Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lipsa Acharya

Romance

2.3  

Lipsa Acharya

Romance

ଭିନ୍ନ ଶରୀର ଅଭିନ୍ନ ମନ

ଭିନ୍ନ ଶରୀର ଅଭିନ୍ନ ମନ

3 mins
350



"ଦିଦି.. ଦିଦି... ଦେଖିବୁ ଆସେ ....ଆରେ ,ତୁ ଆସେ ଆଗ...

କାହିଁକି ଚିଲୋଉଛୁ ? କଣ ହେଇଛି?


ଦିଦି ତୁ ପରେ ରୋଷେଇ କରିବୁ । ଆଗ ଦେଖୁବୁ ଆସେ । ସେ ସାଗର ଭାଇ..."

(ସୀମା ଦୌଡି ଆସି ଟି.ଭି ସମୁଖରେ ଠିଆ ହେଲା । ଆଶ୍ଚର୍ଯ୍ଯ ହେଇ ଅନେଇ ରହିଲା । ସେ ଖୁସି ହବ ନା ଦୁଃଖ କରିବ ବୁଝିପାରୁ ନ ଥିଲା । )


ଦିଦି ତୁ ଏଥର କଣ କରୁବୁ ! ତୋତେ ୟାକୁ ବାହା ହେବାକୁ ପଡିବ । ସେ ସର୍ତ୍ତ ପୂରଣ କରିଛି । 


ତୁ ଚୁପ୍ କର !


ଅନେକ ଅସମାହିତ ପ୍ରଶ୍ନ ସବୁ ସୀମା ମନରେ ଉଠିବାକୁ ଲାଗିଲା । ତା ଖିଆଲି କଥାଟା ସାଗରକୁ ବହୁତ ବାଧି ଯିବ , ସେ କେବେ ଭାବିନଥିଲା । ଆଉ ଅସମ୍ଭବ ସର୍ତ୍ତକୁ ସତ କରିଦବ । ହେ ! ମୁଁ ବି କଣ ସବୁ ଭାବୁଛି । ସାଗର ମୋତେ ମନେ ରଖିଥିବ । 


ସାଗର ଟି.ଭି ପରଦାରେ ନିଜ ସଫଳତାର କାହାଣୀ କହୁଥାଏ । କେମିତି ସେ ଭାରତୀୟ ପ୍ରସାଶନିକ ସେବା ପାଇଁ ପ୍ରସ୍ତୁତ କଲା । ପ୍ରଥମ ପ୍ରୟାସରେ କିପରି ସଫଳ ହେଲା । କାଲିର ଅପରିଚିତ ଚେହରାଟା ଆଜି ସମସ୍ତ ପାଇଁ ଏକ ବ୍ଯକ୍ତିତ୍ବ ହେଇ ଠିଆ ହେଇଛି । ସବୁ ଆଡୁ ଶୁଭେଚ୍ଚ୍ଥାର ବର୍ତ୍ତା ସାଗରକୁ ମିଳୁଥିଲା । ଜଣେ ବହି ଦୋକାନୀର ପୁଅ ଏତେ ବଡ ପରୀକ୍ଷାରେ ପାସ୍ କରିଛି ପୁଣି ବିନା କୌଣସି କୋଚିଂ ରେ । ଏହା କଣ କମ୍ ଗୌରବର କଥା । 


ଦିଦି, ତୁ ବର୍ତ୍ତମାନ କଣ ଉତ୍ତର ଦବୁ ସାଗର ଭାଇକୁ ।

ତୁ ଚୁପ୍ କର! ବେଶୀ ହଉଛୁ । ଶୁଣୁ, ବର୍ତ୍ତମାନ ସେ ମୋତେ ଭୁଲିଯାଇଥିବ । ଘଟଣାକୁ ଏକ ବର୍ଷ ବିତିଗଲାଣି । ହଉ.


 ସେ କଥା ଚ୍ଥାଡେ । ମୋର ବହୁତ କାମ ଅଛି । ମୁଁ ଯାଏ ...

