STORYMIRROR

Sunanda Mohanty

Abstract Tragedy Children

3  

Sunanda Mohanty

Abstract Tragedy Children

ଅପତ୍ୟ ରଙ୍ଗ ଛାଡେନା ସଙ୍ଗ

ଅପତ୍ୟ ରଙ୍ଗ ଛାଡେନା ସଙ୍ଗ

2 mins
197

 ସେଦିନ ହରିଦ୍ଵାର ଅଭିମୁଖେ, ଟ୍ରେନରେ ଯାଉଥିବା ସମୟରେ ଗଲାବେଳକୁ ପ୍ଲାଟଫର୍ମରେ , ଯୋଉଠି ଯେମିତି ଭାବରେ ପିଲାଟି ସିମେଣ୍ଟ ବେଞ୍ଚର ଗୋଟିଏ କୋଣରେ ବସିଥିଲା, ଫେରିବା ବେଳକୁ ଠିକ୍ ସେହି ଜାଗାରେ ବସି ରହିଥିଲା ପିଲାଟି। ଦୃଷ୍ଟି ଲାଖିରହିଲା ତା ପାଖେ। ଟ୍ରେନ ଆସିବାକୁ ତଥାପି ବିଳମ୍ବ ତ ପିଲାଟି ପାଖକୁ ଗଲି, ଛୋଟ ପିଲାଟି ବାପା ମାଆଙ୍କ ପାଖରୁ ଅଲଗା ହୋଇଯାଇଛି, ସ୍ପଷ୍ଟ କହିପାରୁନି କିଛି, ଏତେବେଳ ହେଲାଣି ନଖାଇ ନପିଇ ବସିଛି, ଗୁଲୁଗୁଲିଆ ମୁହଁଟି ଶୁଖି କଳା ପଡ଼ିଯାଇଛି, ଭୋଗ ଦେଲି ବିନା ପ୍ରତିବାଦରେ ଖାଇଲା।

ପିଲାଟି ଚିନ୍ତା ମତେ ମାଡ଼ିବସିବା ଦେଖି ଘରଲୋକ ରାଗିଲେ ପୋଲିସ ଅଛି, ତା କଥା ବୁଝିବ କହି ଗାଡ଼ି ଆସିଲାଣି ଆସେ ଆସେ କହି ଡାକୁଥିଲେ, ମୋ ଲୁହ ଭରା ଆଖି କେତେ କଥା ଭାବୁଥିଲା। ପିଲାଟିକୁ ଏତେ ବଡ଼ କଲା ଭିତରେ କେତେ କଷ୍ଟ ଦୁଃଖ ଯନ୍ତ୍ରଣା ରୋଗ ଭୋଗି ପିଲାଟିକୁ କୋଉ ଅବସ୍ଥାରେ କିଏ ଏମିତି ଛାଡ଼ି ଗଲାଭାବିପାରୁନଥିଲି କିନ୍ତୁ ଦେଖିଲି ପିଲାଟି ମୋ ପଛେ ପଛେ ଆସୁଛି। କାଳ ବିଳମ୍ବ ନକରି କୋଳକୁ ନେଇ ଉଠିଗଲି ଟ୍ରେନରେ।

ପାଣି ପିଆଇ, ପଣତ ଘୋଡେ଼ଇ କୋଳରେ ଶୁଆଉ ଶୁଆଉ ଶୋଇପଡ଼ିଲା କ୍ଳାନ୍ତ ଶ୍ରାନ୍ତ୍ ପିଲାଟି । ସ୍ବାମୀ କହୁଥିଲେ କେତେ ଦିନ ତାକୁ ଏମିତି ଲୁଚେଇ ରଖିପାରିବ ପଣତ ଭିତରେ, ତ କାନ୍ଦି କାନ୍ଦି ମୋ ଭାବନା ଭିତରେ ବୁଡ଼ି ଯାଉ ଯାଉ କହିଲି ଭଗବାନଙ୍କ ଯେତେ ଦିନ ବରାଦ ଥିବ। ଘରେ ମାଆ ମାଆ ଡାକି ମୋ ପଛେ ପଛେ ପିଲାଟି ଆସୁଥିଲା ଆଉ ଯତ୍ନର ସହିତ ତା ସେବାରେ ନିଜକୁ ନିୟୋଜିତ କଲାବେଳେ, ତାର ଭବିଷ୍ୟତ ଯେ କଣ ଚିନ୍ତା କରି ବିଷାଦ ଗ୍ରସ୍ତ ହେଲାବେଳେ ସ୍ବାମୀ କହୁଥିଲେ ନହେଲେ ଆମ ପୁଅ ହୋଇ ରହିବ ଚିନ୍ତା କଣ, ନା ନା ମୁଁ ତା ମାଆ ବାପାଙ୍କ କଥା ଭାବୁଥିଲି ତ ସ୍ବାମୀ ଆଶ୍ୱାସନା ଦେଉଥିଲେ ମୁଁ କେବଳ ପିଲାଟିକୁ କୋଳକୁ ନେଇ ଲୁଚେଇ ଦେଇ ପଣତ ଘୋଡେ଼ଇ ଶୁଆଉ ଶୁଆଉ ପୁଣି ଅନ୍ୟମନସ୍କ ହୋଇ ଯାଉଥିଲି। ପୋଲିସ କେବେ ଆସିବ ପିଲାର ପରିଚୟ କେବେ ଜଣା ପଡ଼ିବ ନପଡ଼ିବ ଭିତରେ ତାକୁ କେତେ ଦିନ ଲୁଚେଇ ପାରିବ ବୋଲି ପ୍ରଶ୍ନରେ ମ୍ରିୟମାଣ ହୋଇ ପଡୁଥିଲି ମୁଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract