନ୍ତରାଳେ

ଭକ୍ତି ର ଅନ୍ତରାଳେ

3 mins
291

"ଉଠ ଉଠ ", ବସ ପହଞ୍ଚିଛି କାଶୀ ବିଶ୍ୱନାଥଙ୍କ ନିକଟରେ l

ଡାକ ଶୁଣି ପଥଶ୍ରାନ୍ତରେ ନିଦ୍ରା ଯାଇଥିବା ଦେହଟା ମୋର ପ୍ରକୃତିସ୍ଥ ହେଲା l ବସଟି ମନ୍ଦିର ଠାରୁ ଅଳ୍ପ ଦୂରେ ଅଟକି ଥାଏ l ସବୁ ଯାତ୍ରୀ ଚାଲିଲୁ ପ୍ରଭୁଙ୍କର ଦର୍ଶନ ଅଭିଳାଷରେ l

ଘନଶ୍ୟାମ ରଥ ଥିଲେ ଜଣେ ଶିକ୍ଷକ l ବୟସର ଅପରାହ୍ନରେ ପାଦ ଥାପିଲେଣି l ଏଇ ଅଳ୍ପ ଦିନ ପୂର୍ବରୁ ଚାକିରିରୁ ଅବସର ନେଇଛନ୍ତି l ଛଅ ଝିଅ ଗୋଟିଏ ପୁଅ ଏବଂ ଧର୍ମ ପତ୍ନୀ ନେଇ ତାଙ୍କ ସଂସାର l ଜଞ୍ଜାଳ ମୟ ଜୀବନରେ ସେ କେବେ ସମୟ ପାଇନାହାନ୍ତି ଭ୍ରମଣ ପାଇଁ l ପାଠ ପଢିଲାବେଳେ ଥରେ ଯାଇଥିଲେ ରାଜ୍ୟ ବାହାରକୁ l ତା ପରଠୁଁ ସୁଯୋଗ ମିଳିନାହିଁ ଅବା ସେ ଚାହିଁନାହାନ୍ତି l ସେଦିନ ସନ୍ଧ୍ୟାରେ ସଉଦା ଆଣିଲାବେଳେ ବନ୍ଧୁ ରାଘବ ଭେଟ ହେଲେ ଏବଂ ଗୋଟେ ପ୍ରସ୍ତାବ ଦେଲେ l

ଚାଲ ମିଶିକି ତୀର୍ଥ ଯାତ୍ରାରେ ଯିବା ଆମ ଗ୍ରାମରୁହିଁ ବସ ବାହାରିବ ସେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ବାହାରିବ ଆଲ୍ହାବାଦର ତ୍ରିବେଣୀ ସଙ୍ଗମ ଅଭିମୁଖେ l ସେଠାରେ ଅସ୍ଥି ବିସର୍ଜନ, ଶ୍ରାଦ୍ଧ ଗଙ୍ଗା ସ୍ନାନ ଆଦି ହେବ l

ସେଠୁଁ ପୁଣି କାଶୀ ଏମିତି କେତେ ପର୍ଯ୍ୟଟନ ସ୍ଥଳ ଅବଲୋକନ କରି ଫେରିବା l ପ୍ରଥମେ ମନ ହେଉନଥିଲା କିନ୍ତୁ ବନ୍ଧୁ କଥା ଶୁଣି ତଥା ବାପା ମା ଙ୍କର ଅସ୍ଥି ବିସର୍ଜନ ତଥା ବିଶ୍ୱନାଥଙ୍କ ଦର୍ଶନ ଭିତରେ ହେଇଯିବ l ନିର୍ଧାରିତ ଦିନ ଯାତ୍ରା ଆରମ୍ଭ ହେଲା l କିନ୍ତୁ ମୁଁ ମନ ଆନନ୍ଦରେ ଘରୁ ବାହାରି ପାରିଲି ନାହିଁ କାରଣ ମୋ ସର୍ବ କନିଷ୍ଠ ଝିଅଟି ଝାଡା ଜ୍ୱରରେ ପୀଡିତ l କଣ କରିବି ଟିକଟ ହେଇଯାଇଛି ସବୁ ମୋର ପରିଚିତ ଭାଇ ଭଉଣୀ ମାନେ ଯାଉଛନ୍ତି ଯାତ୍ରା ରେ ମୋତେ ଟିକେ ସହଯୋଗ ହେବ l ବଡ଼ ଝିଅ ଘରର ଦାୟିତ୍ୱ ନେଇ ମୋତେ ନିର୍ଦ୍ୱନ୍ଦରେ ଯାତ୍ରା କରିବାକୁ କହିଲା l ପତ୍ନୀକୁ ନେଇ ପ୍ରଭୁଙ୍କର ଭରସାରେ ସବୁ ଅର୍ପଣ କରି ବାହାରି ପଡ଼ିଲୁ l ମୋ ପତ୍ନୀ ଓ ମୁଁ କେବେ ଏପରି ବାହାରକୁ ଯାଇ ନଥିଲୁ l ବହୁ ରୋମାଞ୍ଚରେ ମନ ଆନ୍ଦୋଳିତ ହୋଉଥାଏ l

ବସ ମଝିରେ ମଝିରେ ଉତ୍ତମ ଜାଗା ଦେଖି ରହଣୀ କରେ l ରୋଷେଇ ବାସ ହୁଏ, ଭାବର ଆଦାନ ପ୍ରଦାନ ହୁଏ l ଏପରି ଦିନ ଗଡି ଚାଲେ ଆଲ୍ହାବାଦରେ ଶ୍ରାଦ୍ଧ ସାରି ଆମେ ବିଶ୍ୱନାଥଙ୍କ ନିକଟକୁ ଯାତ୍ରା କଲୁ l ଅଭ୍ୟାସ ନ ଥାଏ ତେଣେ ଏତେ ଦୂର ବସ ଯାତ୍ରା ଦେହ ଧୀରେ ଧୀରେ ଭାରାକ୍ରାନ୍ତ ଲାଗୁଥାଏ l ସେଇ ପରମ ପ୍ରସିଦ୍ଧ କାଶୀ ଧାମରେ ମୁଁ ପାଇଲି ଏକ ଅଲୌକିକ ଅନୁଭୂତି l ଘଟଣାଟି ଥିଲା ଏପରି -ସମସ୍ତେ ତର ତର ହୋଇ ଦର୍ଶନ କରୁଥାନ୍ତି ବିଶ୍ଵନାଥଙ୍କୁ l ମୁଁ ବି ଠାକୁରଙ୍କୁ ଦର୍ଶନ କଲି କିନ୍ତୁ ମୋ ଭକ୍ତିର ଯେପରି ଏକ ଅନ୍ତରାଳ ଘଟିଯାଇଥିଲା l ମୋ ହୃଦୟ ବେଦୀରେ ସଦା ପୂଜିତ ସେଇ କାଶୀ ବିଶ୍ୱନାଥଙ୍କୁ ଦେଖି ମୋ ମନ ଖୁସିରେ ଗଦ ଗଦ ନ ହୋଇ କରିଥିଲା ପ୍ରଶ୍ନ l ଏ କଣ ସେଇ କାଶୀ ବିଶ୍ୱନାଥ ଯିଏ ସାରା ବିଶ୍ୱରେ ବନ୍ଦିତ? ଅତି ସାଧାରଣ ଲାଗିଲା ମୋତେ l ଭାବନାର ଅନ୍ତ ଘଟିଲା ବେଳକୁ ମୁଁ ମୋ ଯାତ୍ରୀ ଭାଇ ମାନଙ୍କୁ ଠୁଁ ହୋଇଥିଲି ବିଛିନ୍ନ l ଅଜଣା ଜାଗା ସାହାଯ୍ୟ ପାଇଁ ଘୁରିବୁଲିଲି ସେଠାରେ l ଶେଷରେ ପୋଲିସ ନିକଟରେ ବି ମୋ ଦୁଃଖ କହିଲି କିନ୍ତୁ କିଛି ଫାଇଦା ନାହିଁ l

ଏପଟେ ବସରେ ମୁଁ ନାହିଁ ଜାଣି ମୋ ପତ୍ନୀଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ l ସେମାନେ ମୋତେ ଖୋଜିବା ପାଇଁ ମନ୍ଦିର ଆସିଲେ କିନ୍ତୁ ମୁଁ ସେମାନଙ୍କୁ ଖୋଜି ଖୋଜି ସହର ରେ ଘୁରୁଥାଏ l ଅଜଣା ସହର ସେପଟେ ପରିବାର ତଥା ପତ୍ନୀଙ୍କ କଥା ଭାବି ଯାହା ଅନୁଭବ ଶବ୍ଦରେ ବର୍ଣ୍ଣନା କରିହେବନି l

ଶେଷରେ ମୁଁ ପୁଣି ଫେରିଲି ବିଶ୍ୱନାଥଙ୍କ ନିକଟକୁ l ହୃଦୟର ଭକ୍ତି ଯେପରି ଅଶ୍ରୁ ହୋଇ ଝରିପଡୁଥାଏ ଆଖିରୁ l ପ୍ରଭୁଙ୍କ ସେଇ ଦିବ୍ୟତ୍ୱ ଅନୁଭବ କଲି ଏହି ଚର୍ମ ଚକ୍ଷୁରେ l କରିଥିବା ଭୁଲର ଅନୁତାପ କରି ଲୋଟି ପଡ଼ିଥିଲି ଚରଣରେ l ହଠାତ ମୋ କାନ୍ଧରେ ମୋ ବନ୍ଧୁ ରାଘବଙ୍କ ହାତ l ଆରେ ଘନଶ୍ୟାମ କୁଆଡେ ଯାଇଥିଲ!ଖୋଜି ଖୋଜି ଆମେ ଥକି ପଡିଲୁଣି l

ବିଶ୍ଵନିଅନ୍ତା ନିକଟରେ ଅଶେଷ କୃତଜ୍ଞତା ଜଣାଇ ଫେରିଥିଲୁ l ତାଙ୍କରି ଦୟାରୁ ମୋ ପରିବାର ତଥା ମୋ ସାନ ଝିଅ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲା l 



Rate this content
Log in

Similar oriya story from Abstract