STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ବାତ୍ସଲ୍ୟ

ବାତ୍ସଲ୍ୟ

2 mins
173

ଗଲାବେଳର ଉତ୍ସୁକତା ଆସିଲାବେଳେ ନଥାଏ। ଗଲାବେଳେର ହସ ଖୁସି ମଧ୍ୟରେ ଏ ଘାଟିମୟ ଯାଗାରେ ଘର କରି ରହିବାକୁ ବାରଣ କରୁଥିଲେ ପିତା ମାତା। ବର୍ଷା ଦିନେ ପାହାଡରୁ ବଡ ବଡ ପଥର ଖସି, ଗାଡ଼ି ଉପରେ ପଡିବା ସହ ରାସ୍ତା ବନ୍ଦ ହୁଏ ଶୁଣି ଶାଶୁ ଶଶୁର ବି ଡରିଯାଇ ଗଲା ଆସିଲା ବେଳେ ହନୁମାନ ଚାଳିଶା ବୋଲି ବୋଲି ଯିବାକୁ ପରାମର୍ଶ ଦେଉଥିଲେ, ତ ହସ ଖୁସିରେ ଗାଡ଼ି ଗଡୁଥିଲା ଆଗକୁ।

ଫେରିବା ବେଳେ ସେଇ ହସ ଖୁସି ଚାଲିଥିଲେ ବି ଘାଟି ରୁ ଗାଡ଼ି ବୁଲାଣି ବାଙ୍କାଣି ଦେଇ ଆସିବା ବେଳେ କିଛି କ୍ଷଣ ଆଖି ବୁଜି ହେଇଯାଇଥିଲା। ଏମିତି ଏମିତି କୁଆଡ କୁଆଡ଼ କଥା ପଡ଼ିଥିଲା ବେଳେ ହଠାତ୍ ଚାରିପଟୁ ଘେରିଗଲେ ପୋଲିସ ମାନେ ଗନ ଧରି। କାରଣ କଣ ବୁଝିବା ପୁର୍ବରୁ ଘେରିଯାଇଥିଲେ ବି. ଏସ. ଏଫ୍ ଯବାନ ଭଳି ପୋଷାକ ପିନ୍ଧା ଯବାନ, ତ ଡରିଯାଇ ଗାଡ଼ି ଅଟକାଇବାକୁ ବାଧ୍ୟ ହେଲେ ଜୋଇଁ। ବାପା ମାଆ କିଙ୍କର୍ତ୍ତବ୍ୟମୁଢ। ଶାଶୁ ଶଶୁରଙ୍କ ଅବସ୍ଥା ଘାଇଲା। ହନୁମାନ ଚାଳିଶା ବୋଲିବାକୁ ବି ସକ୍ଷମ ନୁହଁନ୍ତି ଶାଶୁ ଯେହେତୁ ବାନ୍ତି। ଆଉ ଏହି ସମୟରେ ଟିକି ପିଲାଟାର ନିଦ ଭାଙ୍ଗିଗଲା ଗାଡ଼ି ରହିବା ଫଳରେ। ଯବାନମାନେ ଘେରିଯିବାର କାରଣ ଗାଡ଼ି ଜୋରରେ କାହିଁକି ନେଉଛ? ପ୍ରକୃତରେ କିନ୍ତୁ ଗାଡ଼ି ଥିଲା ଚାଳିଶ ସ୍ପିଡରେ, ଆଉ ବିପରୀତ ଦିଗରୁ ଆସୁଥିବା ଗାଡ଼ିକୁ ଘାଟି ଜାଗାରେ ୟୁ ଟର୍ଣ୍ଣରେ ବୁଲାଇ କାଟିଲାବେଳେ , ବାଇକରେ ଆସୁଥିବା ବି. ଏସ. ଏଫ୍ ଯବାନ ଦୁଇଜଣଙ୍କ ସହ ପ୍ରାୟେ ଘଷି ହୋଇ ଆସିଥିଲା। ତାଙ୍କ ସହ ଯୁକ୍ତିତର୍କ ନକରି, ସରି କହିଲାବେଳେ ବି ସେମାନ କ୍ଷୁବ୍ଧ ହେଉଥିଲେ। କିନ୍ତୁ ଛୋଟ ପିଲାଟି ଉଠିପଡ଼ି ଗଣୁଥିଲା, ୱାନ ଅଙ୍କଲ, ଟୁ ଅଙ୍କଲ, ଥ୍ରୀ ଅଙ୍କଲ, ଫୋର ଅଙ୍କଲ ଇତ୍ୟାଦି, ତ ହଠାତ୍ ଯବାନମାନଙ୍କ ଆଚରଣ ଓ ଉଚ୍ଚାରଣ ରେ ଠପ୍ ହେଲା କିଛି କ୍ଷଣ, ନରମିଗଲେ ସେମାନେ, ଘାଟିରେ ସ୍ପିଡରେ ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେଇ ଫେରିପଡିଲେ ଯିଏ ଯୁଆଡେ। ଜୀବନ ଟା ଛାଡ଼ୁ ଛାଡ଼ୁ ରହିଗଲା ସମସ୍ତଙ୍କର। ଯିଏ ବି ହେଉ ଶିଶୁ ସୁଲଭ ଚପଳତା ସମସ୍ତଙ୍କୁ ଆକୃଷ୍ଟ କରେ ବୋଲି ବୁଝିବାକୁ ବାକି ନଥିଲା ବେଳେ ଏଥର ଗାଡ଼ି ତିରିଶରେ ଗଡୁଥିଲା ଆଗକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract