ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୧୮
ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୧୮
ଆଜି ବହୁତ ମନ ବିଚଳିତ ହେଉଛି । ହେବା ବି ଜରୁରୀ । U.G ପରୀକ୍ଷା ଯେ ହେବ ବୋଲି କୁହା ସରିଲାଣି । ହେବା ବି ଜରୁରୀ । ହେଲେ ସେଇ ମାନସିକତା ଆଉ ନାହିଁ ଏଇ ଅର୍ଚ୍ଚନାର । କଲେଜ ଚାଲିଥିଲା ପଢ଼ାରେ ପ୍ରତିଯୋଗିତା ବି ଚାଲିଥିଲା । ଆଉ ପଢିବାକୁ ଇଚ୍ଛା ହେଉଥିଲା । ଜୀବନକୁ ଚିହ୍ନି ଆଗକୁ ଗତି କରୁଥିଲା ଜୀବନ । ଏ ମହାମାରୀ ଆସି ସବୁ ବିଗାଡି ଦେଲା । ଜୀବନକୁ ବର୍ବାଦ କରିଦେଲା । ଆଉ ପଢି ବାକୁ ବି ଇଚ୍ଛା ହେଉନି ଏକୁଟିଆ । ଅନ୍ ଲାଇନରେ ପଢିଲେ ଭାରି ଏକୁଟିଆ ଲାଗୁଛି । ମତେ ଭାରି ଡର ବି ଲାଗୁଛି ଯେ କାଳେ ପରୀକ୍ଷା ଖରାପ ହେଇଯିବ ବୋଧେ । କାରଣ କରୋନା ଯୋଗୁଁ ପାଠ ପଢିବାକୁ ବି ଇଚ୍ଛା ହେଉନି । ସବୁବେଳେ ମୃତ୍ୟୁକୁ ଡରି ଘରେ ରହିବାକୁ ପଡୁଛି । ସମ୍ପର୍କ ମାନଙ୍କ ମୃତ୍ୟୁ ଖବର ଶୁଣି ମନ ପ୍ରାଣ ଦୋହଲି ଯାଉଛି । ଯୁଆଡେ ଦେଖ ମୃତ୍ୟୁ ଆଉ ମୃତ୍ୟୁ । ପ୍ରତିଦିନ ଖବରକାଗଜ ଆଉ ଟିଭିରେ ଅନାଥ ମାନଙ୍କର ସୃଷ୍ଟିର କାହାଣୀ କରୋନା ଲେଖୁଛି । ସାଙ୍ଗ ସହ କଥା ହେଇ ପାରୁନୁ । ଫଳରେ ପଢ଼ା ବି ଠିକ କରି ବୁଝି ହେଉନି । ମନେ ପଡିଲେ ସେଇ ନେଟୱର୍କର କଥା ଭାରି ହସ ଲାଗେ ସତେ । ବେଳେବେଳେ ଶିକ୍ଷକ ରହି ଯିବେ ଅଲଗା ବଙ୍କା ଟେଢ଼ା ଫୋଟ ଭାବରେ । ଏପଟେ କାହାର ପ୍ରେମିକର ମେସେଜ ଆସିଲେ ସେ ଚାଲିଲା ସେପଟେ । କହିଦେଇ ଯିବ ଯେ ସାଙ୍ଗରେ ! ମତେ ନୋଟ ଦେବ ।
ହଁ ପରୀକ୍ଷା ହେବ । ହେଲେ ଆଉ ମନ ବଳ ନାହିଁ । ପ୍ରତିଯୋଗିତାର ମନ ଭାବ ନାହିଁ । ଆଉ ସେଇ ସେନେହ ମମତା ନାହିଁ ।
ସତରେ କରୋନା ଏ କ'ଣ କଲା ? ଶିକ୍ଷା ବ୍ୟବସ୍ଥାକୁ ଦୋହଲେଇ ରଖିଦେଲା । ଶିକ୍ଷାର୍ଥୀ ଜୀବନକୁ ପାଉଁଶ ଗଦା କରିଦେଲା .....।
ଆହୁରି କେତେ ପିଲା ମାନେ ପାଠ ପଢା ଅଧାରୁ ଛାଡି ଦେଇ ଚାଲିଗଲେଣି । ଆହୁରି କେତେ ଝିଅ ସାଙ୍ଗ ବାହା ହେଇଗଲେଣି ।
କେତେ ଦିନ ଆଉ ଏମିତି ଚାଲିବ ? ଆଉ କେତେ ପିଲା ନିଜ ପ୍ରେମିକ ସହ ଫେରାର୍ ହେଇ ଗଲେଣି ଏଇ ତାଲା ବନ୍ଦ ପାଠ ନଥିବାର ସୁଯୋଗ ନେଇ ।
ବହି ପତ୍ର କିଣିବା ବି ସପନ ହେଇ ଗଲାଣି । ଆମ ପରି ମଧ୍ୟବିତ୍ତ ପରିବାରର ପିଲାମାନଙ୍କ ପାଇଁ । ବହି ଦୋକାନକୁ ଯିବା ବି ସପନ କହିଲେ ଚଳେ ।
ଟିକିଏ ପଦାକୁ ବାହାରିବା ଯେ ମନା ......

