Nibedita Mishra

Romance Tragedy

3  

Nibedita Mishra

Romance Tragedy

ଭିଜାମାଟି

ଭିଜାମାଟି

2 mins
296


ପହିଲି ବର୍ଷାର ପ୍ରଥମ ଥର ମାଟିକୁ ସ୍ପର୍ଶ କଲା ପରେ ମାଟିର ଯେଉଁ ମତୁଆଲା ବାସ୍ନା ବାହାରେ। ସେଥିରେ ଯେ କେହି ବି ସମ୍ମୋହିତ ହେଇଯିବା ସ୍ବଭାବିକ। 

ଦିନଥିଲା ଅନୁଭବ ବି ଏମିତି ଏକ ଭିଜାମାଟିର ବାସ୍ନାରେ ନିଜକୁ ହଜେଇ ପାଇଥିଲେ ତାକୁ। ହଁ ଆଜି ଠିକ ଠିକ୍ ମନେ ପଡେ ତାଙ୍କର। 


ସେଦିନ ସଂଧ୍ଯାରେ ତରବର ହେଇ ଗାଁ ଭିତରକୁ ସାଇକେଲ ଧରି ଯାଉଥିବା ବେଳେ ବିପରୀତ ପଟୁ ଆସୁଥିଲା ସେ। ଗୋଟାପଣେ ବର୍ଷାରେ ଭିଜିଭିଜି ,ଯେହେତୁ ମୌସୁମୀର ପ୍ରଥମ ବର୍ଷା ଥିଲା ସେଇଟା।ତେଣୁ ଉଭୟ ଛତା ବିହୀନ ଥିଲେ। ନୀଳରଙ୍ଗର ସାଲୁଆରଟା ବି ପୁରାପୁରି ଓଦା ହେଇ ଦେହରେ ଛାପି ହେଇଯାଇଥାଏ। ମାଟି ରାସ୍ତାରେ ଚାଲୁ ଚାଲୁ ଗୋଡ ମୋଡି ହେଇଯାଉଥାଏ ବାରମ୍ବାର। ରାସ୍ତାରେ ଅନ୍ଯକେହି ନ ଥିବାରୁ ଅନୁଭବଙ୍କ ନଜର ତା ପ୍ରତି ଟାଣିହେଇଗଲା ବୋଧେ। 

ସେ ଯାହା ହଉ ...ସେ ବି ଛାତିରେ ବ୍ଯାଗଟିକୁ ଜାବୁଡି ଧରି କଣେଇ କଣେଇ ଚାହୁଁଥାଏ ଅନୁଭବଙ୍କୁ। ଏ ଚହାଁଚହିଁ ଭିତରେ ଦୁହେଁ ଅନ୍ଯମନସ୍କ ହୋଇ ବାଡେଇ ହେଇ ପଡିଗଲେ ତଳେ। 

କାଦୁଅ ସରସର ଦୁହେଁ,ବ୍ଯାଗ ଓ ସାଇକେଲ ମଝିରେ। 

ସେଦିନ ସେଇ କାଦୁଅରେ କି ବାସ୍ନାଥିଲା କେଜାଣି?ଦୁହେଁ ଦୁହିଁଙ୍କୁ ସେଇ ପ୍ରଥମ ଦେଖାରେ ହିଁ ଭିଜାମାଟିର ବାସ୍ନାକୁ ସାକ୍ଷୀ ରଖି ମନ ଦେଇଦେଲେ। ଅବଶ୍ଯ ଗୋଟେ ସୈନ୍ଯବାହିନୀର ଯବାନ ଲାଗି ପ୍ରେମର ବାସ୍ନାଟା ବାରିପାରିବା ଟିକିଏ କଷ୍ଟ। ଯେହେତୁ ତା ହୃଦୟରେ ମାତୃଭୂମି ପ୍ରତି ପ୍ରେମର ଏକ ବିଶେଷ ସ୍ଥାନ ଥାଏ। ସେଯାହା ହଉ ପ୍ରେମ ତ ପ୍ରେମ ....ସେ ମାଟିରୁ ବାହାରି ପବନରେ ମିଶି ମନରେ ଅବାଧ ପ୍ରବେଶ କରେ। 

ହେଲେ ଯେତେବେଳେ ଏ କଥା ଗାଁ ଦାଣ୍ଡରେ ପଡିଲା। ସେତେବେଳେ କେତେ ଯେ ବିଭ୍ରାଟ ସ୍ରୁଷ୍ଟି ହେଇ ନଥିଲା ସତେ?ଯେହେତୁ ଦୁହିଁଙ୍କ ଜାତି ଅଲଗା ଥିଲା ,ତେଣୁ ପ୍ରଥମେ ପ୍ରଥମେ ଦୁଇ ପରିବାର ଘୋର ବିରୋଧ କରିଥିଲେ। ମାତ୍ର ଶେଷରେ ତାଙ୍କ ପ୍ରେମ ଆଗରେ ସମସ୍ତେ ନତମସ୍ତକ ହେଇଥିଲେ। 

ବିବାହ ତାରିଖ ବି ଠିକ ହେଲା। ହେଲେ ତା ଆଗରୁ ଅନୁଭବଙ୍କୁ ସେନାବାହିନୀରେ ଯୋଗ ଦେବାର ଫୋନ ଆସିଲା। ତେଣୁ ସେ ବିବାହକୁ ସ୍ଥଗିତ ରଖି ସେନାବାହିନୀରେ ଯୋଗ ଦେବାକୁ ବାହାରି ପଡିଲେ। ଯିବା ପୂର୍ବଦିନ ଭେଟିଥିଲେ ତାଙ୍କୁ । ଯୋଗକୁସେଦିନ ବି ଅଦିନିଆ ବର୍ଷାରେ ପୁଣି ସେଇ ଭିଜାମାଟିର ବାସ୍ନାକୁ ଆସ୍ବାଦନ କରିଥିଲେ ଦୁହେଁ ଦୁହିଙ୍କ ବାହୁବନ୍ଧନରେ। 

ତା ପରଦିନ ଅନୁଭବ ବାହାରି ଆସିଥିଲେ କର୍ମକ୍ଷେତ୍ରକୁ। 


ଆରେ ଚାଲ କ'ଣ ଭାବୁଚୁ?କଲ ଆସିଲାଣି ଯେ। 

ତରବର ହେଇ ବାହାରିଲେ ଅନୁଭବ। ହାତରେ ବନ୍ଧୁକ ଧରି।ସାମ୍ନାରେ ଶତ୍ରୁ ପକ୍ଷର ଗୁଳିଚାଳନା ଚାଲିଛି। ଅନୁଭବଙ୍କ ମନରେ ଚାଲିଛି ସେ ଭିଜାମାଟିର ବାସ୍ନା। 

କେତେବେଳେ ତାଙ୍କ ଆଲେଖ୍ଯରେ ଗୁଳିଟିଏ ଆସି ବାଜିଲା ଅନୁଭବଙ୍କ ମୁଣ୍ଡରେ। ଟଳିପଡିଲେ ମାଟି ଉପରେ। ଲାଲ ରଙ୍ଗ ରକ୍ତ ବୋହି ମିଶିଯାଉଥିଲା ମାଟିରେ। ଧିରେ ଧିରେ ଆଖି ବନ୍ଦ ହେଇଯାଉଥିଲା। ରକ୍ତ ଭିଜାମାଟିରୁ ବାହାରି ଆସୁଥିଲା ସେଇ ଭିଜାମାଟିର ବାସ୍ନା ,ଯାହା ସେ ପାଇଥିଲେ ସେଦିନ ତାଙ୍କ ସହ ପ୍ରଥମ ଥର କାଦୁଅରେ ଭିଜି। ଆଖି ଆଗରେ ଦେଖୁଥିଲେ ତାଙ୍କର ସେଇ କାଦୁଅ ସରସର ନୀଳପରୀକୁ। 


ସକାଳୁ ଗାଁରେ ପହଞ୍ଚିଲା ଶହୀଦଙ୍କ ମର ଶରୀର । ତାଙ୍କ ଶହୀଦ ଖବର ଶୁଣିବା ମାତ୍ରକେ ହାର୍ଟଆଟାକରେ ପ୍ରାଣ ହରାଇଲେ ତାଙ୍କ ପ୍ରେମିକା। 

.....ଗାଁ ମଶାଣୀରେ ଦୁହିଁଙ୍କ ଜୁଇ ଜଳିଲା। ସବୁକାମ ସାରି ସମସ୍ତେ ଫେରିଯାଉଥିଲେ।ସଂଧ୍ଯା ନଈ ଆସୁଥିଲା। ଝିପିଝିପିବର୍ଷା ବି ଆରମ୍ଭ ହେଇଯାଇଥିଲା। ଆଉ ଦୁଇଟି ଅଶରୀରି ଆତ୍ମା ପୁଣି ଆଘ୍ରାଣ କରୁଥିଲେ ସେଇ ଭିଜାମାଟିର ବାସ୍ନାକୁ।


Rate this content
Log in

Similar oriya story from Romance