STORYMIRROR

Nibedita Mishra

Abstract Others

3  

Nibedita Mishra

Abstract Others

ଅତିଥି

ଅତିଥି

2 mins
403


ପୁଅର ଅନୁରୋଧକୁ କାଟି ନପାରି ଅନୁଭବ ଆସିଛନ୍ତି ପୁଅଘରକୁ ରହିବାକୁ।ବୋହୁର କିନ୍ତୁ ଜମା ପସନ୍ଦ ନୁହେଁ।ତାଙ୍କର ଧୋଚି ପିନ୍ଧା।ପାନ ଖାଇ ବାଥରୁମରେ ବାରମ୍ବାର ଛେପ ପକାଇବା।ଚାରିବେଳ ପଖାଳଖିଆ,ତାଛଡା ଘୁଙ୍ଗୁଡି ମାରିବା ପରି କେତେକ ଅଭ୍ଯାସକୁ ବୋହୁ ଆଦୌପସନ୍ଦ କରେନି।ସେ ସବୁକୁ ଯଦି ବି ବାଦ ଦିଆଯିବ,ହେଲେ ପ୍ରତିକଥାରେ ଉପରେ ପଡି ନିଜର ମତାମତ ଦେବାକୁ ବୋହୁ ତ ବୋହୁ ପୁଅ ବି ନାପସନ୍ଦ କରେ।କିନ୍ତୁ ମା ଚାଲିଯିବା ପରେ ଲୋକ ଲଜ୍ଯାକୁ ଡରି ତାଙ୍କୁ ପାଖକୁ ଆଣିଛି ରଖିବାକୁ।ଅବଶ୍ଯ ଅନୁଭବ ବି ଏସବୁ ଭଲପାଆନ୍ତିନି।ସେ ବି ଏକରକମର ଅଭିମନ୍ଯୁ ପରି ଛନ୍ଦି ହେଇ ଯାଇଛନ୍ତି ଚକ୍ରବ୍ଯୁହରେ।

       କ୍ବାଟର ଘର ଦି ବଖରା। ସେଇ ଭିତରେ ସବୁକିଛି ।ଗୋଟିଏ ରୁମରେ ଯାହା କଲେ ଆର ରୁମ ବାଲା ସବୁ ଜାଣିପାରିବ।ଆଜି ବୋହୁର ଘରେ କିଟିପାର୍ଟି ଅଛି। ତେଣୁ ଆଗୁଆ ଶ୍ବଶୁରଙ୍କୁ ତାଗିଦ କରିଦେଇଥାଏ।ସେ ରୁମ କୁ ନ ଆସିବାକୁ।ଯଥା ସମୟରେ ପାର୍ଟି ଆରମ୍ଭ ହେଲା।ଗୀତ ନାଚରେ ହୋ ହାହ୍ଲାରେ ଫାଟି ପଡୁଥାଏ ସେ ରୁମ।ଅନ୍ଯ ରୁମରେ ଏକେଲା ବସିଥାଆନ୍ତି ଅନୁଭବ।

     ଟିକିଏ ସମୟ ପରେ ଅନୁଭବଙ୍କୁ ବାଥରୁମ ଯିବାକୁ ପଡିଲା।କଣ କରିବେ।ବାଥରୁମ ଯିବାକୁ ହେଲେ ସେ ରୁମ କୁ ଡେଇଁ ଯିବାକୁ ପଡିବ।ବୋହୁ ଯେ ମନା କରିଛି।ତା ସାଙ୍ଗ ମାନଙ୍କ ଆଗକୁ ନ ଆସିବାକୁ।ତେଣୁ କିଛି ସମୟ ଚାପି ହେଇ ରହିଲେ।ହେଲେ ସେ କୋଉ ବନ୍ଦ ହେବା ଜିନିଷ ଯେ।ତେଣୁ କିଛି ସମୟ ପରେ ବାଧ୍ଯ ହେଇ ସେଇ ବାଟ ଦେଇ ଗଲେ।ତାଙ୍କୁ ଦେଖି ସମସ୍ତେ କିଛି ଯମୟ ଚୁପ ରହିଗଲେ। ବୋହୁର ସାଙ୍ଗମାନେ ପଚାରିଲେ ଇଏ କିଏ?

   ଅନୁଭଭଙ୍କ ବୋହୁ ସେତେବେଳେ ରାଗରେ ଫାଟିପଡୁଥାଏ।କିଛି ସମୟ ପରେ କହିଲା ଯେ-ଇଏ ଜଣେ ଅତିଥି ଗାଁରୁ ଆସିଛନ୍ତି।ସହରରେ ଦେହ ଦେଖେଇବାକୁ।

ଏସବୁ କଥା ଅନୁଭବ ବାଥରୁମ ଭିତରେ ଥାଇ ଶୁଣୁଥାଆନ୍ତୁ।ସେ ଚୁପଚାପ ବାଥରୁମରୁ ବାହାରିଲେ।ନିଜ ରୁମକୁ ଆସି ଜିନିଷ ପତ୍ର ସବୁ ବ୍ଯାଗରେ ପୁରାଇ ଚାଲିଗଲେ।ବାହାରକୁ ଯିବା ରାସ୍ତାଟା ଅନ୍ଯ ପଟରେ ଥିବାରୁ କାହାକୁ କିଛି ନ କହି ସେ ଚାଲିଗଲେ।

କିଛି ସମୟ ପରେ ପାର୍ଟି ସରିଲା।ଅନୁଭବଙ୍କ ପୁଅ ବି ଘରକୁ ଫେରିଲା।ସେ ବାପାଙ୍କୁ ଖୋଜିଲା।ଅନେକ ଥର ଫୋନ ବି କଲା ତାଙ୍କ ନମ୍ବର କୁ।ହେଲେ ସେ ଉଠେଇଲେନି।ତେଣୁ ସେ ତାସ୍ତ୍ରୀ ଉପରେ ହି ବିରକ୍ତ ହେଲା।ତୁମେ ହିଁ ବାପାଙ୍କୁ କିଛି କହିଚ ବୋଧେ।ତେଣୁ ସେ କୁଆଡେ ପଳେଇଛନ୍ତି।

ଏହି ସମୟରେ ବାପାଙ୍କ ମୋବାଇଲ ରୁ ମ୍ଯାସେଜ ଟିଏ ଆସିଲା।ସେଥିରେ ଲେଖାଥିଲା ଯେ-ଅତିଥି ଚାଲିଗଲେ।ତାଙ୍କୁ ଖୋଜିବାକୁ ଚେଷ୍ଚା କରିବନି।ମୋ ଆର୍ଶୀବାଦ ତୁମେ ମାନେ ଖୁସିରେ ରୁହ।

ମ୍ଯାସେଜ ପଢି ପୁଅ ବୋହୁ ତାଟକା ହେଇ ବସିପଡିଲେ।


Rate this content
Log in

Similar oriya story from Abstract