STORYMIRROR

Nibedita Mishra

Abstract

2  

Nibedita Mishra

Abstract

ଭାଗ

ଭାଗ

2 mins
3.0K


ସକାଳୁ ମାନିନୀର ପରିବାରର ସମସ୍ତଙ୍କର ନଜର କବାଟ ଉପରେ।କାରଣ ଆଜି ପିଉସୀ ଆସିବାର ଅଛି।ଅବଶ୍ୟ ମାନିନୀର ନଜର ଯେତିକି ଉତ୍କଣ୍ଠା ଭରା ଥିଲା,ତା ବାପା ମା'ଙ୍କ ନଜର ସେତିକି ଭୟାତୁର ଥିଲା।

ସେ ଯାହା ହଉ ସକାଳ ୯ଟା ବେଳକୁ ମାନିନୀର ପିଉସୀ ଆସି ପହଞ୍ଚିଲେ।ସାଧାରଣ ମେଳମିଳାପ ପରେ ପିଉସୀ କହିଲେ-

-ମୁଁ ଗୋଟେ ଜରୁରୀ କାମ ଲାଗି ଆସିଛି।ଯେତେ ଜଲଦି ସରିଯିବ ,ମୁଁ ସେତେ ଜଲଦି ଫେରିଯିବି।

(ଆଶଙ୍କା ଓ ଭୟର ନକଲି ହସଟିଏ ହସି) ମାନିନୀର ମା କହିଲେ-

-ହଁ,ମ ନାନୀ ଏବେ ତ ଆସିଛ।ସଂଧ୍ଯାବେଳକୁ ବସିକି କଥା ହେବା ଯେ.....

ଏତିକି କହି ସେ ରୋଷେଇ ଘରକୁ ଚାଲିଗଲେ।ମାନିନୀର ବାପା ମଧ୍ଯ ନିଜ ରୁମକୁ ଚାଲିଗଲେ।ହେଲେ ମାନିନୀ ପିଉସୀକୁ ଏତେ ଦିନ ପରେ ପାଇ ,ନିଜର ଗପପେଡିକୁ ଖୋଲି ବସିଥାଏ।

ଯେମିତି ସେମିତିରେ ଦିନବେଳାଟି ପାର ହୋଇଗଲା।ୟା ଭିତରେ ପିଉସୀ ଅନେକ ଥର ମାନିନୀର ବାପା ମା ସାଙ୍ଗେ କଥା ହେବାକୁ ଚେଷ୍ଟା କରି ମଧ୍ଯ କିଛି ନା କିଛି କାରଣ ଯୋଗୁଁ ଚୁପ ହେଇଯାଉଥାନ୍ତି।

ଶେଷରେ ରାତ୍ରି ଭୋଜନ ବି ସରିଗଲା।ହେଲେ ମାନିନୀର ବାପା ମା ଙ୍କୁ ପିଉସୀଙ୍କ ସାଙ୍ଗେ କଥା ହେବାକୁ ସମୟ ହେଲାନି।

ମାନିନୀ ଖାଇସାରିବା ପରେ ପିଉସୀଙ୍କୁ ତା ରୁମକୁ ଡାକିନେଲା,ଗପ ଶୁଣିବା ଲାଗି।ଏହି ସମୟର ସୁଯୋଗ ନେଇ ନିଜ ରୁମକୁ ଶୋଇବାକୁ ଚାଲିଗଲେ।

ପିଉସୀ ମାନିନୀକୁ ଶୁଆଉ ଶୁଆଉ ,ତାଙ୍କ ଆଖି ବି ଲାଗିଗଲା।

ସକାଳ ହେଲା।ପିଉସୀ ଗାଁ କୁ ଫେରି ଯିବାକୁ ବାହାରିଲେ।ହେଲେ ଯେଉଁ କାମ ଲାଗି ଆସିଥିଲେ ,ସେଇଟା ତ ଏଯାଏଁ ସରି ନଥାଏ।ତେଣୁ ସେ ମାନିନୀକୁ ତା' ବାପା ମାଙ୍କୁ ଡାକିବାକୁ କହିଲେ।ସେ ବି ଶୀଘ୍ର ଯାଇ ତାଙ୍କୁ ଡାକି ଆଣିଲା।

ସେମାନେ ଆସିବା ପରେ ପିଉସୀ ବ୍ଯାଗରୁ କିଛି କାଗଜପତ୍ର ବାହାର କରି ମାନିନୀର ବାପାଙ୍କ ଆଡକୁ ବଢାଇ ଦେଲେ ଓ କହିଲେ-

-ତୁ ପରା କହୁଥିଲୁ ଗାଁ ଜମି ବିକି ସହରରେ ଘରଟେ କିଣିବୁ ବୋଲି,ସେଥିପାଇଁ ମୁଁ ମୋର ସମସ୍ତ କାଗଜ ପତ୍ର ଆଣି ଦେଇଛି।ତୁ ଯେଉଁ ଦିନ ଠିକ କରିବୁ,ମୋତେ ଆଗୁଆ କହିଦେବୁ ।ମୁଁ ଆସି N.O.C ରେ ଦସ୍ତଖତଟା ଦେଇଦେବି।


ମାନିନୀର ବାପା ମା ଙ୍କୁ ଲାଗୁଥାଏ,ସତେଯେମିତି ସେମାନେ ପିଉସୀଙ୍କର ପ୍ରତିଟି ଶବ୍ଦର ଚାପରେ ନିଜେ ନିଜ ଆଖିରେ ତଳକୁ ତଳକୁ ଖସି ଚାଲିଛନ୍ତି।

ଏହି ସମୟରେ,ମାନିନୀ କହିଉଠିଲା-

-ବାପା ତୁମେ ପରା କହୁଥିଲ ପିଉସୀ ତା ଭାଗ ନେଇଯିବ ବୋଲି?,ହେଲେ ସେ ତ ତା' ଭାଗ ଦେବାକୁ ଆସିଛି।


ଠିକ ଏହି ସମୟରେ ମାନିନୀର ମା' ତାକୁ ପାଖକୁ ଟାଣି ନେଇ କହିଲେ-

-ପାଗେଳୀ ଟା,ଟି.ଭି ଦେଖିକି ସବୁ ୟାଡୁସିଆଡୁ କହୁଛି।

(ମୁହଁରେ ନକଲି ହସଟିଏ ଖେଳାଇ)

ହେଲେ ପିଉସୀ ସବୁ ଶୁଣି ବି ନଶୁଣିଲା ପରି ଅଭିନୟ କରି, ଯିବାକୁ ବାହାରୁଥିଲେ.......


କ୍ରମଶଃ..............



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract