ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ- ୮
ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ- ୮
ଜୀବନରେ ଅନେକ ମୋଡ ଆସେ । ସେଇ ମୋଡ଼ ଭିତରେ କେବେ ନିଜେ ମୋଡି ହେଇ ମରିଯିବ ତାହାର କିଛି ଠିକ ଠିକଣା ନାହିଁ । ଭାରି ଡର ଲାଗେ ଏ ସାରୁ ପତର ଉପରେ ଥିବା ଜୀବନକୁ । ନିଜ ଜୀବନ ଚାଲିଗଲେ କିଛି ଦୁଃଖ ନାହିଁ । ଯଦି ଏଇ ଯୁବା ଅବସ୍ଥାରେ କେହି ନିଜର ସାଙ୍ଗ ମରି ଯାଏ ତା'ର ଆଶା ଭରସା ତୁଟେଇ ଭାରି ଦୁଃଖ ଲାଗେ । ଜାତି ଆଉ ଧାନ ସକାଶେ ଦିନେ କଳି ଲାଗିଲା ଦୁଇ ପରିବାରଙ୍କ ଭିତରେ । ଜଣେ କହୁଥାଏ ତମେ କେମିତି ସାହସ କଲ ମୋ ଝିଅ କୁ ବୋହୂ କରି ନେବାକୁ ? କେମିତି ହାଁ ? ବିଚରା ପୁଅ ର ମାଆ କହୁଥାଏ ,ମୋ ପୁଅ ତ ଭଲ ପାଉଛି ତୁମ ଝିଅ କୁ ଆଉ କ'ଣ କରିବା ତାଙ୍କୁ ବାହା କରିଦେବା । ତୁମ ଝିଅ ବି ତ ଭଲ ପାଉଛି ମୋ ପୁଅ କୁ । ହଁ ହେଲେ ତୁମ ର ଧନ ଥାଇ ପାରେ କିନ୍ତୁ ମନ ନାହିଁ ବୁଝିଲେ । ଝିଅ ର ବାପା କହିଲେ , ନାଇଁ ନାଇଁ ସେ ବାହାଘର ରେ ଆମର ରାଜି ନାହିଁ । କରୋନା ସମୟ ରେ ମୋ ଝିଅ କୁ ଗରିବ ଘରେ ବାହା ଦେଇ ପାରିବିନି । ମୋ ଝିଅ ପାଇଁ ଚାକିରିଆ ପୁଅ ଖୋଜି ରଖିଛି । ଏଇ ଆର ସପ୍ତାହ ରେ ବାହା କରିଦେଲେ ଯିବ ।
ବିଚରା ପୁଅ ର ମାଆ ମନ ଦୁୁଃଖ ରେ ଘରକୁ ଫେରିଲା । ପୁଅ କହିଲା ମାଆ ସେମାନେ କ'ଣ କହିିଲେ ଗୋ ? ମାଆ କିଛି ନ କହି ଘର ଭିତରକୁ ଯାଇ କାନ୍ଦିଲେ । ପୁଅ ସବୁ ବୁଝି ଯାଇ ଥିଲା । ବାହାଘର ଦିନ ପୁଅ ଝିିିଅ ହାତ ଧରାଧରି ହେଇ ଚାଲି ଗଲେ ବାହାରକୁ । ହେଲେ ତାଙ୍କ ଭାଗ୍ୟ
ଖରାପ ଥିଲା ବୋଧେ । ଏଇ ତାଲା ବନ୍ଦ ଆଉ କରୋନାରେ ତାଙ୍କୁ ଘର ଭଡା କେହି ଦେଲେନି । ବିିିଚରା ସେମାନେ ମନକୁ ଦୁଃଖ କରି ଘର କୁ ଫେରି ଆସିିିଲେ । ପୁୁୁଅ ମା' ବହୁତ ଖୁୁସି ହେଲା ତାଙ୍କୁ ଦେଖି । ହେଲେ ଝିଅ ଫେରିବା ପରେ ଝିଅ ର ମାଆ ଆସି ତାଙ୍କୁ ନେଇ ଗଲା । ପୁଅ ଝିଅ
ଉଭୟେ ବହୁତ କାନ୍ଦିଲେ । ସେଇ ଦିନ ରାତିରେ ପୁୁଅ ଟି ବହୁତ କାନ୍ଦିିି ଥିଲା । ହେଲେ ତା'ପର ଦିିିନ ଉଭୟଙ୍କ ର ଝୁଲନ୍ତା ଶବ ମିିଳିଲା ତୋଟା ଗଛ ରୁ । କେହି କହିଲେ ଏ ଦୁହେଁ ଆତ୍ମହତ୍ୟା କରିିିଛନ୍ତି ଆଉ କେହିଲେ ସେମାନଙ୍କୁ ମାରି ଦେଇ ଗଛରେ ଟଙ୍ଗେଇ ଦେଇଛନ୍ତି । ମଲା ଗଲା କହି
ଯିଏ ଯାହା ବାଟ ରେ ରହିଲେ । ଆତ୍ମହତ୍ୟା କହି ସମସ୍ତେ ଭାରି ମନ ଦୁଃଖ କଲେ । ଶବ ବ୍ୟବଚ୍ଛଦ ରେ ଆତ୍ମହତ୍ୟା ବୋଲିି ପ୍ରମାଣ ଆସିଲା ।
ହେଲେ ପୁଅ ର ମାଆ ସବୁ ଦିନ ସେଇ ଗଛମୂଳେ ବସି କାନ୍ଦେ । ଆଉ କୁୁୁହେ କାହିଁକି ଆଇଲୁ ରେ ଧନ ?
ତୁ ସେଇ ବାହାରେ ରହିଲୁନି କାହିଁକିି ?

