puspanjali das

Abstract

2  

puspanjali das

Abstract

ଭାବାନ୍ତର

ଭାବାନ୍ତର

4 mins
543


ସ୍ନିଗ୍ଧା ତର ତର ହୋଇ କବି ସମ୍ମିଳନୀ ରୁ ବାହାରିଲା ବେଳେ ହଠାତ୍ ଜଣେ ବୟସ୍କଙ୍କ କଣ୍ଠସ୍ୱର ପଛରୁ ଶୁଣି ରହିଜସିଥିଲା। ପଛକୁ ବୁଲି ଦେଖିଥିଲା ଜଣେ ବୃଦ୍ଧ ଙ୍କ ର ଅଳ୍ପ ଚିହ୍ନା ଚିହ୍ନା ମୁହଁ ଟିଏ।ବୟସ ର ଛାପ ସାଙ୍ଗ କୁ ଅନେକ ଆଶା ଓ ଆଶଙ୍କା ର ଫେଣ୍ଟା ଫେଣ୍ଟି ସ୍ପର୍ଶ ଯେମିତି ମଣିଷ ର ବୟସ ଟାକୁ ଏକ ଦଶନ୍ଧି ଆଗେଇ ଦେଇଥିଲା। ନିଜର କ୍ଲାନ୍ତ ଶରୀର କୁ ସହଜ କରିନେଇ ପଚାରିଥିଲା ମତେ କହିଲେ? ବୃଦ୍ଧ ଙ୍କ ମୁହଁରୁ ଅସ୍ପଷ୍ଟ ସ୍ୱର ଭାସି ଆସିଥିଲା--ହଁ ରେ ମା, ତମେ ସ୍ନିଗ୍ଧା ତ? ଉତ୍ତର କୁ ଅପେକ୍ଷା ନ କରି କହିଚାଲିଥିଲେ, ତମେ ଆଜି ଆମ ଆଶ୍ରମ କୁ ଆସିଵା କଥା ଥିଲା, ଟିକେ ଡେରି ହେବାରୁ ତୁମ ପ୍ରୋଗ୍ରାମ ର ବାଟକୁ ମନେ ପକାଇ ଦେବାକୁ ଚାଲି ଆସିଥିଲି। ଅଳ୍ପ ଚିହ୍ନା ମୁହଁଟି ଯେମିତି ସ୍ପଷ୍ଟ ହୋଇ ଯାଇଥିଲା–ଜରାଶ୍ରମ ର ସେଇ ଖୁବ ଚୁପ ହୋଇ ରହୁଥିବା ବୃଦ୍ଧ ଙ୍କ ଚେହେରା ଟି ହଠାତ୍ ଏତେକଥା କହୁଥିବାରୁ ତାକୁ ଟିକେ ଆଶ୍ଚର୍ଯ୍ୟ ଲାଗିଥିଲା,ନିଜ ଭାବନା କୁ ମୁହଁ ଉପରକୁ ଆଣିବାକୁ ନ ଦେଇ ଖୁବ ସହଜ ଭାବରେ ଉତ୍ତର ଦେଇଥିଲା--ମଉଷା, ଆଜି ମୋର ଟିକେ କାମ ଅଛି,ଆଉ ଯାଇ ପାରିବିନି,ଆର ସପ୍ତାହ ରେ ନିଶ୍ଚିତ ଯିବାକୁ ଚେଷ୍ଟା କରିବି।

     ହଠାତ୍ ବୋଧହୁଏ ତା 'ଚେଷ୍ଟା କରିବି' ଖଣ୍ଡ ବାକ୍ୟରେ ବୃଦ୍ଧଙ୍କ ଚେହରା ର ରଙ୍ଗ ଆଉ ଟିକେ ମଳିନ ମଳିନ ହୋଇ ଯାଇଥିଲା। ବହୁତ କିଛି କହିବାକୁ ଚେଷ୍ଟା କରୁଥିବା ଆଖି ଦୁଇଟା ଟିକେ ନରମି ଯାଇଥିଲା, ଚୁପଚାପ ବାଡିଟି ଧରି ବୃଦ୍ଧ ଜଣ କ ଧୀରେ ଧୀରେ ଫେରି ଯାଇଥିଲେ। ସ୍ନିଗ୍ଧା କିନ୍ତୁ ସେ ଚାହାଣୀ ଟିକୁ ଭୁଲି ପାରୁନଥିଲା ବାଟ ସାରା।କ'ଣ ସେ ଆଉ କରିପାରିଥାନ୍ତା ଯେ? କ'ଣ ବା ଆଉ କହିକି ସେ ମଉଷା ଙ୍କୁ ଆଶ୍ୱାସନା ଦେଇଥାନ୍ତା ! ଟସ!ତା'ଯିବା କଥାକୁ କେମିତି ନିଶ୍ଚିତ କରିଥାନ୍ତା!ଗତ କେତେଦିନ ହବ ନୂଆ ଏକ ଜରାଶ୍ରମ କୁ ସେ ସପ୍ତାହ ରେ ଥରେ ଯାଉଛି, ସେଠି ତାର ଛୋଟ ଛୋଟ କବିତା ଶୁଣାଉଛି,ସେଠିକାର କେତେଜଣ ଙ୍କ ର ଗଳ୍ପ ଆଉ କବିତା ମଧ୍ୟ ଶୁଣୁଛି। ନିଜ ସଂସାର ର ସବୁକିଛି ସମସ୍ୟା କୁ ଭୁଲିଯିବାକୁ ଚେଷ୍ଟା କରୁଛି। ବେଳେ ବେଳେ ତା ଝିଅ ଶ୍ରୀ କୁ ସେଠିକି ନେଇକି ଯିବ ଭାବୁଛି,ହେଲେ ସାହସ କରିପାରୁନି।ସେଠିକାର ଭଲ ମନ୍ଦ ମଝିରେ ମଝିରେ ବୁଝିବାକୁ ବହୁ କଷ୍ଟରେ ସମୟ ବାହାର କରି ପାରୁଛି। ବୟସ ର ଛାପ ଓ ଅବହେଳା ର ସ୍ପର୍ଶ ରେ କେତେ ଜଣ ଙ୍କ ବ୍ୟାଧି କୁ ବି ବୁଝିବାକୁ ଚେଷ୍ଟା କରିଛି। ସ୍ବାମୀ ଙ୍କ ର ଚାକିରୀ ର ସୁବିଧା କୁ ମଧ୍ୟ ସେଠି ଉପଯୋଗ କରି ଅନ୍ତେବାସୀ ଙ୍କୁ ଉପକୃତ କରାଇବା ପାଇଁ ଅପ୍ରାଣ ଚେଷ୍ଟା କରିଛି।ସେଠିକାର କର୍ମକର୍ତ୍ତା ଓ ପରିଚାଳନା କମିଟିର ସଭ୍ୟ ମାନଙ୍କ ଆଶା କୁ ପୁରଣ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିଛି। ସମସ୍ତଙ୍କ ମନରେଏଇ କେଇଟା ଦିନରେ ଆଶା ର ଦୀପ ଜାଳି ଦେଇଛି। କର୍ମକର୍ତ୍ତା ମାନଙ୍କ ର କଥା ସବୁ ବାରମ୍ବାର ତା'ମନ ଭିତରେ ଆନ୍ଦୋଳିତ ହେଉଛି–ମ୍ୟାଡମ୍,ଆପଣ ଆସିଗଲେ,ଏଠି ଖୁସି ର ଲହଡି ଖେଳି ଯାଉଛି ସମସ୍ତଙ୍କ ମୁହଁରେ।ସତରେ କ'ଣ ସିଏ ଏତେ ଖୁସି ବାଣ୍ଟି ପାରୁଛି? ପିଲାବେଳୁ ବାପାଙ୍କ ପାଖରୁ ଶୁଣିଛି,ଯାହା ପାଖରେ ଯାହା ଥାଏ,ସିଏ ସେଇଆ ଦୁନିଆ କୁ ବାଣ୍ଟିପାରେ ...ହେଲେ, ତା'ଉପରେ ତ 'ଖୁସିି' କେଵେଠୁ ରାଗି ଯାଇ ଛି,ଯୋଉଦିନ ସେ ଜାଣିପାରିଥିଲା,ତା'ଝିଅ ଶ୍ରୀ ଅଟିିଷ୍ଟିକ ବୋଲି। ପିଲା ବେଳର ସବୁ ନଟଖଟ୍ କୌତୁକିଆ ବ୍ୟବହାର ତା' ସ୍ଵାମୀ ବିବେକ ଙ୍କୁ ଯେମିତି ହଠାତ୍ ଅସହ୍ୟ ଲାଗିଥିଲା।ଡ଼ାକ୍ତରୀ ବିଦ୍ୟା ର ସବୁ ପ୍ରକାର କୌଶଳ ପ୍ରୟୋଗ କରିଥିଲେ, ନିଜ ମନକୁ ବୁଝାଇବା ପାଇଁ ବାରମ୍ବାର ପରୀକ୍ଷା ନିରୀକ୍ଷା କରିଚାଲିଥିଲେ,ହେଲେ ଖୁବ କମ ଦିନରେ ଯେମିତି ହାରି ଯାଇଥିଲେ। ହଠାତ୍ ସବୁଯାକ ଦୋଷ ଯେମିତି ସ୍ନିଗ୍ଧା ର ହୋଇଯାଇଥିଲା। ଅଲୋଡ଼ା ହୋଇଯାଇଥିଲେ ମା ଝିଅ ଦୁହେଁ ବିବେକ ଙ୍କ ଜୀବନରେ।

         ଏମିତି ଅନେକ କିଛି ଭାବୁ ଭାବୁ ଘରେ ପହଞ୍ଚି ଯାଇଥିଲା । ଶ୍ରାନ୍ତ କ୍ଳାନ୍ତ ଶରୀର ଟାକୁ ସୋଫା ଉପରେ ଲମ୍ବାଇ ଦେଇ ବସିପଡିଥିଲା।ବସୁ ବସୁ କେତେ ବେଳେ ତା' ଆଖି ଲାଗି ଯାଇଥିଲା ଜାଣିପାରିନଥିଲା। ହଠାତ୍ ବିବେକ ଙ୍କ ଗର୍ଜ୍ଜନ ରେ ଆଖି ତାର ଖୋଲି ଯାଇଥିଲା ଓ ଦେଖିଥିଲା ବିବେକ ଙ୍କ ଅନ୍ୟ ଏକ ରୁପ!ବଡ ପାଟି କରି କହୁଛନ୍ତି–ଯାଅ ,ତମ ସମାଜ ସେବୀ ଭୂମିକା ର ଲମ୍ବା ଧାଡି ତୁମକୁ ବାହାରେ ଅପେକ୍ଷା କରିଛନ୍ତି!ଦୟାକରି ମତେ ଆଉ ସେଥିରେ ପୁରାଅନି! କିଛି ବୁଝି ନ ପାରି ବାହାର ରୁମ କୁ ଚାଲିଯାଇଥିଲା ସ୍ନିଗ୍ଧା, ଯୋଉଠି ତାକୁ ଅପେକ୍ଷା କରି ବସିଥିଲେ କେତେଜଣ ବୃଦ୍ଧ,ସେଇ ଜରାଶ୍ରମ ର। ପ୍ରଥମେ ବୁଝିପାରି ନ ଥିଲା, ସେମାନଙ୍କ ର ଆସିବା ର କାରଣ,ହେଲେ ଜଣ ଙ୍କ ର କଥା ଆରମ୍ଭ ରୁ ମାନେପଡ଼ିଗଲା ଯେ ,ସିଏ ସେମାନଙ୍କୁ ନେଇ ହସ୍ପିଟାଲ ଯାଇଥାନ୍ତା,ଚେକ୍ଅପ୍ ପାଇଁ। କେମିତି ସେ ଏ ସମସ୍ୟା ର ସମାଧାନ କରିବ ଜାଣିପାରୁନଥିଲା। ବିବେକ ଙ୍କ ରାଗକୁ ସାମ୍ନା କରିବାକୁ ତାର ଯେମିତି ଶରୀର ଓ ମନ ର ଆଜି ବଳ ପାଉ ନ ଥିଲା,ହେଲେ, ତାଙ୍କ ସାହାଯ୍ୟ ବିନା ତ ସେ କିଛି କରିପାରିବନି। ଆଜି ପର୍ଯ୍ୟନ୍ତ ତାଙ୍କରି ସହାୟତା ରେ ସେ ସମସ୍ତଙ୍କ ର ସ୍ୱାସ୍ଥ୍ୟ ଗତ ଅସୁବିଧା କୁ ବୁଝିପାରିଛି।ଗତ କେତେଦିନ ହେବ ବିବେକ ଙ୍କ ଚିଡ଼୍ ଚିଡା ସ୍ୱଭାବ ଟା ଏତେ ବଢିଯାଇଥିଲାଯେ ସେ ଯେତେ ଚେଷ୍ଟା କଲେ ମଧ୍ୟ ତା'ର ଛିଟା କୁ ଜରାଶ୍ରମ ଅନ୍ତେବାସୀ ଙ୍କ ଠାରୁ ଲୁଚାଇ ପାରୁନଥିଲା।ସେ କ'ଣ ବିବେକ ଙ୍କ ସ୍ୱଭାବ ଜାଣି ମଧ୍ୟ ସେମାନଙ୍କୁ କଥା ଦେବାଟା, ଭୁଲ ହୋଇଛି? ସତରେ କଣ ତା'ଝିଅ ର ଜନ୍ମଗତ ଦୋଷ ପାଇଁ ସିଏ ଦାୟୀ?ଅନେକ ପ୍ରଶ୍ନ ତା'ଭିତରେ ଯେମିତି ଗୋଳେଇ ଘାଣ୍ଟି ହୋଇଯାଉଥିଲା।ବୋଉ ର କଥା ଗୁଡାକ ଯେମିତି ତାକୁ ସବୁ ଭୁଲ ଲାଗୁଥିଲା।ଝିଅ ର ନାମ ଦେଲାବେଳେ କହୁଥିଲା,' ଭଲ ନାଁ ଟିଏ ଦେ, ଦେଖିବୁ ନାଁ ର ବହୁତ ପ୍ରଭାବ ପିଲା ଙ୍କ ଉପରେ ପଡେ।'ଯେମିତି ତୋ ନାଁ ସ୍ନିଗ୍ଧା ରଖିଥିଲି ବୋଲି ,କେତେ ଶାନ୍ତ ହୋଇଛୁ,ଯୋଉଠି କୁ ଯାଉଛୁ ସମସ୍ତ ଙ୍କୁ ଖୁସି ଆଉ ଶାନ୍ତି ଦେଇ ପାରୁଛୁ!ସେଥିପାଇଁ ସେ 'ଶ୍ରୀ' ରଖିଥିଲା,ଆଉ ତା' ଶାଶୁ ତାଙ୍କ ପୁଅ ନାଁ 'ବିବେକ' ରଖିଥିଲେ ବୋଧେ ବହୁତ କିଛି ଭାବି!ହେଲେ ଆଜି ତା'ମନରେ ଏତେସବୁ ଭାବାନ୍ତର କାହିଁକି ହେଉଛି, ନିଜକୁ ଯେତେ ପଚାରିଲେ ବି ଯେମିତି ବୁଝିପାରୁ ନଥିଲ।ା 'ଶ୍ରୀ' ଆଉ 'ବିବେକ' ଦୁଇଟି ଯାକ ନାଁ ଯେମିତି ତାକୁ ବାରମ୍ବାର ପ୍ରଶ୍ନ କରୁଥିଲେ ,ନାଁ ରେ କ'ଣ ସତରେ କିଛି ଅଛି?? ସ୍ନିଗ୍ଧା ବୋଲି ମନରେ ଯୋଉ ଧାରଣା ରଖିଛୁ ସେଇଟା ବି କେତେଦୂର ଠିକ??



Rate this content
Log in

Similar oriya story from Abstract