ଭଗ୍ନ ହୃଦୟର ଗାଥା
ଭଗ୍ନ ହୃଦୟର ଗାଥା
ହୃଦୟର ଏହି ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ,
ପ୍ରତାରଣା କିଏ କାହାକୁ ଦେଇଛି,ପ୍ରତିଧ୍ୱନି କହେ ,
ତୁମେ,ତୁମେ,ତୁମେ.......ଏହି ଗୀତଟି ମନକୁ ବହୁତ ଆନ୍ଦୋଳିତ କରେ,କାହିଁକି କେଜାଣି ବୁଝି ହୁଏନି। ପ୍ରଛଦ୍ଦ ପଟର ନାୟିକା ପରି ପ୍ରେମ ମଧ୍ୟ ଅଟ୍ଟହାସ କରେ।ସେକଥା ବି ବୁଝି ହୁଏନି।
କାରଣ ଜାଣନ୍ତି, ପ୍ରେମର ଶାଶ୍ୱତ ଅର୍ଥ ପ୍ରକୃତରେ ବହୁ ଗଭୀର।ତାର ଗହନ ବନରେ ଯିଏ ପଶିଛି ସିଏ ଜାଣିଛି।
ମାତ୍ର ଆଜିକାର ସମାଜରେ ସେହି ଶାଶ୍ୱତ ପ୍ରେମର ନିଦର୍ଶନ ହିଁ ନାହିଁ।
ପ୍ରେମ ଥିଲା ରାଧା ଓ କୃଷ୍ଣ ଙ୍କର।ଯେଉଁ ଥିରେ ନା ଥିଲା ଅହଂ ଭାବ ନା ଥିଲା ସ୍ୱାର୍ଥ।କେବଳ ଥିଲା ଜଣଙ୍କ ପ୍ରତି ଜଣଙ୍କର ସମର୍ପଣ।ତାହାହିଁ ତ ପ୍ରେମ।ତ୍ୟାଗ ଓ ସମର୍ପଣ ର ପ୍ରତୀକ ହିଁ ତ ପ୍ରେମ।ନା କି ଆଜି କାଲିର ପ୍ରେମ। ଏ ଫୁଲରୁ ସେ ଫୁଲକୁ ମଧୁ ଶୋଷଣାର୍ଥେ ଉଡି ବୁଲୁଥିବା ଭ୍ରମର।
ଶେଷରେ ଆସେ ପ୍ରତାରଣା,ଦୁଃଖ ଓ ସନ୍ତାପ।
ଆରେ ପ୍ରେମ କଲ କେଉଁଠି ଯେ ପ୍ରତାରଣା ର ଅର୍ଥ ବୁଝିବ।ଆଜିର ପ୍ରେମ ପୁରୀର ସମୁଦ୍ର କୂଳ ନଚେତ ସିନେମା ହଲ,ପାର୍କ।ବୟସ ,ସମାଜ ର ଲକ୍ଷ୍ମଣରେଖା ଡେଇଁ ଉଗ୍ର ଆଧୁନିକତାର ଆଳ ଦେଖାଇ ହୋଇଯାଆନ୍ତି ବିଭୋର।ଶେଷରେ ମିଳେ ପ୍ରେମର ପରିଭାଷା , ପ୍ରତାରଣା।ତା ପରେ ଆତ୍ମହତ୍ୟା।ଶେଷରେ ଜନ୍ମ ଦେଇଥିବା ବାପା ମାଆଙ୍କ ଧିକ୍କାର।
ନା..... ପ୍ରେମ କର ମାତ୍ର ତାକୁ ସମ୍ମାନ ଦିଅ ।ସଂସାର ର ରଥ ବିନା ପ୍ରେମରେ ଚାଲେନା।ସମସ୍ତ ସମ୍ପର୍କରେ ପ୍ରେମ ଅନ୍ତର୍ନିହିତ।ତା ବିନା ସମ୍ପର୍କ ହିଁ ଅଧା ଅଧା ଲାଗେ।ଯେଉଁ ପ୍ରେମରେ ସହନଶୀଳତା, ଧର୍ଯ୍ୟ, ବିଶ୍ୱାସ, ନିଃଶ୍ୱାର୍ଥପର ଭାବନା ନାହିଁ ତାହା ପ୍ରେମ ନୁହେଁ ତାହା ମଣିଷର ଦୁଃସ୍ଥ ମାନସିକତା।ଯେତେ ଶିଘ୍ର ତାହା ବୁଝିଯିବେ ଜୀବନ ସେତେ ଶିଘ୍ର ସରସ ସୁନ୍ଦର ହୋଇଯିବ।
ଏତେ କଥା ରେଡିଓ ରୁ ଶୁଣିବା ପରେ ହଠାତ ଧଡକରି ବନାନୀ ହାତରୁ ପାଣି ଗ୍ଲାସ ଟି ପଡିଗଲା ଏବଂ ହାତରେ ଧରିଥିବା ଦଶଟି ନିଦ ଔଷଧ ମଧ୍ୟ।ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା।ରିଶିର ବିଶ୍ୱାସଘାତ ପରେ ସେ ତା ଜୀବନକୁ ଶେଷ କରିବାକୁ ନିଷ୍ପତି ନେଇଥିଲା।
ମାତ୍ର ବିଧିର ବିଧାନ କେ କରିବ ଆନ।ହଠାତ ଦୁଃଖଭରା ଗୀତ ଶୁଣୁ ଶୁଣୁ ଆତ୍ମହତ୍ୟା ପାଇଁ ଔଷଧ ଧରିବା ପରେ ଭାସି ଆସିଲା ଏକ କୋକିଳ ସ୍ୱର ଏବଂ ଏତେଶକଥା ଶୁଣେଇଦେଇ ବନାନୀର ଅନ୍ତର୍ମନର ଝଡକୁ ଶାନ୍ତ କରି ଚାଲିଗଲା।
ବନାନୀ ସେବେ ପରଠୁ ନିଜକୁ ନିଜେ ସମ୍ଭାଳିବାକୁ ଚେଷ୍ଠାରତ ଓ ଅତୀତର ସେ ଅଲିଭା ଦାଗକୁ ଲିଭେଇବାର ପ୍ରୟାସରେ କାହିଁ କେଉଁ ଏକ ନିଶବ୍ଦ ରାସ୍ତାର ପଥିକ ସାଜିଛି।କେଜାଣି କେଉଁ ଦୂର ଦିଗନ୍ତରୁ କିଏ କୋଳେଇନେବ ତାର କୋମଳ ମନର ବେଦନାକୁ ସେଇ ଆଶାନେଇ।
