Archana Sahoo

Romance Tragedy

4.0  

Archana Sahoo

Romance Tragedy

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ

2 mins
185


"ଆରେ ଟିକେ ଶୁଣ ତ......। ମୁଁ ଟିକେ ତୁମ ସହ କଥା ହେବାକୁ ଚାହେଁ । ମୁଁ ତୁମ ସହ ରହିବାକୁ ଚାହେଁ । ଦେଖ ଫୋନ୍ କାଟନି । ମରିଗଲାଣି ତୁମ ବିନା । ଥରେ ତ କଥା ହେବାର ସୁଯୋଗ ଦିଅ । ଏମିତି ତୁମେ ଫୋନ କାଟି ଦେଲେ ମୋ ମନ ଦୁଃଖ ହେବ । "

    ଏମିତି କଥା ହେଉଥିଲି ଫୋନ ରେ । ହେଲେ ସେ ମତେ କହୁଥିଲେ ,ତମେ ଫୋନ ରଖିଲ । ମୋର ବହୁତ କାମ । ଆରେ ସେ ପିଲା ମାନଙ୍କୁ ଖାଇବା ଜିନିିିଷ ଦେଲ କି । 

ତାପରେ ଫୋନ ଟି କାଟି ଦେଇଥିଲେ ସେ । ଘୋର କରୋନା ସମୟ । ଅତି ଗରିବ ଲୋକ ମାନ ଙ୍କ ଗଚ୍ଛିତ ଟଙ୍କା ବି ସବୁ ସରିିିଗଲାଣି । ତେଣୁ ସେ .......


ଛାଡ଼ ତାଙ୍କ କଥା .....। ପ୍ରତିିିଦିନ ମୁଁ ତାଙ୍କୁ ହଇରାଣ କରେ ଫୋନ କରିି । କରିବିନି ବା କେମିିିତି। ମୁଁ ପରା ତାଙ୍କ ପ୍ରେମିକା । ବଞ୍ଚିବାର ସାହା ସିଏ ।  ହେଲେ ତାଙ୍କର ବ୍ୟସ୍ତ୍ଥ ବହୁଳ ଜୀବନ ରେ ମୋ ପାଇଁ ସମୟ ନାହିଁ । ହଁ ମୁଁ ବି ତାଙ୍କ ର ଏଇ କାମ ପାଇଁ ବହୁତ ଖୁସି । ହେଲେ ପ୍ରେମିକା ମନ ତ ତେଣୁ  ଫୋନ କରିିଦିିିଏ । କ'ଣ କରିବିି ମୁଁ ? ଦିନ ଟିିିଏ ତାଙ୍କ ସ୍ୱର ନଶୁୁଣିଲେ ମନ ଟା ଡହଳ ବିକଳ ହୁଏ । ମନ ହୁଏ ତାଙ୍କ ସହ ଅନେକ ସମୟ ଗପିବାକୁ । 

     ଦିନ ଥିଲା ସେ ପଢୁୁଥିଲେ ଆଉ ମୋ ସହ ବି କଥା ହେବାକୁ ବାହାନା ଖୋଜୁୁଥିଲେ । ହେଲେ ଏଇ କରୋନା ସବୁ ସାରିିଦେଲା । ସେ ଜନ ସେବା ରେ ମାତି ରହିଲେ । ମୁଁ ଏଥିରେ ବହୁତ ଖୁସି । ହେଲେ ହୃଦୟ ତାଙ୍କ ବିିିରହ ରେ ଆଳାପ କରୁୁୁଛି । 

    ନା ପାଠ ପଢାରେ ମନ ଲାଗୁଛି । ନା ରୋଷେଇ ରେ ମନ ଲାଗୁଛି । ଦିନ ରାତି ଖାଲି ତାଙ୍କ ରି ଚିନ୍ତା । ସେ ସୁରକ୍ଷିତ ଅଛନ୍ତି ତ ? ସେ ଖାଇଛନ୍ତି ତ ? 

   ମୁଁ ବି ତାଙ୍କ ପରି ସେବା କରିବାକୁ ଚାହେଁ । ହେଲେ ଘର ର ଦୃଢ଼ ଆଇନି ଶାସନ ଭିତରେ ଆଜି ଆବଦ୍ଧ ମୁଁ ।ବହୁତ ମନେ ପଡେ ତାଙ୍କ କଥା । କରୋନା ର ଏଇ ଦୁଇ ବର୍ଷ ଭିତରେ ତାଙ୍କୁ ଦେଖିବା ମୋ ପାଇଁ ସ୍ୱପ୍ନ କହିଲେ ଚଳେ । କାହିଁଁକି ଆସିଲା ଏ କରୋନା ? 

ଭାରି ଯନ୍ତ୍ରଣା ଦେଉଛି ସତେ । 


ଗରିବ ଲୋକ ମାନେ ଆଉ ଖଟି ଖିଆ ମାନେ ବହୁତ ହଇ ରାଣ ହେଉଛନ୍ତି । 


ଆଉ ମୋ ପରି ପ୍ରେମିକା ମାନେ ବି ......। 


Name - ଅର୍ଚ୍ଚନା ସାହୁ

Dist - ଖୋର୍ଦ୍ଧା

A.t - ଖଜୁରିଆ ପଡ଼ା

Post - ନରିଶୋ 

P.s.- ବାଲିପାଟଣା



Rate this content
Log in

Similar oriya story from Romance