STORYMIRROR

Archana Sahoo

Romance Tragedy

3  

Archana Sahoo

Romance Tragedy

ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୨୯

ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୨୯

2 mins
217

ଏଇ ତାଲା ବନ୍ଦ ସମୟରେ ବହୁତ ଫୋନ କଲ ଆସୁଛି । କିଏ କଣ କହୁଛି ଜାଣିହେଉନି । କେହି କେହି ଗାଳି ବି ଦେଉଛନ୍ତି । ଆଉ କେହି ମଜା କରୁଛନ୍ତି । ଆଉ କେହି ଫୋନ କରି ହଇରାଣ କରୁଛନ୍ତି । 

  କିନ୍ତୁ ଆଜି ମୋ ସହ ଗୋଟେ ଭଲ ଲୋକ ଜଣେ କଥା ହେଲେ । 

- ହେଲୋ ମାଡାମ କେମିତି ଅଛନ୍ତି ?

-ମୁଁ ଭଲ ଅଛି .....କିନ୍ତୁ ଆପଣ କିଏ ମୁଁ ଜାଣିପାରିଲି ନାହିଁ ..

- ମୁଁ .... ମୁଁ ହେଉଛି ଗୋଟିଏ ଅଭାଗା ......

- ଆପଣ କିଏ ? ଆଉ ଏମିତି କାହିଁକି କହୁଛନ୍ତି ଯେ .......

- ହଁ ମାଡାମ । ମୁଁ ସତ କହୁଛି .....

- ଫୋନ ରଖୁଛି ....

- ସେଦିନ ତୁମକୁ ମୁଁ ଅସୁନ୍ଦରୀ କହି ଫେରେଇ ଦେଇଥିଲି । ହେଲେ ମୁଁ ଜାଣି ନଥିଲି ଯେ ମୁଁ ତୁମ ପ୍ରେମରେ ପଡିଯାଇ ଥିଲି ବୋଲି ।

- ତମେ କିଏ ? ମୁଁ ତ ଜାଣିନି......

- ମୁଁ ବିବେକ........

- ଓଃ.... ଆରେ ମୋ ଦିଦି କେମିତି ଅଛି ?

- ହଁ ଭଲ ଅଛନ୍ତି ସେ ......। 

- ଆଉ ତମେ କ'ଣ କରୁଛ ?

- ମୁଁ ଡାକ୍ତରଖାନାରେ ଅଛି । 

- ତମେ ସେଠି କ'ଣ କରୁଛ ?

- କମ୍ପାଉଣ୍ଡର ଅଛି ।

- ଓଃ..... ଆଜି ହଠାତ ମୋ ପାଖକୁ କଲ କରିଛ ଯେ .....

- ଏ କରୋନାରେ କେତେବେଳେ କ'ଣ ହେବ ମୋର ଜଣା ନାହିଁ ...। ତେଣୁ ଟିକେ ଫୋନ କରି ଦେଇ ତୁମ ସହ ଥରଟେ କଥା ହେବି ବୋଲି ଭାବିନେଲି ।  

- ହେଲେ ତମେ .......

- ହଁ ମୁଁ ତୁମ ଉପରେ ସବୁବେଳେ ଚିଡେ । ହେଲେ ସେଇ ଚିଡିବା ଭିତରେ ମୁଁ ତୁମକୁ ଭଲପାଏ......

- ସତରେ ନା କ'ଣ ? ମୋ ସହିତ ମଜା କରୁନ ତ ?

- ନା ବାବା ନା ......। ମୁଁ ତମ ସହ ମଜା କରୁନି । ତୁମକୁ ବହୁତ ଭଲ ପାଏ ।

- ଦିଦି ଜାଣିଲେ ମାରି ପକେଇବ ......

- ତମେ କାହାକୁ କହିବନି ଏ କଥା ......କିନ୍ତୁ ମୁଁ ତୁମକୁ ...

- ହେଲେ ତମେ ତ ସେଦିନ କହୁଥିଲ ଯେ ତୁମେ ମତେ ଘୃଣା କର ବୋଲି । ଆଉ ମୋ ମୁହଁ ଦେଖିଲେ ତମକୁ ଚିଡ଼ି  ଲାଗେ ବୋଲି । ସେଇଥି ପାଇଁ ତ ମୁଁ ଦିଦିକୁ ଦେଖିବାକୁ ତମ ଘରକୁ ଯାଏନି । 

- ତମକୁ ମୁଁ କେମିତି ବୁଝେଇବି ଯେ, ତମ ମୁହଁକୁ ଦେଖିଲେ ମୁଁ ଆଉ କିଛି କାମ କରିପାରେନି । ଚାରିଆଡେ ଖାଲି ତମ ମୁହଁ ଦେଖା ଯାଏ ବୋଲି ....।

- ସମୁ.......! ତମେ ଆଗରୁ କହିଲନି ଯେ ....।

- ନା ମୁଁ ଏବେ ବି ତମକୁ ପାଇବାକୁ ଚାହେଁନି । ତମେ ଆଉ କାହା ସହ ଖୁସି ରେ ରୁହ......

- କରୋନା ର ଚକ୍ରବିହ୍ୱ ଭିତରେ ଆଜି ମୁଁ ରହିଛି । କେତେବେଳେ କୋଉ......

- ନା ନା ତମେ ସେମିତି କୁହନି ......। ତମେ ସୁରକ୍ଷିତ

 ରୁହ ସବୁଦିନ......

- ଏଇ ଶୁଣ .....! ରହୁଛି.....

ସେପଟୁ ପାଟି ଶୁଣା ଯାଉଥିଲା । ସମୁ ! ଅମ୍ଳଜାନ ଥଳି ଆଣ...... ।

 ମୁଁ ତାଜୁବ ହେଇ ଫୋନ ଧରି ଠିଆ ହେଇଥିଲି ସେମିତି...

ଝରକା ପଟେ ଦେଖୁଥିଲି ମୁଁ, ପଶ୍ଚିମ ଆକାଶରେ ସୂରୁଜ ଦେବତା ତାଙ୍କ ନାଲି କିରଣକୁ ବିଛେଇ ଦେଇ କୋଉ ଏକ ଅଜଣା ରାଇଜକୁ ଲମ୍ଫ ଦେଉଥିବାର ଦୃଶ୍ୟକୁ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance