Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Panchanan Jena

Inspirational Abstract

2.3  

Panchanan Jena

Inspirational Abstract

ବାଉଁଶ ଗଜା

ବାଉଁଶ ଗଜା

4 mins
603


ସକାଳୁ ସକାଳୁ ଅସରାଏ ଦି-ଅସରାଏ ବର୍ଷା ପ୍ରାୟ ହୋଇ ସାରିଲାଣି । ପାଗ ଟିକିଏ କୋହଲା କୋହଲା ଲାଗୁଛି । ଦେହରେ ଚାଦର ଘୋଡିହୋଇ କବାଟ ପାଙ୍କରୁ ଉଙ୍କିମାରିବାବେଳକୁ ସମୀରଣ ସାରଙ୍କୁ ଏହା ମନେ ହେଲା । ଛୁଟିଦିନ ଯୋଗୁଁ ସ୍କୁଲ ଯିବାର ନାହିଁ । ତେଣୁ ସାର ଟିକେ ଡେରିରେ ଉଠିଛନ୍ତି । ଅଳସୁଆମି ଢଙ୍ଗରେ ବାଲକୋନୀରେ ଛିଡାହୋଇ ନିହାରୁଛନ୍ତି; ଗୁଣୁଗୁଣେଉଛନ୍ତି ...” କି ସୁନ୍ଦର ଆହା କି ଆନନ୍ଦମୟ.... ଏହି ଯେ ବିଶାଳ ସଂସାର .......” ।


“ ମେକିପୁର ହାଟକୁ ଯିବନି କି ? ଆଜିପରା ରବିବାର । ହେଇଟି ! ବାଉଁଶଗଜା ଆଣିବଟି ? ତରକାରୀ ଓ ଆଚାର କରିବା । ଡେକା ମ୍ୟାଡ଼ାମ ମୋତେ କହିଦେବେ ।” ଶ୍ରୀମତିଙ୍କ ଆଦେଶଦିଆ କଥାରେ ସମୀରଣ ସାର ଟିକେ ତାଜା ହେଲେ । କହିରଖେ , ଆସାମ ପ୍ରଦେଶର ଶିବସାଗର ଜିଲ୍ଲାର ନାଜିରା ବ୍ଲକର ମେକିପୁର ଏକ ଛୋଟ ଗାଁ ଟିଏ । ପ୍ରତ୍ୟେକ ରବିବାରକୁ ହାଟ ଲାଗେ । କେତେଦିନରୁ ହେଉଛି କେହି ଜାଣନ୍ତି ନାହିଁ । ମାତ୍ର ସକାଳୁ ସକାଳୁ ଆଖ ପାଖର ଦଶ –କୋଡିଏ ଗାଁର ଲୋକେ ଜମା ହୁଅନ୍ତି ; କିଣା-ବିକା ଚାଲେ । ସମୀରଣ ସାର ବି ଯାଆନ୍ତି । ସେ ଦିନ ବି ସାର ଗଲେ ଚାଲିକରି । କାରଣ ବର୍ଷା ପାଇଁ ରାସ୍ତା କାଦୁଅ ପିଚି ପିଚି ହୋଇଥାଏ ।


ହାଟରେ ବିଭିନ୍ନ ପ୍ରକାର ଜିନିଷ ବିକ୍ରି ହେଉଥାଏ । ତାଜା ପନିପରିବା – ସଜ ସଜ ଗଡ଼ିଆ ମାଛ – ବାଉଁଶ ତିଆରି ଘରକରଣା ଜିନିଷ- ବିଭିନ୍ନ ରଙ୍ଗର ଚାଉଳ ଠାରୁ ଆରମ୍ଭ କରି ମଞ୍ଜିଆ କଦଳୀ , ଭଣ୍ଡା, ମଞ୍ଜା ,ବାଉଁଶଗଜା ,ଏମିତି କେତେ କ’ଣ ? ଏହି ସମୟରେ ବାଉଁଶଗଜା ମିଳେ । ଛତୁପରି ବାଉଁଶ ଗଜା ଫୁଟି ଥାଏ । ସେଥିରୁ କିଛି ନେଇ ଆସନ୍ତି ଲୋକେ ବିକିବାକୁ । ବାକି ବାଉଁଶ ଛାଡି ଦିଅନ୍ତି ଶକ୍ତ-ଲମ୍ବା-ଟାଣ ହେବାକୁ ।


“ବାଉଁଶ ଗଜା ଛତୁ ପରି.... “ ଏହି କଥାରୁ ମନରେ ଅତୀତର ଏକ ଦୃଶ୍ୟ , ପିଲାଦିନର ଏକ କାହାଣୀ , ମା’ର ଏକ ଦରଦୀ କଥା ଭାସି ଆସିଲା ସମୀରଣ ସାରଙ୍କ ମାନସପଟକୁ, ଝାଡିଝୁଡି ହୋଇ ଆଗରେ ଛିଡାହେଲା ।

ପ୍ରାୟ ୧୯୮୭ ମସିହା ହାଇସ୍କୁଲ ପରୀକ୍ଷାଫଳ ବାହାରିଛି ; ସମୀରଣ ପରିଡ଼ା ପ୍ରଥମ ଶ୍ରେଣୀରେ ପାସ କରିଛି । ବେଶ ଖୁସି । ପୁରା ସ୍କୁଲରେ ସଂସ୍କୃତ ଅଫସନାଲ ନେଇ କେବଳ ସେ ଏକା ଫାଷ୍ଟ କ୍ଳାସ ପାଇଛି । ପଣ୍ଡିତ ଆନାଦି ସାର ବି ବହୁତ ଖୁସି । ଆଖ ପାଖ ସାଇ ପଡିଶା ସମସ୍ତେ ଖୁସି ।

ଘରକୁ ଆସି ବାପାଙ୍କୁ ମୁଣ୍ଡିଆମାରି ସମୀରଣ କହିଲା , “ବାପା ମୁଁ ଫାଷ୍ଟ କ୍ଳାସ ପାଇଛି ।” ବାପା ସୁରେନ୍ଦ୍ରନାଥ ପରିଡ଼ା ଆଗରୁ ଶୁଣିସାରିଥିଲେ । ମାତ୍ର ନ-ଜାଣିଲା ପରି ଗର୍ବରେ ଫୁଲି ଉଠିଥିବା ଛାତିରେ ପୁଅକୁ ଲଗେଇଲେ । ସ୍ନେହିଳ ହସ୍ତଯୁଗଳକୁ ମଥାରେ ବୁଲେଇଆଣିଲେ .....। ମାତ୍ର ସମୀରଣ ଦେଖିଲା କବାଟ କଣରେ ମା’ ଚାହିଁଛି ।ଲୋତକର ଧାରା ଶ୍ରାବଣ ପରି ଝରି ଆସୁଛି .... ସେ ଧାଇଁ ଗଲା ।

“ମା’ କ’ଣ ହେଲା ? ତୁ କାହିଁକି କାନ୍ଦୁଛୁ ? ତୁ କ’ଣ ଖୁସି ନୁହୁଁ ମା’ ?ମା’କୁ କୁଣ୍ଢିପକେଇ ବ୍ୟଗ୍ର ଭାବରେ ପଚାରି ଚାଲିଲା ।”

ମଇଳା ପଣତ କାନୀରେ ଲୋହକୁ ପୋଛିଦେଇ ମା’ କହିଲେ-“ ତୁ ପିଲା ଲୋକ , ବୁଝିପାରିବୁନି । ମୁଁ ବହୁତ ଖୁସି .... ତୁ ବଡ ହେଲେ ସବୁ ଆପେ ଆପେ ବୁଝିପାରିବୁ ।”


ସମୀରଣ ସବୁ ବୁଝିଗଲା ପରି କିଛି ବୁଝି ପାରିଲାନି। ମାତ୍ର ମନ ସେଦିନ ବହୁତ ଖୁସି ଥିଲାତ, ପାଦ ଆଦୌ ଭୁଇଁରେ ଲାଗୁ ନ ଥିଲା । କାରଣ ବଗଦା ଭଳି ଏକ ଅନାମଧେୟ ଗାଁର ସେ ପ୍ରଥମ ଫାଷ୍ଟ କ୍ଳାସ ପାଇଛି । ଯେଉଁ ଠାକୁ ଯାଉଥିଲା , ଯାହା ପିଣ୍ଡାରେ ବସୁଥିଲା, ସବୁଠାରେ ତାହାରି ଚର୍ଚା -ଆତିଥ୍ୟ । ସତେ ଯେପରି ଏକ ଗଡ ସେ ଜିତି ଯାଇଛି । ଗାଧୋଇ ଭାତ ଖାଇ ସମୀରଣ ଶୋଇବାକୁ ଗଲା । ନିଦ ତ ଜମା ଲାଗୁନି । ମାତ୍ର ବାପାଙ୍କ ତାଗିଦ । ଗଡ଼ ପଡ଼ ହୋଇ କେତେବେଳେ ଶୋଇଯାଇଛି ସେ ବି ଜାଣେନି। ମା’ ଓ କନକ କାକୀର କଥାବାର୍ତ୍ତାରେ ତା’ର ନିଦ ଭାଙ୍ଗି ଗଲା । ଆଖି ନ ଖୋଲି କାନକୁ ଠିଆକରି ସେ ଶୁଣିଲା ---- କ’ଣ କଥା ସବୁ ଚାଲିଛି ?...

“ସମୀର ମା’--- ମୋ ପାଇଁ ପାନ ଖିଲେ ଦବୁ .... ଧୂଳିଗୁଣ୍ଡି ଦବୁନି ....ଗୁଣ୍ଡିଆ ଗୁଆ ଟିକେ ଅଧିକା ଦବୁ ...ସପରକେଚୁ ଟିକେ ...ଯାହାକୁ ତୁ ସେଦିନ ଭାଦୁଆ ଡିହରୁ ତାଡୁଥିଲୁ ଖଣ୍ଡେ ଦିଖଣ୍ଡ ପକେଇ ଦବୁ ....” କନକ କାକି ଧଡକା ଖୋଲୁ ଖୋଲୁ ଭିତରକୁ ଆସୁ ଆସୁ ଏକା ନିଶ୍ଵାସରେ କହି ଚାଲିଥିଲେ । କାକି ଟିକେ ବେଶି କହନ୍ତି .... ବକର ବକର ହୋଇ ଥକି ପଡିଥିବାର ନଜିର ନାହିଁ ଏ ଖଣ୍ଡ ମଣ୍ଡଳରେ ।

ମା’ ତାଳପତ୍ର ଚଟିଆ ଖଣ୍ଡେ ଆଗକୁ ବଢେଇ ଦେଇ –“ ବସ କାକି । ନିଅ... ଖଣ୍ଡେ କାନୀରେ ରଖ .... ପରେ ପଛେ ଚୋବେଇ ଦେବେ “।


ପାନ ଦି-ଖଣ୍ଡରେ ଆଜି ଚଳିବନି । ମିଠା ଦରକାର । ଭୀମା ବେହେରା ଦୋକାନ ମିଠା ଚଳିବନି । କାଳିପଦା ଦାସ ଦୋକାନରୁ ପାଞ୍ଚ ଟଙ୍କିଆ ରସଗୋଲା ନେବି । ସୁରିଆକୁ କହିବୁଟି । ଆମ୍ବଚୁଆ ହାଟ ଶୁକ୍ରବାର ପାଳି ଗଲେ ମୋ’ ପାଇଁ ନେଇ ଆସିବ । ସମୀର ଫାଷ୍ଟ କ୍ଳାସ ପାଇଲା । ମୋ ଆଶୀର୍ବାଦ କ’ଣ କିଛି କରିନି?.... କାକି କହି ଚାଲିଲେ । ଟିକେ ଗପୁଡି ତ । ହଉ ଶୁଣ ଲୋ ସମୀର ମା’ ! ସମୀରକୁ ୟା’ ପରେ କେଉଁଠି ପଢେଇବୁ ? କିଛି ତ ନାହିଁ ? ଗହଣାଗାଣ୍ଠି ତ ସବୁ ସାଇଲୁ । ଶେଷରେ ଫର୍ମ ଫିଲାପ ପାଇଁ ପିତ୍ତଳ କଂସା ବାସନ ବି ଦେଲୁ ।ପଇସା ଆଣିବୁ କେଉଁଠୁ ? କାକି କହିଚାଲିଥିଲେ ......

ମା’ ଧିରେ ଧିରେ କହୁଥିଲା । ସବୁ ଭଗବାନଙ୍କ ଦୟା । ଏ ବର୍ଷ ବାଉଁଶ ପିଢୀରେ ଗଜାସବୁ ଛତୁ ପରି ଫୁଟିଛି । ସବୁ ବିକି ଦେବି । ତାକୁ ଫକିର ମୋହନ କଲେଜରେ ସାଇନ୍ସ ପଢେଇବି । ପରୀକ୍ଷା ଫଳ ବାହାରିଲେ ସବୁରି ଘରେ ଖୁସି । ମାତ୍ର ଆମ ଘରେ ଲୁହ । ପଇସା ଆସିବ କାହୁଁ ଉପର କ୍ଳାସରେ ଭର୍ତ୍ତି ପାଇଁ । ମାତ୍ର ଏ ବର୍ଷ ଗଡ଼ିଆ ପାଖ ତରଳ ବାଉଁଶ ଦୁଇ ପିଢୀ ଏତେ ଲମ୍ବା, ଏତେ ମୋଟା ହେଇଛି ଯେ , ସବୁ ସମ୍ଭାଳି ନେବ । ଗୋଟି ପଚିଶ ଟଙ୍କା ହେବ । ଫତିଆ ପଇଡା ୨୨ ଟଙ୍କାରେ ଦେଇଛି ଡ଼ୋମକୁ । ଜଗତର ନାଥ ଜଗନ୍ନାଥ ଯାହା ହେଲେ ବାଟ ବତେଇଦେଲେ ....” । କହୁ କହୁ ମା’ର ଆଖିରେ ଅମାନିଆ ଲୁହ ସବୁ ଜକେଇ ଆସିଲା କୂଳ ଲଙ୍ଘିବାକୁ ।

କାକି ସାହାରା ଦେବା ଛଳରେ କହିଲେ --- କାନ୍ଦୁଛୁ କାହିଁକି ମା’…. ତୋ ପୁଅ ତ ହୀରା ... ତୋ ନାଁ ରଖିବ । ଭଗବାନ ବି ସାହା । ଦେଖୁନୁ କେମିତି ରାସ୍ତା ଦେଖେଇ ଦେଲେ ....। ନିଜ ଅଜାଣତରେ ସମୀରଣ ସାରଙ୍କ ଆଖିକୋଣରୁ ଦୁଇ ଧାର ତତଲା ଲୁହ ଗଡି ସାରିଥିଲା ......।



Rate this content
Log in