     

ଦିଦି ଆଜି କଲେଜ ଯିବୁ ନି କି ? ଯଦି ସାଗର ଭାଇ ଆସନ୍ତି ତାହାହେଲେ ।


ଦେଖେ ସୀତା ... । ସେ ପିଲା ବର୍ତ୍ତମାନ ଜଣେ ପ୍ରସାଶନିକ ଅଧିକାରୀ ହେବେ । ମୋତେ ମନ ରଖିଥିବେ ସେ ବିଶ୍ବାସ ନାହିଁ ।


ଏମିତି କମ୍ ଲୋକ ଜୀବନରେ ଆସନ୍ତି ଆମକୁ ଠିକ୍ ରାସ୍ତା ଦେଖାଇବାକୁ । ସାଗର ଜୀବନରେ ସୀମା ଏକ ବରଦାନ ଥିଲା । ଯାହାକୁ ସିଏ ସବୁ ଦିନ କଲେଜ ଯିବା ରାସ୍ତାରେ ହଇରାଣ କରେ । ମୁଁ ତୁମକୁ ଭଲପାଏ କହି କହି .. ଅପଦସ୍ଥ କରାଏ । ସାଗର ଜଣେ ଖରାପ ପିଲା ବୋଲି କଲେଜରେ ପିଲାମାନଙ୍କ ଭିତରେ ଆଲୋଚନା ହୁଏ । ତା ଦୁଷ୍ଟାମୀକୁ ନେଇ । ହେଲେ, ଆଜି କେବଳ ଗୋଟିଏ ଚର୍ଚ୍ଚା ସାଗରର ସଫଳତା । 


ଟିକେ ଶୁଣ ! ସୀମା ଅଟକି ଗଲା । ସ୍ବରକୁ ଠିକ୍ ବାରି ପାରୁଥିଲା ସୀମା । ତା ଗୋଡ ଥରିବାକୁ ଲାଗିଲା । କି ଉତ୍ତର ଦେବେ ସେ , ସାଗର ଠାରୁ ମୁକ୍ତି ପାଇବା ପାଇଁ ସେ ସର୍ତ୍ତ ଟିଏ ରଖିଥିଲା । "ଯଦି ଭାରତୀୟ ପ୍ରସାଶନିକ ସେବା ପରୀକ୍ଷା ରେ ପାସ୍ କର ତାହାହେଲେ, ମୁଁ ତୁମକୁ ବାହା ହେବି । " ବର୍ତ୍ତମାନ ସୀମା କଣ କରିବ ? ସୀମା ମୁହଁ ପଛକୁ କରି ସାଗର ଆଗରେ ମୁଣ୍ଡ ପୋତି ଠିଆ ହେଲା ।


ତୁ ମୋ ପାଇଁ ଯାହା କରିଛୁ ନା ମୁଁ ତା ମୂଲ୍ଯ ଦେଇପାରିବି ନାହିଁ । ଠିକ୍ ରାସ୍ତାଟେ ଦେଖେଇଥିଲୁ ତୁ । ଚିନ୍ତା କରେନା ତୋ ଉପରେ ନିର୍ଭର କରେ , ତୁ ମୋତେ ବାହା ହେବୁ କି ନାହିଁ । ଏପରି କାହିଁକି କହିଥିଲୁ ମୁଁ ଜାଣେ ।ତୋର ଆଉ ସୀତାର କଥା ବର୍ତ୍ତାକୁ ମୁଁ ସେଦିନ ଶୁଣି ନେଇଥିଲି । 


ତୁ ବାପାଙ୍କୁ କହିବାର ଶୁଣିଥିଲୁ । ତାଙ୍କ ବହି ଦୋକାନରୁ ବହି କିଣି ପିଲା ସଫଳତା ଅର୍ଜ୍ଜନ କରୁଛନ୍ତି , ଆଉ ତାଙ୍କ ପୁଅ ।ତୋତେ ଧନ୍ଯବାଦ କହିବା,ତୋ ସାହାର୍ଯ୍ଯ ତୁଳନାରେ କିଛି ନୁହେଁ ।


କିଛି କହିବା ଦରକାର ନାହିଁ ।


ଅଛି ସୀମା । ଦୂର ଦିଗବଳୟରେ ସାଗର ଅନ୍ତିମ ସୀମାକୁ ଲୋକ ଦେଖନ୍ତି । ସେମାନେ ଅଭିନ୍ନ ହେଲେ ମଧ୍ଯ ଏକତାର ଭ୍ରମ ସୃଷ୍ଟି କରନ୍ତି । କିଛି ବୁଝିଲୁ ...



Rate this content
Log in