Aminilu Ray

Abstract

1  

Aminilu Ray

Abstract

ଭଗିଆ

ଭଗିଆ

1 min
498


ଭଗିଆ ଶ୍ରୀଅକ୍ଷର ବିବର୍ଯୀତ । ଚାହାଳି ମାଟି ମାଡିନି । ଯେତେ ବୁଝେଇ ସୁଝେଇ ଚାହାଳିକି ପଠାଇଲେ ସେ ଯାଏନି । ଯିବା ନାଁ କହିଲେ ବାଉଁଶ ବୂଦା ମୂଳେ, ବରଗଛରେ ଲୁଚେ । ମାଆ ଯେତେ ଆକଟ କଲେ, ପିଟିଲେ, ପାଠ ପଢିବା ନାଁ ଧରେନି । ସିଲଟ ଜାଣିଶୁଣି ଭାଙ୍ଗିଦିଏ । ପାଠ ଡରରେ ଗାଈ ଯଗିବାକୁ ଚାଲିଯାଏ । ଦିନେ ଅବଧାନେ ଭଗିଆକୁ ଟାଣି ଟାଣି ଚାହାଳିକୁ ନେଉଥିଲେ । ହଠାତ୍ ଭଗିଆ ବାଟରେ ତାଙ୍କ ହାତକୁ ଯୋରରେ କାମୁଡି ଦେଇ କିଆବୁଦା ମୂଳେ ଲୁଚିଗଲା । ସେହିଦିନୁ ତାର ପାଠପଢାରେ ସବୁଦିନ ପାଇଁ ଡୋରି ବନ୍ଧା ହୋଇଯାଇଥିଲା ।

   ସେ ସବୁଦିନେ ସକାଳୁ ଉଠି ଦାନ୍ତ ଘସୁ କି ନଘସୁ ପେଟେ ପଖାଳ ଠୁଙ୍କିଦେଇ ବୁଲିବାକୁ ଚାଲିଯାଉଥିଲା । କାହା ବିଲରୁ ବାଇଗଣ ତ ଆଉ କାହା ବିଲରୁ ଭେଣ୍ଡି, ଲଙ୍କା, ପୋଟଳ ଇତ୍ୟାଦି ଚୋରି କରୁଥିଲା । ରାତି ଅଧରେ କାହା ବାଡିରେ ପଶି କଦଳୀ, ଅମୃତଭଣ୍ଡା, କାକୁଡି ଇଚ୍ଛ୍ୟାଦି ଚୋରି କରୁଥିଲା । ଗାଁ ଲୋକେ ସବୁ ଜାଣିପାରୁଥିଲେ ବି ବାପ ଛେଉଣ୍ଡ ପିଲାଟା ବୋଲି କିଛି କହିପାରୁ ନଥିଲେ । ଧିରେ ଧିରେ ତାର ଚୋରି କରିବା ପ୍ରକୃତି ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା ।



Rate this content
Log in

Similar oriya story from Abstract